ବିୟର କଥା ମନେ ପଡ଼ିବାରୁ ଆଇସୋଲେଶନ ଓ୍ବାର୍ଡ ଛାଡ଼ି ପଳାଇଲେ ଏହି ଯୁବକ, ଆଉ ତା’ ପରେ…

ଲଣ୍ଡନ,୮ା୧୦: କୁହାଯାଏ, ଏମିତି କିଛି ବ୍ୟକ୍ତି ଅଛନ୍ତି ସେମାନେ ନିଶା ପାଇଁ ସବୁକିଛି କରିପାରନ୍ତି। ଠିକ୍‌ ଏମିତି ଏକ ଘଟଣା ଘଟିଛି ବ୍ରିଟେନ୍‌ରେ। ଏଠାକାର ଜଣେ ଯୁବକ କରୋନା ସଂକ୍ରମିତ ହୋଇଥିଲେ। ଏଥିପାଇଁ ସେ ଆଇସୋଲେଶନ ଓ୍ବାର୍ଡରେ ରହୁଥିଲେ। ଏହି ସମୟରେ ତାଙ୍କର ବିୟର କଥା ଏତେ ମନେ ପଡ଼ିଲା ଯେ, ଶେଷରେ ସେ ଆଇସୋଲେଶନ୍‌ ଓ୍ବାର୍ଡ ଛାଡ଼ି ସିଧା ଯାଇ ବାର୍‌ରେ।
କ୍ରେବି ଜ୍ୟାକ୍‌ ନାମକ ଜଣେ ଯୁବକଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇବାରୁ ତାଙ୍କୁ ଦୁଇ ସପ୍ତାହ ଆଇସୋଲେଶନରେ ରହିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ମାତ୍ର ସେ ନିଶା ପାଇଁ ଏତେ ପାଗଳ ଥିଲେ ଯେ, ଆଇସୋଲେଶନ ଓ୍ବାର୍ଡ ଛାଡ଼ି ଲୁଚି କି ବାର୍‌କୁ ପଳାଇଲେ। ସେଣ୍ଟର ବାହାରେ ଜଗିଥିବା ପୋଲିସ ତାଙ୍କୁ ବହୁ ଖୋଜାଖୋଜି କରିବା ପରେ ଏକ ବାର୍‌ରୁ ଧରିଥିଲେ। ପରେ ତାଙ୍କ ଉପରେ ୪ ଲକ୍ଷ ୧୭ ହଜାର ଜରିମାନା କରିଛି ପୋଲିସ। ଏକଥା ନିଜେ ମଧ୍ୟ ସ୍ବୀକାର କରିଛନ୍ତି କ୍ରେବି। ପୋଲିସ ପଚାରିବାରୁ ସେ ୧ ଘଣ୍ଟା ଧରି ବାହାରକୁ ଯାଇଥିଲେ। ତାଙ୍କୁ ଏକୁଟିଆ ଲାଗୁଥିବାରୁ ସେ ବାର୍‌ ଚାଲିଯାଇଥିଲେ। ତେବେ ଅକ୍ଟୋବର ଶେଷ ସୁଦ୍ଧା ସେ ଏହି ଜରିମାନା ଭରଣ କରିବେ।
ଏହି ଘଟଣା ପରେ ପ୍ରତିରକ୍ଷା ଓକିଲ ଫଏବ୍‌ କବ୍‌ କହିଛନ୍ତି, କ୍ରେବିଙ୍କ ଯୋଗୁ ତାଙ୍କ ବାର୍‌ର ଅନ୍ୟ କର୍ମଚାରୀମାନେ ମଧ୍ୟ ଅସୁବିଧାରେ ପଡ଼ିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚ ପବିତ୍ର

ପଞ୍ଚ ବା ପାଞ୍ଚ କେବଳ ଏକ ସଂଖ୍ୟା ନୁହେଁ, ହିନ୍ଦୁଧର୍ମରେ ଏହା ପବିତ୍ରତାର ଆଉ ଏକ ନାଁ। କାରଣ ପୂଜାବିଧିଠାରୁ ଆରମ୍ଭ କରି କର୍ମକାଣ୍ଡ ଯାଏ...

ଆବର୍ଜନା ପାହାଡ଼ରେ ପାର୍କ

ରୁଷିଆ ରାଜଧାନୀ ମସ୍କୋରେ ଏଣିକି ଅଳିଆଗଦାରେ ପାର୍କ ଦେଖିବାକୁ ମିଳିବ। ମସ୍କୋ ଓ ଏହାର ଆଖପାଖ ଅଞ୍ଚଳରୁ ଏଠାକୁ ବହୁ ଟନ୍‌ ଅଳିଆ ଆବର୍ଜନା ଆସିଥାଏ।...

ଓମିକ୍ରନ୍‌ ବିରୋଧରେ କାମ ଦେଉନି ବୁଷ୍ଟର ଡୋଜ୍‌

ସିଙ୍ଗାପୁର,୧୦।୧୨: କରୋନାର ନୂଆ ଭାରିଆଣ୍ଟ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଏବେ କରୋନାର ବୁଷ୍ଟର ଡୋଜ୍‌ ଟିକି ନେବା ପାଇଁ ମଧ୍ୟ ଚର୍ଚ୍ଚା ହେଉଛି।...

ଏକଛତ୍ରବାଦୀ ଶାସକ ପରୀକ୍ଷା କଲେ କ୍ରୁଜ୍‌ କ୍ଷେପଣାସ୍ତ୍ର…

ପୋୟଙ୍ଗୟାଙ୍ଗ୍‌,୧୩।୯: ଆମେରିକା ସହିତ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ଦୀର୍ଘ ଦୂରଗାମୀ କ୍ରୁଜ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ...

ବାଇଡେନଙ୍କ ସରକାରରେ ୧୩୦ ପଦବୀରେ ଭାରତୀୟ…

ଓ୍ବାଶିଂଟନ, ୧୫।୯ : ଆମେରିକା ସରକାର ଭାରତୀୟମାନଙ୍କର ବୌଦ୍ଧିକ ଏବଂ ପ୍ରଶାସନିକ ଦକ୍ଷତାକୁ ଭଲ ଭାବେ ବୁଝିଛନ୍ତି। ସେଥିପାଇଁ ରାଷ୍ଟ୍ରପତି ଜୋ ବାଇଡେନ ଏପର୍ଯ୍ୟନ୍ତ ତାଙ୍କ...

ମଦ ପିଇବାର ନିରାପଦ ସୀମା ନାହିଁ

ନୂଆଦିଲ୍ଲୀ,୧୨।୧(ପି.ଟି.): ମଦ ପିଇବାର କୌଣସି ନିରାପଦ ସୀମା ନାହିଁ। ଯେତେ ଅଳ୍ପ ପରିମାଣର ମଦ ପିଇଲେ ବି ଏହା ଜଣକ ସ୍ବାସ୍ଥ୍ୟ ଉପରେ ଗମ୍ଭୀର ପ୍ରଭାବ...

ଏୟାର ଲିପ୍ଟ ସମୟରେ ଘୁରିଲା ମହିଳାଙ୍କ ଷ୍ଟ୍ରେଚର: ଅବସ୍ଥା ଗୁରୁତର

ଓ୍ବାଶିଂଟନ,୩୦।୧୧: ସାଧାରଣତଃ ବିପଦରେ ପଡିଥିବା ବେଳେ ବା କୌଣସି ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ସେମାନଙ୍କୁ ହେଲିକପ୍ଟର ମାଧ୍ୟମରେ ଏୟାର ଲିପ୍ଟ କରାଯାଏ। ଯେଉଁଥିରେ ପୀଡିତଙ୍କର...

ଆମେରିକା ଉପରେ ଋଣବୋଝ ପାଇଁ ଉଭୟ ଡେମୋକ୍ରାଟ-ରିପବ୍ଲିକାନ ଦାୟୀ: ନିକ୍କି ହାଲି…

ଓ୍ବାଶିଂଟନ,୮।୩ : ଆମେରିକାର ମୂଳ ଭାରତୀୟ ରାଷ୍ଟ୍ରପତି ପ୍ରାର୍ଥୀ ନିକ୍କି ହାଲି ଦେଶର ବର୍ଦ୍ଧିତ ଋଣବୋଝକୁ ନେଇ ପୁଣି ଥରେ ଡେମୋକ୍ରାଟ-ରିପବ୍ଲିକାନଙ୍କୁ ଟାର୍ଗେଟ କରିଛନ୍ତି। ଆମେରିକାର...

Advertisement
Archives

Model This Week