ବଡ଼ଭାଇଙ୍କୁ ଟାଙ୍ଗିଆରେ ହାଣିଲେ ସାନଭାଇ

କେସିଙ୍ଗା,୧୫ା୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଧିନସ୍ଥ କର୍ଲାପଡ଼ା ଫାଣ୍ଡି ଅନ୍ତର୍ଗତ ପଣ୍ଡି ଗାଁରେ ରବିବାର ଅଭାବନୀୟ କାଣ୍ଡ ଘଟିଛି।

ପ୍ରକାଶ ଯେ, ରବିବାର ସକାଳୁ ପଣ୍ଡି ଗାଁର ବଡ଼ ବାପାଙ୍କ ପୁଅ ଘାସିରାମ ଟାକରିଆ ଓ ମାରାଦେଭ ଟାକରିଆଙ୍କ ମଧ୍ୟରେ କୌଣସି କାରଣରୁ ପ୍ରଥମେ ବଚସା ହୋଇଥିଲା। ପରେ ଘଟଣାଟି ଉଗ୍ର ରୂପ ନେଇଥିଲା। ବଚସା ମଧ୍ୟରେ ସାନ ଭାଇ ମାରାଦେଭ ଟାକରିଆ ଏକ ଟାଙ୍ଗିଆ ଆଣି ବଡ଼ଭାଇଙ୍କୁ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ବଡ଼ଭାଇ ଘାସିରାମଙ୍କ ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରେ ସଦର ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି । ହତ୍ୟାକାରୀ ସାନଭାଇଙ୍କୁ ପୋଲିସ ଅଟକ ରଖିଛି। ତେବେ ହତ୍ୟାକାଣ୍ଡ ସମୟରେ ସାନଭାଇଙ୍କ ସ୍ତ୍ରୀ ମଞ୍ଜୁଲତାଙ୍କ ଦେହରେ ଟାଙ୍ଗିଆ ବାଜିବାରୁ ସେ ମଧ୍ୟ ଆହତ ହୋଇ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳ ଜିଲାରେ ବିପର୍ଯ୍ୟସ୍ତ ଶିକ୍ଷା : ୧୦୮ ହାଇସ୍କୁଲରେ ନାହାନ୍ତି ପ୍ରଧାନ ଶିକ୍ଷକ

ଢେଙ୍କାନାଳ ଅଫିସ, ୬।୭ – ଢେଙ୍କାନାଳ ଜିଲାରେ ଶିକ୍ଷା ବ୍ୟବସ୍ଥା ରସାତଳଗାମୀ ହେବାରେ ଲାଗିଛି। ଭିତ୍ତିଭୂମି ଥିବା ସତ୍ତ୍ୱେ ଶିକ୍ଷକ ଅଭାବ ଏବେ ଶିକ୍ଷା ପ୍ରଗତିରେ...

ଗଛ ବିନା ଶ୍ରୀହୀନ ରାଜପଥ

ଢେଙ୍କାନାଳ ଅଫିସ, ୧୯।୬ ଜାତୀୟ ରାଜପଥ (ଏନ୍‌ଏଚ୍‌) ଉପରେ ନିର୍ଭର କରେ ଦେଶର ଆର୍ଥିକ ପ୍ରଗତି। ଆନ୍ତଃଜିଲା ଏବଂ ଆନ୍ତଃରାଜ୍ୟ ଗମନାଗମନ ବ୍ୟବସ୍ଥାକୁ ଉନ୍ନତ କରିବା,...

ସହାୟତା ମିଳିବ କହି ନେଇଗଲେ ୨ ହଜାର

ଅନୁଗୋଳ ଅଫିସ, ୧।୯ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କଠାରୁ ଶନିବାର ଜଣେ ଦଲାଲ ୨ ହଜାର ଟଙ୍କା ଲୁଟି ନେଇଛନ୍ତି।...

ଖରା ଛୁଟି ପରେ ନୂଆ ଶିକ୍ଷା ନିୟମାବଳୀ, ଜାଣନ୍ତୁ…

ଭୁବନେଶ୍ୱର,୧୧।୬(ବ୍ୟୁରୋ): ରାଜ୍ୟର ସମସ୍ତ ବିଦ୍ୟାଳୟମାନଙ୍କରେ ଏବେ ଖରାଛୁଟି ଚାଲିଛି। ଖରାଛୁଟି ସରିବା ପରେ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ। ନୂଆ ଶିକ୍ଷା ବର୍ଷରେ ଯେପରି ଶତ...

ଅନୁଗୋଳରେ ଅନୁପମା ବିଜୟୀ

ଅନୁଗୋଳ ଅଫିସ,୮।୪ ଅନୁଗୋଳ ପୌରପାଳିକା ଉପାଧ୍ୟକ୍ଷା ପଦ ପ୍ରଥମ ଥର ପାଇଁ ଭାଜପା ଅକ୍ତିଆର କରିଛି। ଗୁରୁବାର ଏହି ପଦବୀ ପାଇଁ ନିର୍ବାଚନ ହୋଇଥିବା ବେଳେ...

କଂଗ୍ରେସ ନେତାଙ୍କ ଗାଡ଼ି ଜାଳି ଦେଲେ

ନବରଙ୍ଗପୁର/କୋଡ଼ିଙ୍ଗା,୨୦।୨(ବି.ପ୍ର./ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା କୋଷାଗୁମୁଡା ବ୍ଲକ କୋଡ଼ିଙ୍ଗା ଥାନା ଅଧୀନ ଡଙ୍ଗରା ଗାଁର ବ୍ୟବସାୟୀ ତଥା କଂଗ୍ରେସ ନେତା କେ. ଝାଡେଶ୍ୱର ରାଓଙ୍କ ଘର ବାଉଣ୍ଡାରିରେ...

 ଋଣ ବୋଝ: ନୟାଗଡରେ ଚାଷୀଙ୍କ ଆତ୍ମହତ୍ୟା

ନୟାଗଡ ଅଫିସ,୧୫।୩-ନୟାଗଡ ଜିଲା ଶରଣକୁଳ ଥାନା ପଞ୍ଚରିଡା ମାନପୁର ନୂଆସାହିର ଚାଷୀ ଜୟକୃଷ୍ଣ ପଣ୍ଡା(୫୨) ଋଣ ଶୁଝି ନ ପାରି ଶୁକ୍ରବାର ରାତିରେ ଆତ୍ମହତ୍ୟା କରିଛନ୍ତି।...

ନାବାଳିକାଙ୍କୁ କାମ ଦେବାକୁ କହି ୬୦ ହଜାରରେ ବିକ୍ରି

କେନ୍ଦ୍ରାପଡ଼ା ଅଫିସ, ୧୪ା୫: କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କ କରୁଣ କାହାଣୀ ଶୁକ୍ରବାର ଲୋକଲୋଚନକୁ ଆସିଛି। ଜଣେ ବ୍ୟକ୍ତି ନାବାଳିକାଙ୍କୁ କାମ...

Advertisement
Archives

Model This Week