ବିୟର କଥା ମନେ ପଡ଼ିବାରୁ ଆଇସୋଲେଶନ ଓ୍ବାର୍ଡ ଛାଡ଼ି ପଳାଇଲେ ଏହି ଯୁବକ, ଆଉ ତା’ ପରେ…

ଲଣ୍ଡନ,୮ା୧୦: କୁହାଯାଏ, ଏମିତି କିଛି ବ୍ୟକ୍ତି ଅଛନ୍ତି ସେମାନେ ନିଶା ପାଇଁ ସବୁକିଛି କରିପାରନ୍ତି। ଠିକ୍‌ ଏମିତି ଏକ ଘଟଣା ଘଟିଛି ବ୍ରିଟେନ୍‌ରେ। ଏଠାକାର ଜଣେ ଯୁବକ କରୋନା ସଂକ୍ରମିତ ହୋଇଥିଲେ। ଏଥିପାଇଁ ସେ ଆଇସୋଲେଶନ ଓ୍ବାର୍ଡରେ ରହୁଥିଲେ। ଏହି ସମୟରେ ତାଙ୍କର ବିୟର କଥା ଏତେ ମନେ ପଡ଼ିଲା ଯେ, ଶେଷରେ ସେ ଆଇସୋଲେଶନ୍‌ ଓ୍ବାର୍ଡ ଛାଡ଼ି ସିଧା ଯାଇ ବାର୍‌ରେ।
କ୍ରେବି ଜ୍ୟାକ୍‌ ନାମକ ଜଣେ ଯୁବକଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇବାରୁ ତାଙ୍କୁ ଦୁଇ ସପ୍ତାହ ଆଇସୋଲେଶନରେ ରହିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ମାତ୍ର ସେ ନିଶା ପାଇଁ ଏତେ ପାଗଳ ଥିଲେ ଯେ, ଆଇସୋଲେଶନ ଓ୍ବାର୍ଡ ଛାଡ଼ି ଲୁଚି କି ବାର୍‌କୁ ପଳାଇଲେ। ସେଣ୍ଟର ବାହାରେ ଜଗିଥିବା ପୋଲିସ ତାଙ୍କୁ ବହୁ ଖୋଜାଖୋଜି କରିବା ପରେ ଏକ ବାର୍‌ରୁ ଧରିଥିଲେ। ପରେ ତାଙ୍କ ଉପରେ ୪ ଲକ୍ଷ ୧୭ ହଜାର ଜରିମାନା କରିଛି ପୋଲିସ। ଏକଥା ନିଜେ ମଧ୍ୟ ସ୍ବୀକାର କରିଛନ୍ତି କ୍ରେବି। ପୋଲିସ ପଚାରିବାରୁ ସେ ୧ ଘଣ୍ଟା ଧରି ବାହାରକୁ ଯାଇଥିଲେ। ତାଙ୍କୁ ଏକୁଟିଆ ଲାଗୁଥିବାରୁ ସେ ବାର୍‌ ଚାଲିଯାଇଥିଲେ। ତେବେ ଅକ୍ଟୋବର ଶେଷ ସୁଦ୍ଧା ସେ ଏହି ଜରିମାନା ଭରଣ କରିବେ।
ଏହି ଘଟଣା ପରେ ପ୍ରତିରକ୍ଷା ଓକିଲ ଫଏବ୍‌ କବ୍‌ କହିଛନ୍ତି, କ୍ରେବିଙ୍କ ଯୋଗୁ ତାଙ୍କ ବାର୍‌ର ଅନ୍ୟ କର୍ମଚାରୀମାନେ ମଧ୍ୟ ଅସୁବିଧାରେ ପଡ଼ିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL Playoff Scenario: ପ୍ଲେଅଫ ପାଇଁ ଯୋଗ୍ୟତା ଅର୍ଜନ କଲେ ୩ ଟିମ୍‌; ଏବେ ୫ ଟିମ ମଧ୍ୟରେ ଫାଇନାଲ ସ୍ଥାନ ପାଇଁ ଲଢ଼େଇ

ନୂଆଦିଲ୍ଲୀ,୧୯।୫: ଆଇପିଏଲ ୨୦୨୬ ପ୍ଲେଅଫରେ ତିନୋଟି ଦଳ ପୂର୍ବରୁ ସେମାନଙ୍କର ସ୍ଥାନ ନିଶ୍ଚିତ କରିସାରିଛନ୍ତି। ସୋମବାର ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସକୁ ପରାସ୍ତ କରିବା ପରେ, ସନରାଇଜର୍ସ…

ବିସିସିଆଇ ଆର୍‌ଟିଆଇ ପରିସରଭୁକ୍ତ ନୁହେଁ, ପୂର୍ବ ନିର୍ଦ୍ଦେଶରୁ ଓହରିଲେ ସିଆଇସି

ନୂଆଦିଲ୍ଲୀ,୧୯ା୫(ପି.ଟି.): କ୍ରିକେଟ ପ୍ରଶାସନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ସର୍ବସାଧାରଣ କାର୍ଯ୍ୟକ୍ରମ ପରିଚାଳନା ଓ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟରେ ଭାରତର ପ୍ରତିନିଧିତ୍ୱ ସତ୍ତ୍ୱେ ବିସିସିଆଇକୁ ଏକ ସର୍ବସାଧାରଣ ପ୍ରାଧିକରଣ ଭାବେ ବିବେଚନା…

ବଡ଼ ଟ୍ରେନ ଦୁର୍ଘଟଣା, ଲାଇନଚ୍ୟୁତ ହେଲା ୩ ବଗି

ଡେରାଡୁନ,୧୯।୫: ‘ଯୋଗ ନଗରୀ’ ଋଷିକେଶରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି। ରିପୋର୍ଟ ଅନୁଯାୟୀ, ଏକ ଟ୍ରେନର ତିନୋଟି ବଗି ଲାଇନଚ୍ୟୁତ ହୋଇଛି, ଯାହା ରେଳ ପ୍ରଶାସନ…

ବରଗଡ଼ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବିକଳ ଚିତ୍ର; ବିଦ୍ୟୁତସେବା ବ୍ୟାହତ, ରୋଗୀ ହନ୍ତସନ୍ତ

ବରଗଡ଼,୧୯।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସ୍ବାସ୍ଥ୍ୟସେବା ଭୁଷୁଡ଼ି ପଡ଼ିଛି। ଏହା ନୂଆଁ କଥା ନୁହେଁ। ବର୍ଷବର୍ଷ ଧରି ଏଠାରେ ଏହି ସମ୍ଯଯା ଲାଗି ରହିଛି। ଡାକ୍ତର ଏବଂ…

ହର୍ମୁଜ୍‌ ପରିଚାଳନା କରିବ ଇରାନର ନୂଆ ସଂସ୍ଥା

ତେହରାନ୍‌,୧୯ା୫: ଇରାନ ବିରୋଧରେ ଆମେରିକା ଓ ଇସ୍ରାଏଲ୍‌ ଯୁଦ୍ଧ ଆରମ୍ଭ କରିବା ପରେ ଇନ୍ଧନ ପରିବହନର ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌କୁ ତେହରାନ୍‌ ବନ୍ଦ କରି…

ଡିଜିଟାଲ ପ୍ଲାଟ୍‌ଫର୍ମରେ ପୁରୁଷଙ୍କ ଅପେକ୍ଷା ମହିଳା ଅଧିକ ସକ୍ରିୟ, ବିନିଯୋଗ କରୁଛନ୍ତି ୫୦%ରୁ ଅଧିକ ସମୟ

ନୂଆଦିଲ୍ଲୀ,୧୯।୫(ଆଇଏଏନ୍‌ଏସ୍‌): ଭାରତର ସହରାଞ୍ଚଳରେ ଡିଜିଟାଲ ବିପ୍ଳବର ମଙ୍ଗ ଏବେ ମହିଳାମାନଙ୍କ ହାତରେ। ବିଶେଷକରି ମନୋରଞ୍ଜନ, ମେସେଜିଂ, ଇ-କମର୍ସ ଏବଂ କ୍ୱିକ୍‌ କମର୍ସ ଭଳି କ୍ଷେତ୍ରରେ ପୁରୁଷଙ୍କ ତୁଳନାରେ…

ପେଟ୍ରୋଲ-ଡିଜେଲ ଦର ପୁଣି ବୃଦ୍ଧି, ପାଞ୍ଚ ଦିନରେ ଦ୍ବିତୀୟ ଥର ପାଇଁ ବଢ଼ିଲା

ନୂଆଦିଲ୍ଲୀ,୧୯।୫: ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ପୁଣି ଥରେ ବୃଦ୍ଧି ଘଟିଛି । ଏହା ଗତ ପାଞ୍ଚ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ମୂଲ୍ୟ ବୃଦ୍ଧି…

ପଥଚାରୀଙ୍କୁ ପିଟିଦେଲା ବାଇକ୍‌: ପରିବହନ ବିଭାଗ କ୍ୟାମେରା ଆଗରେ ଘଟିଲା…

ଭଞ୍ଜନଗର,୧୮।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ମଲାସପଦର ଛକ ନିକଟରେ ସୋମବାର ରାତି ପ୍ରାୟ ୧୦ଟା ସମୟରେ ଏକ ବାଇକ ଚାଳକ ଜଣେ ପଥଚାରୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri