ଗର୍ଲଫ୍ରେଣ୍ଡଙ୍କୁ ବର୍ଗର ଖୁଆଇବାକୁ ୨ଲକ୍ଷ ଟଙ୍କାରେ ହେଲିକପ୍ଟର ବୁକ୍‌ କରି ରେଷ୍ଟୁରାଣ୍ଟରେ ପହଞ୍ଚିଲେ ଯୁବକ: ଆଉ ତା ପରେ…

ଜଣେ ବ୍ୟକ୍ତିଙ୍କ ବର୍ଗର ଖାଇବାକୁ ଇଚ୍ଛା ହେଲା। ମାତ୍ର ଘରପାଖରେ ତାଙ୍କୁ କୌଣସି ରେଷ୍ଟୁରାଣ୍ଟ ପସନ୍ଦ ହେଲାନାହିିଁ। ଶେଷରେ ସେ ପ୍ରେମିକାଙ୍କୁ ଧରି ୨ ଘଣ୍ଟା ପାଇଁ ହେଲିକପ୍ଟର ବୁକ୍‌ କରି ମ୍ୟାକଡୋନାଲ୍ଡ ରେଷ୍ଟୁରାଣ୍ଟରେ ପହଞ୍ଚିଥିଲେ। ଶୁଣିବାକୁ ଆର୍ଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ଏହି ଘଟଣା ଘଟିଛି ରୁଷରେ। ବର୍ଗର ଖାଇବା ପାଇଁ ହେଲିକପ୍ଟରରେ ଉଡିଥିବା ବ୍ୟକ୍ତିଙ୍କ ନାମ ହେଉଛି ଭିକ୍ଟୋର ମାର୍ଟିିନୋଭ। ସେ ଜାହାଜ ବ୍ୟବସାୟରେ ଅଛନ୍ତି।

ରେଷ୍ଟୁରାଣ୍ଟରେ ପହଞ୍ଚିବା ପାଇଁ ଭିକ୍ଟର ହେଲିକପ୍ଟର ଯୋଗେ ପ୍ରାୟ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ଗର୍ଲଫ୍ରେଣ୍ଡଙ୍କ ସହିତ ସେ ବର୍ଗର ଖାଇବା ପାଇଁ ହେଲିକପ୍ଟରରେ ପହଞ୍ଚିଥିଲେ। ବାସ୍ତବରେ, ୩୩ ବର୍ଷୀୟ ଭିକ୍ଟର କ୍ରିମିଆ ଛୁଟି କାଟୁଥିଲେ, ଯେଉଁ ସମୟରେ ତାଙ୍କୁ ମ୍ୟାକଡୋନାଲ୍ଡର ବରଗର ଖାଇବାକୁ ଡକାଯାଇଥିଲା। ଏହା ପରେ ସେ କ୍ରାସନୋନଡର ଯାତ୍ରା କରିଥିଲେ। ସେ ହେଲିକପ୍ଟର ଯୋଗେ ପ୍ରାୟ ୩୬୦ କିଲୋମିଟର ଦୂରରେ ଥିବା ମ୍ୟାକଡୋନାଲ ରେଷ୍ଟୁରାଣ୍ଟରେ ପହଞ୍ଚିଥିଲେ। ତାଙ୍କର ରେଷ୍ଟୁରାଣ୍ଟ ବିଲ ପ୍ରାୟ ୪,୮୫୯ ଟଙ୍କା ହୋଇଥିଲା। ଏଥିସହିତ ହେଲିକପ୍ଟର ଭଡା କମ୍ପାନୀ କହିଛି ଯେ, ପୂର୍ବରୁ ଏମିତି କେବେ ଘଟି ନ ଥିଲା। ଜଣେ ବ୍ୟକ୍ତି ବର୍ଗର ଖାଇବା ପାଇଁ ହେଲିକପ୍ଟରରେ ବୁକିଂ କରି ନ ଥଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri