ବର୍ଷ ବର୍ଷ ଧରି କାମ ସରୁନି

ଭୁବନେଶ୍ୱର, ୨୧।୯ (ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରର ମୁକୁଳା ଡ୍ରେନ୍‌ ୬ବର୍ଷରେ ୬ ଜୀବନ ନେଇଛି। ଖସିପଡି ଅନେକେ ଗୁରୁତର ଆହତ ଅବସ୍ଥାରେ ବି ଉଦ୍ଧାର ହୋଇଛନ୍ତି। ବର୍ଷ ବର୍ଷ ଧରି ଡ୍ରେନ୍‌ କାମ ସୁଧୁରୁ ନ ଥିବାବେଳେ ମୁକୁଳା ଛାଡ଼ି ଦିଆଯାଉଛି। ଫଳରେ ମୁକୁଳା ଡ୍ରେନ୍‌ ମୃତ୍ୟୁଯନ୍ତା ପାଲଟିଛି। ଗତ ରବିବାର ଡ୍ରେନ୍‌ରେ ଭାସିଯାଇଥିବା ଦଶମ ଶ୍ରେଣୀର ଛାତ୍ର ଜ୍ୟୋତିପ୍ରକାଶ ବେହେରାଙ୍କ ମୃତଦେହ ସୋମବାର ମିଳିବା ପରେ ସ୍ମାର୍ଟସିଟିର ଡ୍ରେନେଜ୍‌ ବ୍ୟବସ୍ଥାକୁ ନେଇ ନାନା ପ୍ରଶ୍ନ ଉଠିଛି। ଏଥିସହ ଡ୍ରେନ୍‌ ନିର୍ମାଣ ଓ ମରାମତି ନାଁରେ ପାଣିଭଳି ଟଙ୍କା ବୁହାଉଥିବା ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର କାର୍ଯ୍ୟଧାରା ଏବେ ପଦାରେ ପଡିଛି।
ପ୍ରତିବର୍ଷ ଡ୍ରେନ୍‌ ନିର୍ମାଣ ଓ ମରାମତିରେ ବହୁ କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ସହର ସାରା ଯେଉଁଠି ଦେଖିବ ଡ୍ରେନ୍‌ର ବାସ୍ତବ ରୂପ ଜଳଜଳ ହୋଇ ଦେଖାଯାଉଛି। କେଉଁଠି ବର୍ଷ ବର୍ଷ ଧରି ଡ୍ରେନ୍‌ ଅଧାପନ୍ତରିଆ ଭାବେ ରହିଛି ତ ଆଉ କେଉଁଠି ନିର୍ମାଣ ସରି ବିଲ୍‌ ହୋଇଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ହୋଇନି। ଅଧିକାଂଶ ସ୍ଥାନରେ ଡ୍ରେନ୍‌ର ବହୁ ସ୍ଥାନରେ ସ୍ଲାବ୍‌ ନ ପଡ଼ି ମୁକୁଳା ରହିଛି। ବିଶେଷକରି ବର୍ଷା ଋତୁ ପୂର୍ବରୁ ଟେଣ୍ଡର ଓ ଅନ୍ୟାନ୍ୟ ପ୍ରକ୍ରିୟା କରାଯାଉଥିବାବେଳେ ଅଧିକାଂଶ କାମ ବର୍ଷା ଆରମ୍ଭରୁ ଆରମ୍ଭ ହେଉଛି। ବର୍ଷା ହେବାମାତ୍ରେ କାମ ଅଧାରେ ଛାଡ଼ି ଦିଆଯାଉଛି। ପରବର୍ତ୍ତୀ ସମୟରେ ତାହା ସେମିତି ବର୍ଷ ବର୍ଷ ଧରି ମୁକୁଳା ଓ ବିପଦପୂର୍ଣ୍ଣ ଅବସ୍ଥାରେ ରହୁଥିବାରୁ ବର୍ଷା ସମୟରେ ଜୀବନ ନେଉଛି। ସହରର ପ୍ରମୁଖ ସ୍ଥାନ ୟୁନିଟ୍‌-୮, ଆଇଆର୍‌ସି ଭିଲେଜ ହାଇସ୍କୁଲ ନିକଟ, ନୟାପଲ୍ଲୀ ବେହେରା ସାହି, ମମ୍‌ତାଜ୍‌ ଅଲ୍ଲୀ ସ୍କୁଲ୍‌ ନିକଟ, ସିଆର୍‌ପିରୁ ଲିଟିଲ୍‌ ଟୁଓ୍ବାର୍ଡସ୍‌ ସ୍କୁଲ ନିକଟ, ପଟିଆ, ରସୁଲଗଡ଼ର ଭାଗବତ ସନ୍ଧାନ, ବମିଖାଲ, ଚନ୍ଦ୍ରଶେଖରପୁର, ଶୈଳଶ୍ରୀ ବିହାର, ନୀଳାଦ୍ରି ବିହାରର ଏକାଧିକ ସ୍ଥାନରେ ଡ୍ରେନ୍‌ କାମ ଜାରି ରହିଥିବାବେଳେ ଲଗାଣ ବର୍ଷା ପାଇଁ କାମ ଅଟକି ପଡିଛି। ତେବେ ଅଧାରୁ କାମ ବନ୍ଦ ରହିଥିବାବେଳେ କେତେକ ସ୍ଥାନରେ ରଡ ଉପରମୁହାଁ ହୋଇ ରହିଛି। ପୁଣି ନିର୍ମାଣ ସାମଗ୍ରୀ ଉଠାଯାଇ ନ ଥିବାରୁ ବର୍ଷା ପାଣି ନିଷ୍କାସିତ ହୋଇ ନ ପାରି ଜମି ରହିଛି। କେବଳ ଏହି ସ୍ଥାନ ନୁହେଁ ସହରର ଏପରି ବହୁ ସ୍ଥାନରେ ନା ଡ୍ରେନ କାମ ସରୁଛି ଅବା ବିପଜ୍ଜନକ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି। ବିଶେଷକରି କେତେକ ସ୍କୁଲ ନିକଟରେ ଦୀର୍ଘଦିନ ଧରି କାମ ଚାଲୁଥିବାରୁ ଦୁର୍ଘଟଣା ଘଟିବାର ଆଶଙ୍କା ରହୁଛି।
ବିପଜ୍ଜନକ ଭାବେ ଛାଡ଼ି ଦେଇଛି ବିଏମ୍‌ସି
ସହରରେ ଏବେ ୧୦ଟି ମୁଖ୍ୟ ଡ୍ରେନ୍‌ ରହିଥିବାବେଳେ ୩ଟି ଶାଖା ରହିଛି, ଯାହାକି ପ୍ରାୟ ୬୬ କିମି ପର୍ଯ୍ୟନ୍ତ ଲମ୍ବିଛି। ତେବେ ଛୋଟବଡ଼କୁ ମିଶାଇଲେ ସାରା ସହରରେ ପ୍ରାୟ ୮ଶହ କିମିର ଡ୍ରେନ୍‌ ରହିଛି। ମୁଖ୍ୟ ଡ୍ରେନ୍‌ ସମେତ ଅଧିକାଂଶ ଡ୍ରେନ୍‌ର ଦାୟିତ୍ୱ ବିଏମ୍‌ସି ନେଇଛି। ଡ୍ରେନ୍‌ ସମ୍ପ୍ରସାରଣ ଓ ଉନ୍ନୟ କାର୍ଯ୍ୟକୁ ପର୍ଯ୍ୟାୟକ୍ରମେ ସାରିବାକୁ ବିଏମ୍‌ସି ଲକ୍ଷ୍ୟ ରଖି କାମ ଜାରି ରଖିଛି। ପ୍ରାଥମିକ ଭାବେ ସମ୍ବେଦନଶୀଳ ଅଞ୍ଚଳ ଦେଇ ଯାଇଥିବା ମୁଖ୍ୟ ଓ ଆଭ୍ୟନ୍ତରୀଣ ଡ୍ରେନ୍‌ ପାଇଁ ଆବଶ୍ୟକ ପ୍ରାୟ ୪ ଏକର ଘରୋଇ ଜମି ଚିହ୍ନଟ ଓ ଅଧିଗ୍ରହଣ ସରୁ ନ ଥିବାରୁ ସେସବୁ ଅର୍ଦ୍ଧନିର୍ମିତ ଅବସ୍ଥାରେ ବର୍ଷବର୍ଷ ଧରି ପଡି ରହିଛି। ଏପଟେ ଡ୍ରେନ୍‌ ତଥା ଚିହ୍ନଟ ଜମି ଜବରଦଖଲରେ ଥିଲେ ମଧ୍ୟ ବିଏମ୍‌ସି ସେସବୁ ସମସ୍ୟାର ସମାଧାନ ନ କରି ଡ୍ରେନ୍‌ଗୁଡ଼ିକୁ ବିପଜ୍ଜନକ ଭାବେ ଛାଡ଼ି ଦେଇଛି।

କାମକୁ ନେଇ ମୁହଁ ଖୋଲୁନାହାନ୍ତି ଅଧିକାରୀ

ଡ୍ରେନ୍‌ଗୁଡ଼ିକର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୦୧୯ରେ ୧୦୦୦ କୋଟିର ପ୍ୟାକେଜ୍‌ ଘୋଷଣା କରିଥିଲେ, ଯାହାକୁ ତ୍ୱରାନ୍ବିତ କରିବାକୁ ତତ୍କାଳୀନ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ନିର୍ଦ୍ଦେଶ ଦେଇଥିଲେ। ୨୦୧୯ରୁ ୨୦୨୦ ଭିତରେ ଏଥିରୁ ୧୧୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବିଏମ୍‌ସି ସୂଚନା ଦେଇଥିଲା। ଏହାବାଦ୍‌ ଡ୍ରେନ୍‌ ଭିତ୍ତିଭୂମିର ସୁଧାର ଆଣିବା ପାଇଁ କେଉଁ କେଉଁ ପଦକ୍ଷେପ ନିଆଯାଇଛି ସେ ନେଇ କୌଣସି କର୍ତ୍ତୃପକ୍ଷ ମୁହଁ ଖୋଲୁନାହାନ୍ତି। ସେହିପରି ନୂଆ ଡ୍ରେନ୍‌ ନିର୍ମାଣ ପାଇଁ ଚଳିତବର୍ଷ ଅର୍ଥାତ୍‌ ଗତ ଫେବୃୟାରୀରେ ପ୍ରାୟ ୨୩୦ ଟେଣ୍ଡର ଡକାଯାଇଥିବାବେଳେ ୧୫୦ରୁ ଊର୍ଦ୍ଧ୍ୱ ଆଭ୍ୟନ୍ତରୀଣ ଡ୍ରେନ୍‌ର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଅନ୍ୟପକ୍ଷରେ ମାର୍ଚ୍ଚ ସୁଦ୍ଧା ୬୬ କି.ମି.ର ମୁଖ୍ୟ ଡ୍ରେନ୍‌ ଓ ୫୦୦ କିମିରୁ ଊର୍ଦ୍ଧ୍ୱ ଆଭ୍ୟନ୍ତରୀଣ ଡ୍ରେନ୍‌ଗୁଡ଼ିକ ପାଇଁ ବକେୟା କାମ ଟେଣ୍ଡର ଆରମ୍ଭ କରାଯିବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଥିଲେ ବି ତାହା ଏପର୍ଯ୍ୟନ୍ତ ହୋଇପାରିନାହିଁ। ଅନ୍ୟପକ୍ଷରେ ୬୭ ୱାର୍ଡରୁ ୫୭ ୱାର୍ଡରେ ଥିବା ଆଭ୍ୟନ୍ତରୀଣ ଡ୍ରେନ୍‌ର ସଫେଇ ଠିକା ସଂସ୍ଥା ଠିକ୍‌ ଭାବେ କରୁ ନ ଥିବାରୁ ଜଳ ନିଷ୍କାସନ ହୋଇପାରୁନାହିଁ।

ବଜେଟ ବୃଦ୍ଧି ସତ୍ତ୍ୱେ ବିଫଳତା କାହିଁକି

ପୂର୍ବାପେକ୍ଷା ଭୁବନେଶ୍ୱର ମହାନଗର ନିଗମର ବାର୍ଷିକ ବଜେଟ ବହୁ ଗୁଣରେ ବୃଦ୍ଧି ପାଇଛି। ପୌର କାର୍ଯ୍ୟାଳୟ ଓ ପରିଚାଳନାର ମଧ୍ୟ ରୂପାନ୍ତରଣ ଘଟିଛି। ବିଏମ୍‌ସିର ବାର୍ଷିକ ବଜେଟ ପରିମାଣ ୨୦୧୮-୧୯ ବର୍ଷରେ ପ୍ରାୟ ୪୬୦ କୋଟି ଟଙ୍କା ରହିଥିବାବେଳେ ୨୦୧୫-୧୬ ବର୍ଷ ଏହି ପରିମାଣ ଥିଲା ପ୍ରାୟ ୫୦୦ କୋଟି ଟଙ୍କା। ମଝି ବର୍ଷଗୁଡ଼ିକରେ ହାରାହାରି ବଜେଟ ପରିମାଣ ପ୍ରାୟ ୪୦୦ କୋଟି ଟଙ୍କା ରହିଥିଲା। ୱାର୍ଡ ପିଛା ହିସାବ କଲେ ବଜେଟ ପରିମାଣ ହାରାହାରି ୭-୮ କୋଟି ଟଙ୍କା। ତେବେ ବର୍ଷକୁ ଏତେ ଟଙ୍କାର ବଜେଟ ଥିବାବେଳେ ବିଏମ୍‌ସି ଲୋକଙ୍କୁ ମୌଳିକ ସୁବିଧା ଦେବାରେ ବିଫଳ ହେଉଛି କାହିଁକି ବୋଲି ଲୋକେ ପ୍ରଶ୍ନ କରୁଛନ୍ତି। ତେବେ ଏନେଇ ବିଏମ୍‌ସି ଡ୍ରେନେଜ ବିଭାଗର ଏକ୍‌ଜିକ୍ୟୁଟିଭ୍‌ ଇଞ୍ଜିନିୟର ଗୌତମ ଦାଶଙ୍କୁ ଫୋନ୍‌ରେ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କଲ୍‌ ରିସିଭ୍‌ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri