Posted inଖେଳ

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ଚାଇନାକୁ ପରାସ୍ତ କରି ଭାରତର ବିଜୟ ଧାରା ଜାରି

ଜଳନ୍ଧର,୨୯ା୧୦: ଡିଫେଣ୍ଡିଂ ଚାମ୍ପିୟନ ଭାରତୀୟ ହକି ଦଳ ଚଳିତ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ନାମେଣ୍ଟରେ ବିଜୟ ଧାରା ଜାରି ରଖିଛି। ଗୁରୁବାର ଅନୁଷ୍ଠିତ ମ୍ୟାଚ୍‌ରେ ଅଧିନାୟକ ହରମନପ୍ରୀତ ସିଂ (୨୭ ଓ ୩୧ତମ) ଓ ସୁଖଜିତ ସିଂ(୧୨ ଓ ୩୪ତମ)ଙ୍କ ଡବଲ ଗୋଲ ବଳରେ ଭାରତ ୫-୨ ଗୋଲରେ ଚାଇନାକୁ ପରାସ୍ତ କରିଛି।

ଲଗାତର ଦୁଇ ମ୍ୟାଚ୍‌ରେ ଦ୍ୱିତୀୟ ବିଜୟ ସହ ୬ ଦଳ ବିଶିଷ୍ଟ ଏହି ପ୍ରତିଯୋଗିତାରେ ଶୀର୍ଷ ସ୍ଥାନ ଅଧିକାର କରିଛି। ମାଲେସିଆ ଓ ଜାପାନ ପାଖରେ ସମାନ ୬ ପଏଣ୍ଟ ରହିଛି। ହେଲେ ସେମାନେ ଗୋଲ ବ୍ୟବଧାନରେ ଭାରତଠାରୁ ପଛରେ ରହିଥିବାରୁ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।

ଆଶା ଅନୁଯାୟୀ ମ୍ୟାଚ୍‌ ଆରମ୍ଭରୁ ହିଁ ଭାରତ ଆଟାକିଂ ଖେଳ ପ୍ରଦର୍ଶନ କରିଥିଲା। ଚାଇନାର ଡିଫେନ୍ସ ବିଭାଗର ଉନ୍ନତ ପ୍ରଦର୍ଶନ ସତ୍ତ୍ୱେ ୧୨ତମ ମିନିଟ୍‌ରେ ସୁଖଜିତ ସିଂଙ୍କ ଗୋଲ ବଳରେ ଭାରତ ଖାତା ଖୋଲିଥିଲା। ଦ୍ୱିତୀୟ କ୍ୱାର୍ଟରର ୨୬ତମ ମିନିଟ୍‌ରେ ଚାଇନାକୁ ମିଳିଥିବା ପେନାଲ୍ଟି କର୍ନର (ପିସି)କୁ ଗୋଲରେ କନଭର୍ଟ କରି ୟାଙ୍ଗ ପେଙ୍ଗ ସ୍କୋର ଲାଇନକୁ ବରାବର କରିଥିଲେ।

ପରବର୍ତ୍ତୀ ମିନିଟ୍‌ରେ ଭାରତକୁ ମିଳିଥିଲା ଏକ ପିସି, ଯାହାକୁ ଅଧିନାୟକ ହରମନପ୍ରୀତ ସିଂ(୨୭ତମ) ଗୋଲରେ ପରିଣତ କରି ଭାରତକୁ ୨-୧ ଗୋଲରେ ଆଗୁଆ କରାଇଥିଲେ। ତୃତୀୟ କ୍ୱାର୍ଟରର ୩୧ତମ ମିନିଟ୍‌ରେ ଭାରତକୁ ଆଉ ଏକ ପିସି ମିଳିଥିଲା, ଯାହାକୁ ହରମନପ୍ରୀତ ଗୋଲରେ ପରିଣତ କରିଥିଲେ। ଏହାପରେ ସଞ୍ଜୟଠାରୁ ପାଇଥିବା ପାସ୍‌ରୁ ସୁଖଜିତ (୩୪ତମ) ଏକ ଦର୍ଶନୀୟ ଫିଲ୍ଡ ଗୋଲ ସ୍କୋର କରିଥିଲେ।

ଏହା ତାଙ୍କର ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ଥିଲା। ୩୬ତମ ମିନିଟ୍‌ରେ ଚାଇନାକୁ ମିଳିଥିବା ପିସିକୁ ଚେନ ଚଙ୍ଗକଙ୍ଗ ଗୋଲରେ କନଭର୍ଟ କରି ଭାରତର ଅଗ୍ରଣୀ ବ୍ୟବଧାନକୁ ହ୍ରାସ କରିଥିଲେ। ଚତୁର୍ଥ ତଥା ଅନ୍ତିମ କ୍ୱାର୍ଟରର ୪୭ତମ ମିନିଟ୍‌ରେ ଭାରତକୁ ଆଉ ଏକ ପିସି ମିଳିଥିଲା, ଯେଉଁଥିରୁ ଜୁଗରାଜ ସିଂ ଭାରତ ପାଇଁ ପଞ୍ଚମ ଗୋଲ ସ୍କୋର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଗଞ୍ଜାମ-ଗଜପତି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବନ୍ୟା ପ୍ରଭାବିତ ଅଞ୍ଚଳକୁ ଆକାଶମାର୍ଗରୁ….

ଭୁବନେଶ୍ୱର/ଛତ୍ରପୁର, ୨୯।୧୦(ସୁନିତ୍‌ ମିଶ୍ର/ଦିଲ୍ଲୀପ ସାମଲ): ସ୍ପେଶାଲ ରିଲିଫ କମିଶନର(ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟସ୍ଥିତ ରାଜ୍ୟ ଜରୁରିକାଳୀନ ନିୟନ୍ତ୍ରଣ କକ୍ଷଠାରେ ଗୁରୁବାର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବାତ୍ୟା ଅର୍ଣ୍ଣବକୁ…

କାଲି ମିଳିବ ୨୪ତମ ପିଏମ୍‌ କିଷାନ କିସ୍ତି, ରାଜ୍ୟର ୩୫.୩୯ ଲକ୍ଷ ଚାଷୀଙ୍କ…

ଭୁବନେଶ୍ୱର, ୨୯।୧୦(ସୁନିତ୍‌ ମିଶ୍ର): ପିଏମ୍‌ କିଷାନ ଉତ୍ସବ ଦିବସ ଅବସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି(ପିଏମ୍‌ କିଷାନ) ଯୋଜନାର ୨୪ତମ କିସ୍ତି ପ୍ରଦାନ କରାଯିବ। ଏହି…

ଜୁନାଗଡ଼ ହାତୀ ନଦୀ ପୋଲ ନିକଟରେ ଭୟଙ୍କର ଦୁର୍ଘଟଣା: ବ୍ୟାରିକେଡ଼ରେ ପିଟିହୋଇ ହୁତୁହୁତୁ ହୋଇ ଜଳିଗଲା କାର୍, ୨ ଯାତ୍ରୀ…

ଜୁନାଗଡ଼, ୨୯।୧୦ (ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ହାତୀ ନଦୀ ପୋଲ ନିକଟରେ ଗୁରୁବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ମୋଟର…

ଆମ୍ବୁଲାନ୍ସରେ ଭୟଙ୍କର ବିସ୍ଫୋରଣ: ୧୦ ମୃତ

କରାଚୀ, ୨୯ା୧୦ : ଦକ୍ଷିଣ ପାକିସ୍ତାନର ଏକ ସରକାରୀ ଚିକିତ୍ସାଳୟ ପରିସରରେ ଠିଆ ହୋଇଥିବା ଏକ ଆମ୍ବୁଲାନ୍ସ ଭିତରେ ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ ଘଟି ଜଣେ ରୋଗୀଙ୍କ…

ଚିକେନ୍ କିଣିବାକୁ ଯାଇ ବିବାହିତ ଯୁବକ ନିଖୋଜ: ସୁଇଚ୍ ଅଫ୍ ଅଛି ମୋବାଇଲ୍ ଫୋନ୍, ପାଟଣା ଥାନାର ଦ୍ୱାରସ୍ଥ…

ପାଟଣା, ୨୯।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ସାଧୁପଡ଼ାରେ ଭଡ଼ାଘରେ ରହୁଥିବା ଜଣେ ବିବାହିତ ଯୁବକ ଚିକେନ୍ କିଣିବାକୁ ବଜାରକୁ ଯାଇ…

ଡେରାବିଶ ବ୍ଲକରେ ୧.୦୬ କୋଟି ଟଙ୍କାର ସରକାରୀ ଅର୍ଥ ହଡ଼ପ: ସଦର ଥାନାରେ ବିଡ଼ିଓଙ୍କ ଏତଲା, ବରିଷ୍ଠ କିରାଣୀ ଫେରାର

ଡେରାବିଶ, ୨୯।୧୦ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକରେ କାର୍ଯ୍ୟରତ ବରିଷ୍ଠ କିରାଣୀ ଶଶିକାନ୍ତ ରଣା ଚଞ୍ଚକତା କରି ୧ କୋଟି ୬ ଲକ୍ଷ…

ନୀତୀଶଙ୍କ ଘନିଷ୍ଠ ସହଯୋଗୀ ଏବେ ହୋଇପାରନ୍ତି ସମ୍ରାଟଙ୍କ ପ୍ରମୁଖ ସଚିବ; ବିହାରକୁ ଫେରିବାକୁ ଯାଉଛନ୍ତି ଓଡ଼ିଶା କ୍ୟାଡରର ଆଇଏଏସ!

ପାଟନା,୨୯।୧୦: ଓଡ଼ିଶା କ୍ୟାଡରର ଭାରତୀୟ ପ୍ରଶାସନିକ ସେବା (IAS) ଅଧିକାରୀ ସଞ୍ଜୟ କୁମାର ସିଂହ, ଯିଏ ମୂଳତଃ ବିହାରର ବାସିନ୍ଦା, ତାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ପ୍ରମୁଖ…

ବାତ୍ୟା ଅର୍ଣ୍ଣବ ପ୍ରଭାବ, ଉପୁଡ଼ି ପଡ଼ିଲା ଗଛ, ଛିଣ୍ଡିଲା ବିଦ୍ୟୁତ୍‌ ତାର

ଲାଞ୍ଜିଗଡ଼, ୨୯ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକର ବିଭିନ୍ନ ସ୍ଥାନରେ ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗଛ ପଡି ରାସ୍ତା ଅବରୋଧ ହୋଇଥିବା ବେଳେ ବିଦ୍ୟୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?