ଦାଦନ ଖଟିବାକୁ ଯାଇ ବିଦେଶରେ ଶ୍ରମିକ ମୃତ

ମହାକାଳପଡା, ୧୭ା୯(ଡି.ଏନ.ଏ.): ଅଭାବୀ ପରିବାର ମୁହଁରେ ଦାନା ଗଣ୍ଡେ ଦେବା ପାଇଁ ଦାଦନ ଖଟିବାକୁ ପୁଅ ଶ୍ରୀଲଙ୍କା ଯାଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ କୁମାରପଡ଼ା ଗଁାର ମାଗୁଣି ସ୍ବାଇଁଙ୍କ ପୁଅ କମଳାକାନ୍ତ (୨୫)ଙ୍କ କ୍ଷେତ୍ରରେ। ୪ବର୍ଷ ପୂର୍ବେ ପଡ଼ୋଶୀ ବନ୍ଧପଡ଼ା ଗଁାର ଠିକାଦାର ନଳିନୀକାନ୍ତ ସାମଲ ଦାଦନ ଖଟିବାକୁ ବିଦେଶକୁ କମଳାକାନ୍ତଙ୍କୁ ନେଇଥିଲେ। ଶ୍ରୀଲଙ୍କାର ରାଜଧାନୀ କଲମ୍ବୋଠାରେ ଅଶୋକ ଷ୍ଟିଲ୍‌ ଇଣ୍ଡଷ୍ଟ୍ରି ପ୍ରାଇଭେଟ ଲିଃରେ ମାସକୁ ୧୬ ହଜାର ଟଙ୍କା ଚୁକ୍ତିରେ ଶ୍ରମିକ ଭାବେ କାମ କରୁଥିଲେ। ପରିବାର ପ୍ରତିପୋଷଣ ପାଇଁ ଘରକୁ ମାସକୁ ମାସ ଟଙ୍କା ପଠାଉଥିଲେ। ଗୁରୁବାର କଲମ୍ବୋରୁ ବନ୍ଧପଡ଼ା ଠିକାଦାର ନଳିନୀକାନ୍ତଙ୍କ ନିକଟକୁ ଫୋନ କଲ୍‌ ଆସିଲା ଯେ କମଳାକାନ୍ତଙ୍କ ମୃତ୍ୟୁ ହୋଇଯାଇଛି। ଠିକାଦାର ଏହି ଖବର ଶ୍ରମିକ ପରିବାରକୁ ଭେଟି କହିଥିଲେ। ଏହାପରେ ପରିବାର ଲୋକେ ପୁଅର ମୃତ୍ୟୁ ଖବର ପାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। କମଳାକାନ୍ତ ୨ ଦିନ ତଳେ ମା’ ବାପା ଓ ଭଉଣୀଙ୍କ ସହ ଫୋନ୍‌ରେ କଥା ହୋଇଥିଲେ। ସାନଭଉଣୀକୁ ବୁଝାଇଥିଲେ ତୁ ବ୍ୟସ୍ତ ହୁଅନା, ଆସନ୍ତା ୨୫ ତାରିଖରେ ଘରକୁ ଗଲେ ତୋ ପାଇଁ କାନଫୁଲ ନେଇକି ଯିବି। ଗଁାରେ ପକ୍କାଘର ନିର୍ମାଣ ପାଇଁ ସାଙ୍ଗରେ ଟଙ୍କା ନେବି ବୋଲି ବାପାଙ୍କୁ କହିଥିଲେ। ହେଲେ ପୁଅର ମୃତ୍ୟୁ ଖବରକୁ ପରିବାର ଲୋକେ ସହଜରେ ବିଶ୍ୱାସ କରିପାରୁନାହାନ୍ତି। ଅପରପକ୍ଷରେ କମଳାକାନ୍ତ ୬ ଲକ୍ଷ ଟଙ୍କା ଘରକୁ ପଠାଇଛନ୍ତି ବୋଲି ପରିବାର ଲୋକଙ୍କୁ କଲମ୍ବୋରୁ କେହି ଜଣେ ଫୋନ୍‌ କରି କହିଥିଲେ। ଗୋଟେପଟେ ପୁଅର ମୃତ୍ୟୁ ଅନ୍ୟପକ୍ଷେ ୬ ଲକ୍ଷ ଟଙ୍କା ପଠାଇଛି ବୋଲି ଖବର ମିଳିବାକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ସନ୍ଦେହ ବଢ଼ିଛି। ଖବର ପାଇବା ପରେ ମୃତ କମଳାକାନ୍ତଙ୍କ ବାପା ମାଗୁଣି ଓ ବଡ଼ବାପା ଉମାକାନ୍ତ ମହାକାଳପଡ଼ା ଥାନା ଓ ଏସ୍‌ପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ବିଦେଶରୁ ପୁଅ ମୃତଶରୀର ଓଡ଼ିଶାକୁ ଫେରାଇ ଆଣିବାକୁ କଲମ୍ବୋ ଆମ୍ବାସିଙ୍କ ସହ ପରିବାର ସମ୍ପର୍କୀୟ ସିପୁନ ମହାନ୍ତି ଅନୁରୋଧ କରିଛନ୍ତି ବୋଲି ପରିବାର ଲୋକ କହିଛନ୍ତି। କଲମ୍ବୋରେ ଥିବା କମଳାକାନ୍ତଙ୍କ ମୃତଦେହକୁ ଉଦ୍ଧାର କରି ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ପରିବାର ସୂତ୍ରରୁ ସୂଚନା ମିଳିଛି। ଏ ସମ୍ପର୍କରେ ମହାକାଳପଡ଼ା ଆଇଆଇସି ମହେଶ୍ୱର ସେଠୀଙ୍କୁ ପଚାରିବାରେ ଅଭିଯୋଗ ମିଳିଛି। ବାହାର ଦେଶରେ ଘଟଣା ଘଟିଥିବାରୁ ଆମେ କିଛି ପଦକ୍ଷେପ ନେଇପାରିବୁ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଇପିଏଲ୍‌ ୨୦୨୭ରେ ଖେଳିବେ କି ଧୋନି? ବଡ଼ ଖୁଲାସା କଲେ….

ନୂଆଦିଲ୍ଲୀ,୧୩।୧୦: ଆଇପିଏଲ୍‌ର ସଫଳତମ ଫ୍ରାଞ୍ଚାଇଜି ମଧ୍ୟରୁ ଅନ୍ୟତମ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଭବିଷ୍ୟତକୁ ନେଇ ପୁଣି ଚର୍ଚ୍ଚା ଜୋର…

ଛାତ୍ର ସଂସଦ ନିର୍ବାଚନକୁ ନେଇ ବିଜେଡିର କାର୍ଯ୍ୟାନୁଷ୍ଠାନ: ୩ ଜଣ ନିଲମ୍ବିତ

ଭୁବନେଶ୍ୱର,୧୩।୧୦: ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ୩ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଦଳ…

ନାମ ଫଳକରେ ନ ଥିଲା ନାଁ, ମୁହାଁମୁହିଁ ହେଲେ ମେୟର-ବିଡିଏ ଭିସି

ଭୁବନେଶ୍ବର,୧୩।୧୦: ନାମ ଫଳକରେ ନାଁ ନ ଥିବା ନେଇ ମେୟର ସୁଲୋଚନା ଦାସ ଏବଂ ବିଡିଏ ଭିସି ଚଞ୍ଚଳ ରାଣା ମୁହାଁମୁହିଁ ହୋଇଛନ୍ତି। ଘାଟିକିଆ ବଜରଙ୍ଗୀ ଖେଳ…

ବେଆଇନ ଇଟାଭାଟି ଉଚ୍ଛେଦ ଆରମ୍ଭ: ଶ୍ରମିକଙ୍କ ଥଇଥାନକୁ ନେଇ ଉଠିଲା ପ୍ରଶ୍ନ

ନୀଳଗିରି, ୧୩।୧୦(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅନ୍ତର୍ଗତ କୁଳଡ଼ିହା ଅଭୟାରଣ୍ୟର ଇକୋ ସେନ୍ସିଟିଭ ଜୋନ୍‌ରେ ଥିବା ୧୩ଟି ବେଆଇନ ଇଟାଭାଟି ଉଚ୍ଛେଦ ପ୍ରକ୍ରିୟା…

ନଣଦେଇଙ୍କୁ ଭଲ ପାଉଥିଲେ ସ୍ତ୍ରୀ, ସ୍ବାମୀ ଜାଣିଲା ପରେ ଯାହା ଘଟିଲା, ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଗାଜିଆବାଦ,୧୩।୧୦: ଉତ୍ତରପ୍ରଦେଶର ଗାଜିଆବାଦ ଜିଲାରେ ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗରେ ପୋଲିସ ମୃତକଙ୍କ ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି। ଖୋଡ଼ା…

ଶନି-ମଙ୍ଗଳଙ୍କ ନବପଞ୍ଚମ ରାଜଯୋଗ: ୩ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ହୁ ହୁ ହୋଇ ବଢିବ ଧନ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୨୦୨୬ ଅକ୍ଟୋବର ୧୬, ଶୁକ୍ରବାର ଦିନ ମଙ୍ଗଳ ଓ ଶନି ଗ୍ରହଙ୍କ ମଧ୍ୟରେ ନବପଞ୍ଚମ ରାଜଯୋଗ ସୃଷ୍ଟି ହେବ। ଅପରାହ୍ଣ ୧ଟା…

ବ୍ରହ୍ମପୁର MKCGରେ ବିରଳ ଶିଶୁ ଜନ୍ମ ! ଦୁଇଟି ମୁଣ୍ଡ, ଗୋଟିଏ ଶରୀର

ବ୍ରହ୍ମପୁର,୧୩।୧୦(ସୁବାସ ଚନ୍ଦ୍ର ପାଢ଼ୀ ): ଏମକେସିଜି ମେଡିକାଲ କଲେଜ ଶିଶୁ ବିଭାଗରେ ଜଣେ ମହିଳା ଏକ ବିରଳ ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ଛୁଆଙ୍କ ଦୁଇଟି ମୁଣ୍ଡ…

ମଦନପୁର ୟୁ.କେ. କଲେଜ ସମ୍ମୁଖରେ ବିଜୁ ଛାତ୍ର ଜନତାର ଧାରଣା: ସଭାପତି ଶୁଭଙ୍କର ଦାସଙ୍କ ସୁରକ୍ଷା ଦାବି

ରାଜନଗର, ୧୩।୧୦ (ଭାସ୍କର ରାଉତରାୟ): ମଦନପୁର: ୟୁ.କେ. କଲେଜର ସଭାପତି ଶୁଭଙ୍କର ଦାସଙ୍କ ସୁରକ୍ଷା ଦାବି କରି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?