ଥାନା ପରିସରରେ ଯୁବକଙ୍କ ମୃତ୍ୟୁ

ଭୁବନେଶ୍ୱର,୧୦ା୨ (ବ୍ୟୁରୋ): ଧାର ଟଙ୍କାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ଗୁରୁବାର ରାତିରେ ଅପହରଣ କରାଯିବା ଏବଂ ପରେ ଶହୀଦନଗର ଥାନା ପରିସରରେ ତାଙ୍କର ମୃତ୍ୟୁ ଘଟିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଗାଡ଼କଣ ଅଞ୍ଚଳରେ ରହୁଥିବା ବିଚିତ୍ର ପଲେଇ(୪୨)। ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଶହୀଦନଗର ଥାନା ଶାନ୍ତିପଲ୍ଲୀ ବସ୍ତିରେ ରହୁଥିବା ନେତ୍ରମଣି ବେହେରା(୪୦) ଏବଂ ତାଙ୍କ ଭାଇ କଟକ ସଦର ଥାନା ଅନ୍ତର୍ଗତ ଉରାଙ୍ଗପ୍ରଧାନ ଗ୍ରାମର ବଟକୃଷ୍ଣ ବେହେରା(୩୧)ଙ୍କୁ ଗିରଫ କରି ପଚରାଉଚରା କରୁଛି। ଶୁକ୍ରବାର ସେମାନଙ୍କୁ ଅପହରଣ ଏବଂ ହତ୍ୟା ଅଭିଯୋଗରେ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି।
ମିଳିଥିବା ସୂଚନାନୁସାରେ ନେତ୍ରମଣି ଏକ ବିଉଟି ପାର୍ଲର କରିଛନ୍ତି। ମୃତ ବିଚିତ୍ରଙ୍କ ଘର ଯାଜପୁର ଜିଲା ବରୀ ଅଞ୍ଚଳରେ ହୋଇଥିବାବେଳେ ସେ ଗାଡ଼କଣରେ ରହୁଥିଲେ। କିଛି ବର୍ଷ ତଳେ ନେତ୍ରମଣିଙ୍କଠାରୁ ବିଚିତ୍ର ୩ଲକ୍ଷ ଟଙ୍କା ଧାର ନେଇଥିଲେ। ହେଲେ ଟଙ୍କା ନ ଫେରାଇ ଦିନ ଗଡ଼ାଇ ଚାଲିଥିଲେ। ଏପରି କି କିଛି ମାସ ତଳେ ନେତ୍ରମଣୀଙ୍କୁ ଏକ ଚେକ୍‌ ଦେଇଥିଲେ, ଯାହାକି ବାଉନ୍‌ସ ହୋଇଯାଇଥିଲା। ଧାର ଟଙ୍କା ବୁଧବାର ଶୁଝିଦେବେ ବୋଲି ବିଚିତ୍ର ପ୍ରତିଶ୍ରୁତି ଦେଇଥିଲେ ସୁଦ୍ଧା ଫେରାଇ ନ ଥିଲେ। ଫଳରେ ନେତ୍ରମଣୀ ତାଙ୍କ ଭାଇ ବଟକୃଷ୍ଣଙ୍କ ସହଯୋଗରେ ଗୁରୁବାର ରାତିରେ ବିଚିତ୍ରଙ୍କୁ ଜବରଦସ୍ତ ଏକ କାର୍‌ରେ ବସାଇ ଶହୀଦନଗର ଥାନାକୁ ଆଣୁଥିଲେ। ହେଲେ ବାଣୀବିହାର ଛକ ନିକଟରେ ଗାଡ଼ିର ବେଗ ଧୀର ହେବାରୁ ବିଚିତ୍ର ଗାଡ଼ିରୁ ଡେଇଁ ପଡ଼ି ଦୌଡ଼ିବାକୁ ଲାଗିଥିଲେ। ଏଥିସହ ତାଙ୍କୁ ଅପହରଣ କରାଯାଉଥିବା ଚିତ୍କାର କରିଥିଲେ। ବଟକୃଷ୍ଣ ତାଙ୍କୁ ପିଛା କରି ଗାଳିଗୁଲ କରିବା ସହ ମାଡ଼ ମାରିଥିଲେ। ଏହାଦେଖି ବାଣୀବିହାରର କେତେଜଣ ଛାତ୍ର ଓ ସ୍ଥାନୀୟ ଲୋକ ସେଠାରେ ରୁଣ୍ଡ ହୋଇ ଘଟଣା ସମାଧାନ କରିବାକୁ ଚେଷ୍ଟା କରିଥିଲେ। ଥାନା ନିକଟରେ ଏହି ଘଟଣା ଘଟିଥିବାରୁ ସେମାନଙ୍କୁ ଲୋକମାନେ ଥାନା ପରିସରକୁ ନେଇଥିଲେ। ହେଲେ ବିଚିତ୍ର ସେଠାରେ ଅସୁସ୍ଥ ହୋଇ ତଳେ ପଡ଼ିଯିବାରୁ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ପିସିଆର୍‌ ଯୋଗେ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?