
ଜୋହାନ୍ସବର୍ଗ,୫।୧:ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୋହାନ୍ସବର୍ଗ ଟେଷ୍ଟର ଦ୍ୱିତୀୟ ଦିନରେ ଦୁଇ ଅଧିନାୟକ କେ.ଏଲ ରାହୁଲ ଏବଂ ଡିନ ଏଲଗାରଙ୍କ ମଧ୍ୟରେ ଶବ୍ଦ ଯୁଦ୍ଧ ହୋଇଥିଲା। ଦ୍ୱିତୀୟ ଇନିଂସରେ ମାର୍କୋ ଜେନ୍ସେନଙ୍କ ଦ୍ୱାରା ଆଉଟ୍ ହେବା ପରେ କେ.ଏଲ ରାହୁଲ ଦୁଃଖୀ ହୃଦୟରେ ପ୍ୟାଭିଲିୟନକୁ ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା। ୮ ରନ୍ରେ ବ୍ୟାଟିଂ କରୁଥିବା ରାହୁଲ ଦ୍ୱିତୀୟ ସ୍ଲିପରେ ଆଡେନ ମାର୍କ୍ରାମଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ତୃତୀୟ ଅମ୍ପାୟାରଙ୍କ ଦ୍ୱାରା ଆଉଟ୍ ହେବା ପରେ କେ.ଏଲ ରାହୁଲ ଦକ୍ଷିଣ ଆଫ୍ରିକାର ଖେଳାଳିଙ୍କୁ କିଛି କହୁଥିବାର ଦେଖାଯାଇଥିଲା।
ଅନ-ଫିଲ୍ଡ ଅମ୍ପାୟାରଙ୍କ ନିଷ୍ପତ୍ତି ନିଆଯିବା ପୂର୍ବରୁ କେ.ଏଲ ରାହୁଲ ପାଭିଲିୟନରୁ ଯାଇ ନ ଥିଲେ। ରିପ୍ଲେସ ଦେଖାଯାଇଥିଲାଯେ ବଲଟି ମାର୍କରାମଙ୍କ ପାପୁଲି ମଧ୍ୟରେ ଥିଲା। ଫିଲ୍ଡ ଅମ୍ପାୟାର ତୃତୀୟ ଅମ୍ପାୟାରଙ୍କ ସହାୟତା ନେଇଥିଲେ। ପରେ ତୃତୀୟ ଅମ୍ପାୟାର ଘରୋଇ ଦଳ ସପକ୍ଷରେ ନିଷ୍ପତ୍ତି ଶୁଣାଇଥିଲେ।
Rahul and Elgar have an exchange. Not a pleasant one by the looks of it #INDvSA pic.twitter.com/whSm16T8gv
— Benaam Baadshah (@BenaamBaadshah4) January 4, 2022