ଖଣ୍ଡା ଦେଖାଇ ଆତଙ୍କରାଜ କରୁଥିଲେ ଯୁବକ: ବାନ୍ଧିଲା ପୋଲିସ

ପୁରୁଷୋତ୍ତମପୁର,୨୭।୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଗ୍ରାମରେ ସର୍ବସାଧାରଣ ସ୍ତାନରେ ଖଣ୍ଡା ବୁଲାଇବା ସହ ରାସ୍ତାରେ ଯାତାୟତ ଗାଡି ମୋଟରକୁ ଅଟକାଇ ଆତଙ୍କରାଜ ଚଲାଇଥିବା ଅଭିଯୋଗରେ ପ୍ରତାପୁର ଗ୍ରାମର ମିଟୁ ବେହେରାଙ୍କୁ ପୋଲିସ ଗିରଫ କରିଛି। ସୋମବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଦୀର୍ଘ ଦିନ ହେଲା ମିଟୁ ଏଭଳି ଗ୍ରାମରେ ଆତଙ୍କରାଜ ଚଲାଇବା ସହ ଚୋରା ମଦ କାରବାର କରିବା ଓ ଋଷିକୁଲ୍ୟା ନଦୀ ଘାଟରୁ ବେଆଇନ ଭାବରେ ରାତାରାତି ବାଲି ଚୋରାଇବା କାର୍ଯ୍ୟ କରୁଥିଲେ। ଏହାକୁ ନେଇ ପୋଲିସ ପକ୍ଷରୁ ବାରମ୍ବାର ଚଢାଉ କରି ମିଟୁକୁ ଗିରଫ କରିବାକୁ ଉଦ୍ୟମ କରିବାବେଳେ ସେ ପୋଲିସକୁ ଚକମା ଦେଖାଇ ଘଟଣାସ୍ଥଳରୁ କୌଶଳ କ୍ରମେ ଚମ୍ପଟ ମାରୁଥିଲେ।
ଏହାକୁ ନେଇ ପୋଲିସର ମୁଣ୍ଡ ବଥା ପାଲଟିଥିବା ବେଳେ ମିଟୁକୁ ଧରିବା ଲାଗି ପୋଲିସ ଜାଲ ବିଛାଇଥିଲା। ରବିବାର ସେପରି ପ୍ରତାପୁର ଛକରେ ଆତଙ୍କରାଜ ଚଲାଇଥିବାର ଖବରପାଇ ପୁରୁଷୋତ୍ତମପୁର ଏସଡିପିଓ ରଜନିକାନ୍ତ ସାମଲ ଓ ଆଇଆଇସି ବିପିନ ବିହାରି ହୋତା ପୋଲିସ ଫୋର୍ସ ସହ ଘଟଣାସ୍ତଳରେ ପହଁଚିଥିଲୋ ଏହି ସମୟରେ ପୋଲିସକୁ ଦେଖି ମିଟୁ ଚମ୍ପଟ ମାରିବା ବେଳେ ପୋଲିସ କର୍ମଚାରୀମାନେ ଗୋଡାଇ ଗୋଡାଇ ମିଟୁ ବେହେରାକୁ କାବୁ କରିବାରେ ସକ୍ଷମ ହୋଇଥିଲେ। ତାଙ୍କଠାରୁ ଏକ ଖଣ୍ଡାକୁ ଜବତ କରିଥିବାର ଏସଡିପିଓ ରଜନୀକାନ୍ତ ସାମଲ ଓ ଆଇଆଇସି ବୀପିନ ବିହାରୀ ହୋତା ସୁଚନା ଦେଇଛନ୍ତି। ଏଥିନେଇ ଥାନା କେସନଂ ୩୬୧/୨୪ ଦଫା ୩୪୧/୩୫୩/୨୯୪/ ଆପିସି ସହ ୨୫/୨୭ ଆର୍ମସ ଆକ୍ଟ ଦଫା ମିଟୁଙ୍କ ବିରୋଧରେ ରୁଜୁ କରାଯାଇଛି। ଏପରିକି ତାଙ୍କ ନାମରେ ପୂର୍ବରୁ ବିଭିନ୍ନ ପ୍ରକାରର ୯ଟି ସଙ୍ଗୀନ କେସ ରହିଥିବାର ଆଇଆଇସି ହୋତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri