ମହିଳାଙ୍କୁ ଖାଇଗଲା ବାଘ

ନୂଆପଡ଼ା,୫ା୧୧(ମକାରୁ ବେମାଲ) ନୂଆପଡ଼ା ଜିଲା ସଦର ରେଞ୍ଜ୍‌ ଧରମବନ୍ଧା ଥାନା ସିଲିଆରିବାହାରା ଗଁାରେ ଶନିବାର ଜଣେ ମହିଳାଙ୍କୁ ମାରି ଖାଇଛି କଲରାପତରିଆ ବାଘ। ମୃତା ହେଲେ ସିଲିଆରିବାହାରା ଗଁାର ପୂର୍ବତନ ୱାର୍ଡମେମ୍ବର ରାମେଶ୍ବରୀ ମାଝି (୫୦)। ସେହିପରି ଏହି ଗଁାଠାରୁ କିଛି ଦୂର କୋଦପାଲିରେ ଜଣେ ଶିଶୁକୁ ବାଘ ଝାମ୍ପିନେବାବେଳେ ଗଁା ଲୋକେ ଉଦ୍ଧାର କରିଛନ୍ତି। ଗୁରୁତର ଅବସ୍ଥାରେ ଶିଶୁଟିକୁ ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଶୁକ୍ରବାର ସାରେ ରାମେଶ୍ୱରୀ ଗଁାମୁଣ୍ଡକୁ ଶୌଚ ପାଇଁ ଯାଇଥିଲେ। ହେଲେ ଘରକୁ ଫେରି ନ ଥିଲେ। ରାତିରେ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ମିଳି ନ ଥିଲା। ଶନିବାର ସକାଳୁ ଗଁାମୁଣ୍ଡରେ ମହିଳାଙ୍କୁ କଲରାପତରିଆ ବାଘ ଖାଉଥିବା ଲୋକେ ଦେଖିବାକୁ ପାଇଥିଲେ। ଗଁା ଲୋକେ ବାଘକୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ। ଦୀର୍ଘ ସମୟ ଧରି ବାଘ ଓ ଲୋକଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ହେଲେ ଘଉଡ଼ାଇବା ପାଇଁ ଯାଇଥିବା ଲୋକଙ୍କୁ ବାଘ ଗୋଡ଼ାଉଥିଲା। ମଧ୍ୟାହ୍ନରେ ଗଁା ଲୋକେ ସଂଘବଦ୍ଧ ଭାବେ ଠେଙ୍ଗାବାଡ଼ି ଧରି ବାଘକୁ ଘଉଡ଼ାଇଥିଲେ। ସେଠାରୁ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିଥିଲା। ବାଘ ମହିଳାଙ୍କ ମୁଣ୍ଡ ଓ ଗଣ୍ଡିକୁ ଅଲଗା କରିଦେଇଥିବାବେଳେ ଦେହର ମାଂସକୁ ପୁଳା ପୁଳା ଖାଇଯାଇଥିଲା। ସନ୍ଧ୍ୟା ସମୟରେ କୋଦପାଲି ଗଁାର ବାଲକରାମ ଧରୁଆଙ୍କ ୫ବର୍ଷର ପୁଅ ନୀଳକଣ୍ଠ ଖେଳୁଥିବାବେଳେ ବାଘ ଝାମ୍ପି ନେଇଥିଲା। ଗଁା ଲୋକେ ଘଉଡ଼ାଇବାରୁ ବାଘ ଛାଡ଼ିପଳାଇଥିଲା। ଗୋଟିଏ ଦିନରେ ୨ଟି ଘଟଣା ଘଟିବାରୁ ବାଘ ଭୟରେ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ସନ୍ଧ୍ୟାରେ ବନ ବିଭାଗ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଲୋକେ ମୃତଦେହ ଉଠାଇବାକୁ ଦେଇନାହାନ୍ତି। ଏବେ ଗଁାରେ ଉତ୍ତେଜନା ଦେଖାଦେଇଛି।
ଉଲ୍ଲେଖଯୋଗ୍ୟ, ଗତ ୩୦ ତାରିଖ ଭରୁଆମୁଣ୍ଡା ପଞ୍ଚାୟତ କଟିଙ୍ଗପାଣି ଗଁାର ଗୌଧସ ପଡ଼ାର ହୁମନ ଧରୁଆଙ୍କ ପୁଅ ଡମ୍ବରୁ (୭) ସାଙ୍ଗଙ୍କ ସହ ଗଁା ଦାଣ୍ଡରେ ଖେଳୁଥିବା ସମୟରେ ପାଖ ସୁନାବେଡ଼ା ଅଭୟାରଣ୍ୟରୁ କଲରାପତରିଆ ବାଘ ଆସି ଟାଣି ନେଇଥିଲା। ଗ୍ରାମବାସୀ ଡମ୍ବରୁଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ତାଙ୍କ ଜୀବନ ଚାଲିଯାଇଥିଲା। ୬ ଦିନ ବ୍ୟବଧାନରେ ପୁଣି ଜଣେ ମହିଳାଙ୍କୁ ମାରି ଖାଇଲା। ଗୋଟିଏ ସପ୍ତାହ ନ ପୂରୁଣୁ ବାଘ ଆକ୍ରମଣରେ ଦୁଇଟି ଜୀବନ ଚାଲିଯାଇଥିବାରୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବାଘକୁ ଶୀଘ୍ର ଧରି ଅନ୍ୟତ୍ର ସ୍ଥାନାନ୍ତର କରାଯାଉ ବୋଲି ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri