ସୋସିଆଲ ମିଡିଆରେ ଅନେକ ବାଇକ ଷ୍ଟଣ୍ଟ ଭିଡିଓ ଭାଇରାଲ୍ ହେଉଛି। ଅନେକ ଥର ପୁଅମାନେ ଝିଅମାନଙ୍କୁ ପ୍ରଭାବିତ କରିବା ପାଇଁ ବିପଜ୍ଜନକ ଷ୍ଟଣ୍ଟ କରନ୍ତି। ଆଜିକାଲି ସୋସିଆଲ ମିଡିଆରେ ଏପରି ଏକ ହୃଦୟଥରା ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ଯୁବକ ବାଇକ୍ ଷ୍ଟଣ୍ଟ ମାଧ୍ୟମରେ ଦୁଇ ଝିଅଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିଲାବେଳେ ଏକ ବିପଜ୍ଜନକ ଦୁର୍ଘଟଣା ଘଟିଛି।
ଭିଡିଓରେ ଏହା ଦେଖିବାକୁ ମିଳେ ଯେ, ଅନେକ ଲୋକ ସ୍ପୋର୍ଟସ ବାଇକ ସହିତ ଠିଆ ହୋଇଛନ୍ତି। ତା’ପରେ ଜଣେ ଯୁବକ ନିଜ ବାଇକ ସହିତ ଆସନ୍ତି। ନିକଟରେ ଠିଆ ହୋଇଥିବା ଦୁଇ ଝିଅଙ୍କୁ ମଧ୍ୟ ବାଇକ୍ ଆଗରେ ଏବଂ ପଛରେ ବସାନ୍ତି। ଏହା ପରେ ଯୁବକ ଦ୍ରୁତ ଗତିରେ ବାଇକ ଚଳାନ୍ତି। ମାତ୍ର କିଛି ସେକେଣ୍ଡ ମଧ୍ୟରେ ଯୁବକଙ୍କ ବାଇକ୍ ଅନିୟନ୍ତ୍ରିତ ହୋଇ ଓଲଟି ପଡେ।
ଏହି ଭିଡିଓକୁ ଡାରୱିନ ଆଓ୍ବାର୍ଡ ନାମକ ଏକ ଟୁଇଟର୍ ବ୍ୟବହାରକାରୀ ଶେୟାର କରିଛନ୍ତି। ଭିଡିଓଟି କେଉଁଠୁ ଆସିଛି ତାହା ଜଣା ପଡିନାହିଁ।
— The Darwin Awards🎄 (@AwardsDarwin_) December 1, 2021