Posted inଫୁରସତ

ଏହି ୫ ଶୁଆ ପାଇଁ ବଦ୍‌ନାମ ହେଲା ଚିଡ଼ିଆଖାନା, ଫେରିଗଲେ ପର୍ଯ୍ୟଟକ

ପ୍ରାୟତଃ ଶୁଆ ଗୀତ ଗାଇବା କିମ୍ବା ମଣିଷ ପରି ଭାଷା କହୁଥିବାର ଦେଖିଥିବେ। ଶୁଆ ଏମିତି ଏକ ପକ୍ଷୀ, ଯିଏ କି ମଣିଷ ଭାଷା ବୁଝିପାରେ ଏବଂ କହିପାରେ ମଧ୍ୟ। କିନ୍ତୁ ଶୁଆ ଯୋଗୁ ଗୋଟିଏ ଚିଡ଼ିଆଖାନା ଯେ, ପୂରା ବଦ୍‌ନାମ ହେବ ଏକଥା କେବେ ଶୁଣିଛନ୍ତି। ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ…

ବ୍ରିଟେନରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଏକ ଚିଡ଼ିଆଖାନାରେ ଥିବା ୫ ଶୁଆଙ୍କୁ ହଟାଇବାକୁ ପଡ଼ିଛି। କାରଣ ସେମାନେ ଲୋକମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେଉଥିଲେ। କୁହାଯାଉଛି, କିଛିଦିନ ପାଇଁ ଏହି ଶୁଆଗୁଡ଼ିକୁ ଚିଡ଼ିଆଖାନାରୁ ହଟାଇ ଦିଆଯାଇଛି।

ବ୍ରିଟେନର ଲିଙ୍କନଶିୟର ଓ୍ବାଇଲ୍ଡ ଲାଇଫ୍‌ ପାର୍କରେ କିଛି ଦିନ ପୂର୍ବରୁ ଏଠାକାର ଅଧିକାରୀମାନେ ଏରିକ, ଜାଡେ, ଏଲ୍‌ସି, ଟାଇସନ ଏବଂ ବିଲି ନାମକ ପାଞ୍ଚଟି ଶୁଆକୁ ବିଭିନ୍ନ ଲୋକଙ୍କଠାରୁ ନେଇଥିଲେ। ଏହା ପରେ ପାଞ୍ଚଜଣଙ୍କୁ ଗୋଟିଏ ପଞ୍ଜୁରୀରେ ରଖାଯାଇଥିଲା। କିଛି ଦିନ ମଧ୍ୟରେ, ଏହି ଶୁଆଙ୍କ ବିରୋଧରେ ଅଭିଯୋଗ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚିଲା।

ଚିଡ଼ିଆଖାନାର ଜଣେ ଅଧିକାରୀ କୁହନ୍ତି, ପୂର୍ବରୁ ଏହି ଶୁଆଗୁଡ଼ିକ ପରସ୍ପର ମଧ୍ୟରେ ଦୁର୍ବ୍ୟବହାର କରୁଥିଲେ। ପରେ ସେମାନେ ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଦୁର୍ବ୍ୟବହାର କରିବା ଆରମ୍ଭ କଲେ। ଏହି ଶୁଆମାନେ ଏକାଠି ରହୁଥିବାରୁ ଏପରି ଅଶ୍ଳୀଳ ଭାଷା ଶିଖିଛନ୍ତି।

ଚିଡ଼ିଆଖାନାର ମୁଖ୍ୟ କାର୍ଯ୍ୟନିର୍ବାହୀ ଷ୍ଟିଭ୍‌ ନିକୋଲ୍ସ କହିଛନ୍ତି, ଏହି ଶୁଆଗୁଡ଼ିକ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବାରୁ ଲୋକମାନେ ଶୁଣିବା ପରେ ହସିଲେ। ଲୋକମାନେ ଯେତେ ହସିଲେ, ଏହି ଶୁଆଗୁଡ଼ିକ ସେତେ ଅଧିକ ଅସଭ୍ୟ ଭାଷା କହିବାରେ ଲାଗିଲେ। ଶେଷରେ ଚିଡ଼ିଆଖାନା ଆସୁଥିବା ପର୍ଯ୍ୟଟକମାନେ ସେମାନଙ୍କ ପିଲାମାନଙ୍କୁ ଧରି ଚାଲିଗଲେ। ଏହା ପରେ ଚିଡ଼ିଆଖାନା ପକ୍ଷରୁ ଏହି ଶୁଆଗୁଡ଼ିକୁ ଅଲଗା କରି ଦିଆଯାଇଛି। କାରଣ କିଛିଦିନ ଅଲଗା ରହିବା ପରେ ଏମାନେ କିଛି ନୂଆ ଶବ୍ଦ ଶିଖିବେ ଏବଂ ଆଉ ଗାଳି ଦେବେନି ବୋଲି କର୍ତ୍ତୃପକ୍ଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗରମ ସାଙ୍ଗକୁ ଦାଉ ସାଧୁଛି ଅଘୋଷିତ ବିଦ୍ୟୁତ୍‌ କାଟ

ଭୁବନେଶ୍ୱର, ୨୫।।୫ (ବନ୍ଦନା ସେଠୀ): ପ୍ରବଳ ଖରାରେ ସିଝୁଛି ପୂରା ଓଡ଼ିଶା। ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାବେଳେ ତାତି ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ…

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri