Posted inRasifala

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୭ ତାରିଖ – Daily Horoscope

ମେଷ
ଆଜିର କର୍ମକ୍ଷେତ୍ରରେ ବିଶେଷ କିଛି ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ। ସମସ୍ତ କାମ ଠିକ୍‌ ଭାବରେ ଚାଲିବ କିନ୍ତୁ ଝିନ୍‌ଝଟ୍‌ ମଧ୍ୟରେ। ସାମାନ୍ୟ ବିଳମ୍ବିତ ସମୟରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। ସବୁ ସୁବିଧା ଥିଲେ ମଧ୍ୟ ବିଚଳିତ ରହିବା କାରଣରୁ ଅଶାନ୍ତି ଅନୁଭବ କରିବେ।
ବୃଷ
ବୃଷ
କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଓ ପ୍ରାଧାନ୍ୟ ଦେଇ ପ୍ରଶଂସିତ ହେବେ। ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ମିତ୍ର ବନ୍ଧୁମାନେ ଆବଶ୍ୟକୀୟ ସହଯୋଗ କରିବେ। ପାରିବାରିକ କ୍ଷେତ୍ରରେ ସେପରି କିଛି ବିଶେଷ ଅସୁବିଧା ହେବନାହିଁ। ବିନା କାରଣରେ ଅନ୍ୟମାନଙ୍କ ରୋଷର କାରଣ ବନିଯିବେ।
ମିଥୁନ
ମିଥୁନ
ପ୍ରତ୍ୟେକ କ୍ଷେତ୍ରରେ କୌଶଳରେ କାର୍ଯ୍ୟ ହାସଲ କରିନେବେ। ସ୍ଥଗିତ କାମରେ ଚେଷ୍ଟାସଫଳ ହେବାରେ ଜଣେ ପୁରାତନ ବନ୍ଧୁ ସାହାଯ୍ୟ କରିପାରନ୍ତି। ସାମାଜିକ ସ୍ତରରେ ହସ ଖୁସିର ବାତାବରଣରୁ ମନ ପ୍ରଫୁଲ୍ଲ ରହିବ। ଯେଉଁ ଜିନିଷଟିକୁ ପାଇବାକୁ ଆଶା କରିଛନ୍ତି ତାହା ସାମାନ୍ୟ ବିଳମ୍ବରେ ପାଇବେ।
କର୍କଟ
କର୍କଟ
ପ୍ରତ୍ୟେକ ପରିସ୍ଥିତିରେ ଦୃଢ଼ ପଦକ୍ଷେପ ନେଇ ସମସ୍ୟାକୁ ସୁଧାରି ନେବେ। ସାଂଗଠନିକ କ୍ଷେତ୍ରରେ ନେତୃତ୍ୱ ନେଇ ପ୍ରଶଂସିତ ହୋଇପାରନ୍ତି। ହାତରୁ ଖାଇ ପର ପାଇଁ ଖଟିବେ, ସାମାନ୍ୟ ବାହାବା ବ୍ୟତୀତ ଆଉ କିଛି ପାଇବେ ନାହିଁ। ହଠାତ୍‌ ବିରୋଧୀ ପକ୍ଷ ସକ୍ରିୟ ହୋଇ ଉଠିବେ, ମାତ୍ର କିଛି ଅନିଷ୍ଟ କରିପାରିବେ ନାହିଁ।
ସି˚ହ
ସି˚ହ
ମନର କଥାଟିକୁ ଲୁଚାଇରଖି ହସଖୁସିରେ କଥାବାର୍ତ୍ତା କରିବାକୁ ବାଧ୍ୟ ହେବେ। ଆଜି ଯେତେ ଭଲ କାମ କଲେ ମଧ୍ୟ ଅଭିଯୋଗ ପାଇବେ। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବାରେ ବିଳମ୍ବ ଘଟିବ। ଗତକାଲିର ଯୋଜନା ଠିକ୍‌ ଭାବରେ ବଦଳାଇବା କଷ୍ଟକର ହୋଇପାରେ। ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବ।
କନ୍ୟା
ଆଜି ଦୂରସ୍ଥାନକୁ ଯାତ୍ରା କରିବା ସମୟରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ। ଯଥା ସମ୍ଭବ କମ୍‌ କଥାବାର୍ତ୍ତା କଲେ କଳହରୁ ଦୂରେଇ ରହିବାରେ ସମର୍ଥ ହେବେ। ମିଥ୍ୟାଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ ଦେବାକୁ ପଡ଼ିପାରେ।
ତୁଳା
ତୁଳା
କର୍ମକ୍ଷେତ୍ରରେ ଯାହା ଓ ଯେମିତି ମନଧରି କାମକଲେ ମଧ୍ୟ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ପ୍ରକୃତ ଘଟଣା ନ ବୁଝି ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ପାରିବାରିକ ଜୀବନରେ ଅସହିଷ୍ଣୁତା ଅଶାନ୍ତିର କାରଣ ହୋଇପାରେ।
ବିଛା
ବିଛା
ଆଜି ବନ୍ଧୁଙ୍କ ସହାୟତାରେ ଏକାଧାରରେ ଅର୍ଥ ଓ ସମ୍ମାନ ପାଇବେ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। ଗଠନମୂଳକ କାଯର୍‌ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ। ଦୀର୍ଘଦିନର ଆଶା ଫଳବତୀ ହେବ ଓ ନୂତନ ସମ୍ପର୍କ ସ୍ଥାପିତ ହୋଇପାରେ।
ଧନୁ
ଧନୁ
ଛୋଟ ଛୋଟ କଥାକୁ ଧରିବସିଲେ ନିଜେ ହିଁ ଅସୁବିଧାର ସମ୍ମୁଖୀନ ହେବେ। ଆର୍ଥିକ ଦୁଃସ୍ଥିତି ମାନସିକ ସ୍ତରକୁ ସଙ୍କୁଚିତ କରି ରଖିବ। ସବୁ କାମରେ ପଛୁଆ ହେତୁ ମାନେ ନିଜକୁ ଅପାରଗ ମନେ କରିପାରନ୍ତି। ଘର ସାଜସଜ୍ଜାରେ ସମୟ ଅତିବାହିତ କରିବେ।
ମକର
ମକର
ସାମାଜିକ ସ୍ତରରେ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ। ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ ଏବଂ ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବ, ମାତ୍ର ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ଶତ୍ରୁପୀଡ଼ାଜନିତ ଟେନ୍ସନ ଲାଗି ରହିବାର ଆଶଙ୍କା ଉପୁଜିପାରେ।
କୁମ୍ଭ
କୁମ୍ଭ
ବିଭିନ୍ନ ପ୍ରକାରର ଅସୁବିଧା ଓ ପ୍ରତିବନ୍ଧକ ଭିତରେ ଚଳିବାକୁ ପଡ଼ିବ। ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କାମ କରି ସଫଳତା ହାସଲ କରିବେ। ଛୋଟ କଥାଟିକୁ ବଡ଼ ଆକାରରେ ଚିନ୍ତା କରି ଅସ୍ଥିରତା ଅନୁଭବ କରିପାରନ୍ତି। ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ।
ମୀନମୀନ
କାର୍ଯ୍ୟହାସଲ ହେବା କାରଣରୁ ମାନସିକ ସ୍ଥିତି ଆଜି ପ୍ରାୟତଃ ଭଲ ରହିବ। ଶିଳ୍ପ, ବାଣିଜ୍ୟ, ରାଜନୀତି ଓ କୂଟନୈତିକ ଆଲୋଚନା କ୍ଷେତ୍ରରେ ସଫଳତା ହାସଲ କରିବେ। ଅନ୍ୟମାନଙ୍କ ଭଲ ସକାଶେ ନିଜକୁ ଉତ୍ତରଦାୟୀ ହେବାକୁ ପଡ଼ିପାରେ। ଉତ୍ତରଭାଦ୍ରବ ନକ୍ଷତ୍ର ଅର୍ଥହାନି ଓ ଅଭାବ ଅସୁବିଧା ଯୋଗୁ ଚିନ୍ତିତ ରହିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଅକ୍ଟୋବର ୧୦ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରସ୍ଥ ଚନ୍ଦ୍ର ସାହସିକତାର ପଦକ୍ଷେପ ନେଇ ପାରିବାରିକ ଏବଂ କର୍ମକ୍ଷେତ୍ରର ସମସ୍ୟା ସମାଧାନ କରିବେ। ଆବଶ୍ୟକତା ପୂରଣ ସକାଶେ ଅର୍ଥର ଅଭାବ ରହିବ…

ରାଶିଫଳ: ଶୁକ୍ରବାର, ଅକ୍ଟୋବର ୯ ତାରିଖ – Daily Horoscope

ମେଷ ଆଜି ଋଣ ପରିଶୋଧ, ବିବାଦୀୟ ଘଟଣା, ଦୂରଯାତ୍ରା କିମ୍ବା ଶତ୍ରୁତା କରୁଥିବା ବ୍ୟକ୍ତି ବିଷୟରେ ଚିନ୍ତା କରିବେ। ସାଧାରଣ କଥାରେ ବନ୍ଧୁ ସମ୍ପର୍କ ଫିକା ପଡିଯିବାରୁ…

ରାଶିଫଳ: ଗୁରୁବାର, ଅକ୍ଟୋବର ୮ ତାରିଖ – Daily Horoscope

ମେଷ ଆଜି ଜମିଜମା କାରବାରକୁ ନେଇ ମତାନ୍ତର ଉପୁଜିବ। ବନ୍ଧୁ ଏବଂ ପରିଜନଙ୍କ ସହିତ ପ୍ରତ୍ୟୁଷ ଯାତ୍ରା ମନକୁ ଆନନ୍ଦ ପ୍ରଦାନ କରିପାରେ। କୃତ୍ତିକା ନକ୍ଷତ୍ରର ମନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?