Posted inଜାତୀୟ

ପୂର୍ବତନ ଏମ୍‌ପିଙ୍କ ବିବାଦୀୟ ମନ୍ତବ୍ୟ: ରାହୁଲ ଗାନ୍ଧୀଙ୍କଠାରୁ ଦୂରେଇ ରୁହନ୍ତୁ ଯୁବତୀ

ଥିରୁଭାନନ୍ତପୁରମ୍‌,୩୦।୩: କେରଳ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଜୋରସୋରରେ ଚାଲିଛି। ପୂର୍ବତନ ଇଡୁକି ଏମ୍‌ପି ଜୋଏସ ଜର୍ଜ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି। ଉଡୁମ୍ବାଚୋଲାରେ ଏଲଡିଏଫ୍‌ ପ୍ରାର୍ଥୀ ତଥା ମନ୍ତ୍ରୀ ଏମ ମାନିଙ୍କ ପାଇଁ ନିର୍ବାଚନ ପ୍ରଚାର ସମୟରେ ଜର୍ଜ କହିଛନ୍ତି ଯେ ‘ମହିଳାମାନେ ରାହୁଲ ଗାନ୍ଧୀଙ୍କ ପ୍ରତି ସତର୍କ ରହିବା ଉଚିତ୍‌। ରାହୁଲ କେବଳ ମହିଳା କଲେଜ ପରିଦର୍ଶନ କରିବେ। ସେ ଝିଅମାନଙ୍କୁ ନଇଁବା ଶିଖାଇବେ। ରାହୁଲ ଗାନ୍ଧୀ ଅବିବାହିତ ସଙ୍କଟ ଦେଇ ଗତି କରୁଥିବା ସେ କହିଛନ୍ତି। ଜର୍ଜ ଆହୁରି ମଧ୍ୟ କହିଛନ୍ତି, ମୋର ପ୍ରିୟ ପିଲାମାନେ ଦୟାକରି ଆଦୌ ନଇଁ ପଡନ୍ତୁ ନାହିଁ ଏବଂ ତାଙ୍କ ସାମ୍ନାରେ ଠିଆ ହୁଅନ୍ତୁ, ସେ ବିବାହ କରିନାହାଁନ୍ତି। କେରଳ ବିରୋଧୀ ଦଳର ନେତା ରମେଶ ଚେନ୍ନିଥାଲା ଜର୍ଜଙ୍କ ମନ୍ତବ୍ୟକୁ ନିନନ୍ଦା କରି କହିଛନ୍ତି ଯେ, ଜର୍ଜଙ୍କ ବିରୋଧରେ ଏକ ମାମଲା ରୁଜୁ ହେବା ଉଚିତ୍‌। ସେ ମହିଳା ଏବଂ ରାହୁଲ ଗାନ୍ଧୀଙ୍କୁ ଅପମାନିତ କରିଛନ୍ତି।

ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀ ଗତ ସୋମବାର କୋଚିର ସେଣ୍ଟ ଟେରେସା କଲେଜରେ ଛାତ୍ରୀମାନେ ମାର୍ଶଲ ଆର୍ଟ ଟ୍ରେନିଂ ସମୟରେ ଉପସ୍ଥିତ ଥିଲେ। ଛାତ୍ରୀମାନେ ମାର୍ଶଲ ଆର୍ଟ କରୁଥିବାବେଳେ ରାହୁଲ ସେମାନଙ୍କ ଉତ୍ସାହ ବଢାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲେ ଅବ୍ୱାସ ଭାଇ, ଯାହାଙ୍କୁ ମନେପକାଉଥିଲେ ମୋଦି

ନୂଆଦିଲ୍ଲୀ,୧୯ ।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତାଙ୍ଗ ବ୍ଲଗରେ ଯେଉଁ ଅବ୍ୱାସ ଭାଇଙ୍କ କଥା ଉଲ୍ଲେଖ କରିଥିଲେ ଶେଷରେ ତାଙ୍କ ଠିକଣା ମିଳିଛି ।...

୧୦ ଜନପଥ ଉପରେ ସମସ୍ତଙ୍କ ନଜର: ସନ୍ଧ୍ୟାରେ ହେବ ବୈଠକ

ନୂଆଦିଲ୍ଲୀ,୧୧।୧୧: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଶିବସେନା ଏବେ ପାଗ ଭିଡୁଥିବା ବେଳେ ସୋମବାର ସନ୍ଧ୍ୟା ସୁଦ୍ଧା ତାକୁ ବହୁମତ ସାବ୍ୟସ୍ତ କରିବାକୁ ସମୟ ଦିଆଯାଇଛି।...

୨୦୧୫ରୁ ୨୦୧୮ ପର୍ଯ୍ୟନ୍ତ ସେନା ଯବାନଙ୍କୁ ପୋଷାକ-ଖାଦ୍ୟ ସାମଗ୍ରୀ ମିଳିବାରେ ହୋଇଥିଲା ଅନିୟମିତତା: ସିଏଜି ରିପୋର୍ଟ

ନୂଆଦିଲ୍ଲୀ,୪।୨: ଦେଶର ସୁରକ୍ଷା ସେନା ଯବାନଙ୍କ ହାତରେ ରହିଛି। ତେବେ ସେମାନଙ୍କୁ ମଧ୍ୟ ୩ ବର୍ଷ ଧରି ନିୟମିତ ପୋଷାକ ଏବଂ ଆବଶ୍ୟକ ଖାଦ୍ୟ ସାମଗ୍ରୀ...

ବାରମୂଳା ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ: ୨ଯବାନ ଆହତ

ବାରମୂଳା,୩୦।୭: ଜମ୍ମୁ-କଶ୍ମୀରର ବାରମୂଳା ଜିଲାରେ ଶନିବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏହି ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଏଥିସହ ୨ଯବାନ ଆହତ...

କମିବା ପରେ ପୁଣି ବଢୁଛି ଦେଶରେ କରୋନା ସଂକ୍ରମଣ

ନୂଆଦିଲ୍ଲୀ,୫ ।୧୧: ଗତ କିଛିଦିନ ହେବ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିଥିବା ଲକ୍ଷ୍ୟ କରାଯାଇଥିଲା । ହେଲେ ଗୁରୁବାର ପୁଣି ଏହି ସଂଖ୍ୟାରେ ବୃଦ୍ଧି...

୩୯୦ଜଣଙ୍କୁ ନକଲି ଟିକା ଦେବା ଘଟଣାରେ ୪ଗିରଫ

ମୁମ୍ବାଇ,୧୮।୬: ମୁମ୍ବାଇର କାନ୍ଦଓ୍ବଲି ଅଞ୍ଚଳର ହିରାନନ୍ଦାନୀ ସୋସାଇଟିର ୩୯୦ଜଣ ଲୋକଙ୍କୁ ନକଲି ଟିକା ଦେବା ମାମଲାର ପର୍ଦ୍ଦାଫାଶ୍‌ କରିଛି ପୋଲିସ। ଠକେଇ ଅଭିଯୋଗରେ ପୋଲିସ ୪ଜଣଙ୍କୁ...

ମନରେଗା ନେଇ ରାଜ୍ୟକୁ ଚେତାବନୀ ଦେଲେ ଗିରିରାଜ ସିଂ…

ନୂଆଦିଲ୍ଲୀ,୮।୮ : ମନରେଗା ନେଇ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂ ଦେଶର ରାଜ୍ୟକୁ ଚେତାବନୀ ଦେଇଛନ୍ତି। ରାଜ୍ୟମାନଙ୍କୁ ଏକ ଚିଠି ଲେଖି ସେ...

ବାଦଲଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର

ନୂଆଦିଲ୍ଲୀ,୬।୨: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ଷୀୟାନ ଶିରୋମଣି ଅକାଳୀ ଦଳ ନେତା ପ୍ରକାଶ ସିଂ ବାଦଲଙ୍କ ସ୍ବାସ୍ଥ୍ୟାବସ୍ଥାରେ ଶନିବାର ଗୁରୁତର ଅବନତି ଦେଖାଦେବାରୁ ତାଙ୍କୁ...

Advertisement
Archives

Model This Week