Posted inଫୁରସତ

ମହିଳାଙ୍କ ପ୍ରାଇଭେଟ୍‌ ପାର୍ଟ ହେଉଥିଲା ଦରଜ, ଅପରେଶନ ପରେ ଯାହା ବାହାରିଲା; ଜାଣିଲେ…

ଦୁନିଆରେ ଏପରି ଅନେକ ଅଦ୍ଭୁତ ଘଟଣା ଘଟୁଛି, ଯାହା ବିଷୟରେ ସମସ୍ତେ ଜାଣି ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଏବେ ସେମିତି ଏକ ଘଟଣା ଗୋଟିଏ ଚର୍ଚ୍ଚାରେ ରହିଛି। ଆଫ୍ରିକାର ଜଣେ ମହିଳାଙ୍କ ପ୍ରାଇଭେଟ୍‌ ପାର୍ଟରେ ଦରଜ ହେଉଥିବାରୁ ସେ ଡାକ୍ତରଙ୍କ ନିକଟକୁ ଆସିଥିଲେ। ଅପରେଶନ ପରେ ଏକ ଅଜବ ଜିନିଷ ଫସି ରହିଥିବା ଜଣାପଡ଼ିଥିଲା। ଯାହା ସମ୍ପର୍କରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ।

ଏକ ରିପୋର୍ଟ ଅନୁଯାୟୀ, ଟ୍ୟୁନିସିଆର ୪୫ ବର୍ଷୀୟା ଜଣେ ମହିଳା ସବୁବେଳେ କହୁଥିଲେ ଯେ, ତାଙ୍କ ପ୍ରାଇଭେଟ ପାର୍ଟ ଦରଜ ହେବା ସହ ଯନ୍ତ୍ରଣା ହେଉଛି। ତାଙ୍କୁ ବାରମ୍ବାର ପରିସ୍ରା ଲାଗୁଥିଲା। ସେ ଏହାକୁ ୟୁରିନ୍‌ ଇନ୍‌ଫେକ୍ସନ ଭାବି ଅଣଦେଖା କରୁଥିଲେ। କିନ୍ତୁ ଯନ୍ତ୍ରଣା ଦିନକୁ ଦିନ ଅଧିକ ହେବାରୁ ସେ ଡାକ୍ତରଙ୍କ ନିକଟକୁ ଯାଇ ପରୀକ୍ଷା କରାଇଥିଲେ। ଯାଞ୍ଚ ସମୟରେ ଏହା ଏକ ସାଧାରଣ ସଂକ୍ରମଣ ନୁହେଁ ବୋଲି ଜଣାପଡ଼ିଥିଲା। ତାଙ୍କ ଶରୀରରେ ୮ ସେଣ୍ଟିମିଟର ଲମ୍ବ ବ୍ଲାଡର ପଥର ପରି ଦିଶିଥିଲା।ଯାହା ଦେଖି ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

କିନ୍ତୁ ଯେତେବେଳେ ଏହାକୁ ଭଲ ଭାବରେ ପରୀକ୍ଷା କରାଯାଇଥିଲା ସେତେବେଳେ ଘଟଣାଟି ଚାରିଆଡ଼େ ବ୍ୟାପି ଯାଇଥିଲା। ପ୍ରାଇଭେଟ ପାର୍ଟ ମଧ୍ୟରୁ କାଚ ଗ୍ଲାସର କିଛି ଭଙ୍ଗା ଅଂଶ ମିଳିଥିଲା।

ଟ୍ୟୁନିସିଆର ସଫ୍ୟାକ୍ସ ସହରର ହବିବ ବର୍ଗୁଏବା ବିଶ୍ୱବିଦ୍ୟାଳୟ ହସ୍ପିଟାଲରେ ଏହି ମାମଲା ସାମ୍ନାକୁ ଆସିଛି। ରିପୋର୍ଟରେ ଦର୍ଶାଯାଇଛି ଯେ, କିଛି ବର୍ଷ ପୂର୍ବେ ଯୌନ ନିର୍ଯାତନା ସମୟରେ ଏହା ମହିଳାଙ୍କ ଶରୀରରେ ଏହା ଭର୍ତ୍ତି କରାଯାଇଥାଇପାରେ, କିନ୍ତୁ ଏହାର କୌଣସି ଠୋସ୍‌ ପ୍ରମାଣ ନାହିଁ ଏବଂ ମହିଳା ମଧ୍ୟ ଏ ବିଷୟରେ କିଛି କହିନାହାନ୍ତି।

ସୂଚନାନୁସାରେ, ସାଧାରଣତଃ ଜଣେ ମହିଳାଙ୍କ ମୂତ୍ରରେ ଲାଲ୍‌ ରକ୍ତ କଣିକା ପରିସର ୨୩-୨୫ ଥିବାବେଳେ ସାଧାରଣ ଲୋକଙ୍କ ପରିସ୍ରା ୪ କିମ୍ବା ଏହାଠାରୁ କମ୍‌ ଥାଏ। ଓପନ୍‌ ଅସ୍ତ୍ରୋପଚାର ମାଧ୍ୟମରେ ଏହି ମହିଳାଙ୍କ ଶରୀରରୁ ଗ୍ଲାସ ବାହାର କରାଯାଇଥିଲା। ଏହାର ଦୁଇ ଦିନ ପରେ ମହିଳାଙ୍କୁ ଡିସଚାର୍ଜ କରାଯାଇଥିଲା। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ମହିଳା ଜଣକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଏମକେ ଷ୍ଟାଲିନଙ୍କ ପୁଅ…,’କାହିଁକି ଏମିତି କହିଲେ ଉଦୟନିଧି? ଏବେ ବିଜୟଙ୍କୁ କଲେଣି ଟାର୍ଗେଟ

ଚେନ୍ନାଇ,୫।୮: ଅଭିନେତ୍ରୀ ତ୍ରିଶାଙ୍କ ବିଷୟରେ ଦୁଇ-ଆକ୍ଷେପ ମନ୍ତବ୍ୟ ଦେବା ଅଭିଯୋଗରେ ଗିରଫ ହେବାର କିଛି ଘଣ୍ଟା ପରେ ଉଦୟନିଧି ଷ୍ଟାଲିନଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଥିଲା। ମୁକ୍ତି ପରେ…

ଜିଲାରେ ୫୦୦ରୁ ଅଧିକ ଉଠା ଜଳସେଚନ ପମ୍ପ୍‌ ଅଚଳ: ଚିନ୍ତାରେ ଚାଷୀ

ଛତ୍ରପୁର,୫ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଏକ କୃଷି ପ୍ରଧାନ ଜିଲା ଅଟେ। କୃଷକ ଓ ଶ୍ରମିକ ପ୍ରାୟ ୮୦% ଲୋକ କୃଷି ଉପରେ ନିର୍ଭର କରି ପରିବାର…

କେସିଙ୍ଗାରେ ମଶାଙ୍କ ପ୍ରାଦୁର୍ଭାବ: ପ୍ରତି ଡ୍ରେନ୍‌ରେ ପକାଯାଉଛି ମଶାତେଲ

କେସିଙ୍ଗା,୫ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏ୍‌ସିର ୧୨ଟି ଓ୍ବାର୍ଡରେ ମଶା ନିବାରଣ ପାଇଁ ଏନ୍‌ଏସି ପକ୍ଷରୁ ବିଭିନ୍ନ ଗଳିକନ୍ଦିରେ ଥିବା ପ୍ରତିଟି ଡ୍ରେନ୍‌ରେ ମଶାତେଲ ପକାଯାଉଛି।…

କାରଣ ଖୋଜୁଛି ଦଳ? ପରାଜୟ ପରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଭାଜପାର ବଡ଼ ବୈଠକ

ପାଟନା,୫।୮: ବଡ଼ ପରାଜୟ ପରେ, ଭାଜପା ଆଜି (ବୁଧବାର) ପାଟନାସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ କରିଛି। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ସମେତ ନେତାମାନେ ବୈଠକରେ…

କେବେ ମାର୍କେଟକୁ ଆସିବ ପ୍ଲାଷ୍ଟିକ୍‌ ନୋଟ୍‌? RBI ଗଭର୍ନର କହିଦେଲେ ଲଞ୍ଚ୍‌ ଡେଟ୍‌

ନୂଆଦିଲ୍ଲୀ,୫।୮: ଆପଣ ମଧ୍ୟ ଶୁଣିଛନ୍ତି କି ଯେ ଖୁବ୍‌ଶୀଘ୍ର ଭାରତରେ କାଗଜ ନୋଟ୍ ବଦଳରେ ପ୍ଲାଷ୍ଟିକ୍ (ପଲିମର୍) ନୋଟ୍ ଚାଲିବାକୁ ଯାଉଛି? ଯଦି ଆପଣଙ୍କ ମନରେ ମଧ୍ୟ…

ମୋଦିଙ୍କ ଭିଡିଓ ହଟାଇବା ପ୍ରସଙ୍ଗ; ସରକାରଙ୍କ ସହ ୪୫ ମିନିଟ୍ ଧରି ବୈଠକ କଲା ମେଟା, କହିଲା…

ନୂଆଦିଲ୍ଲୀ,୫।୮: ଜନ୍ତର-ମନ୍ତରରେ ହୋଇଥିବା ଆନ୍ଦୋଳନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଭିଡିଓକୁ ଫେସବୁକରେ ଅସ୍ଥାୟୀ ଭାବେ ରିଷ୍ଟ୍ରିକ୍ଟ କରିଦେଇଥିଲା । ଏହି ଘଟଣାକୁ ନେଇ ଦିନକୁ…

ପଟ୍ଟନାୟକ ବନ୍ଧ ଦୁର୍ନୀତି ଅଭିଯୋଗ: ଦୁଇ ଯନ୍ତ୍ରୀ-ଠିକାଦାରଙ୍କୁ ପଚରାଉଚରା ପାଇଁ ନେଲା ଭିଜିଲାନ୍ସ

ଗଜପତି,୫ା୮(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ସହରର ବହୁଚର୍ଚ୍ଚିତ ପଟ୍ଟନାୟକ ବନ୍ଧର ପୁନରୁଦ୍ଧାର କାର୍ଯ୍ୟରେ ଅନିୟମିତତା ଓ ଦୁର୍ନୀତି ଅଭିଯୋଗକୁ ନେଇ ଭିଜିଲାନ୍ସ ତଦନ୍ତ ଜୋରଦାର ହୋଇଛି। ଏହି କ୍ରମରେ…

ବାଲିଅନ୍ତା ସୌମ୍ୟରଞ୍ଜନ ମର୍ଡର କେସ୍‌: ଚାର୍ଜଶିଟ୍‌ ଦାଖଲ କଲା କ୍ରାଇମ୍‌ବ୍ରାଞ୍ଚ

କଟକ,୫ା୮(ପ୍ରଭୁକଲ୍ୟାଣ ପାଲ୍‌): ବାଲିଅନ୍ତା କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁ ହତ୍ୟାକାଣ୍ଡ ଘଟଣାରେ କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ୭୬୭ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ କରିଥିବାବେଳେ ୧୧ ଅଭିଯୁକ୍ତଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri