ଅଟୋକୁ ଧକ୍କା ଦେବାରୁ ଯୁବକଙ୍କୁ ପିଟିପିଟି ମାରିଦେଲେ

ଯୋଡ଼ା,୨୨।୨: କେନ୍ଦୁଝର ଜିଲା ଯୋଡ଼ା ସହରର କମାରଯୋଡ଼ା-ବିଚାକୁଣ୍ଡି ରାସ୍ତା କଡ଼ରେ ଥିବା ଏକ ଠିକାସଂସ୍ଥା କାର୍ଯ୍ୟାଳୟ ସମ୍ମୁଖରେ ଗାଡ଼ି ଧକ୍କାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟିଛି। ଗୋଟିଏ ଗୋଷ୍ଠୀର ଅତର୍କିତ ଆକ୍ରମଣରେ ଠିକା ସଂସ୍ଥାର ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା ଚଳାଇଛି।
ସୂଚନା ଅନୁଯାୟୀ, ସୋମବାର କମାରଯୋଡ଼ା-ବିଚାକୁଣ୍ଡି ରାସ୍ତା କଡ଼ରେ ଡିପି ସିଂ ନାମକ ଠିକାସଂସ୍ଥାର କାର୍ଯ୍ୟାଳୟରୁ ଏକ ବୋଲେରୋ ପଛୁଆ ବାହାରୁଥିବା ବେଳେ ଏହି ରାସ୍ତାଦେଇ ଅତିକ୍ରମ କରୁଥିବା ଏକ ଅଟୋକୁ ଧକ୍କା ଦେଇଥିଲା। ଫଳରେ ବୋଲେରୋ ଡ୍ରାଇଭର ଓ ଅଟୋ ଡ୍ରାଇଭରଙ୍କ ମଧ୍ୟରେ ବଚସା ହୋଇଥିଲା ା ଅଟୋ ଡ୍ରାଇଭର ସେଠାରୁ ଫେରିଆସି ତାଙ୍କର ୪ ଜଣ ସହଯୋଗୀଙ୍କୁ ନେଇ ଠିକାସଂସ୍ଥା କାର୍ଯ୍ୟାଳୟରେ ପହଞ୍ଚି ଲୁହାରଡ୍‌ ସାହାଯ୍ୟରେ ସେଠାରେ ଥିବା ୩ କର୍ମଚାରୀଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ସେମାନଙ୍କ ମଧ୍ୟରୁ ଦିବ୍ୟାସ ସିଂଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ରବି କିରଣ ସିଂ ଓ ଜଣେ ସୁରକ୍ଷା କର୍ମୀ ଗୁରୁତର ଆହତ ହୋଇଥିଲେ। ମୃତକଙ୍କ ଘର ଉତ୍ତରପ୍ରଦେଶ ରାଜ୍ୟର ଜନପୁର ଜିଲା କୋଟଲ ଥାନା ଅଞ୍ଚଳରେ। ସେ ଯୋଡ଼ାରେ ରହି ଠିକାସଂସ୍ଥାରେ କାର୍ଯ୍ୟ କରୁଥିବା ପୋଲିସ ସୂଚନା ଦେଇଛି ା ଏ ସମ୍ପର୍କରେ ଠିକାସଂସ୍ଥା କାର୍ଯ୍ୟାଳୟ ପକ୍ଷରୁ ଯୋଡ଼ା ଥାନାରେ ଅଭିଯୋଗ ହୋଇଥିଲା। ବଡ଼ବିଲ ଏସ୍‌ଡିପିଓ ହିମାଂଶୁ ବେହେରା, ଯୋଡ଼ା ଥାନା ଆଇଆଇସି ରାଇସେନ ମୁର୍ମୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଗୁରୁତର ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏ ନେଇ ଥାନାରେ ଏକ ହତ୍ୟା ମାମଲା (ନଂ.୩୦/୨୧) ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିପଦ୍‌ ଅବସ୍‌ତାରେ ପଁଚେତ୍‌ କୁଠା

ଲାଠୋର, ୧୬ା୯ (ଡି.ଏନ.ଏ.)  ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ କରୁଆଁଝର ପଁଚେତ୍‌ ଅଫିସ କୁଠା ବିପଦ୍‌ ଅବସ୍‌ତାରେ ରହିଛେ। ହେଲେ ଇ କୁଠାର ମରାମତି...

ବରଗଡ଼ରେ ୫ କରୋନା ପଜିଟିଭ ଚିହ୍ନଟ : ସମସ୍ତେ ସ୍ଥାନୀୟ ଆକ୍ରାନ୍ତ

ବରଗଡ଼ ଅଫିସ,୨୯।୭: ବରଗଡ଼ ଜିଲାରେ ବୁଧବାର ପୁଣି ୫ଜଣ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେମାନେ ସମସ୍ତେ ସ୍ଥାନୀୟ ଆକ୍ରାନ୍ତ ଏବଂ ବରଗଡ଼...

ଶ୍ରୀଲିଙ୍ଗରାଜଙ୍କ ଚନ୍ଦନଯାତ୍ରା ବନ୍ଦ

ପୁରୁଣା ଭୁବନେଶ୍ୱର,୨୫ା୪(ଡି.ଏନ.ଏ.): କରୋନା ସଂକ୍ରମଣକୁ ରୋକିବାକୁ ଲକ୍‌ଡାଉନ ଚାଲିଥିବାରୁ ଠାକୁରଙ୍କ କୌଣସି ବାହାର ନୀତି ଅନୁଷ୍ଠିତ ହୋଇପାରିବ ନାହିଁ। ଏଥିଲାଗି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ୨୨ ଦିନିଆ...

ପଚା ଅଦା ବିହନ ବାଣ୍ଟି ଟଙ୍କା ହଡ଼ପ ଉଦ୍ୟମ ଅଭିଯୋଗ: ଯୋଗାଣକାରୀ ସଂସ୍ଥାକୁ ମିଳିବନି ଟଙ୍କା

ପାଲଲହଡ଼ା, ୧୯ା୭(ଡି.ଏନ.ଏ.)-ପାଲଲହଡ଼ା ଉପଖଣ୍ଡରେ ପାଉଡି ଭୂଁୟାଙ୍କ ଉନ୍ନତି ପାଇଁ ଗଠନ କରାଯାଇଥିବା ପାଉଡି ଭୂଁୟା ଉନ୍ନୟନ ସଂସ୍ଥା (ପିବିଡିଏ) ପକ୍ଷରୁ ଆଦିବାସୀ ଚାଷୀଙ୍କୁ ପଚା ତଥା...

ବାଙ୍ଗାଲୋରରେ ଓଡ଼ିଆ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ବାଲିଆପାଳ, ୧୭।୧୧(ସ୍ବ.ପ୍ର.)-ବାଙ୍ଗାଲୋରରେ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିବା ବାଲିଆପାଳର ଜଣେ ଯୁବକ ଜଗତଜ୍ୟୋତି ପଟ୍ଟନାୟକ(୨୫)ଙ୍କର ରବିବାର ସନ୍ଦେହଜନକ ମୃତ୍ୟୁ ହୋଇଛି ା ଏହାକୁ ନେଇ...

ବାଇକ୍‌ ଡିକିରୁ ୨ ଲକ୍ଷ ଟଙ୍କା ଲୁଟ, ୨ ଅଟକ

ଦିଗପହଣ୍ଡି,୧୫ା୧୦(ଡି.ଏନ୍‌.ଏ.)-ଦିଗପହଣ୍ଡି ମୁଖ୍ୟ ରାସ୍ତାରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ନିକଟରୁ ସୋମବାର ଅପରାହ୍ନ ପ୍ରାୟ ସାଢ଼େ ୧ ଟାରେ ବାଇକ୍‌ ଡିକିରୁ କୌଣସି ଦୁର୍ବୃତ୍ତ ଜଣେ...

ଚିକିତ୍ସା ନ ପାଇ ରୋଗୀ ମୃତ୍ୟୁ ଅଭିଯୋଗ ଘଟଣା: ୪୮ ଘଣ୍ଟା ମଧ୍ୟରେ ରିପୋର୍ଟ ମାଗିଲେ ସ୍ବାସ୍ଥ୍ୟମନ୍ତ୍ରୀ

ଅନୁଗୋଳ ଅଫିସ, ୩ା୮: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଶୁକ୍ରବାର ରାତିରେ ଆସିଥିବା ସମଲ ଅଞ୍ଚଳର ବାଦଲ ଦଳାଇ(୪୬)ଙ୍କ ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ ହୋଇଥିଲା।...

ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ, କୌଣସି ଛାତ୍ରୀଛାତ୍ରଙ୍କୁ ମିଳିନି ଗ୍ରେଡ୍‌ A1

କଟକ ଅଫିସ,୨୨ା୧୦: ଗୁରୁବାର ପ୍ରକାଶ ପାଇଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ। ଚଳିତବର୍ଷ ୨୧, ୪୮୭ ଛାତ୍ରୀଛାତ୍ର ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ...

Advertisement


Archives

Model This Week