Posted inରାଜ୍ୟ

କାଲି ୨ ଟ୍ରେନ୍‌ ବାତିଲ, ୧୪ର ଗତିପଥ ପରିବର୍ତ୍ତନ, ଜାଣି ନିଅନ୍ତୁ କେଉଁ କେଉଁ…

ଭୁବନେଶ୍ୱର,୨୯ା୧୦(ସୁଚିସ୍ମିତା ସାହୁ): ବାତ୍ୟା ଓ ବର୍ଷାଜନିତ ପରିସ୍ଥିତି ଏବଂ ରେଳଧାରଣା ନିକଟରେ ଜଳସ୍ତର ବୃଦ୍ଧି ଯୋଗୁ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ବିଶାଖାପାଟଣା ରେଳ ଡିଭିଜନ ଅନ୍ତର୍ଗତ ଇଚ୍ଛାପୁରମ-ଝାଡୁପୁଡ଼ି ରେଳଖଣ୍ଡରେ ଦୁଇଟି ରେଳପୋଲ ଉପରେ ବିପଦ ସଙ୍କେତଠାରୁ ଅଧିକ ଉଚ୍ଚତାରେ ପାଣି ପ୍ରବାହିତ ହେଉଥିବାରୁ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୯ଟି ଟ୍ରେନ୍‌ ବାତିଲ କରାଯାଇଥିବାବେଳେ ୧୪ଟି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରାଯାଇଛି। ଗୁରୁବାର ୭ଟି ଓ ଶୁକ୍ରବାର ପାଇଁ ଗୋଟିଏ ଟ୍ରେନ୍‌ ବାତିଲ ହୋଇଥିବାବେଳେ ପୂର୍ବରୁ ଗୋଟିଏ ଟ୍ରେନ୍‌ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବାତିଲ ରହିଛି। ହାଓଡା-ସିକନ୍ଦରାବାଦ ଫଲକ୍‌ନୁମା ଏକ୍ସପ୍ରେସ୍‌ (୧୨୭୦୩) ପୂର୍ବରୁ ବାତିଲ ରହିଥିବାବେଳେ ଶୁକ୍ରବାର ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ୍‌ (୧୮୪୪୮) ବାତିଲ ରହିବ।

ସେହିପରି ଗତିପଥ ବଦଳିଥିବା ଟ୍ରେନ୍‌ ମଧ୍ୟରେ ବ୍ରହ୍ମପୁର-ଉଧନା ଅମୃତ ଭାରତ ଏକ୍ସପ୍ରେସ୍‌ (୧୯୦୨୨) ଅନୁଗୋଳ-ସମ୍ବଲପୁର-ଟିଟିଲାଗଡ଼-ଲାଖୋଲି ଦେଇ ଚଳାଚଳ କରିବ। ଭୁବନେଶ୍ୱର-ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ୍‌ (୧୮୪୬୩), ହାଓଡା-ଏସ୍‌ଏମ୍‌ଭିବି-ବେଙ୍ଗାଲୁରୁ ଏକ୍ସପ୍ରେସ୍‌ (୧୨୮୬୩), ଭାଗଲପୁର-ଯଶବନ୍ତପୁର ଅଙ୍ଗ ଏକ୍ସପ୍ରେସ୍‌ (୧୨୨୫୪) ଓ ଶାଲିମାର-ନାଗରକୋଏଲ ଗୁରୁଦେବ ଏକ୍ସପ୍ରେସ୍‌ (୧୨୬୬୦) ଅନୁଗୋଳ-ସମ୍ବଲପୁର-ରାୟଗଡ଼ା-ବିଜୟନଗରମ ଦେଇ ଯିବ। ସେହିପରି ମାଲଦା ଟାଉନ-ଏସ୍‌ଏମ୍‌ଭିବି ଏକ୍ସପ୍ରେସ୍‌ (୦୬୫୬୬) କପିଳାସ ରୋଡ୍‌-ଅନୁଗୋଳ-ସମ୍ବଲପୁର-ରାୟଗଡ଼ା-ବିଜୟନଗରମ୍‌ ଦେଇ ଚଳାଚଳ କରିବ। ତିରୁଚିରାପଲ୍ଲୀ-ନ୍ୟୁ ଜଲପାଇଗୁଡ଼ି-ଅମୃତ ଭାରତ ଏକ୍ସପ୍ରେସ୍‌ (୨୦୬୧୦), ଏସ୍‌ଏମ୍‌ଭିବି-ହାଓଡା ଏସି ଏକ୍ସପ୍ରେସ୍‌ (୨୨୮୬୪), ଏସ୍‌ଏମ୍‌ଭିବି-ହାଓଡା ଏକ୍ସପ୍ରେସ୍‌ (୧୨୮୬୪) ଓ ତିରୁନେଲଭେଲି-ପୁରୁଲିଆ ଏକ୍ସପ୍ରେସ (୨୨୬୦୬) ବିଜୟନଗରମ-ଟିଟିଲାଗଡ଼-ଝାରସୁଗୁଡ଼ା-ଖଡ଼ଗପୁର ଦେଇଯିବ। ସେହିପରି ସିକନ୍ଦରାବାଦ-ହାଓଡା ଫଲକ୍‌ନୁମା ଏକ୍ସପ୍ରେସ୍‌ (୧୨୭୦୪) ଓ ଏସ୍‌ଏମ୍‌ଭିବି-ବାଲୁରଘାଟ ଏକ୍ସପ୍ରେସ୍‌ (୧୬୫୨୩) ବିଜୟନଗରମ-ଟିଟିଲାଗଡ଼-ସମ୍ବଲପୁର-ଅନୁଗୋଳ-କଟକ ଦେଇ ଚଳାଚଳ କରିବ। ତିରୁପତି-ପୁରୀ ଏକ୍ସପ୍ରେସ୍‌ (୧୭୪୮୦) ବିଜୟନଗରମ-ସମ୍ବଲପୁର-ନରାଜ-ମାର୍ଥାପୁର-ଖୋର୍ଦ୍ଧା ରୋଡ୍‌ ଦେଇଯିବ। ସିକନ୍ଦରାବାଦ-ଭୁବନେଶ୍ୱର ବିଶାଖା ଏକ୍ସପ୍ରେସ୍‌ (୧୭୦୧୬) ବିଜୟନଗରମ-ସମ୍ବଲପୁର-ଭୁବନେଶ୍ୱର ଦେଇ ଚଳାଚଳ କରିବ। ତେବେ ଯାତ୍ରୀମାନେ ଯାତ୍ରା ଆରମ୍ଭ ପୂର୍ବରୁ ଟ୍ରେନ ସ୍ଥିତି ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜୋଲାପୁଟ ଡ୍ୟାମ୍‌ର ୮ ଗେଟ୍‌ ଖୋଲିଲା

ନନ୍ଦପୁର,୨୯ା୧୦(ତୁଷାର କାନ୍ତ ମହାନ୍ତି): ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଲଗାଣ ବର୍ଷା ଯୋଗୁ ପାତାଳୀ ଓ ମାଛକୁଣ୍ଡ ନଦୀ ଦେଇ କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ର ଜୋଲାପୁଟ ଜଳଭଣ୍ଡାର…

ପୋଲିସ ଏସ୍‌ଆଇ ପରୀକ୍ଷାର୍ଥୀଙ୍କ ଡାଟା ଅପ୍‌ଡେଟ୍‌, ଯାଞ୍ଚ ଅବଧି ୧୦ ଦିନ ବୃଦ୍ଧି

ଭୁବନେଶ୍ୱର,୨୯ା୧୦(ସୁଚିସ୍ମିତା ସାହୁ): ମିଳିତ ପୋଲିସ ସେବା ପରୀକ୍ଷା(ସିପିଏସ୍‌ଇ)-୨୦୨୪ ଅଧୀନରେ ସବ୍‌-ଇନ୍ସପେକ୍ଟର ପଦବୀ ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ତଥ୍ୟ ଅପ୍‌ଡେଟ୍‌ ଓ ଯାଞ୍ଚ ଅବଧିକୁ ୧୦ଦିନ ବୃଦ୍ଧି…

କାଲି ଗଞ୍ଜାମ-ଗଜପତି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବନ୍ୟା ପ୍ରଭାବିତ ଅଞ୍ଚଳକୁ ଆକାଶମାର୍ଗରୁ….

ଭୁବନେଶ୍ୱର/ଛତ୍ରପୁର, ୨୯।୧୦(ସୁନିତ୍‌ ମିଶ୍ର/ଦିଲ୍ଲୀପ ସାମଲ): ସ୍ପେଶାଲ ରିଲିଫ କମିଶନର(ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟସ୍ଥିତ ରାଜ୍ୟ ଜରୁରିକାଳୀନ ନିୟନ୍ତ୍ରଣ କକ୍ଷଠାରେ ଗୁରୁବାର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବାତ୍ୟା ଅର୍ଣ୍ଣବକୁ…

କାଲି ମିଳିବ ୨୪ତମ ପିଏମ୍‌ କିଷାନ କିସ୍ତି, ରାଜ୍ୟର ୩୫.୩୯ ଲକ୍ଷ ଚାଷୀଙ୍କ…

ଭୁବନେଶ୍ୱର, ୨୯।୧୦(ସୁନିତ୍‌ ମିଶ୍ର): ପିଏମ୍‌ କିଷାନ ଉତ୍ସବ ଦିବସ ଅବସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି(ପିଏମ୍‌ କିଷାନ) ଯୋଜନାର ୨୪ତମ କିସ୍ତି ପ୍ରଦାନ କରାଯିବ। ଏହି…

ଜୁନାଗଡ଼ ହାତୀ ନଦୀ ପୋଲ ନିକଟରେ ଭୟଙ୍କର ଦୁର୍ଘଟଣା: ବ୍ୟାରିକେଡ଼ରେ ପିଟିହୋଇ ହୁତୁହୁତୁ ହୋଇ ଜଳିଗଲା କାର୍, ୨ ଯାତ୍ରୀ…

ଜୁନାଗଡ଼, ୨୯।୧୦ (ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ହାତୀ ନଦୀ ପୋଲ ନିକଟରେ ଗୁରୁବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ମୋଟର…

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ଚାଇନାକୁ ପରାସ୍ତ କରି ଭାରତର ବିଜୟ ଧାରା ଜାରି

ଜଳନ୍ଧର,୨୯ା୧୦: ଡିଫେଣ୍ଡିଂ ଚାମ୍ପିୟନ ଭାରତୀୟ ହକି ଦଳ ଚଳିତ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ନାମେଣ୍ଟରେ ବିଜୟ ଧାରା ଜାରି ରଖିଛି। ଗୁରୁବାର ଅନୁଷ୍ଠିତ ମ୍ୟାଚ୍‌ରେ ଅଧିନାୟକ…

ଆମ୍ବୁଲାନ୍ସରେ ଭୟଙ୍କର ବିସ୍ଫୋରଣ: ୧୦ ମୃତ

କରାଚୀ, ୨୯ା୧୦ : ଦକ୍ଷିଣ ପାକିସ୍ତାନର ଏକ ସରକାରୀ ଚିକିତ୍ସାଳୟ ପରିସରରେ ଠିଆ ହୋଇଥିବା ଏକ ଆମ୍ବୁଲାନ୍ସ ଭିତରେ ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ ଘଟି ଜଣେ ରୋଗୀଙ୍କ…

ଚିକେନ୍ କିଣିବାକୁ ଯାଇ ବିବାହିତ ଯୁବକ ନିଖୋଜ: ସୁଇଚ୍ ଅଫ୍ ଅଛି ମୋବାଇଲ୍ ଫୋନ୍, ପାଟଣା ଥାନାର ଦ୍ୱାରସ୍ଥ…

ପାଟଣା, ୨୯।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ସାଧୁପଡ଼ାରେ ଭଡ଼ାଘରେ ରହୁଥିବା ଜଣେ ବିବାହିତ ଯୁବକ ଚିକେନ୍ କିଣିବାକୁ ବଜାରକୁ ଯାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?