ଏହି ୩ ରାଶିର ପୁରୁଷ ଏକାଧିକ ଥର ପଡ଼ିଥାନ୍ତି ପ୍ରେମରେ; ରୋମାଣ୍ଟିକ୍‌ ସତ୍ତ୍ୱେ ହୃଦୟ ଭାଙ୍ଗେ…

ପ୍ରତ୍ୟେକ ରାଶିର ବ୍ୟକ୍ତିବିଶେଷଙ୍କ ବ୍ୟବହାର ଏବଂ ପସନ୍ଦ-ନାପସନ୍ଦ ଭିନ୍ନ ଭିନ୍ନ। କିଛି ଶାନ୍ତ ସ୍ବଭାବର ହୋଇଥିବା ବେଳେ କିଛି ବହୁତ ରାଗି। ପ୍ରେମକୁ ନେଇ ମଧ୍ୟ ସବୁ ରାଶିର ସ୍ବଭାବ ଭିନ୍ନ। କେହି କେହି ଜୀବନକାଳ ଭିତରେ ଥରେ ପ୍ରେମରେ ପଡ଼ିଥିବା ବେଳେ କେହି ଏକାଧିକ ଥର ପ୍ରେମରେ ପଡ଼ିଥାନ୍ତି। ଆଜି ଆମେ ଆଲୋଚନା କରିବା ଏଭଳି ୩ ରାଶି ବିଷୟରେ, ଯେଉଁଥିରେ ଜନ୍ମିତ ପୁଅମାନେ ସବୁଠାରୁ ଅଧିକ ରୋମାଣ୍ଟିକ୍‌ ହୋଇଥିଲେ ହେଁ ସେମାନଙ୍କ ପ୍ରେମସମ୍ପର୍କ ସ୍ଥାୟୀ ନ ଥାଏ।

ମେଷ ରାଶି: ଏହି ରାଶିର ପୁଅମାନଙ୍କ ପାଇଁ ଭଲପାଇବା ସବୁକିଛି। ହେଲେ କୌଣସି ନା କୌଣସି କାରଣରୁ ଏମାନଙ୍କ ପ୍ରେମ ସମ୍ପର୍କ ଠିକ୍‌ ଭାବେ ଚାଲି ନ ଥାଏ। ପାର୍ଟନରଙ୍କ ସହ ସମ୍ପର୍କ ଖରାପ ରହିବା କାରଣରୁ ଏମାନଙ୍କ ପ୍ରେମ କାହାଣୀ ବିଚ୍ଛେଦର ରୂପ ନେଇଥାଏ। ହେଲେ ଏମାନଙ୍କୁ ଜଣଙ୍କୁ ଭୁଲି ଅନ୍ୟଜଣଙ୍କ ପ୍ରେମରେ ପଡ଼ିବାକୁ ବେଶି ସମୟ ଲାଗି ନ ଥାଏ। ଜୀବନରେ ଏମାନେ ଏକାଧିକ ଥର ପ୍ରେମରେ ପଡ଼ିଥାଏ। ଜ୍ୟୋତିଷ ଅନୁଯାୟୀ ଏମାନଙ୍କ ପ୍ରେମ ସମ୍ପର୍କ ସ୍ଥାୟୀ ନ ଥାଏ।

ବୃଷ ରାଶି: ଏହି ରାଶିର ପୁଅ ସ୍ବଭାବରେ ଭାରି ରୋମାଣ୍ଟିକ୍‌। ବହୁତ ଶୀଘ୍ର ଏମାନେ ପ୍ରେମରେ ପଡ଼ିଯାଇଥାନ୍ତି। ଅନେକ ଥର ନ ବୁଝି ବିଚାରି ପ୍ରେମ ସମ୍ପର୍କ ଗଢ଼ିବା କାରଣରୁ ଏମାନେ ପରେ ପଶ୍ଚାତାପ କରିଥାନ୍ତି। ଏହି କାରଣରୁ ଜୀବନକାଳରେ ଦୁଇଥର ପ୍ରେମରେ ପଡ଼ିବାର ସମ୍ଭାବନା ଏମାନଙ୍କର ବେଶି ଥାଏ। ହେଲେ ଏମାନେ ନିଜର ପ୍ରେମକୁ ବେଶ ସଚ୍ଚୋଟତାର ସହ ନିର୍ବାହ କରିଥାନ୍ତି। ହେଲେ ପାର୍ଟନରଙ୍କୁ ଭୁଲ ଚୟନ କରିବାକୁ ନେଇ ତାଙ୍କୁ ଧୋକା ମିଳିଥାଏ।

କର୍କଟ ରାଶି: ଏହି ରାଶିର ପୁଅମାନେ ପ୍ରେମକୁ ନେଇ ବେଶ ଗମ୍ଭୀର ଥାନ୍ତି। ଏମାନେ ନିଜ ପାର୍ଟନରଙ୍କୁ ବହୁତ ଭଲପାଇଥାନ୍ତି। ତାଙ୍କୁ ଖୁସିରେ ରଖିବାକୁ ଯଥାସମ୍ଭବ ଚେଷ୍ଟା କରିଥାନ୍ତି। ସଚ୍ଚୋଟତାର ସହ ସମ୍ପର୍କ ତୁଲାଇଥାନ୍ତି। ହେଲେ ଏମାନଙ୍କୁ ପ୍ରତାରଣା ବିଲ୍‌କୁଲ ପସନ୍ଦ ନୁହେଁ। ଜ୍ୟୋତିଷ ଅନୁଯାୟୀ ଜୀବନରେ ଥରେ ଏମାନଙ୍କ ହୃଦୟ ନିଶ୍ଚିତ ଭାଙ୍ଗିଥାଏ।

 


Enter your email to get our daily news in your inbox.

All Right Reserved By Dharitri.Com

ଆପଣବି ହୋଇ ପାରିବେ ଭାଗ୍ୟଶାଳୀ, ଘରେ ଲଗାନ୍ତୁ ଏହି ଗଛ

ଏକ ସାମଞ୍ଜସ୍ୟପୂର୍ଣ୍ଣ ଏବଂ ସମୃଦ୍ଧ ଜୀବନ୍ତ ପରିବେଶ ସୃଷ୍ଟି କରିବାର ପ୍ରୟାସରେ, ଉଦ୍ଭିଦଗୁଡିକୁ ଏକୀକୃତ କରିବା କେବଳ ଆପଣଙ୍କ ଘରର ସୌନ୍ଦର୍ଯ୍ୟ ବୃଦ୍ଧିରେ ସାହାଯ୍ୟ କରେନାହିଁ...

ପୃଥିବୀ ବାହାରେ ଡାଇନୋସର

ବିଭିନ୍ନ ଜାତିର ଜୀବମାନଙ୍କ ଭିତରୁ ସରୀସୃପ ଅନ୍ୟତମ। ସାପ, ଝିଟିପିଟି, ଏଣ୍ଡୁଅ, କଇଁଛ, ଗୋଧି ଓ କୁମ୍ଭୀର ଭଳି କାତି ରହିଥିବା ଟାଣ ଓ ଶୁଖିଲା...

ବାସ୍ତୁରେ ଶୋଇବାକୁ ନେଇ ରହିଛି ନିୟମ, ଜାଣିଲେ ଶରୀର ସହ ନିଦ୍ରା ଉପରେ ପଡ଼ିବନି କୁପ୍ରଭାବ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଶୋଇବା ସମୟରେ ମଧ୍ୟ କିଛିଟା ନିୟମ ମାନିବାକୁ ହୁଏ। ନଚେତ୍‌ ଏହାର କୁପ୍ରଭାବ ଆମର ଶରୀର ଓ ମନ ସହିତ ନିଦ୍ରା ଉପରେ...

ବାସ୍ତୁ ଅନୁଯାୟୀ କେଉଁ ମୂର୍ତ୍ତିକୁ ଘରେ ରଖିବା ଶୁଭ, ଜାଣନ୍ତୁ…

ସାଜସଜ୍ଜା ପାଇଁ ଘରେ ଆମେ ବିଭିନ୍ନ ପ୍ରକାରର ଆକର୍ଷଣୀୟ ମୂର୍ତ୍ତି ରଖିଥାଉ। କିନ୍ତୁ କିଛି ମୂର୍ତ୍ତିକୁ ବାସ୍ତୁ ଅନୁଯାୟୀ ବହୁତ ଶୁଭ ବୋଲି କୁହାଯାଏ; ଯାହାକୁ...

ଅଦ୍ଭୁତ ପାଣି, ଲାଭ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସମସ୍ତେ ବିଶୁଦ୍ଧ ପାଣି ପିଇବାକୁ ଚାହାନ୍ତି। ଏହା ଅନେକ ଲୋକଙ୍କ ପାଇଁ ମଧ୍ୟ ଉପଲବ୍ଧ। କିନ୍ତୁ ଧନୀ ଲୋକମାନେ ଅନ୍ୟ କିଛି ଚାହାନ୍ତି। ସେମାନେ କିଛି...

ପ୍ରଦୂଷଣ: କାରଣ, ନିରାକରଣ

ପୂଜା ଓ ବିଶ୍ୱତାପନ : ପୂଜା ମଞ୍ଚରେ ଅଧିକ ୱାଟ୍‌ର ଉଜ୍ଜ୍ୱଳ ଆଲୋକବତି ବ୍ୟବହାର କରିବା ଦ୍ୱାରା ବିଦ୍ୟୁତ୍‌ ଶକ୍ତିର ଘୋର ଅପଚୟ ଘଟୁଛି। ଆମ...

ଭୟଙ୍କର ସ୍ବପ୍ନ ଦେଖିବା ପରେ ଲାଗେ ଡର, ରକ୍ଷା ପାଇବା ପାଇଁ ଉପାୟ…

ନିଦରେ ସ୍ବପ୍ନ ଦେଖିବା ସାଧାରଣ କଥା। କିନ୍ତୁ ବେଳେବେଳେ ନିଦରେ ଏମିତି କିଛି ସ୍ବପ୍ନ ଦେଖିଥାଉ, ଯାହା ଖୁବ୍‌ ଭୟଙ୍କର ହୋଇଥାଏ। ନିଦ ଭାଙ୍ଗିଲା ପରେ...

ବାସ୍ତୁଦୋଷ ଥିଲେ ଘରେ ଉପୁଜିଥାଏ ଅଶାନ୍ତି, ଦୂର ପାଇଁ ପ୍ରତିକାରର ଉପାୟ…

ଅନେକେ ବିଶ୍ୱାସ କରନ୍ତି, ଘରେ କୌଣସି ବାସ୍ତୁଦୋଷ ଥିଲେ ବହୁ ପ୍ରକାରର ଅଶାନ୍ତି ଉପୁଜିଥାଏ। ତେଣୁ ଏହି ବାସ୍ତୁଦୋଷକୁ ସହଜରେ କିପରି ଦୂର କରିହେବ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri