ବିଶ୍ୱ ବ୍ରହ୍ମାଣ୍ଡର ବିସ୍ମୟ କୃଷ୍ଣଗର୍ତ୍ତ

ଆମେ ସମସ୍ତେ କାଗଜ କଲମରେ ହିସାବ କରି ନିଜ ପାଇଁ ଏକ କୃଷ୍ଣଗର୍ତ୍ତ ତିଆରି କରି ପାରିବା। ସୂତ୍ର ହେଉଛି । ଏହି ପରିବେଗର ଗାଣିତିକ ସୂତ୍ରକୁ ଧ୍ୟାନ ଦେବା। ଏଠାରେ rର ହେଉଛି ବସ୍ତୁତ୍ୱର ବ୍ୟାସାର୍ଦ୍ଧ। ତେବେ ପଳାୟନ ପରିବେଗ ବଢ଼ାଇବାକୁ ହେଲେ ବସ୍ତୁତ୍ୱ ‘M’ର ‘R’ ମୂଲ୍ୟକୁ ବଢ଼ାଇବାକୁ ପଡ଼ିବ। ସୂତ୍ରରେ ଅନ୍ୟ ସବୁ ରାଶି ସ୍ଥିର ଅଛି। ତାକୁ ନା କମାଇ ପାରିବା ନା ବଢାଇ ପାରିବା। ଏହାକୁ ସମ୍ଭବ କରିବାକୁ ହେଲେ ଆମକୁ ସେ ବସ୍ତୁର ବସ୍ତୁତ୍ୱ ସାନ୍ଦ୍ରତା ବଢାଇବାକୁ ପଡିବ ନ ହେଲେ ବସ୍ତୁର ଆକୃତି କମାଇବାକୁ ପଡ଼ିବ। ଯଦି ଆମେ କୌଣସି ଉପାୟରେ ତାହାର ସାନ୍ଦ୍ରତାକୁ ବଢାଇ ଚାଲିବା, ଆମକୁ ଏପରି ଏକ ବସ୍ତୁ ମିଳିବ ଯାହାକୁ ଆମେ ଦେଖି ପାରିବା ନାହିଁ। କେମିତି ଦେଖାଯିବ କାରଣ ଏହା କୌଣସି ଆଲୋକ ବିକିରଣ କରିବ ନାହିଁ। ସବୁ ବିକିରଣକୁ ଶୋଷିନେବ। ତେଣୁ କୃଷ୍ଣଗର୍ତ୍ତ ହେଉଛି ଆମ ବ୍ରହ୍ମାଣ୍ଡର ସବୁଠୁ ବଡ ରହସ୍ୟମୟ ବସ୍ତୁ। ଏହାର ଭିତରେ କଣ ଘଟୁଛି, ତାହା ଆମକୁ କେବେ ବି ଦେଖାଯିବ ନାହିଁ। କାରଣ ତାହା ଭିତରୁ କୌଣସି ଜିନିଷ ବାହାରକୁ ଆସିପାରୁ ନାହିଁ କି ଆଲୋକ ରଶ୍ମି ବି ଆସୁ ନାହିଁ। ଏହି କାରଣରୁ ଏହାର ନାମ କୃଷ୍ଣଗର୍ତ୍ତ ବୋଲି ରଖାଯାଇଛି। ଯଦି ଶୂନ୍ୟରେ କୌଣସି ଏକ ସ୍ଥାନରେ କୃଷ୍ଣଗର୍ତ୍ତ ରହିଛି, ତେବେ ତାହାର ଆଖ ପାଖ ଜିନିଷ ଉପରେ ମାଧ୍ୟକର୍ଷଣ ଶକ୍ତିର ପ୍ରଭାବ ପଡିବ। ଆଖ ପାଖ ଜିନିଷ ଉପରେ ମାଧ୍ୟାକର୍ଷଣ ଶକ୍ତିର ପ୍ରଭାବରେ କୃଷ୍ଣଗର୍ତ୍ତର ଚତୁଃପାର୍ଶ୍ୱରେ ବସ୍ତୁ ମାନେ ବୁଲିବେ। ସେଥିରୁ ଆମକୁ କୃଷ୍ଣଗର୍ତ୍ତର ଉପସ୍ଥିତି ସଂପର୍କରେ ସୂଚନା ମିଳିପାରିବ।
ଯଦି ଅନ୍ତରୀକ୍ଷର କିଛି ଅଂଶରେ ଏହିପରି ଅବସ୍ଥା ଦେଖାଦିଏ, ଅର୍ଥାତ୍‌ କିଛି ଗ୍ରହ ନକ୍ଷତ୍ର ଏକ ଅନ୍ଧାର କ୍ଷେତ୍ରରେ ଚକର କାଟୁ ଥିବାର ଦେଖିବାକୁ ମିଳିଲେ, ଆମକୁ ଅନୁମାନ ହୋଇଯାଏ ଯେ ସେଠାରେ ଏକ କୃଷ୍ଣଗର୍ତ୍ତ ରହିଛି। ଆମେ ଜାଣିଲେ ଯେ କୃଷ୍ଣଗର୍ତ୍ତରେ ମାଧ୍ୟାକର୍ଷଣ ଶକ୍ତି ବାହାରୁଛି କିନ୍ତୁ ସେହିଠାରୁ ଆଲୋକ ରଶ୍ମି ବାହାରୁ ନାହିଁ। କାରଣ ଯେଉଁ ମାଧ୍ୟାକର୍ଷଣ ଶକ୍ତିର ଆକର୍ଷଣ ହେଉଛି ଏକ କୃଷ୍ଣଗର୍ତ୍ତ ଭିତରେ ଥିବା ବସ୍ତୁତ୍ୱର କାରଣରୁ ଏହା ଏପରି ଘଟୁଛି। କୌଣସି ଉପାୟରେ କୃଷ୍ଣଗର୍ତ୍ତର ଚତୁଃପାର୍ଶ୍ୱରେ ମାଧ୍ୟାକର୍ଷଣ ଶକ୍ତି କେତେ ଅଛି ଜାଣିପାରିଲେ, ଆମେ ସମ୍ପୂର୍ଣ୍ଣ ଭାବରେ ଜାଣିପାରିବା ଯେ କୃଷ୍ଣଗର୍ତ୍ତ ଭିତରେ କେତେ ପରିମାଣର ବସ୍ତୁତ୍ୱ ନିହିତ ଅଛି। ଏହି ମାଧ୍ୟାକର୍ଷଣ ଶକ୍ତି ଭୂମି ପଦ୍ଧତି ପ୍ରୟୋଗ କରି ଆମେ କୃଷ୍ଣଗର୍ତ୍ତ ଭିତରେ କିପରି କାମ କରୁଛି ଜାଣିପାରିବା। ଆଜିକାର ସମୟରେ ଯେମିତି ଆଧୁନିକ ପଦ୍ଧତି ଅବଲମ୍ବନ କରି ଯେଉଁଥିରେ ସବୁଠୁ ଅଧିକ ଗବେଷଣା ଚାଲିଛି ତାହା ହେଉଛି ମାଧ୍ୟାକର୍ଷଣ ତରଙ୍ଗକୁ ସଠିକ ଭାବରେ ମାପିବା ପାଇଁ। ଦେଖିବା ପାଇଁ ମାଧ୍ୟାକର୍ଷଣ ତରଙ୍ଗ ଆମର ଆଖିପରି କାମ କରିବ ଯେ ଏକ କୃଷ୍ଣଗର୍ତ୍ତ ଭିତରେ କ’ଣ ଚାଲୁଅଛି। ବୈଜ୍ଞାନିକମାନେ ମାଧ୍ୟାକର୍ଷଣ ବିକିରଣ ସଂପର୍କରେ ଗବେଷଣାଗାରରେ ପରୀକ୍ଷା ନିରୀକ୍ଷା କରିଛନ୍ତି। ଏହି ପରୀକ୍ଷାକୁ କାର୍ଯ୍ୟକାରୀ କରିବା ପାଇଁ ବହୁତ ଭାରତୀୟ ବୈଜ୍ଞାନିକମାନଙ୍କର ଭୂମିକା ରହିଛି। ଯେଉଁ ମାଧ୍ୟାକର୍ଷଣ ତରଙ୍ଗକୁ ଆମେ ପୃଥିବୀ ପୃଷ୍ଠରେ ପାଇବା, ତାହା ହେଉଛି ଦୁଇଟା କୃଷ୍ଣଗର୍ତ୍ତର। ଏହି ଦୁଇଟି ମଧ୍ୟରେ ଧକ୍କା ହେବା ଫଳରେ ଦୁଇଟା କୃଷ୍ଣଗର୍ତ୍ତ ଗୋଟିଏ ବଡ଼ କୃଷ୍ଣଗର୍ତ୍ତରେ ପରିଣତ ହେବେ। ମାଧ୍ୟାକର୍ଷଣ ତରଙ୍ଗ ଉପରେ ସକ୍ରିୟ ଗବେଷଣା ଚାଲୁରହିଛି। ସେହି ଗବେଷଣାରୁ ଆମେ କୃଷ୍ଣଗର୍ତ୍ତର ଭିତର ରହସ୍ୟକୁ ଜାଣି ପାରିବା। ଲେଜର ଇଣ୍ଟର୍‌ଫେରୋମିଟର ଗ୍ରାଭିଟେସନାଲ ମାଧ୍ୟାକର୍ଷଣ ଜନିତ ତରଙ୍ଗ ଅବଜରଭେଟୋରି ଏପରି ଏକ ପରୀକ୍ଷାଗାର, ଯାହା ଆଧୁନିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ମାଧ୍ୟାକର୍ଷଣ ତରଙ୍ଗ ଖୋଜିବାରେ ସାହାଯ୍ୟ କରିବ। ଏହି ପରୀକ୍ଷାକୁ ବୁଝିବାକୁ ହେଲେ ଆମକୁ ଆଇନଷ୍ଟାଇନ୍‌ଙ୍କ ଆପେକ୍ଷିକତା ତତ୍ତ୍ୱକୁ ବୁଝିବାକୁ ପଡ଼ିବ। ଆପେକ୍ଷିକତା ତତ୍ତ୍ୱ ଅନୁଯାୟୀ- ଆମର ଶୂନ୍ୟ (ସ୍ପେସ୍‌) ହେଉଛି ଏକ ରବରର ଚାଦର ପରି। ଯଦି ଆମେ ଏହି ରବର ଚାଦର ଉପରେ ଏକ ବସ୍ତୁକୁ ରଖିବା, ତାହେଲେ ରବର ଚାଦରରେ ଆମକୁ ଏକ ବକ୍ରତା ମିଳିବ। ସେଇଟା ହେବ ଆମର ମାଧ୍ୟାକର୍ଷଣ ଶକ୍ତି। ଯେମିତି ଏହା ଏକ ପ୍ରକାର ତରଙ୍ଗ ନିର୍ମାଣ କରିବ। ଏହି ତରଙ୍ଗ ହେବ ଆମର ମାଧ୍ୟାକର୍ଷଣ ତରଙ୍ଗ। ଏହି ତରଙ୍ଗ ଆମର ଶୂନ୍ୟକୁ ବାରମ୍ବାର ପ୍ରଭାବିତ କରୁଛି। ଏହି ତରଙ୍ଗକୁ ମାପିବା ସକାଶେ ଆମେ ଏକ ଇଣ୍ଟର୍‌ଫେରୋମିଟର ବ୍ୟବହାର କରୁ।

(ଶେଷ ଭାଗ)
-ଭୀଷ୍ମଦେବ ବାଗ
ପଦାର୍ଥ ବିଜ୍ଞାନ ବିଭାଗ
ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ
ଗୁରୁଣ୍ଡିଆ, ସୁନ୍ଦରଗଡ଼
ମୋ: ୯୪୩୯୫୮୫୫୮୯


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri