ପୋଲିସ ଏସ୍‌ଆଇ ପରୀକ୍ଷାର୍ଥୀଙ୍କ ଡାଟା ଅପ୍‌ଡେଟ୍‌, ଯାଞ୍ଚ ଅବଧି ୧୦ ଦିନ ବୃଦ୍ଧି

ଭୁବନେଶ୍ୱର,୨୯ା୧୦(ସୁଚିସ୍ମିତା ସାହୁ): ମିଳିତ ପୋଲିସ ସେବା ପରୀକ୍ଷା(ସିପିଏସ୍‌ଇ)-୨୦୨୪ ଅଧୀନରେ ସବ୍‌-ଇନ୍ସପେକ୍ଟର ପଦବୀ ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ତଥ୍ୟ ଅପ୍‌ଡେଟ୍‌ ଓ ଯାଞ୍ଚ ଅବଧିକୁ ୧୦ଦିନ ବୃଦ୍ଧି କରାଯାଇଛି। ଆଶାୟୀ ପ୍ରାର୍ଥୀମାନେ ନଭେମ୍ବର ୮ ରାତି ୧୦ଟା ପର୍ଯ୍ୟନ୍ତ ନିଜର ପ୍ରମାଣପତ୍ର ଓ ଅନ୍ୟାନ୍ୟ ତଥ୍ୟ ଅପ୍‌ଡେଟ୍‌ କିମ୍ବା ଯାଞ୍ଚ କରିପାରିବେ ବୋଲି ଓଡ଼ିଶା ୟୁନିଫର୍ମଡ ସର୍ଭିସେସ୍‌ ଷ୍ଟାଫ୍‌ ସିଲେକ୍ସନ କମିଶନ (ଓୟୁଏସ୍‌ଏସ୍‌ଏସ୍‌ସି) ପକ୍ଷରୁ ସୁଯୋଗ ଦିଆଯାଇଛି। ବୟସ କୋହଳ ବ୍ୟବସ୍ଥା ଅନ୍ତର୍ଗତ ଯୋଗ୍ୟ ପ୍ରାର୍ଥୀମାନେ ମଧ୍ୟ ଏହି ସମୟସୀମା ମଧ୍ୟରେ ନିଜର ତଥ୍ୟ ଯାଞ୍ଚ କରିପାରିବେ। ପ୍ରାର୍ଥୀମାନେ https://ousssc.odisha.gov.in ୱେବ୍‌ସାଇଟରେ ଲଗ୍‌ଇନ୍‌ କରି ନିଜ ପ୍ରମାଣପତ୍ର ଓ ଅନ୍ୟାନ୍ୟ ତଥ୍ୟ ଦେଇପାରିବେ। ନଭେମ୍ବର ୮ ପରେ କୌଣସି ପରିସ୍ଥିତିରେ ସମୟସୀମା ଆଉ ବୃଦ୍ଧି କରାଯିବ ନାହିଁ। ଧାର୍ଯ୍ୟ ସମୟ ମଧ୍ୟରେ ପ୍ରକ୍ରିୟା ସମ୍ପୂର୍ଣ୍ଣ ନ କଲେ ଏଥିଯୋଗୁ ଉପୁଜିବାକୁ ଥିବା ପରିଣାମ ପାଇଁ ପ୍ରାର୍ଥୀ ନିଜେ ଦାୟୀ ରହିବେ। ଶେଷ ମୁହୂର୍ତ୍ତରେ ସମ୍ଭାବ୍ୟ ବୈଷୟିକ ସମସ୍ୟା ଓ ଅନ୍ୟାନ୍ୟ ଅସୁବିଧାକୁ ଏଡ଼ାଇବା ପାଇଁ ପ୍ରାର୍ଥୀମାନେ ଶେଷ ତାରିଖକୁ ଅପେକ୍ଷା ନ କରି ଯଥାଶୀଘ୍ର ଏହି ପ୍ରକ୍ରିୟା ସମାପ୍ତ କରିବାକୁ ଆୟୋଗ ପରାମର୍ଶ ଦେଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷପତି ଦିଦିରେ ଓଡ଼ିଶା ଆଗରେ! ୨୯ ଲକ୍ଷଙ୍କୁ ନେଇ ଶିବରାଜଙ୍କ ବଡ଼ ବୟାନ

ବଲାଙ୍ଗୀର,୧୪।୧୧(ସୁନିଲ ମହାନ୍ତି): ମହିଳା ସଶକ୍ତୀକରଣ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ରାଜ୍ୟରେ ୨୯ ଲକ୍ଷ ମହିଳା ଲକ୍ଷପତି ଦିଦି ହୋଇଥିବା ରିପୋର୍ଟ ମିଳିଥିବା କହିଛନ୍ତି…

ମାସେ ତଳେ ସାଙ୍ଗଙ୍କୁ ପଥରରେ ଛେଚି ହତ୍ୟା କରିଥିଲେ ସାଙ୍ଗ, ଆଜି ଅଭିଯୁକ୍ତଙ୍କୁ…

ସମ୍ବଲପୁର,୧୪ା୧୧(ପ୍ରମୋଦ ବହିଦାର): ମାସେ ତଳୁ ନିଖୋଜ ଥିବା ଜଣେ ବ୍ୟକ୍ତିଙ୍କ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିଛି ସମ୍ବଲପୁର ପୋଲିସ। ମଦ ପିଇବା ସମୟରେ ହୋଇଥିବା ବଚସାରୁ ଜଣେ…

ଚାଚା ନେହେରୁଙ୍କ ଜନ୍ମଦିନରେ ଉତ୍ସବମୁଖର ପାଟଣାର୩ ବିଦ୍ୟାଳ

ପାଟଣା, ୧୪/୧୧ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଗୋପୀନାଥ ନାରାୟଣ ଉଚ୍ଚ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ପାଟଣା…

ରାଜ୍ୟରେ ଆରମ୍ଭ ହେଲା ପିଏମ୍‌ ଆବାସ ବଣ୍ଟନ: ବଲାଙ୍ଗୀରରୁ ଶୁଭାରମ୍ଭ

ବଲାଙ୍ଗୀର,୧୪।୧୧(ସୁନୀଲ ମହାନ୍ତି ): ରାଜ୍ୟରେ ଆରମ୍ଭ ହୋଇଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ ଆବାସ) ଅଧୀନରେ ଗୃହ ବଣ୍ଟନ ପ୍ରକ୍ରିୟା। ବଲାଙ୍ଗିରରେ ଆୟୋଜିତ ଏକ ରାଜ୍ୟସ୍ତରୀୟ ମେଗା…

ଏଣିକି ପ୍ରତିଦିନ ଗୋଟିଏ ସିଟିଂରେ ହେବ ମାଟ୍ରିକ୍‌ ପରୀକ୍ଷା: ମାର୍ଚ୍ଚ ୧୨ରୁ ଆରମ୍ଭ, ୨୭ରେ ଶେଷ ହେବ ପରୀକ୍ଷା

ଭୁବନେଶ୍ୱର,୧୪।୧୧ ଆଗାମୀ ମାଟ୍ରିକ୍‌ ପରୀକ୍ଷାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)। ଏଣିକି ପ୍ରତିଦିନ ଗୋଟିଏ ସିଟିଂରେ ଅନୁଷ୍ଠିତ ହେବ ମାଟ୍ରିକ୍‌ ପରୀକ୍ଷା।…

ଗଞ୍ଜାମ ବନ୍ୟା ବିପର୍ଯ୍ୟୟ: ଜଳସମ୍ପଦ ବିଭାଗର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ, ବଦଳିଲେ ଭଞ୍ଜନଗର ଅଧୀକ୍ଷଣ ଯନ୍ତ୍ରୀ

ଭଞ୍ଜନଗର,୧୪ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ଗତ ୨୯ ତାରିଖରେ ଘଟିଥିବା ଭୟାବହ ବନ୍ୟାକୁ ନେଇ ଜଳସମ୍ପଦ ବିଭାଗର କାର୍ଯ୍ୟଧାରା ଏବେ ପ୍ରଶ୍ନଘେରରେ। ବିଭାଗୀୟ ଯନ୍ତ୍ରୀମାନଙ୍କ ମଧ୍ୟରେ ସମନ୍ବୟ…

ମେଡିକାଲର ୪ ମହିଲାରୁ ଖସି ରୋଗୀଙ୍କ ଜୀବନ ଗଲା, ଆତ୍ମହତ୍ୟା ନା ଆଉ କିଛି ଚାଲିଛି ତନାଘନା

ଢେଙ୍କାନାଳ,୧୪ା୧୧(ରତନ ନାୟାର): ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟର ୪ ମହଲାରୁ ଖସିପଡ଼ି ଶୁକ୍ରବାର ବିଳମ୍ବିତ ରାତିରେ ମନୋଜ ଦେହୁରୀ (୩୫) ନାମକ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି।…

ଜେଲ୍‌ରୁ ଫେରି ରକ୍ତମୁଖା: ବଡ଼ଭାଇଙ୍କୁ କାଠରେ ପିଟିପିଟି ହତ୍ୟା କଲେ ସାନଭାଇ

ପାଟଣାଗଡ଼,୧୪ା୧୧(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଥାନା ଅନ୍ତର୍ଗତ ବାଲିପଟା ଗାଁରେ ଶନିବାର ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି। ସାମାନ୍ୟ କଥାକୁ କେନ୍ଦ୍ର କରି ସାନ ଭାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?