Posted inଫୁରସତ

ବିବାହ ପରେ ପ୍ରତିବର୍ଷ ଗର୍ଭବତୀ ହୋଇଆସୁଛନ୍ତି ଏହି ମହିଳା, ଏପର୍ଯ୍ୟନ୍ତ ଦେଲେଣି ଏତିକି ଶିଶୁ ଜନ୍ମ

ୱାଶିଂଟନ,୨୩।୧୧: ଜଣେ ଆମେରିକୀୟ ମହିଳା ତାଙ୍କ ବିବାହ ପରଠାରୁ ପ୍ରାୟ ପ୍ରତିବର୍ଷ ଗର୍ଭବତୀ ହୋଇ ଆସୁଛନ୍ତି। ଖୁବଶୀଘ୍ର ତାଙ୍କର ଦ୍ୱାଦଶ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି। ତେବେ ମହିଳା ଏଥିପାଇଁ ଅନେକ ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି। ତାଙ୍କୁ ସୋସିଆଲ ମିଡିଆରେ ମଧ୍ୟ ଟ୍ରୋଲ କରାଯାଇଛି। କିନ୍ତୁ ଏହା ତାଙ୍କ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ। କୋର୍ଟନି ରୋଜର୍ସ ନାମକ ଏହି ମହିଳା ତାଙ୍କ ବିବାହ ପରଠାରୁ ଗର୍ଭନିରୋଧକ ବ୍ୟବହାର କରିନାହାଁନ୍ତି।
ଆମେରିକାର ନ୍ୟୁ ମେକ୍ସିକୋ ଅଞ୍ଚଳରେ ରହୁଥିବା କୋର୍ଟନି ରୋଜର୍ସର ଇନଷ୍ଟାଗ୍ରାମରେ ୨୯ ହଜାର ଫଲୋଅର୍ସ ଅଛନ୍ତି। ଏତେ ସଂଖ୍ୟକ ସନ୍ତାନ ଜନ୍ମ ଦେଇଥିବାରୁ ତାଙ୍କୁ ନିରନ୍ତର ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ୩୭ ବର୍ଷୀୟ କୋର୍ଟନି, ପାଦରି କ୍ରିସଙ୍କୁ ବିବାହ କରିଥିଲେ ଏବଂ ସେବେଠାରୁ ପ୍ରତିବର୍ଷ ଗର୍ଭବତୀ ହୋଇଥିଲେ। ଦ୍ୱାଦଶ ଥର ପାଇଁ କୋର୍ଟନି ମା’ ହେବାକୁ ଯାଉଛନ୍ତି ଏବଂ ଆସନ୍ତା ମାର୍ଚ୍ଚରେ ତାଙ୍କର ପ୍ରସବ ତାରିଖ ରହିଛି।
ଏହି ଦମ୍ପତି ଏପର୍ଯ୍ୟନ୍ତ ୧୧ଟି ସନ୍ତାନ ଜନ୍ମ ଦେଇଛନ୍ତ। କ୍ଲିଣ୍ଟ, କ୍ଲେ, କେଡ, କ୍ୟାଲି, କ୍ୟାଶ, କଲ୍ଟ, କେସ, କୈଲିନା, କୌରାଲି ଏବଂ କ୍ୟାରିସ। ଏଥିମଧ୍ୟରୁ ଜ୍ୟେଷ୍ଠ ସନ୍ତାନର ବୟସ ଏଗାର ବର୍ଷ ଏବଂ ସାନପୁଅର ବୟସ ପ୍ରାୟ ଏକ ବର୍ଷ। କୋର୍ଟନକହିଛନ୍ତି ଯେ ସେ ନିଜେ ତାଙ୍କର ସମସ୍ତ ପିଲାମାନଙ୍କର ଯତ୍ନ ନିଅନ୍ତି। ପିଲାମାନଙ୍କୁ ନିଜର ଚାଷଜମିରୁ ଅମଳ ପନିପରିବା ଖାଇବାକୁ ଦିଅନ୍ତି।
ରୋଜର୍ସଙ୍କ ସ୍ବାମୀ ଘର ଚଳାଇବା ସହିତ ଏକ ଚର୍ଚ୍ଚରେ କାମ କରନ୍ତି। ସେ କହିଥିଲେ ଯେ ସେ ସର୍ବଦା ଜଣେ ମା ହେବାକୁ ଚାହାଁନ୍ତି ଏବଂ ତାଙ୍କ ସ୍ବାମୀ ତାଙ୍କ ମା’ (କୋର୍ଟନିଙ୍କ ଶାଶୁ) ଙ୍କ ପରି ଅତି କମରେ ୧୦ଟି ସନ୍ତାନ ପ୍ରସବ କରିବାକୁ ପରାମର୍ଶ ଦେଇଛନ୍ତି। ତେବେ,ଏବେ ଏହି ସଂଖ୍ୟା ବୃଦ୍ଧି ପାଇଛି। କୋର୍ଟନି କହିଛନ୍ତି, ମୋର ଦଶମ ସନ୍ତାନ ଜନ୍ମ କରିବା ପରେ ମଧ୍ୟ ମୁଁ ପୂର୍ବ ପରି ଛୋଟ ଦେଖାଯାଉଥିଲି, ତେଣୁ ମୁଁ ୧୦ ବଦଳରେ ଏକ ଡଜନ ପିଲାଙ୍କ ମା’ ବୋଲି କହିବାକୁ ସ୍ଥିର କଲି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଏହି ମନ୍ଦିରରେ ଭକ୍ତଙ୍କୁ ପ୍ରସାଦ ଭାବେ ମିଳିଥାଏ ସୁନାରୁପା ଅଳଙ୍କାର

ଯେକୌଣସି ମନ୍ଦିରକୁ ଗଲେ ପ୍ରସାଦ ସ୍ବରୂପ ଲଡୁ, ପେଡ଼ା, ଉଖୁଡ଼ା, ଫଳମୂଳ ଇତ୍ୟାଦି ମିଳିଥାଏ। ମାତ୍ର ଭାରତରେ ଏମିତି ଏକ ମନ୍ଦିର ରହିଛି, ଯେଉଁଠି ଭକ୍ତଙ୍କୁ...

ମେକ୍‌ଅପ ଇଲ୍ୟୁଜନ

ମିମି ଚୋଇ ପେସାରେ ଜଣେ ମେକ୍‌ଅପ୍‌ ଆର୍ଟିଷ୍ଟ। ତେବେ ଏବେ ସେ ତାଙ୍କର ଥ୍ରୀ ଡି ମେକ୍‌ଅପ୍‌ ଇଫେକ୍ଟ ପାଇଁ ବେଶ୍‌ ପରିଚିତ। ଏଭଳି ମେକ୍‌ଅପ୍‌...

୫୧ ଟଙ୍କାର ମୁଦ୍ରା ୩୭,୦୫୦ ଟଙ୍କାରେ ବିକ୍ରି

ଭୁଲ ସବୁବେଳେ ଭାରୀ ପଡେ ନାହିଁ, ବେଳେବେଳେ ନିଜର ଭୁଲ ଲାଭଦାୟକ ପ୍ରମାଣିତ ହୋଇଥାଏ। ସେହିଭଳି ଏକ ଘଟଣା ନିକଟରେ ଦେଖିବାକୁ ମିଳିଛି। କିଛି ତ୍ରୁଟି...

ବିବାହର ୧୭ ଦିନ ପରେ ସ୍ବାମୀ ନେଲେ ଏଭଳି ନିଷ୍ପତ୍ତି; ନବବିବାହିତା ସ୍ତ୍ରୀଙ୍କୁ ପ୍ରେମିକଙ୍କ ପାଖକୁ ପଠାଇବାକୁ …

ରାଞ୍ଚି: ପ୍ରେମରେ ପାଗଳ ପ୍ରେମୀଙ୍କ ଅନେକ କାହାଣୀ ଆପଣ ଶୁଣିଥାଇପାରନ୍ତି, ହେଲେ ରାଞ୍ଚିର ଜଣେ ବ୍ୟକ୍ତି ବିବାହର ମାତ୍ର ୧୭ ଦିନ ପରେ ସ୍ତ୍ରୀଙ୍କୁ ତାଙ୍କ...

ଏମିତି ଲାଇବ୍ରେରୀ, ଯାହା ଆଗରୁ କେବେ ଦେଖି ନ ଥିବେ କି ଶୁଣି ନ ଥିବେ

ଇଟାନଗର,୨୭ା୯: ବିଶ୍ୱରେ ଅନେକ ଲାଇବ୍ରେରୀ ରହିଛି। ମାତ୍ର ଆଜି ଏମିତି ଏକ ଲାଇବ୍ରେରୀ ବିଷୟରେ କହିବୁ ଯାହା କେବେ ଆଗରୁ ଦେଖି ନ ଥିବେ କି...

ଏହି ରାଜକୁମାରୀଙ୍କ ପାଇଁ ପ୍ରାୟ୧୩ ପ୍ରେମିକ ହାରିଥିଲେ ଜୀବନ

ଜଣେ ଝିଅର ସୌନ୍ଦର୍ଯ୍ୟକୁ ନେଇ ବିଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ମତ ରହିଛି। କାହାକୁ ଗୋରା ପତଳା ଝିଅ ପସନ୍ଦ ଆସୁଥିବା ବେଳେ କାହାକୁ ଶ୍ୟାମଳ...

ଘରୁ ମହାକାଶ ଯାଏ ସବୁଠି ସଫଳ

ଝିଅ ଏବଂ ପୁଅ ଉଭୟ ସମାନ। ଦୁହିଙ୍କ ମଧ୍ୟରେ ପାର୍ଥକ୍ୟ ଆଣିବା ଭାରତୀୟ ସମ୍ବିଧାନର ଉଲ୍ଲଂଘନ। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବାଳିକା ଶିଶୁଙ୍କ...

ଆଖିପିଛୁଳାକେ ମଣିଷ ହାତରୁ ଛୁଆକୁ ଛଡ଼ାଇନେଲା ଗୁଣ୍ଡୁଚିମୂଷା, ଆଉ ତା’ପରେ

ପ୍ରତ୍ୟେକ ଦିନ ପଶୁ ପକ୍ଷୀଙ୍କୁ ନେଇ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ...

Advertisement
Archives

Model This Week