ସ୍ବାମୀଙ୍କୁ ଜାମିନରେ ଆଣିବାକୁ ଯାଇ ଜେଲ ଗଲେ ମହିଳା

କଟକ ଅଫିସ,୨୨।୧୨: ଡାକ୍ତରଙ୍କ ନକଲି ପ୍ରେସ୍‌କ୍ରିପ୍‌ସନ ତିଆରି କରି ଜଣେ ମହିଳା ଗିରଫ ହୋଇଛନ୍ତି। ସ୍ବାମୀଙ୍କୁ ଜାମିନରେ ଆଣିବା ପାଇଁ ନିଜେ ଅସୁସ୍ଥ ଦର୍ଶାଇ ମହିଳା ଜଣକ ଏପରି ଚକ୍ରାନ୍ତ କରିଥିଲେ। କୋର୍ଟରେ ଧରା ପଡିବା ପରେ ତାଙ୍କୁ ଜେଲ୍‌ ଯିବାକୁ ପଡିଛି।
ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜେଇ କାରବାର ଅଭିଯୋଗରେ କନ୍ଧମାଳ ଜିଲାର ଶ୍ରୀରାମ କଅଁରଙ୍କୁ ପୋଲିସ ଗିରଫ କରିଥିଲା। ୧୩ା୭ା୨୦ରେ ସେ ଜାମିନ୍‌ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ। ତେବେ ସହଜରେ ତାଙ୍କୁ ଜାମିନ ମିଳିବା ପାଇଁ ସ୍ତ୍ରୀ ମାନସୀ କଅଁର ଏକ ଯୋଜନା କରିଥିଲେ। ୯ା୧୦ା୨୦ରେ ଏସ୍‌ସିବି ମେଡିସିନ ଆଉଟ୍‌ଡୋର୍‌ ନିମନ୍ତେ ଗୋଟିଏ ଟିକେଟ କାଟିଥିଲେ (ଟିକେଟ ନଂ୧୩୧/ମେଡିସିନ/୩୦୯୦୧)। ଏହି ଟିକେଟରେ ଆସୋସିଏଟ୍‌ ପ୍ରଫେସର ଡା.ଏସ୍‌. କେ. ଭୋଳ ତାଙ୍କୁ ଏକାଧିକ ରୋଗ ଓ କୋଭିଡ୍‌ ଲାଗି ୯ା୧୦ା୨୦ରୁ ୮ା୫ା୨୦୨୧ ଯାଏ ବେଡ୍‌ରେଷ୍ଟରେ ରହିବା ଲାଗି ପରାମର୍ଶ ଦେଇଛନ୍ତି ବୋଲି ପ୍ରେସ୍‌କ୍ରିପସନ ପ୍ରସ୍ତୁତ କରିଥିଲେ। ପରେ ଏହାକୁ ସ୍ବାମୀଙ୍କ ଜାମିନ ପାଇଁ କୋର୍ଟରେ ଦାଖଲ କରିଥିଲେ। ଏହି ପ୍ରେସ୍‌କ୍ରିପସନ୍‌ ଉପରେ କୋର୍ଟ ସନ୍ଦେହ କରି କଟକ ଡିସିପିଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ୧୧ା୧୨ା୨୦ରେ ଡିସିପି ତଦନ୍ତ କରି କୋର୍ଟରେ ରିପୋର୍ଟ ଦାଖଲ କରିଥିଲେ। ଏଥିରେ ସେ ଦର୍ଶାଇଥିଲେ, ଏସ୍‌ସିବି ମେଡିସିନ ବିଭାଗରେ ଆସୋସିଏଟ୍‌ ପ୍ରଫେସର ଡା. ଏସ୍‌. କେ. ଭୋଳ ନାମରେ କେହି ଡାକ୍ତର ନାହାନ୍ତି। ଉକ୍ତ ପ୍ରେସ୍‌କ୍ରିପ୍‌ସନ୍‌ରେ ଲାଗିଥିବା ସିଲ୍‌ ସହ ଏସ୍‌ସିବି ମେଡିସିନ ବିଭାଗର ସିଲ୍‌ରେ ସାମଞ୍ଜସ୍ୟ ନାହିଁ। ତେଣୁ ଏହା ନକଲି ବୋଲି ଡିସିପି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଥିଲେ। ଫଳରେ ହାଇକୋର୍ଟ ଅଦାଲତ ଅବମାନନା ଘଟଣାରେ ମାନସୀଙ୍କୁ ତୁରନ୍ତ ଗିରଫକରି ୨୧ ତାରିଖରେ ଫୁଲବାଣୀ ସେସନ୍ସ କୋର୍ଟ କମ୍‌ ସ୍ପେଶାଲ ଜଜ୍‌ଙ୍କ ଠାରେ ହାଜର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମାନସୀଙ୍କୁ ଗିରଫ କରାଯାଇ ଜେଲରେ ରଖାଯାଇଥିବାବେଳେ ସୋମବାର ଭିଡିଓ କନ୍‌ଫରନ୍ସ ଯୋଗେ ତାଙ୍କୁ ଫୁଲବାଣୀ ସେସନ୍ସ କୋର୍ଟ କମ୍‌ ସ୍ପେଶାଲ ଜଜ୍‌ଙ୍କ ଠାରେ ହାଜର କରାଯାଇଥିଲା। ଜଷ୍ଟିସ ଏସ୍‌. କେ. ସାହୁଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜାନୁୟାରୀ ୪ରେ ହେବା ପାଇଁ ଧାର୍ଯ୍ୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲି ଚୋରାଚାଲାଣ ବଢୁଛି

ରଘୁନାଥପୁର,୨୬।୪(ରାଜେନ୍ଦ୍ର ନାରାୟଣ ସିଂହ): ବାଲି ସୈରାତଗୁଡ଼ିକର ନିଲାମରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏବେ ଏହି ପ୍ରକ୍ରିୟାକୁ ତହସିଲ ଅଧୀନରୁ କାଢ଼ିନେଇ ଖଣି ବିଭାଗକୁ ହସ୍ତାନ୍ତର...

ଏକାଠି ଶୋଭାଯାତ୍ରାରେ ଯିବେ ପ୍ରଶାନ୍ତ, ଚିରଞ୍ଜୀବ

ଜଗତ୍‌ସିଂହପୁର,୨୬ା୪(ପ୍ରମୋଦ କୁମାର ନାୟକ): ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡି ବିଜେଡିରେ ମିଶିଲା ପରେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପରିବେଶ ବଦଳିବାରେ ଲାଗିଛି। ଦଳ ପ୍ରଶାନ୍ତ...

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି

କେନ୍ଦ୍ରାପଡ଼ା,୨୬ା୪ (ଜଗନ୍ନାଥ ଧଳ): ଦାଦନ ସମସ୍ୟାରେ ପୀଡିତ କେନ୍ଦ୍ରାପଡ଼ା ଜିଲାର ଶ୍ରମିକଙ୍କ ଉପରେ ଚଳିତ ସାଧାରଣ ନିର୍ବାଚନର ପ୍ରର୍ଥୀଙ୍କ ଆଖିପଡିଛି। ଏଥିପାଇଁ ପରିବାର ଓ ଦଳୀୟ...

ମାପଚୁପ ରିପୋର୍ଟ ଦାଖଲରେ ବିଳମ୍ବ

ଯାଜପୁର,୨୬ା୪(ହର୍ଷବର୍ଦ୍ଧନ ବେହେରା): ଶିଳ୍ପାୟନ ନାମରେ ଯାଜପୁର ଜିଲାରେ ଶିଳ୍ପସଂସ୍ଥାଙ୍କ ମନମାନି ବଢିବାରେ ଲାଗିଛି। କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଭୂଅର୍ଜନ ସକାଶେ ଇଡ୍‌କୋ ଜରିଆରେ ଦରଖାସ୍ତ...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ଜାରକା ବସ୍‌ଷ୍ଟାଣ୍ଡରେ ନାହିଁ ବିଶ୍ରାମାଗାର

କାଏମା,୨୬ା୪(ଶିବପ୍ରସାଦ ମହାନ୍ତି): ଜାରକା ବସ୍‌ଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମଗୋର ନିର୍ମାଣ ହୋଇ ପାରୁନାହିଁ। ଫଳରେ ଯାତ୍ରୀମାନେ ଖରାରେ ଆଉଟୁପାଉଟୁ ହେଉଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁ ଘରଠୁ...

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

ମୋକିମ୍‌ଙ୍କୁ ଟାର୍ଗେଟ୍‌ କଲେ ପ୍ରକାଶ

କଟକ,୨୬ା୪(ଶିଳ୍ପା ପ୍ରିୟଦର୍ଶିନୀ):ଆପରାଧିକ ସାମ୍ରାଜ୍ୟକୁ ସୁରକ୍ଷା ଦେବା ପାଇଁ ମହିଳା କାର୍ଡ ଖେଳିବା ଲଜ୍ଜାଜନକ ବୋଲି କହି ମହମ୍ମଦ ମୋକିମଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri