Posted inଫୁରସତ

ମାଇନସ୍‌ ୫୦ ଡିଗ୍ରୀ ତାପମାତ୍ରାରେ ୪୦ ଦିନ ଏକୁଟିଆ ରହିଲେ ଏହି ମହିଳା, କାରଣ ଜାଣିଲେ…

ବ୍ରିଟିଶ ମୂଳ ଶିଖ୍‌ ଆର୍ମି ଅଫିସର ପ୍ରୀତ୍‌ ଚଣ୍ଡୀ ସାଉଥ ପୋଲର ସୋଲୋ ଟ୍ରିପ୍‌ କରିବାକୁ ଯାଇ ବରଫ ପାଲଟିଗଲେ। ଏମିତି କରି ସେ ଏକ ଇତିହାସ ସୃଷ୍ଟି କରିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ପ୍ରୀତ୍‌ ଗତ ବର୍ଷ ନଭେମ୍ବରରେ ଏହି ଟ୍ରିପ୍‌ ବା ଯାତ୍ରା ଆରମ୍ଭ କରିଥିଲେ। ସେ ଆଣ୍ଟାର୍କଟିକାର ହରକୁଲାସ ଇନ୍‌ଲେଟରୁ ନିଜର ଯାତ୍ରା ଆରମ୍ଭ କରିଥିଲେ। ସେ କିଛି ସପ୍ତାହ ଆଣ୍ଟାର୍କଟିକାରେ ଏକୁଟିଆ ସ୍କିକିଂ ଖର୍ଚ୍ଚ କରିଥିଲେ। ଜାନୁୟାରୀ ୩ରେ ପ୍ରୀତ ଘୋଷଣା କରିଥିଲେ କି, ସେ ୪୦ ଦିନ ମଧ୍ୟରେ ୧୧୨୬ କିଲୋମିଟର ଟ୍ରାକ୍‌ ପୂରା କରିଥିଲେ। ସେ ତାଙ୍କ ବ୍ଲଗ୍‌ରେ ଲେଖିଛନ୍ତି, ମୁଁ ଏବେ ବହୁତ କିଛି ଅନୁଭବ କରୁଛି। ୭ ନଭେମ୍ବର ୨୦୨୧ରେ ନିଜର ଯାତ୍ରାକୁ ଯିବା ପୂର୍ବରୁ ୩୨ ବର୍ଷୀୟା ପ୍ରୀତ୍‌ କହିଥିଲେ, ତାଙ୍କର ବିଶ୍ୱାସ ଅଛି ଯେ, ସେ ସାହସିକ କାର୍ଯ୍ୟ କରିପାରିବେ। ଏହି ବିଶ୍ୱାସ ରଖି ସେ ଆଗକୁ ବଢ଼ିଥିଲେ।

ସେ ଫ୍ରେଞ୍ଚ ଆଲପ୍ସରେ କ୍ରେବାସ ପ୍ରଶିକ୍ଷଣ ନେଇଥିଲେ। ଆଇଲ୍ୟାଣ୍ଡରେ ଲାଙ୍ଗଜୋକୁଲ ଗ୍ଲେସିୟରରେ ଟ୍ରାକ୍‌ କରି ଗ୍ରୀନ୍‌ଲ୍ୟାଣ୍ଡର ବରଫ କ୍ୟାପରେ ୨୭ ଦିନ ବିତାଇଥିଲେ। ପ୍ରୀତ୍‌ କହିଛନ୍ତି, ସେ ସାଉଇ ପୋଲ ଯାତ୍ରା ସମୟରେ କେବଳ ମନୋନୀତ ଲୋକଙ୍କ ସହ ସମ୍ପର୍କ ରଖଥିଲେ। ଯେଉଁମାନେ ତାଙ୍କ ବ୍ଲଗ ଏବଂ ଇନ୍‌ଷ୍ଟାଗ୍ରାମକୁ ପସନ୍ଦ କରନ୍ତି। ତାଙ୍କର ଏହି ଅଭିଯାନ ସମୟରେ ପ୍ରୀତ୍‌ କିଛି ଜରୁରୀ ଜିନିଷ ସାଙ୍ଗରେ ନେଇଥିଲେ। ଯେଉଁଥିରେ ଏକ କିଟ୍‌, ଇନ୍ଧନ ଏବଂ ଖାଦ୍ୟ ଥିଲା। ତାଙ୍କର ଏହି ଯାତ୍ରା ଶେଷ ପରେ ବ୍ରିଟିଶ ସେନାର ଜେନେରାଲ ଷ୍ଟାଫ୍‌ ମୁଖ୍ୟ ପ୍ରୀତ୍‌ଙ୍କୁ ତାଙ୍କ ଟ୍ରାକ୍‌ ସମାପ୍ତି ପାଇଁ ଅଭିନନ୍ଦନ ଜଣାଇଛନ୍ତି। ପ୍ରୀତ୍‌ ‘ଧୈର୍ଯ୍ୟ ଏବଂ ନିଷ୍ଠାର ପ୍ରେରଣାଦାୟକ ଉଦାହରଣ’ ଭାବରେ ସେ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଲପ୍ସ ପର୍ବତର ୮୦୦ ମିଟର ଉଚ୍ଚରେ ତ୍ରିରଙ୍ଗା: କରୋନା ଲଢ଼େଇରେ ଭାରତୀୟ ଏକଜୁଟ କହିଲେ ମୋଦି

ନୂଆଦିଲ୍ଲୀ/ବେର୍ନ,୧୮।୪: ଭାରତରେ କରୋନା ସଂକ୍ରମଣ ରୋକିବା ଲାଗି ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ସମୟ ସୀମାକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏପରିସ୍ଥଳେ ଭାରତବାସୀଙ୍କ ଏକତାକୁ...

ମା’ ମୋବାଇଲ ଛଡ଼ାଇ ନେବାରୁ ଝିଅ ସ୍ମାର୍ଟ ଫ୍ରିଜ୍‌ରୁ ପଠାଇଲେ ମେସେଜ୍‌, ମୁଁ ତୁମ ସମସ୍ତଙ୍କୁ ଛାଡ଼ି ଚାଲିଯାଉଛି

ଆଜିର ଟେକ୍ନୋଲୋଜି ଯୁଗରେ ମୋବାଇଲର ବହୁଳ ବ୍ୟବହାର କରାଯାଉଛି। ବିନା ସ୍ମାର୍ଟଫୋନ୍‌ରେ ସମସ୍ତ କାମ ଯେପରି ଅଧୁରା। ଲୋକଙ୍କ ଧ୍ୟାନ ସବୁବେଳେ ଫୋନ୍‌ ଉପରେ ରହୁଛି।...

ଦେଶର ବିକାଶ ଯୁବବର୍ଗଙ୍କ ହାତରେ

କୌଣସି ଦେଶର ବିକାଶରେ ଯୁବବର୍ଗଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାରତ ଯୁବବର୍ଗଙ୍କ ମନୋବଳ ବଢ଼ାଇବା ପାଇଁ ସ୍ବାମୀ ବିବେକାନନ୍ଦ ନିରନ୍ତର ପ୍ରୟାସ କରୁଥିଲେ। ୧୮୬୩ ଜାନୁୟାରୀ...

ମଦ ପିଇ ମାତାଲ୍‌ ହେଲେ ମଇଁଷି, ମାଲିକ ଗିରଫ…

ଅହମଦାବାଦ୍‌,୮।୭: ଗୁହାଳରେ ରଖାଯାଇଥିବା ମଦ ପିଇ ମଇଁଷିମାନେ ମାତାଲ ହୋଇ ସର୍ବସାଧାରଣ ରାସ୍ତାରେ ଭଙ୍ଗାରୁଜା କରିଥିଲେ। ଏଭଳି ଅଭାବନୀୟ ଘଟଣା ଗୁଜରାଟର ଗାନ୍ଧିନଗରରେ ଘଟିଛି। ଖବର...

ହାତୀଙ୍କ ପାଇଁ ବ୍ୟାୟାମଶାଳା

ଡେରାଡୁନ୍‌: ଏଣିକି ଜିମ୍‌ରେ ବ୍ୟାୟାମ କରିବେ ହାତୀ। ଉତ୍ତରାଖଣ୍ଡସ୍ଥିତ ରାଜାଜୀ ବ୍ୟାଘ୍ର ଅଭୟାରଣ୍ୟରେ ହାତୀଙ୍କ ପାଇଁ ତିଆରି ହୋଇଛି ଏକ ଜିମ୍‌। ଏହି ବିରାଟକାୟ ବନ୍ୟପ୍ରାଣୀମାନେ...

ଅବୁଝା ବିଲେଇର ମନ ମାନଚିତ୍ର

ଓଣ୍ଟାରିଓ: ଗୃହପାଳିତ ପ୍ରାଣୀ ବିଲେଇଙ୍କୁ କିଏ ବା ନ ଜାଣେ। କେଉଁ ଆବହମାନ କାଳରୁ ଏହି ପୋଷା ଜୀବ ମଣିଷ ସହିତ ରହିଆସିଛି। ହେଲେ ବିଲେଇର...

ଗଙ୍ଗାରେ ବିସର୍ଜନ କଲେ କୁକୁର ଅସ୍ଥି

ପୁର୍ଣ୍ଣିଆ,୨୦।୨: ହିନ୍ଦୁ ପରମ୍ପରା ଅନୁସାରେ ମୃତକଙ୍କ ଅନ୍ତିମ ସଂସ୍କାର ପରେ ଅସ୍ଥି ଗଙ୍ଗାରେ ବିସର୍ଜନ କରାଯାଇଥାଏ। ତେବେ ବିହାର ପୁର୍ଣ୍ଣିଆ ଜିଲାରେ ଜଣେ ବ୍ୟକ୍ତି ତାଙ୍କ...

ପୋଲ ତଳକୁ ଡେଇଁ ଆତ୍ମହତ୍ୟା କଲେ ମାଲିକ: ୪ ଦିନ ଅପେକ୍ଷା କରି ବସିଲା କୁକୁର !

ବେଜିଂ,୯।୬: ଚାଇନାର ଉହାନରେ ଥିବା ଏକ କୁକୁରର କାହାଣୀ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି କୁକୁରର ମାଲିକ ଏକ ପୋଲ ଉପରୁ...

Advertisement
Archives

Model This Week