Posted inଫୁରସତ

ମହିଳାଙ୍କ ପ୍ରାଇଭେଟ୍‌ ପାର୍ଟ ହେଉଥିଲା ଦରଜ, ଅପରେଶନ ପରେ ଯାହା ବାହାରିଲା; ଜାଣିଲେ…

ଦୁନିଆରେ ଏପରି ଅନେକ ଅଦ୍ଭୁତ ଘଟଣା ଘଟୁଛି, ଯାହା ବିଷୟରେ ସମସ୍ତେ ଜାଣି ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଏବେ ସେମିତି ଏକ ଘଟଣା ଗୋଟିଏ ଚର୍ଚ୍ଚାରେ ରହିଛି। ଆଫ୍ରିକାର ଜଣେ ମହିଳାଙ୍କ ପ୍ରାଇଭେଟ୍‌ ପାର୍ଟରେ ଦରଜ ହେଉଥିବାରୁ ସେ ଡାକ୍ତରଙ୍କ ନିକଟକୁ ଆସିଥିଲେ। ଅପରେଶନ ପରେ ଏକ ଅଜବ ଜିନିଷ ଫସି ରହିଥିବା ଜଣାପଡ଼ିଥିଲା। ଯାହା ସମ୍ପର୍କରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ।

ଏକ ରିପୋର୍ଟ ଅନୁଯାୟୀ, ଟ୍ୟୁନିସିଆର ୪୫ ବର୍ଷୀୟା ଜଣେ ମହିଳା ସବୁବେଳେ କହୁଥିଲେ ଯେ, ତାଙ୍କ ପ୍ରାଇଭେଟ ପାର୍ଟ ଦରଜ ହେବା ସହ ଯନ୍ତ୍ରଣା ହେଉଛି। ତାଙ୍କୁ ବାରମ୍ବାର ପରିସ୍ରା ଲାଗୁଥିଲା। ସେ ଏହାକୁ ୟୁରିନ୍‌ ଇନ୍‌ଫେକ୍ସନ ଭାବି ଅଣଦେଖା କରୁଥିଲେ। କିନ୍ତୁ ଯନ୍ତ୍ରଣା ଦିନକୁ ଦିନ ଅଧିକ ହେବାରୁ ସେ ଡାକ୍ତରଙ୍କ ନିକଟକୁ ଯାଇ ପରୀକ୍ଷା କରାଇଥିଲେ। ଯାଞ୍ଚ ସମୟରେ ଏହା ଏକ ସାଧାରଣ ସଂକ୍ରମଣ ନୁହେଁ ବୋଲି ଜଣାପଡ଼ିଥିଲା। ତାଙ୍କ ଶରୀରରେ ୮ ସେଣ୍ଟିମିଟର ଲମ୍ବ ବ୍ଲାଡର ପଥର ପରି ଦିଶିଥିଲା।ଯାହା ଦେଖି ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

କିନ୍ତୁ ଯେତେବେଳେ ଏହାକୁ ଭଲ ଭାବରେ ପରୀକ୍ଷା କରାଯାଇଥିଲା ସେତେବେଳେ ଘଟଣାଟି ଚାରିଆଡ଼େ ବ୍ୟାପି ଯାଇଥିଲା। ପ୍ରାଇଭେଟ ପାର୍ଟ ମଧ୍ୟରୁ କାଚ ଗ୍ଲାସର କିଛି ଭଙ୍ଗା ଅଂଶ ମିଳିଥିଲା।

ଟ୍ୟୁନିସିଆର ସଫ୍ୟାକ୍ସ ସହରର ହବିବ ବର୍ଗୁଏବା ବିଶ୍ୱବିଦ୍ୟାଳୟ ହସ୍ପିଟାଲରେ ଏହି ମାମଲା ସାମ୍ନାକୁ ଆସିଛି। ରିପୋର୍ଟରେ ଦର୍ଶାଯାଇଛି ଯେ, କିଛି ବର୍ଷ ପୂର୍ବେ ଯୌନ ନିର୍ଯାତନା ସମୟରେ ଏହା ମହିଳାଙ୍କ ଶରୀରରେ ଏହା ଭର୍ତ୍ତି କରାଯାଇଥାଇପାରେ, କିନ୍ତୁ ଏହାର କୌଣସି ଠୋସ୍‌ ପ୍ରମାଣ ନାହିଁ ଏବଂ ମହିଳା ମଧ୍ୟ ଏ ବିଷୟରେ କିଛି କହିନାହାନ୍ତି।

ସୂଚନାନୁସାରେ, ସାଧାରଣତଃ ଜଣେ ମହିଳାଙ୍କ ମୂତ୍ରରେ ଲାଲ୍‌ ରକ୍ତ କଣିକା ପରିସର ୨୩-୨୫ ଥିବାବେଳେ ସାଧାରଣ ଲୋକଙ୍କ ପରିସ୍ରା ୪ କିମ୍ବା ଏହାଠାରୁ କମ୍‌ ଥାଏ। ଓପନ୍‌ ଅସ୍ତ୍ରୋପଚାର ମାଧ୍ୟମରେ ଏହି ମହିଳାଙ୍କ ଶରୀରରୁ ଗ୍ଲାସ ବାହାର କରାଯାଇଥିଲା। ଏହାର ଦୁଇ ଦିନ ପରେ ମହିଳାଙ୍କୁ ଡିସଚାର୍ଜ କରାଯାଇଥିଲା। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ମହିଳା ଜଣକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri