ରାତିରେ ଚୋରି, ଦିନରେ ଲୁଟ୍‌

ଅନୁଗୋଳ ଅଫିସ, ୧୬।୫: ରାତିରେ ଦାମୀ ଘର ଦେଖି କରାଯାଉଛି ଟାର୍ଗେଟ୍‌। ଏପରି କି ଘର ଲୋକ ଥିଲେ ମଧ୍ୟ କୌଶଳ କରି କଳାକନା ବୁଲାଇ ଦେଉଛନ୍ତି ଦୁର୍ବୃତ୍ତ। ସେହିପରି ଦିନରେ ସହର ବଜାରରେ ବୁଲି ଦୁର୍ବୃତ୍ତମାନେ ବ୍ୟାଙ୍କ ଓ ବେପାରରୁ ଫେରୁଥିବା ଲୋକଙ୍କଠାରୁ ଲୁଟ୍‌ପାଟ କରୁଛନ୍ତି। ଟଙ୍କା ବ୍ୟାଗ ଝାମ୍ପି ନେଇ ଆଖି ପିଛୁଳାକେ ଫେରାର ହୋଇଯାଉଛନ୍ତି। କେହି ପ୍ରତିରୋଧ କଲେ ଆକ୍ରମଣ କରିବାକୁ ଏମାନେ ପଛାଉନାହାନ୍ତି। କିଛିଦିନ ହେଲା ଅନୁଗୋଳ ସହର ସମେତ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଏପରି ଆପରାଧିକ କାର୍ଯ୍ୟ ବଢ଼ିଚାଲିଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଗତ ମାସକ ମଧ୍ୟରେ କେବଳ ଅନୁଗୋଳ ସହରରେ ୫ରୁ ଊର୍ଦ୍ଧ୍ୱ ଛୋଟ ବଡ଼ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି।
ଅନୁଗୋଳ ଜିଲା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରୁ ଏପ୍ରିଲ ୧୨ ତାରିଖରେ ଏୟାର କଣ୍ଡିଶନର ସହ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଥିଲା। ସେହିପରି ଏପ୍ରିଲ ୧୯ରେ ତାଳଚେର ଥାନା ଅଧୀନ ଏକ ବ୍ୟାଙ୍କରୁ ଟଙ୍କା ନେଇ ଆସୁଥିବା ଅବସରପ୍ରାପ୍ତ ଶିକ୍ଷକ ଦୁର୍ଗାପ୍ରସାଦ ରଥଙ୍କ ବାଇକ୍‌ ଡିକି ଭାଙ୍ଗି ହାଟତୋଟା ନିକଟରୁ ୩ ଲକ୍ଷ ଟଙ୍କା ଧରି ଦୁର୍ବୃତ୍ତମାନେ ଚମ୍ପଟ ମାରିଥିଲେ। ରେଙ୍ଗାଳି ଥାନା ବଜ୍ରକୋଟ ହାଟ ନିକଟରୁ ଗୁଣ୍ଡୁରି ଗ୍ରାମର ସୁଶାନ୍ତ ନନ୍ଦଙ୍କ ବାଇକ୍‌ ଡିକି ଭାଙ୍ଗି ୧ ଲକ୍ଷ ୮ ହଜାର ଟଙ୍କା ନେଇଯାଇଥିଲେ। ହେମସୁରପଡ଼ାର ରଞ୍ଜନ ଦେହୁରୀଙ୍କ ଘରେ କେହି ନ ଥିବାବେଳେ ଦୁର୍ବୃତ୍ତମାନେ ସୁନା, ରୁପା ସହ ନଗଦ ଟଙ୍କା ଚୋରି କରିଥିଲେ। ଅନୁଗୋଳ ଡିଆଇସି ଛକରେ ରହୁଥିବା ସନ୍ଧ୍ୟାରାଣୀ ଦାସଙ୍କ ଘରେ ଗତ ଶୁକ୍ରବାର ରାତିରେ ଦୁର୍ବୃତ୍ତମାନେ ପଶି ଲକ୍ଷାଧିକ ଟଙ୍କାର ସୁନା, ରୁପା ଓ ନଗଦ ୩୦ ହଜାର ଟଙ୍କା ଚୋରି କରିଥିଲେ। ୧୩ ତାରିଖରେ ମହୀଧରପୁର ହାଟ ସାରି ଫେରୁଥିବା କଞ୍ଜରା ଗ୍ରାମର କ୍ଷୀରୋଦ ପ୍ରଧାନଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଟଙ୍କା ଲୁଟ୍‌ କରାଯାଇଥିଲା। ବିକ୍ରମପୁର ଥାନା ଅଧୀନରେ ଥିବା ଏକ ସିମେଣ୍ଟ ଫ୍ୟାକ୍ଟ୍ରି ଓ ନିର୍ମାଣାଧୀନ ଘରୁ ଚୋରି ହୋଇଥିଲା। ନାଲ୍‌କୋ ଓ ବଅଁରପାଳ ଥାନା ଅଞ୍ଚଳରୁ ମଧ୍ୟ ଚୋରି ବଢ଼ୁଥିବା ଅଭିଯୋଗ ହେଉଛି। ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଦୁର୍ବୃତ୍ତମାନେ ଜିଲାର ବିଭିନ୍ନ ଅଞ୍ଚଳରେ ଆପରାଧିକ କାର୍ଯ୍ୟ ଚଳାଇଥିବା ବେଳେ ତାହାକୁ ରୋକିବାରେ ପୋଲିସର ବିଫଳତା ଅସନ୍ତୋଷର କାରଣ ହୋଇଛି।

ସାଧାରଣ ଲୋକଙ୍କୁ ନ୍ୟାୟ ମିଳୁନାହିଁ
ପୋଲିସ ବିଭାଗର ଅନେକ କର୍ମଚାରୀ ନିଜ କ୍ଷମତାର ଅପବ୍ୟବହାର କରୁଛନ୍ତି। ନିଜ ସମ୍ପତ୍ତି ବୃଦ୍ଧିରେ ବ୍ୟସ୍ତ ରହୁଛନ୍ତି। କେବଳ ଏଥିପାଇଁ ସାଧାରଣ ଲୋକମାନେ ନ୍ୟାୟ ପାଇପାରୁନାହାନ୍ତି। ସ୍ବଚ୍ଛ ଭାବମୂର୍ତ୍ତି ସହ କର୍ତ୍ତବ୍ୟକୁ ଗୁରୁତ୍ୱ ଦେଲେ ଜିଲାରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣରେ ରହିବ।
-ରଞ୍ଜନ ପାତ୍ର, ଅନୁଗୋଳ

ହୁଗୁଳା ପାଟ୍ରୋଲିଂ ଦାୟୀ
ପୂର୍ବରୁ ଅନୁଗୋଳର ଦୁଇଟି ବ୍ୟାଙ୍କରୁ ଡକାୟତି ହୋଇଛି। ଏଟିଏମ୍‌ରୁ ମଧ୍ୟ ଲୁଟ ଉଦ୍ୟମ ହୋଇଛି। ଚଳିତମାସରେ ହେମସୁରପଡ଼ାର ଦୁଇଟି ସ୍ଥାନରେ ଦୁର୍ବୃତ୍ତମାନେ ଘରେ କଳାକନା ବୁଲାଇ ଦେଇଛନ୍ତି। ପୋଲିସର ପାଟ୍ରୋଲିଂ ବ୍ୟବସ୍ଥା ହୁଗୁଳା ପାଇଁ ଏଭଳି ଚୋରି ଓ ଲୁଟ୍‌ ବଢ଼ିଚାଲିଛି।
-ଦିବ୍ୟରଞ୍ଜନ ଦାସ, ଅନୁଗୋଳ

ସ୍ପେଶାଲ ସ୍କ୍ବାଡ୍‌ ନିଷ୍କ୍ରିୟ
ଅନୁଗୋଳ ସହରରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ହୁଗୁଳା ହୋଇପଡିଛି। କଡାକଡି ପାଟ୍ରୋଲିଂ କରାଯାଉନାହିଁ। ଏଭଳି କି ଏସ୍‌ପିଙ୍କ ଦ୍ୱାରା ଗଢ଼ାଯାଇଥିବା ସ୍ପେଶାଲ ସ୍କ୍ବାଡ୍‌ ମଧ୍ୟ ଏକପ୍ରକାର ନିଷ୍କ୍ରିୟ ହୋଇଯାଇଛି। ଫଳରେ ଆପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଅପରାଧୀମାନେ ସକ୍ରିୟ ହୋଇଯାଇଛନ୍ତି।
-ଦିବ୍ୟଦର୍ଶୀ ବଳିଆରସିଂହ, ଆଇନଜୀବୀ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri