ଗର୍ଭବତୀଙ୍କୁ କିରୋସିନ ଢାଳି ନିଆଁ ଲଗାଇଦେଲେ ପୂଜକ

ଭୁବନେଶ୍ୱର,୧୫।୫ (ବ୍ୟୁରୋ): ମନ୍ଦିର ପୂଜକଙ୍କ ଅମାନବୀୟ କାଣ୍ଡ। ଜଣେ ବିବାହିତା ଗର୍ଭବତୀ ମହିଳାଙ୍କୁ ପ୍ରେମରେ ଫସାଇ ପାଖରେ ରଖିଲେ। ଏବେ କୌଣସି କାରଣରୁ ତାଙ୍କ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ। ମହିଳା ଜଣକ ଗର୍ଭବତୀ ଥିବାବେଳେ ସେ ଏବେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ବଞ୍ଚତ୍ବାକୁ ସଂଘର୍ଷ କରୁଛନ୍ତି। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ କଳାରାହଙ୍ଗ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏନେଇ ମହିଳାଙ୍କ ସ୍ବାମୀଙ୍କ ଅଭିଯୋଗ ଆଧାରରେ ପୋଲିସ ହତ୍ୟା ଉଦ୍ୟମ ଦଫାରେ ମାମଲା (ନଂ.୨୦୩/୨୩) ରୁଜୁ କରି ଅଭିଯୁକ୍ତ ପୂଜକଙ୍କୁ ଗିରଫ କରିଛି। ସେ ହେଲେ କଳାରାହାଙ୍ଗ ଅଞ୍ଚଳର ବିଜୁ ପଣ୍ଡା ଓରଫ ବାଙ୍କ। ଗିରଫ ପରେ ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ନ ମିଳିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି। ଏଥିସହ ତାଙ୍କଠାରୁ ପୋଲିସ ଏକ କିରୋସିନ ଷ୍ଟୋଭ୍‌ ଓ ପୀଡିତାଙ୍କ ମୋବାଇଲ ଫୋନ ଜବତ କରି ଅଧିକ ତଦନ୍ତ ଚଳାଇଛି।
ସୂଚନାନୁସାରେ, ପୀଡିତା ମହିଳା ଗତ ୧୨ବର୍ଷ ପୂର୍ବେ ବିବାହ କରିଥିଲେ। ହେଲେ କୌଣସି ସନ୍ତାନ ସନ୍ତତି ହେଉ ନ ଥିବାରୁ ସ୍ବାମୀସ୍ତ୍ରୀ ଦୁହେଁ କଳାରାହାଙ୍ଗ ଗ୍ରାମସ୍ଥିତ ଜଳେଶ୍ୱର ମନ୍ଦିରକୁ ପୂଜା କରିବା ପାଇଁ ନିୟମିତ ଯାଉଥିଲେ। ଏହି ସମୟରେ ସମ୍ପୃକ୍ତ ମହିଳାଙ୍କ ଉପରେ ମନ୍ଦିର ପୂଜକ ବିଜୁଙ୍କର ଲୋଲୁପ ଦୃଷ୍ଟି ପଡିଥିଲା। ତେଣୁ ସେ ଶିଶୁ ଜନ୍ମ ପାଇଁ ଆଶୀର୍ବାଦ ଦେବା ସହ ଆଶ୍ୱାସନା ଦେଇ ନିକଟତ ହେଉଥିଲେ। ବାରମ୍ବାର ଯିବାଆସିବା ଭିତରେ ଅଭିଯୁକ୍ତ ବିଜୁ ଓ ଉକ୍ତ ମହିଳାଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିଲା। ଏନେଇ ସ୍ବାମୀ ଜାଣିବା ପରେ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଆରମ୍ଭ ହୋଇଥିଲା। ଇତିମଧ୍ୟରେ ସେ ୧୦ମାସର ଗର୍ଭବତୀ ହୋଇଯାଇଥିଲେ। ଶେଷରେ ମହିଳା ଜଣକ ସ୍ବାମୀଙ୍କୁ ଛାଡ଼ି ଗତ ୧୫ଦିନ ହେବ ପୂଜକଙ୍କ ପାଖକୁ ଚାଲି ଆସି ତାଙ୍କ ଘରେ ରହୁଥିଲେ। ଗତ ୧୧ ତାରିଖରେ ପୂଜକ ବିଜୁ ଓ ମହିଳାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ବିଜେ ମହିଳାଙ୍କଠାରୁ ମୋବାଇଲ୍‌ ଫୋନ୍‌ ଛଡ଼ାଇ ନେଇ ପାଖରେ ରଖିବା ସହ ନିଜ ହାତକୁ ଏକ ବ୍ଲେଡରେ କାଟିଦେଇଥିଲେ। ପୁନର୍ବାର ପରଦିନ ରାତିରେ ପୁଣି ସେମାନଙ୍କ ମଧ୍ୟରେ ଝଗଡା ହେବାରୁ ଅଭିଯୁକ୍ତ ବିଜୁ ଉତ୍ତ୍ୟକ୍ତ ହୋଇ ଷ୍ଟୋଭ୍‌ରୁ କିରୋସିନ ଆଣି ଗର୍ଭବତୀଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ। ଫଳରେ ମହିଳା ଜଣକ ପୋଡ଼ିଯାଇ ଗୁରୁତର ହୋଇଥିଲେ। ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଘଟଣାକୁ ନେଇ ମହିଳାଙ୍କ ସ୍ବାମୀ ଗତ ୧୩ ତାରିଖରେ ଅଭିଯୋଗ କରିବାରୁ ପୋଲିସ ତଦନ୍ତ କରି ଅଭିଯୁକ୍ତ ପୂଜକ ବିଜୁଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?