ଗର୍ଭବତୀଙ୍କୁ କିରୋସିନ ଢାଳି ନିଆଁ ଲଗାଇଦେଲେ ପୂଜକ

ଭୁବନେଶ୍ୱର,୧୫।୫ (ବ୍ୟୁରୋ): ମନ୍ଦିର ପୂଜକଙ୍କ ଅମାନବୀୟ କାଣ୍ଡ। ଜଣେ ବିବାହିତା ଗର୍ଭବତୀ ମହିଳାଙ୍କୁ ପ୍ରେମରେ ଫସାଇ ପାଖରେ ରଖିଲେ। ଏବେ କୌଣସି କାରଣରୁ ତାଙ୍କ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ। ମହିଳା ଜଣକ ଗର୍ଭବତୀ ଥିବାବେଳେ ସେ ଏବେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ବଞ୍ଚତ୍ବାକୁ ସଂଘର୍ଷ କରୁଛନ୍ତି। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ କଳାରାହଙ୍ଗ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏନେଇ ମହିଳାଙ୍କ ସ୍ବାମୀଙ୍କ ଅଭିଯୋଗ ଆଧାରରେ ପୋଲିସ ହତ୍ୟା ଉଦ୍ୟମ ଦଫାରେ ମାମଲା (ନଂ.୨୦୩/୨୩) ରୁଜୁ କରି ଅଭିଯୁକ୍ତ ପୂଜକଙ୍କୁ ଗିରଫ କରିଛି। ସେ ହେଲେ କଳାରାହାଙ୍ଗ ଅଞ୍ଚଳର ବିଜୁ ପଣ୍ଡା ଓରଫ ବାଙ୍କ। ଗିରଫ ପରେ ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ନ ମିଳିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି। ଏଥିସହ ତାଙ୍କଠାରୁ ପୋଲିସ ଏକ କିରୋସିନ ଷ୍ଟୋଭ୍‌ ଓ ପୀଡିତାଙ୍କ ମୋବାଇଲ ଫୋନ ଜବତ କରି ଅଧିକ ତଦନ୍ତ ଚଳାଇଛି।
ସୂଚନାନୁସାରେ, ପୀଡିତା ମହିଳା ଗତ ୧୨ବର୍ଷ ପୂର୍ବେ ବିବାହ କରିଥିଲେ। ହେଲେ କୌଣସି ସନ୍ତାନ ସନ୍ତତି ହେଉ ନ ଥିବାରୁ ସ୍ବାମୀସ୍ତ୍ରୀ ଦୁହେଁ କଳାରାହାଙ୍ଗ ଗ୍ରାମସ୍ଥିତ ଜଳେଶ୍ୱର ମନ୍ଦିରକୁ ପୂଜା କରିବା ପାଇଁ ନିୟମିତ ଯାଉଥିଲେ। ଏହି ସମୟରେ ସମ୍ପୃକ୍ତ ମହିଳାଙ୍କ ଉପରେ ମନ୍ଦିର ପୂଜକ ବିଜୁଙ୍କର ଲୋଲୁପ ଦୃଷ୍ଟି ପଡିଥିଲା। ତେଣୁ ସେ ଶିଶୁ ଜନ୍ମ ପାଇଁ ଆଶୀର୍ବାଦ ଦେବା ସହ ଆଶ୍ୱାସନା ଦେଇ ନିକଟତ ହେଉଥିଲେ। ବାରମ୍ବାର ଯିବାଆସିବା ଭିତରେ ଅଭିଯୁକ୍ତ ବିଜୁ ଓ ଉକ୍ତ ମହିଳାଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିଲା। ଏନେଇ ସ୍ବାମୀ ଜାଣିବା ପରେ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଆରମ୍ଭ ହୋଇଥିଲା। ଇତିମଧ୍ୟରେ ସେ ୧୦ମାସର ଗର୍ଭବତୀ ହୋଇଯାଇଥିଲେ। ଶେଷରେ ମହିଳା ଜଣକ ସ୍ବାମୀଙ୍କୁ ଛାଡ଼ି ଗତ ୧୫ଦିନ ହେବ ପୂଜକଙ୍କ ପାଖକୁ ଚାଲି ଆସି ତାଙ୍କ ଘରେ ରହୁଥିଲେ। ଗତ ୧୧ ତାରିଖରେ ପୂଜକ ବିଜୁ ଓ ମହିଳାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ବିଜେ ମହିଳାଙ୍କଠାରୁ ମୋବାଇଲ୍‌ ଫୋନ୍‌ ଛଡ଼ାଇ ନେଇ ପାଖରେ ରଖିବା ସହ ନିଜ ହାତକୁ ଏକ ବ୍ଲେଡରେ କାଟିଦେଇଥିଲେ। ପୁନର୍ବାର ପରଦିନ ରାତିରେ ପୁଣି ସେମାନଙ୍କ ମଧ୍ୟରେ ଝଗଡା ହେବାରୁ ଅଭିଯୁକ୍ତ ବିଜୁ ଉତ୍ତ୍ୟକ୍ତ ହୋଇ ଷ୍ଟୋଭ୍‌ରୁ କିରୋସିନ ଆଣି ଗର୍ଭବତୀଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ। ଫଳରେ ମହିଳା ଜଣକ ପୋଡ଼ିଯାଇ ଗୁରୁତର ହୋଇଥିଲେ। ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଘଟଣାକୁ ନେଇ ମହିଳାଙ୍କ ସ୍ବାମୀ ଗତ ୧୩ ତାରିଖରେ ଅଭିଯୋଗ କରିବାରୁ ପୋଲିସ ତଦନ୍ତ କରି ଅଭିଯୁକ୍ତ ପୂଜକ ବିଜୁଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମହତ୍ୟା କଲେ ୨୮ ବର୍ଷୀୟ ପ୍ରତିଷ୍ଠିତ ଯୁବ ବ୍ୟବସାୟୀ, ଡାଏରୀରେ ଲେଖିଲେ ଆଇ ଲଭ୍‌ ୟୁ…

ମୁମ୍ବାଇ,୧୦ା୧୨: ମୁମ୍ବାଇସ୍ଥିତ ୪ଟି ଇଭେଣ୍ଟ କମ୍ପାନୀର ମାଲିକ ତଥା ପ୍ରତିଷ୍ଠିତ ଯୁବ ବ୍ୟବସାୟୀ ଆତ୍ମହତ୍ୟା କରିଛନ୍ତି। ତେବେ ପ୍ରେମ ସମ୍ପର୍କ ଯୋଗୁ ସେ ଇନ୍ଦୋରରେ ଫାଶୀ...

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ କାର୍ଯ୍ୟ ନିମ୍ନମାନର: ଚାରିଦିନ ନ ଯାଉଣୁ ରାସ୍ତାରୁ ଉଠିଲା ପିଚୁ

ନୂଆଗାଁ,୧୪ା୭ (ଡି.ଏନ.ଏ.): ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନୂଆଗାଁ ବ୍ଲକରେ ହେଉଥିବା ରାସ୍ତାକାର୍ଯ୍ୟ ନିମ୍ନମାନର ଯୋଗୁ ଜନ ଅସନ୍ତୋଷ ବଢିବାରେ ଲାଗିଛି। କୋରଡା ପଞ୍ଚାୟତ ରକ୍ତପଟାଠାରୁ...

ପଦ୍ମଶ୍ରୀ ରଜତ କରଙ୍କ ପରଲୋକ

ଭୁବନେଶ୍ୱର,୮।୫(ବ୍ୟୁରୋ): ବିଶିଷ୍ଟ ସାହିତ୍ୟିକ ତଥା ପଦ୍ମଶ୍ରୀ ରଜତ କରଙ୍କ ପରଲୋକ। ହୃଦ୍‌ଘାତରେ ରାଜଧାନୀର ଏକ ଘରୋଇ ହସ୍ପିଟାଲ୍‌ରେ ତାଙ୍କର ପରଲୋକ ଘଟିଛି। ଏନେଇ ତାଙ୍କ ପୁଅ...

ଭାଜପା ଜିଲା ସଭାପତିରୁ ଇସ୍ତଫା ଦେଲେ ମଙ୍ଗଳ ସାହୁ

ଝାରସୁଗୁଡ଼ା ଅଫିସ,୯ା୫: ବ୍ରଜରାଜନଗର ଉପନିର୍ବାଚନ ଆସନ୍ତା ୩୧ ତାରିଖରେ ହେବାକୁ ଥିବାବେଳେ ଦଳୀୟ ପ୍ରାର୍ଥୀ କିଭଳି ସଫଳତାର ସହ ବିଜୟୀ ହେବେ ଏନେଇ ଭାଜପା ତା’ର...

ଡିଜି କଲେଜ ହେଲା ବିଶ୍ୱବିଦ୍ୟାଳୟ

କେନ୍ଦୁଝର,୧୨ା୨(ସ୍ବ.ପ୍ର.): କେନ୍ଦୁଝରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟି ଦେଇଛନ୍ତି। ଜିଲାର ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ୧୯୫୭ରେ ଏହି ମହାବିଦ୍ୟାଳୟ ପ୍ରତିଷ୍ଠା...

ଦିଅରଙ୍କ ହାତରେ ଭାଉଜଙ୍କ ଜୀବନ ଗଲା

କଟକ ଅଫିସ,୨।୪: କଟକ ସହର ଶିଖରପୁର ଉପର ସାହିରେ ଜମିବାଡିକୁ କେନ୍ଦ୍ରକରି ଶୁକ୍ରବାର ସକାଳେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଦିଅରଙ୍କ ଆକ୍ରମଣରେ ବିଧବା ଭାଉଜଙ୍କର...

ଆଇୟୁସିଏନ୍‌ ପୋର୍ଟାଲ୍‌ରେ ‘ପୃଥିବୀ ମନ୍ଥନ’

ଭୁବନେଶ୍ୱର, ୧୩।୬(ବ୍ୟୁରୋ): ଜାତିସଂଘ ସମର୍ଥିତ ସଂସ୍ଥା ଆଇୟୁସିଏନ୍‌ର ପୋର୍ଟାଲ୍‌ରେ ଅରୋମିରା ଏଣ୍ଟରଟେନ୍‌ମେଣ୍ଟର ଭାଇରାଲ୍‌ ମ୍ୟୁଜିକ୍‌ ଭିଡିଓ ‘ପୃଥିବୀ ମନ୍ଥନ’ ସ୍ଥାନ ପାଇଛି। ବିଶ୍ୱ ପରିବେଶ ସୁରକ୍ଷା...

ପୋଲିସ କର୍ମଚାରୀଙ୍କୁ କରୋନା: ଟୁଇଟ୍‌ କରି ସୂଚନା ଦେଲା କମିଶନରେଟ ପୋଲିସ

ଭୁବନେଶ୍ୱର, ୧୯।୫(ବ୍ୟୁରୋ): ଭୁବନେଶ୍ୱରର ଜଣେ ପୋଲିସ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ କମିଶନରେଟ ପୋଲିସ ପକ୍ଷରୁ ମଙ୍ଗଳବାର ଟୁଇଟ୍‌ କରି ସୂଚନା ଦିଆଯାଇଛି।...

Advertisement
Archives

Model This Week