Posted inଖେଳ

ଡବ୍ଲ୍ୟୁଟିସି ଫାଇନାଲ ଯଥାରୀତି ହେବ: ଆଇସିସି

ଦୁବାଇ, ୨୧ା୪ (ପି.ଟି.)-କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ହାରରେ ବୃଦ୍ଧି ପାଉଥିବାରୁ ବ୍ରିଟେନ ଭାରତକୁ ଏହାର ଟ୍ରାଭେଲ ‘ରେଡ୍‌ ଲିଷ୍ଟ’ରେ ସ୍ଥାନ ଦେଇଥିଲେ ମଧ୍ୟ ଜୁନ୍‌ ୧୮ରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଯଥାରୀତି ଅନୁଷ୍ଠିତ ହେବ ବୋଲି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ନିର୍ଭର ପ୍ରତିଶ୍ରୁତି ଦେଇଛି। ‘ରେଡ୍‌ ଲିଷ୍ଟ’ ସ୍ଥାନ ପାଇଥିବାରୁ ବର୍ତ୍ତମାନ ବ୍ରିଟେନକୁ ଭାରତୀୟଙ୍କ ଗସ୍ତ ଉପରେ କଟକଣା ରହିବ। ଯଦି କୌଣସି ୟୁନାଇଟେଡ୍‌ କିଙ୍ଗଡମ୍‌ (ୟୁକେ) ବାସିନ୍ଦା ସ୍ବଦେଶ ଫେରନ୍ତି ତେବେ ହୋଟେଲରେ ୧୦ ଦିନ କ୍ୱାରାଣ୍ଟାଇନ୍‌ ବାଧ୍ୟତାମୂଳକ। ହେଲେ ଏକ ଜୈବ-ସୁରକ୍ଷିତ ପରିବେଶରେ ଡବ୍ଲ୍ୟୁଟିସି ଫାଇନାଲ ଆୟୋଜନ ହୋଇପାରିବ ବୋଲି ଆଇସିସି ଦୃଢତାର ସହିତ କହିଛି। ମହାମାରୀ ସମୟରେ କିପରି ସୁରକ୍ଷିତ ଭାବେ ଅନ୍ତର୍ଜାତୀୟ କ୍ରିକେଟ ଆୟୋଜନ କରିହେବ ତାହା ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ସମେତ ଅନ୍ୟ ସଦସ୍ୟ ଦେଶ ତାହା କାର୍ଯ୍ୟରେ କରି ଦେଖାଇ ଦେଇଛନ୍ତି। ତେଣୁ ଯୋଜନା ମୁତାବକ ଜୁନ୍‌ରେ ଡବ୍ଲ୍ୟୁଟିସି ଫାଇନାଲ ଖେଳାଯିବ ବୋଲି ଆଇସିସି ପକ୍ଷରୁ ସୋମବାର ରାତିରେ ସ୍ପଷ୍ଟ କରିଦିଆଯାଇଛି। ଆଇସିସି ତରଫରୁ ଇତିମଧ୍ୟରେ ୟୁକେ ସରକାରଙ୍କ ସହ ‘ରେଡ୍‌ ଲିଷ୍ଟ’ରେ ସ୍ଥାନ ପାଇଥିବା ଦେଶମାନଙ୍କ ଲାଗି କରାଯାଇଥିବା ନିୟମ ଉପରେ ଆଲୋଚନା ହୋଇସାରିଛି। ଅନ୍ୟପକ୍ଷରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜଣେ ବରିଷ୍ଠ କର୍ମକର୍ତ୍ତା କହିଛନ୍ତି, ଦେଶରେ ବର୍ତ୍ତମାନ ଯେଉଁ ପରିସ୍ଥିତି ଉପୁଜିଛି, ସେତେବେଳେ ହୁଏତ ତାହା ନ ଥିବ। ଜୁନ୍‌ ପ୍ରଥମ ଭାଗରେ ଟିମ୍‌ର ଗସ୍ତ ବେଳକୁ ଭାରତର ନାମ ହୁଏତ ‘ରେଡ୍‌ ଲିଷ୍ଟ’ରେ ନ ଥିବ। ଯଦି ଅବା ସମାନ ପରିସ୍ଥିତି ଥାଏ ତେବେ ୧୦ଦିନ କଠିନ କ୍ୱାରାଣ୍ଟାଇନ୍‌ର ଆବଶ୍ୟକତା ପଡ଼ିବ। ଭାରତୀୟ ମହିଳା କ୍ରିକେଟ ଦଳ ଜୁନ୍‌ରେ ଏବଂ ପୁରୁଷ ଦଳ ଅଗଷ୍ଟ ୪ରେ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ଲାଗି ୟୁନାଇଟେଡ୍‌ କିଙ୍ଗଡମ୍‌ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି। ଲଡର୍‌ସଠାରେ ଜୁନ୍‌୨ରୁ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ। ଭାରତ ‘ରେଡ୍‌ ଲିଷ୍ଟ’ରେ ସ୍ଥାନ ପାଇବା ଦ୍ୱାରା ବର୍ତ୍ତମାନ ଆଇପିଏଲ୍‌ ଖେଳୁଥିବା ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଖେଳାଳିଙ୍କ ଉପରେ ଏହାର କି ପ୍ରଭାବ ରହିବ ତାହା ଏକ ବଡ଼ ପ୍ରଶ୍ନ। ଆଇପିଏଲ୍‌ ମେ’ ୩୦ରେ ଶେଷ ହେବ। ଟାଇଟଲ ମୁକାବିଲା ଅହମଦାବାଦରେ ହେବ। ଖବର ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ନୂଆ ପଜିଟିଭ୍‌ଙ୍କ ସଂଖ୍ୟା ୨,୫୯, ୧୭୦ରେ ପହଞ୍ଚତ୍ଛି। ଦିନକରେ ଏହା ହେଉଛି ସର୍ବାଧିକ। ଦେଶରେ ମୋଟ କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା ୧.୫ କୋଟିରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୯୮୩ ବିଶ୍ୱକପ୍‌ ବିଜେତା ଦଳର ଖେଳାଳିଙ୍କୁ କେତେ ଟଙ୍କା ମିଳିଥିଲା ଜାଣନ୍ତି କି

୧୯୮୩, ଜୁନ ୨୫ରେ ସେତେବେଳର କ୍ରିକେଟ ଜଗତର ବାଦଶାହା ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରି ବିଶ୍ବ ବିଜେତାର ମୁକୁଟ ପିନ୍ଧିଥିଲା ଟିମ ଇଣ୍ଡିଆ। ଆଉ ଏହା ଥିଲା...

‘ଆଫ୍ରିଦୀଙ୍କୁ ଅଫ୍‌ ଷ୍ଟମ୍ପ ବାହାରେ ପକାଇବାର ଥିଲା’

କରାଚୀ,୧୩।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନ ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହେବା ପରେ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି। ପରାଜୟ ପାଇଁ ସାରା ପାକିସ୍ତାନରେ...

ଅଲିମ୍ପିକ୍‌ ଚାମ୍ପିୟନ ଚାଇନିଜ ଭଲିବଲ ଖେଳାଳି ବାସନ୍ଦ

ଶାଙ୍ଘାଇ,୧୪।୮(ଏଏଫ୍‌ପି): ଚାଇନିଜ ଅଲିମ୍ପିକ୍‌ ଚାମ୍ପିୟନ ଭଲିବଲ ଦଳର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଡୋପ ଟେଷ୍ଟରେ ବିଫଳ ହେବା କାରଣରୁ ୪ ବର୍ଷ ଲାଗି ବାସନ୍ଦ ହୋଇଛନ୍ତି। ଫଳରେ...

ଉତ୍ତର କୋରିଆ ଜିତିଲା ଇଣ୍ଟରକଣ୍ଟିନେଣ୍ଟାଲ କପ୍‌

ଅହମ୍ମଦାବାଦ, ୨୦ା୭ (ପି.ଟି.)-ଉତ୍ତର କୋରିଆ ଇଣ୍ଟରକଣ୍ଟିନେଣ୍ଟାଲ ଫୁଟ୍‌ବଲ ଟୁର୍ନାମେଣ୍ଟର ଦ୍ୱିତୀୟ ସଂସ୍କରଣରେ ଚାମ୍ପିୟନ ହୋଇଛି। ଶୁକ୍ରବାର ଅନୁଷ୍ଠିତ ଫାଇନାଲରେ ଦଳ ୧-୦ ଗୋଲରେ ତାଜିକ୍‌ସ୍ତାନକୁ ହରାଇ...

ଧୋନୀଙ୍କୁ ଅନୁକରଣ କରିବାକୁ ଚାହାନ୍ତି କାରେ

ମୁମ୍ବାଇ,୧୨।୧(ପି.ଟି.)-ଅଷ୍ଟ୍ରେଲୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ଆଲେକ୍ସ କାରେ ଭାରତୀୟ ଅଭିଜ୍ଞ ଖେଳାଳି ମହେନ୍ଦ୍ର ସିଂ ଧୋନୀଙ୍କୁ ଅନୁକରଣ କରିବାକୁ ଚାହାନ୍ତି ବୋଲି କହିଛନ୍ତି। ଧୋନୀ ଯେଉଁଭଳି ଭାବେ...

ଫ୍ରେଞ୍ଚ୍‌ ଓପନ୍‌: ଟପ୍‌ ସିଡ୍‌ ହାଲେପ୍‌ଙ୍କ ବିପର୍ଯ୍ୟୟ, କ୍ୱାର୍ଟରରେ ଭିଟୋଲିନା

ପ୍ୟାରିସ୍‌,୫।୧୦(ଏପି): ଫ୍ରେଞ୍ଚ୍‌ ଓପନ୍‌ ମହିଳା ସିଙ୍ଗଲ୍ସରେ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଟପ୍‌ସିଡ୍‌ ମାନ୍ୟତା ପାଇଥିବା ରୋମାନିଆର ସିମୋନ ହାଲେପ୍‌ ରବିବାର ଚତୁର୍ଥ ରାଉଣ୍ଡରେ...

ଅଷ୍ଟ୍ରେଲିଆଠାରୁ ମ୍ୟାଚ୍‌ ଛଡାଇ ଆଣିପାରନ୍ତି ଏହି ୨ ଖେଳାଳି

ମେଲବୋର୍ନ,୨୮।୧୨: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ବର୍ଡର-ଗାଭାସ୍କର ଟ୍ରଫିରେ ଭାରତ ସିରିଜ୍‌କୁ ଫେରିବା ନେଇ ଆଶାବାଦୀ ଅଛନ୍ତି। ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଦଳର କାମଚଳା...

ଜୁଭେଣ୍ଟସ ଫେରିଲେ କିମ୍ବଦନ୍ତୀ ବଫନ

ରୋମ,୫।୭- ପୂର୍ବତନ ଇଟାଲିଆନ ଗୋଲକିପର ଗିଆନଲୁଇଗି ବଫନ ପ୍ୟାରିସ ସେଣ୍ଟ ଜର୍ମେନ (ପିଏସ୍‌ଜି) ସହ ଏକ ବର୍ଷୀୟା ଚୁକ୍ତି ଶେଷ କରିବା ପରେ ଜୁଭେଣ୍ଟସ କ୍ଲବକୁ...

Advertisement
Archives

Model This Week