ଥାନାଠାରୁ ୫୦ ମିଟର ଦୂରରେ ୯ ଦୋକାନରୁ ଚୋରି

ଧର୍ମଶାଳା,୨୬ା୧(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନାଠାରୁ ୫୦ମିଟର ଦୂରରେ ଥିବା ବଜାରରେ ଥିବା ଦୋକାନଗୁଡ଼ିକ ମଧ୍ୟରୁ ପାଖାପାଖି ୯ରୁ ଅଧିକ ଦୋକାନରୁ ଚୋରି ହୋଇଥିବା ସୋମବାର ସକାଳୁ ଦେଖିବାକୁ ମିଳିଛି। ତେବେ ଚୋରି କରୁଥିବା ବେଳେ ଜଣଙ୍କୁ ଧରି ପୋଲିସ ଜିମା ଦେଇଥିବା ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଏକ ଦୋକାନ ମଧ୍ୟରେ ପଶି ଚୋରି କରୁଥିବା ସମୟରେ ଦୋକାନୀ ଖବର ପାଇ ଆସି ବାହାରୁ ଚାବି ପକାଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ଉକ୍ତ ଯୁବକଙ୍କୁ ଅଟକ ରଖିଥିବା ବେଳେ ଆଉ ଦୁଇ ଜଣଙ୍କୁ ପଚରାଉଚରା ପାଇଁ ଆଣିଥିବା ଜଣାପଡ଼ିଛି। ସେହିପରି ନିକଟରେ ଥିବା ଏକ ଗ୍ରାହକ ସେବାକେନ୍ଦ୍ରରୁ ମଧ୍ୟ ଲକ୍ଷାଧିକ ଟଙ୍କାର ଜିନିଷପତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଧର୍ମଶାଳା ପୋଲିସ ପକ୍ଷରୁ କିଛି ଦିନ ପୂର୍ବେ ଅନେକ ଚୋରଙ୍କୁ ଧରି କୋର୍ଟ ଚାଲାଣ କରିଥିବା ବେଳେ ସେମାନେ ମାତ୍ର ଗୋଟିଏ ଦିନ ମଧ୍ୟରେ ବେଳରେ ଆସିଥିବା ମଧ୍ୟ ଜାଣିବାକୁ ମିଳିଛି। ତେବେ ଧର୍ମଶାଳାଠାରେ ପୋଲିସ ଷ୍ଟେଶନ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପୋଷ୍ଟ ଅଫିସ, ତହସିଲ କାର୍ଯ୍ୟାଳୟ ଓ ସ୍କୁଲ ରହିଥିବା ବେଳେ ଏହାର ପାଖରେ ଛୋଟ ବଡ଼ ୩୦ରୁ ଏକାଧିକ ଦୋକାନ ରହିଛି। ତେବେ ସବୁଠାରୁ ବଡ଼ କଥା ଥାନାର ଅତି ନିକଟ ବଜାର ଏହା ହୋଇଥିବା ସତେ ଚୋର ଏହି ବଜାରକୁ ଛାଡ଼ି ନାହାନ୍ତି। ଏହି ଅଞ୍ଚଳରେ ନିଶା କାରବାର ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି କାଲିର ଯୁବପିଢ଼ିମାନେ ଏହା କବଳ ଆସି ପଥଭ୍ରଷ୍ଟ ହେଉଥିବା ଦେଖିବାକୁ ମିଳୁଛି। ବିଭିନ୍ନ ସ୍ଥାନରେ ନିଶା ବେପାରୀମାନେ ଛିଡ଼ା ହୋଇ ରହୁଛନ୍ତି ଏବଂ ଯୁବକମାନଙ୍କୁ ବିକ୍ରି କରି ସେମାନଙ୍କୁ ଖରାପ କରିବା ସହ ନିଜେ ମାଲାମାଲ ହେଉଛନ୍ତି। ଏହି ନିଶା ଟିକେ କିଣିବା ପାଇଁ ଯୁବକମାନେ ଚୋରି ଭଳି ରାସ୍ତାକୁ ବାଛି ନେଉଛନ୍ତି। ଅନ୍ୟପକ୍ଷରେ ଧର୍ମଶାଳା ପୋଲିସର ନିଷ୍କ୍ରିୟତା ଯୋଗୁ ଏଭଳି ଘଟଣା ହେଉଥିବା ଚର୍ଚ୍ଚା ହେଉଛି। ଥାନାରେ ମାଳମାଳ ଗାଡ଼ି ଥିବାବେଳେ ପୋଲିସର ଆଦୌ ପାଟ୍ରୋଲିଂ ଦେଖିବାକୁ ମିଳୁନି। ଯଦ୍ୱାରା ଅତି ସହଜରେ ଚୋରମାନେ ଏହି ଭଳି କାଣ୍ଡ କରୁଥିବା ଲୋକେ କହିଛନ୍ତି।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri