ଜମି ଚିହ୍ନଟ ସତ୍ତ୍ୱେ କାର୍ଯ୍ୟ ଆରମ୍ଭ ହୋଇନି

ପୁରୀ ଅଫିସ,୨୭।୫: ଏକବିଂଶ ଶତାବ୍ଦୀରେ ସମାଜ ପାଇଁ ବିଜ୍ଞାନର ଗୁରୁତ୍ୱ ବଢ଼ିଯାଇଥିବା ବେଳେ ଛାତ୍ରୀଛାତ୍ରଙ୍କ ପାଇଁ ବିଜ୍ଞାନ ସମ୍ବନ୍ଧୀୟ ତଥ୍ୟ ଜାଣିବା ଜରୁରୀ ହୋଇପଡ଼ିଛି। ଏଥିପାଇଁ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ପୁରୀ ସମେତ ୧୦ ଜିଲାରେ ଜିଲା ବିଜ୍ଞାନ କେନ୍ଦ୍ର ଉଦ୍ୟମ ଆରମ୍ଭ ହୋଇଥିଲା। ଇତିମଧ୍ୟରେ କେତୋଟି ଜିଲାରେ ବିଜ୍ଞାନ କେନ୍ଦ୍ର ନିର୍ମାଣ ପ୍ରକ୍ରିୟା ଆରମ୍ଭ ସମ୍ପୂର୍ଣ୍ଣ ହୋଇଗଲାଣି। ହେଲେ ପୁରୀ ଜିଲାରେ ଜିଲା ବିଜ୍ଞାନ କେନ୍ଦ୍ର ନିର୍ମାଣ ପ୍ରତି ପ୍ରଶାସନର ଆଗ୍ରହ ନ ଥିବା ଦେଖିବାକୁ ମିଳିଛି। ଏପରିକି ପୁରୀ ଜିଲାପାଳଙ୍କୁ ବିଜ୍ଞାନ ଓ ବୈଷୟିକ ବିଭାଗ ତରଫରୁ ଜମି ଚିହ୍ନଟ କରି ପ୍ରସ୍ତାବ ଦେବାକୁ ଅନୁରୋଧ କରାଯାଇଛି। ମାତ୍ର ଜିଲାରେ ପ୍ରସ୍ତାବିତ ଜମି ଚିହ୍ନଟ ପ୍ରକ୍ରିୟା ଆଗେଇ ପାରୁନାହିଁ। ପୁରୀ ତାଳବଣିଆଠାରେ ୫ ଏକର ଜମି ଚିହ୍ନଟ କରାଯାଇଥିଲେ ମଧ୍ୟ ରାଜ୍ୟ ଓ ଜିଲା ପ୍ରଶାସନର ମିଳିତ ଭାବେ କ୍ଷେତ୍ର ପ୍ରଦର୍ଶନ ପ୍ରକ୍ରିୟା କାର୍ଯ୍ୟକାରୀ ହୋଇପାରୁ ନାହିଁ। ଫଳରେ ପୁରୀ ଜିଲାର ଛାତ୍ରୀଛାତ୍ର ବିଜ୍ଞାନ କେନ୍ଦ୍ରର ସୁବିଧା ପାଇବାରୁ ବଞ୍ଚତ୍ତ ହେଉଛନ୍ତି।
ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ ଓ ବଲାଙ୍ଗୀର ଭଳି ଜିଲାରେ ବିଜ୍ଞାନ କେନ୍ଦ୍ର କାର୍ଯ୍ୟ ଆରମ୍ଭ ହୋଇସାରିଛି। ରାଜ୍ୟ ସରକାରଙ୍କ ଗାଇଡଲାଇନ୍‌ ଅନୁଯାୟୀ ବିଜ୍ଞାନ କେନ୍ଦ୍ର ପାଇଁ ଯେଉଁ ଜମି ଚିହ୍ନଟ କରାଯିବ, ତାହାର ଅତିନିକଟରେ ବିଦ୍ୟୁତ୍‌ ସରବରାହ, ଟେଲିଫୋନିକ୍‌ ଲାଇନ୍‌, ସଡ଼କ ପରିବହନ ବ୍ୟବସ୍ଥା, ପିଇବା ପାଣି ଓ ଡ୍ରେନେଜ୍‌ ସୁବିଧା ରହିଥିବା ଆବଶ୍ୟକ। ଏହି ସମସ୍ତ ନିର୍ଦ୍ଦେଶନାମାକୁ ଦୃଷ୍ଟିରେ ରଖି ପୁରୀ ତାଳବଣିଆରେ ୫ ଏକର ଜମି ଚିହ୍ନଟ କରାଯାଇଛି। ଅନ୍ୟପଟେ ବରଗଡ଼ ଜିଲାରେ ୨୦୨୦ ଜାନୁୟାରୀ ୨୧ରେ ଉଦ୍‌ଘାଟନ ହୋଇଥିବା ଜିଲା ବିଜ୍ଞାନ କେନ୍ଦ୍ରକୁ ୨୦୨୧ ଡିସେମ୍ବର ୪ ସୁଦ୍ଧା ୩୩ ହଜାର ୨ଶହ ଛାତ୍ରୀଛାତ୍ର ବୁଲିବାକୁ ଆସିଥିଲେ। ଟିକେଟ୍‌ ଅର୍ଥ ବାବଦକୁ ଏମାନଙ୍କଠାରୁ ୭ ଲକ୍ଷ ୫ ହଜାର ୯୮୦ ଟଙ୍କା ରାଜସ୍ବ ଆଦାୟ ହୋଇଥିଲା। ପୁରୀ ଭଳି ଜିଲାରେ ବିଜ୍ଞାନ କେନ୍ଦ୍ର ଆହୁରି ଅଧିକ ସମ୍ଭାବନା ରହିଛି। ଏଣୁ ଜିଲା ପ୍ରଶାସନ ଏ ନେଇ ତତ୍ପରତା ଦେଖାଇବା ଦରକାର ବୋଲି ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ସଦାଶିବ ମିଶ୍ର କହିଛନ୍ତି। ପିଲାଙ୍କୁ ଭୌତିକ ବିଜ୍ଞାନ ଓ ରସାୟନ ବିଜ୍ଞାନ ଭଳି ଶିକ୍ଷା କେବଳ ପୁସ୍ତକ ମାଧ୍ୟମରେ ଦିଆଯାଉଛି। କାଁ ଭାଁ ବିଦ୍ୟାଳୟରେ ପିଲାଙ୍କୁ ବିଜ୍ଞାନସମ୍ପର୍କିତ ପ୍ରାଟିକାଲ୍‌ କରାଯାଉଛି। ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା ହୋଇପାରିଲେ, ପିଲାମାନେ ବିଜ୍ଞାନ ଚମତ୍କାରିତାକୁ ଅନୁଭବ କରିପାରିବେ। ଭୌତିକ ଓ ରସାୟନ ବିଜ୍ଞାନ ବାସ୍ତବରେ କିଭଳି ଭାବେ କାର୍ଯ୍ୟ କରେ, ବିଜ୍ଞାନ କିଭଳି ପରିବେଶ ଓ ମାନବ ସମାଜକୁ ବିକଶିତ କରିଛି ତାହାକୁ ଅନୁଭବ କରିପାରିବେ ବୋଲି ପୁରୀ ଅଭିଭାବକ ସଂଘର ଆବାହକ ସୁବୋଧ କୁମାର ସୁବୁଦ୍ଧି ମତ ରଖିଛନ୍ତି । ଅନ୍ୟପକ୍ଷେ ପୁରୀ ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ତାଳବଣିଆଠାରେ ପ୍ରାୟ ବର୍ଷେ ହେବ ଜମି ଚିହ୍ନଟ ହୋଇଯାଇଛି। ହେଲେ ବିଜ୍ଞାନ ଓ ବୈଷୟିକ ବିଭାଗ ପକ୍ଷରୁ କ୍ଷେତ୍ର ପରିଦର୍ଶନ କରାଯାଉ ନାହିଁ। କ୍ଷେତ୍ର ପରିଦର୍ଶନ ହୋଇଗଲେ ଖୁବଶୀଘ୍ର କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଉପଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହ୍ୱାଟ୍ସଆପ୍‌ର ନୂଆ ‘ୟୁଜରନେମ୍‌’ ଫିଚର ଉପରେ କେନ୍ଦ୍ରର ରୋକ

ନୂଆଦିଲ୍ଲୀ, ୨ା୭ (ପି.ଟି.): ହ୍ୱାଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା…

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

ପ୍ରମାଣପତ୍ର ପାଇଁ ଆସି ଦିବ୍ୟାଙ୍ଗ ହଟହଟା: ନିରାଶରେ ଘରକୁ ଫେରୁଛନ୍ତି

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ପ୍ରମାଣପତ୍ର ପାଇଁ ଦିବ୍ୟାଙ୍ଗମାନେ ହଟହଟା ହେବା ସାଧାରଣରେ ପରିଣତ ହୋଇଛି। କେତେବେଳେ ପ୍ରମାଣପତ୍ର ଇସ୍ୟୁ କରିବାକୁ ଡାକ୍ତର ନାହାନ୍ତି ତ ଆଉକେବେ ନିର୍ଦ୍ଧାରିତ…

ଅଗଷ୍ଟ ୩୦ରେ ଏନ୍‌ଇଇଟି-ପିଜି ପରୀକ୍ଷା

ନୂଆଦିଲ୍ଲୀ,୨ା୭: ନ୍ୟାଶନାଲ ବୋର୍ଡ ଅଫ୍‌ ଏକ୍ଜାମିନେଶନ୍ସ ଇନ୍‌ ମେଡିକାଲ ସାଇନ୍ସ (ଏନ୍‌ବିଇଏମ୍‌ଏସ୍‌) ନୂଆଦିଲ୍ଲୀ ଚଳିତବର୍ଷର ଏନ୍‌ଇଇଟି-ପିଜି ପରୀକ୍ଷା ପାଇଁ ବୁଧବାର ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି…

ବିନା ବିଦ୍ୟୁତ୍‌ରେ ସମୁଦ୍ର ପାଣି ହେବ ପିଇବାଯୋଗ୍ୟ

ବେଜିଂ, ୨ା୭: ଚାଇନାର ଗବେଷକମାନେ ଏକ ଅଭିନବ ସୌରଶକ୍ତିଚାଳିତ ଜଳ ବିଶୋଧନ ପ୍ରଯୁକ୍ତି ପ୍ରସ୍ତୁତ କରିଛନ୍ତି, ଯାହା ସମୁଦ୍ରର ଲୁଣି ପାଣିକୁ ଅତି ସହଜରେ ପିଇବା ଯୋଗ୍ୟ…

୩ ପରେ ୪ର୍ଥ

ଭୁବନେଶ୍ୱର,୨।୭(ସୁନିତ୍‌ ମିଶ୍ର): ଭାଜପାର ରାଜ୍ୟ ସଭା ସଦସ୍ୟ ସୁଜିତ୍‌ କୁମାର ଗତ ୨୫ ତାରିଖରେ ଚୌଦ୍ୱାର ଥାନାରେ ଜେଲ ଡିଜିଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି।…

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ମଣିଷଠାରୁ ମହାନ୍‌

ଓଡ଼ିଆ ସବୁଜ ସାହିତ୍ୟର ମହାରଥୀ କାଳିନ୍ଦୀଚରଣ ପାଣିଗ୍ରାହୀ ଏକାଧାରରେ ଥିଲେ କବି, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ପ୍ରାବନ୍ଧିକ। କାଳଜୟୀ ଉପନ୍ୟାସ ‘ମାଟିର ମଣିଷ’ ପାଇଁ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri