ଯୁବତୀଙ୍କୁ ପିଟିଲେ ଆର୍‌ପିଏଫ୍‌ କନଷ୍ଟେବଳ

ରାଉରକେଲା ଅଫିସ,୨ା୧୦: ରାଉରକେଲା ପାନପୋଷ ରେଲଓ୍ବେ ଷ୍ଟେଶନରେ ଜଣେ ଯୁବତୀଙ୍କୁ ଆର୍‌ପିଏଫ୍‌ କନଷ୍ଟେବଳ ମାଡ଼ ମାରିଥିବା ଅଭିଯୋଗ ହୋଇଛି। କନଷ୍ଟେବଳଙ୍କ ମାଡ଼ରେ ଯୁବତୀ ଜଣଙ୍କ ଲହୁଲୁହାଣ ହୋଇ ଆର୍‌ଜିଏଚ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଏ ନେଇ ରାଉରକେଲା ଜିଆର୍‌ପି ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା (ନଂ.୫୫/୨୧) ରୁଜୁ କରି ତଦନ୍ତ ଚଳାଇଛି।
ପୋଲିସ ସୂଚନା ଅନୁସାରେ, କର୍ଣ୍ଣାଟକ ରାଜ୍ୟ ଧନବାଦ ଜିଲା ନରେନ୍ଦ୍ର ଗ୍ରାମରେ ଅନୀତା ରାଜଶ୍ରେଷ୍ଠ(୩୦) ସପରିବାର ବାସ କରନ୍ତି। ସେ କୌଣସି କାମ ପାଇଁ ମହାରାଷ୍ଟ୍ରର ଗୁନ୍ଧିଆ ଷ୍ଟେଶନରୁ ଗୀତାଞ୍ଜଳି ଏକ୍ସପ୍ରେସ ଯୋଗେ ହାୱଡ଼ା ବାହାରିଥିଲେ। ଅନୀତା ବିନା ଟିକେଟରେ ଗୀତାଞ୍ଜଳି ଏକ୍ସପ୍ରେସ୍‌ର ଏସ୍‌-୩ ବଗିରେ ଥିବା ଏକ ସିଟ୍‌ରେ ବସିଥିଲେ। ଶନିବାର ଟ୍ରେନ୍‌ଟି ରାଉରକେଲା ପାନପୋଷ ଷ୍ଟେଶନରେ ପହଞ୍ଚିବାବେଳେ ଆର୍‌ପିଏଫ୍‌ କନଷ୍ଟେବଳ ଅଜିତ କୁମାର ନାୟକ ତାଙ୍କୁ ଟିକେଟ ମାଗିଥିଲେ। ମହିଳା ଜଣଙ୍କ ଟିକେଟ କରି ନ ଥିବା ସ୍ବୀକାର କରିଥିଲେ। ଅଜିତ ମହିଳା ଜଣଙ୍କୁ ସିଟ୍‌ ଛାଡ଼ିବା ପାଇଁ କହିଥିଲେ। ଏ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ମହିଳାଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଅଜିତ ବାଡ଼ିରେ ଅନୀତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ଅନୀତାଙ୍କ ମୁଣ୍ଡ ଫାଟି ଯାଇଥିଲା। ଟ୍ରେନ୍‌ଟି ରାଉରକେଲା ଷ୍ଟେଶନରେ ପହଞ୍ଚିବା ପରେ ଯୁବତୀ ଜଣକ ଜିଆର୍‌ପି ଥାନାରେ ଏ ନେଇ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ଜିଆର୍‌ପି ଥାନା ଏସ୍‌ଆଇ ଦେବେନ୍ଦ୍ର ନାୟକଙ୍କୁ ପଚାରିବାରୁ ସେ କହିଲେ, ଉକ୍ତ ଯୁବତୀଙ୍କ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରାଯିବା ସହ ତାଙ୍କ ବୟାନ ରେକର୍ଡ କରାଯାଇଛି। ତଦନ୍ତ ପରେ ପଦକ୍ଷେପ ନିଆଯିବ ବୋଲି ଏସ୍‌ଆଇ ନାୟକ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ୟାସ୍‌ ଟ୍ରକ୍‌ ସହ ଯାତ୍ରୀବାହୀ ବସ୍‌ ମୁହାଁମୁହିଁ: ଜଣେ ମୃତ, ଜଣେ ଗୁରୁତର

ନୟାଗଡ଼ ଅଫିସ/ଦଶପଲ୍ଲା,୨।୪(ଡି.ଏନ୍‌.ଏ.): ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ଟାକରା ଘାଟି ଉପରେ ଶନିବାର ମଧ୍ୟାହ୍ନରେ ଦୁର୍ଘଟଣା ଘଟିଛି। ଏକ ଗ୍ୟାସ ବୋଝେଇ ଟ୍ରକ୍‌ ସହିତ ଓଡ଼ିଶା...

୨୫.୫କିଲୋ ରୁପା ଅଳଙ୍କାର ଜବତ, ୫ ଗିରଫ

କଟକ ଅଫିସ, ୧୫।୧: ଜଗତ୍‌ପୁର ଥାନା ଅନ୍ତର୍ଗତ ଆଇବି ରୋଡରେ ଥିବା ବାସନ୍ତୀ ଦୁର୍ଗା ଅଳଙ୍କାର ଦୋକାନ ଚୋରି ଘଟଣାରେ ପୋଲିସ ୫ଜଣଙ୍କୁ ଗିରଫ କରିଛି।...

ଅଣ୍ଡାରୁ ବାହାରିଲେ ୫ ଶହରୁ ଊର୍ଦ୍ଧ୍ୱ କୁମ୍ଭୀର

ବନ୍ତଳା, ୨।୮(ଡି.ଏନ୍‌.ଏ.) ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ମହାନଦୀ ଗଣ୍ଡରେ ମଗର କୁମ୍ଭୀର ଦେଇଥିବା ଅଣ୍ଡାରୁ ଜନ୍ମ ନେଇଛନ୍ତି ୫ ଶହରୁ ଊର୍ଦ୍ଧ୍ୱ ଛୁଆ। ଗତ...

ସୁରଟରେ ଅଟକିଛନ୍ତି ଶତାଧିକ ଓଡ଼ିଆ

ଆଠମଲ୍ଲିକ/ଛେଣ୍ଡିପଦା,  ୨୯।୩(ଡି.ଏନ.ଏ.) – ଲକ୍‌ଡାଉନ ଯୋଗୁ ଅନୁଗୋଳ ଜିଲା ଆଠମଲ୍ଲିକ ଓ ଛେଣ୍ତିପଦା ବ୍ଲକର ଶତାଧିକ ଦାଦନ ସୁରଟରେ ଫସି ରହିଛନ୍ତି। ଟଙ୍କା ଅଭାବରୁ ସେମାନେ...

ଗୁଳିମାଡ଼ରେ ଆହତ କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କ ପ୍ରାଣ ଗଲା

ଆସିକା,୨୫ା୫(ଡି.ଏନ୍‌.ଏ.)- ସାଧାରଣ ନିର୍ବାଚନ ଭୋଟ ଗଣତି ପୂର୍ବ ରାତିରେ ଦୁର୍ବୃତ୍ତଙ୍କ ଆକ୍ରମଣ ଓ ଗୁଳିମାଡ଼ରେ ଗୁରୁତର ଆହତ ହୋଇଥିବା ଆସିକା କଂଗ୍ରେସ ବିଧାୟକ ପ୍ରାର୍ଥୀ ମନୋଜ...

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଗେଷ୍ଟ ହାଉସ୍‌ରେ ଡିଏଫ୍‌ଓଙ୍କୁ କ୍ରାଇମବ୍ରାଞ୍ଚର ଜେରା

ପାରଳାଖେମୁଣ୍ଡି,୨୧ା୮: ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଶନିବାର ଗଜପତି ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା କରିଛି। ପାରଳାଖେମୁଣ୍ଡି ପୋଲିସ ଗେଷ୍ଟ ହାଉସ୍‌ରେ...

ପୂର୍ବତନ କର୍ପୋରେଟରଙ୍କ ପୁଅଙ୍କୁ ହତ୍ୟା ଉଦ୍ୟମ

ବ୍ରହ୍ମପୁର ଅଫିସ,୨୨ା୮-ବ୍ରହ୍ମପୁର ବଡବଜାର ଥାନା ସୀତାଢ଼ିମ୍ବିରା ସାହିରେ ମଙ୍ଗଳବାର ରାତିପ୍ରାୟ ୧୧ଟା ବେଳେ ବିଏମ୍‌ସିର ପୂର୍ବତନ କର୍ପୋରେଟର କୃଷ୍ଣ ସେଠୀଙ୍କ ପୁଅ ଚିଙ୍କୁ ଓରଫ ଗୌରବଙ୍କୁ...

କାଦୁଅ କରିବା, ଗଜାଧାନ ବୁଣା ଯନ୍ତ୍ରର କ୍ଷେତ୍ର ପ୍ରଦର୍ଶନ

ସୋରଡ଼ା,୩୦ା୭(ଡି.ଏନ.ଏ.)-ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ପଶୁ ଶକ୍ତିର ସଦୁପଯୋଗ ସମ୍ବନ୍ଧୀୟ ସର୍ବଭାରତୀୟ ସଂଯୋଜିତ ଗବେଷଣା ପ୍ରକଳ୍ପ, ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର, ଗଞ୍ଜାମ...

Advertisement
Archives

Model This Week