ଦାଦନ ଖଟିବାକୁ ଯାଇ ବିଦେଶରେ ଶ୍ରମିକ ମୃତ

ମହାକାଳପଡା, ୧୭ା୯(ଡି.ଏନ.ଏ.): ଅଭାବୀ ପରିବାର ମୁହଁରେ ଦାନା ଗଣ୍ଡେ ଦେବା ପାଇଁ ଦାଦନ ଖଟିବାକୁ ପୁଅ ଶ୍ରୀଲଙ୍କା ଯାଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ କୁମାରପଡ଼ା ଗଁାର ମାଗୁଣି ସ୍ବାଇଁଙ୍କ ପୁଅ କମଳାକାନ୍ତ (୨୫)ଙ୍କ କ୍ଷେତ୍ରରେ। ୪ବର୍ଷ ପୂର୍ବେ ପଡ଼ୋଶୀ ବନ୍ଧପଡ଼ା ଗଁାର ଠିକାଦାର ନଳିନୀକାନ୍ତ ସାମଲ ଦାଦନ ଖଟିବାକୁ ବିଦେଶକୁ କମଳାକାନ୍ତଙ୍କୁ ନେଇଥିଲେ। ଶ୍ରୀଲଙ୍କାର ରାଜଧାନୀ କଲମ୍ବୋଠାରେ ଅଶୋକ ଷ୍ଟିଲ୍‌ ଇଣ୍ଡଷ୍ଟ୍ରି ପ୍ରାଇଭେଟ ଲିଃରେ ମାସକୁ ୧୬ ହଜାର ଟଙ୍କା ଚୁକ୍ତିରେ ଶ୍ରମିକ ଭାବେ କାମ କରୁଥିଲେ। ପରିବାର ପ୍ରତିପୋଷଣ ପାଇଁ ଘରକୁ ମାସକୁ ମାସ ଟଙ୍କା ପଠାଉଥିଲେ। ଗୁରୁବାର କଲମ୍ବୋରୁ ବନ୍ଧପଡ଼ା ଠିକାଦାର ନଳିନୀକାନ୍ତଙ୍କ ନିକଟକୁ ଫୋନ କଲ୍‌ ଆସିଲା ଯେ କମଳାକାନ୍ତଙ୍କ ମୃତ୍ୟୁ ହୋଇଯାଇଛି। ଠିକାଦାର ଏହି ଖବର ଶ୍ରମିକ ପରିବାରକୁ ଭେଟି କହିଥିଲେ। ଏହାପରେ ପରିବାର ଲୋକେ ପୁଅର ମୃତ୍ୟୁ ଖବର ପାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। କମଳାକାନ୍ତ ୨ ଦିନ ତଳେ ମା’ ବାପା ଓ ଭଉଣୀଙ୍କ ସହ ଫୋନ୍‌ରେ କଥା ହୋଇଥିଲେ। ସାନଭଉଣୀକୁ ବୁଝାଇଥିଲେ ତୁ ବ୍ୟସ୍ତ ହୁଅନା, ଆସନ୍ତା ୨୫ ତାରିଖରେ ଘରକୁ ଗଲେ ତୋ ପାଇଁ କାନଫୁଲ ନେଇକି ଯିବି। ଗଁାରେ ପକ୍କାଘର ନିର୍ମାଣ ପାଇଁ ସାଙ୍ଗରେ ଟଙ୍କା ନେବି ବୋଲି ବାପାଙ୍କୁ କହିଥିଲେ। ହେଲେ ପୁଅର ମୃତ୍ୟୁ ଖବରକୁ ପରିବାର ଲୋକେ ସହଜରେ ବିଶ୍ୱାସ କରିପାରୁନାହାନ୍ତି। ଅପରପକ୍ଷରେ କମଳାକାନ୍ତ ୬ ଲକ୍ଷ ଟଙ୍କା ଘରକୁ ପଠାଇଛନ୍ତି ବୋଲି ପରିବାର ଲୋକଙ୍କୁ କଲମ୍ବୋରୁ କେହି ଜଣେ ଫୋନ୍‌ କରି କହିଥିଲେ। ଗୋଟେପଟେ ପୁଅର ମୃତ୍ୟୁ ଅନ୍ୟପକ୍ଷେ ୬ ଲକ୍ଷ ଟଙ୍କା ପଠାଇଛି ବୋଲି ଖବର ମିଳିବାକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ସନ୍ଦେହ ବଢ଼ିଛି। ଖବର ପାଇବା ପରେ ମୃତ କମଳାକାନ୍ତଙ୍କ ବାପା ମାଗୁଣି ଓ ବଡ଼ବାପା ଉମାକାନ୍ତ ମହାକାଳପଡ଼ା ଥାନା ଓ ଏସ୍‌ପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ବିଦେଶରୁ ପୁଅ ମୃତଶରୀର ଓଡ଼ିଶାକୁ ଫେରାଇ ଆଣିବାକୁ କଲମ୍ବୋ ଆମ୍ବାସିଙ୍କ ସହ ପରିବାର ସମ୍ପର୍କୀୟ ସିପୁନ ମହାନ୍ତି ଅନୁରୋଧ କରିଛନ୍ତି ବୋଲି ପରିବାର ଲୋକ କହିଛନ୍ତି। କଲମ୍ବୋରେ ଥିବା କମଳାକାନ୍ତଙ୍କ ମୃତଦେହକୁ ଉଦ୍ଧାର କରି ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ପରିବାର ସୂତ୍ରରୁ ସୂଚନା ମିଳିଛି। ଏ ସମ୍ପର୍କରେ ମହାକାଳପଡ଼ା ଆଇଆଇସି ମହେଶ୍ୱର ସେଠୀଙ୍କୁ ପଚାରିବାରେ ଅଭିଯୋଗ ମିଳିଛି। ବାହାର ଦେଶରେ ଘଟଣା ଘଟିଥିବାରୁ ଆମେ କିଛି ପଦକ୍ଷେପ ନେଇପାରିବୁ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ରୁ ୩୦ ଲକ୍ଷ ଟଙ୍କା ଜବତ କଲା ପୋଲିସ

ମାଲକାନଗିରି,୨୪।୪(ଦୁର୍ଯ୍ୟୋଧନ ପାତ୍ର): ନିର୍ବାଚନ ନେଇ ସୀମାରେ ହାଇଆଲର୍ଟ ଜାରି କରାଯିବା ସହ ଯାଞ୍ଚକୁ କଡାକଡି କରାଯାଉଛି। ଛତିଶଗଡ଼ ପଟୁ ଆସୁଥିବା ଏକ କାରକୁ ପୋଲିସ ଯାଞ୍ଚ...

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

୨୯ ଓଭର ହେଡ୍‌ ଟାଙ୍କି, ଲୋକଙ୍କୁ ପାଣି ମୁନ୍ଦେ ମିଳୁନି

ମାର୍ଶାଘାଇ,୨୪ା୪ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଲୋକେ ତ୍ରାହି ତ୍ରାହି ଡାକିଲେଣି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ବିଜେଡି, ଭାଜପାରେ ଗୋଷ୍ଠୀ କନ୍ଦଳ

ପଟ୍ଟାମୁଣ୍ଡାଇ,୨୪ା୪ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ଆସନ ସବୁବେଳେ ରାଜ୍ୟ ରାଜନୀତିରେ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି। ସବୁଥର ଏହି ଆସନରେ ବିଜେଡି ଓ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri