ଶରୀରରେ ୩ ମାସ ରହିଥିଲା ଗୁଳି, ଜାଣି ପାରିଲେନି ମହିଳା

ଜେରୁଜେଲମ୍‌,୨୩ା୧: ବନ୍ଧୁକର ଗୁଳି ଅଧିକାଂଶ ଲୋକଙ୍କ ଜୀବନ ନେଇଥାଏ। ମାତ୍ର ଯଦି ଜଣଙ୍କ ଶରୀରରେ ଗୁଳି ରହିବା ପରେ ବି ସେ ଜାଣି ପାରି ନ ଥିଲେ ତାହା ନିଶ୍ଚିତ ଆଶ୍ଚର୍ଯ୍ୟଜନକ। ଇସ୍ରାଏଲର ଜଣେ ମହିଳାଙ୍କ ସହିତ ଏପରି ଘଟିଛି। ବାସ୍ତବରେ ମହିଳାଙ୍କ ଶରୀରରେ ତିନିମାସ ଧରି ଏକ ଗୁଳି ଅଟକି ରହିଥିଲା। କିନ୍ତୁ ସେ ଏ ବିଷୟରେ ଜାଣି ନ ଥିଲେ।

ଏକ ରିପୋର୍ଟ ଅନୁଯାୟୀ, ଏହି ମହିଳାଙ୍କ ନାମ ଆଡି ବ୍ଲଏ। ସେ ଅନୁଭବ କଲେ ତାଙ୍କ ମାଂସପେଶୀରେ ଏକପ୍ରକାର ଯନ୍ତ୍ରଣା ହେଉଛି। ଯେତେବେଳେ ସେ ସିଟି ସ୍କାନ କଲେ, ସେତେବେଳେ ଜାଣିବାକୁ ପାଇଲେ ତାଙ୍କ ଶରୀର ଭିତରେ କିଛି ଧାତୁ ଅଛି। ଏହା ପରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ପରେ ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ ଯେ ତାଙ୍କ ଶରୀରରେ ଏକ ଗୁଳି ଥାଇ ସେ ଏତେଦିନ ପର୍ଯ୍ୟନ୍ତ ଜାଣି ପାରି ନ ଥିଲେ।

ମହିଳା ଜଣକ କହିଥିଲେ, ପ୍ରାୟ ତିନିମାସ ତଳେ ଏକ ବିବାହରେ ଗୁଳି ଫୁଟିଥିଲା। କିନ୍ତୁ ସେ ଜାଣି ନ ଥିଲେ ଗୁଳିଟି ତାଙ୍କ ଦେହରେ ବାଜିଛି ବୋଲି। ପ୍ରାରମ୍ଭରେ ସେ ଭାବିଲେ ତାଙ୍କ ମାଂସପେଶୀରେ ଏକ ପ୍ରକାର ଦରଜ ହେଉଛି। ପରେ ଦେଖିଲେ ପଛରେ ଟିକିଏ ସ୍କ୍ରାଚ୍‌ ଅଛି। ଯାହାକୁ ସେ ଅଣଦେଖା କରିଥିଲେ। କିନ୍ତୁ ଯେତେବେଳେ ଯନ୍ତ୍ରଣା ବଢ଼ିଲା ସେତେବେଳେ ସେ ଡାକ୍ତରଖାନା ଗଲେ।

ଏହି ପ୍ରସଙ୍ଗରେ ପୋଲିସ କହିଛି, ତାଙ୍କ ଦେହରୁ ମିଳିଥିବା ଗୁଳିଟି ନିଶ୍ଚିତ ଭାବରେ ପାଲେଷ୍ଟାଇନ ଦ୍ୱାରା ଗୁଳି ଚଳାଯାଇଥିଲା। ବର୍ତ୍ତମାନ ଏହି ଦୁର୍ଘଟଣା ବିଷୟରେ ଅଧିକ ସୂଚନା ମିଳିନାହିଁ। ମହିଳା ଜଣକ ଆହୁରି କହିଛନ୍ତି, ତାଙ୍କ ପିଠିରେ ଏବଂ ବେକରେ ମଧ୍ୟ ଯନ୍ତ୍ରଣା ହେଉଛି। ଏହା ସହିତ ସେ ଆଜିକାଲି ମାନସିକ କଷ୍ଟ ଅନୁଭବ କରୁଛନ୍ତି। ଅନେକ ଥର ରାସ୍ତାରେ ଯିବାବେଳେ ସେ ଭୟଭୀତ ହେଉଛନ୍ତି। ବର୍ତ୍ତମାନ ଏହି ଖବର ସମଗ୍ର ବିଶ୍ୱରେ ଚର୍ଚ୍ଚା ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖାଦ୍ୟ ଥାଇ ୨୦୦ କୋଟି ଭୋକିଲା

ନୂଆଦିଲ୍ଲୀ, ୧୭।୧୦: ବିଶ୍ୱରେ ଆବଶ୍ୟକ ପରିମାଣର ଖାଦ୍ୟ ଉତ୍ପାଦନ ହେଉଥିଲେ ସୁଦ୍ଧା ଆନେକ ଦେଶ ଖାଦ୍ୟାଭାବ ସଙ୍କଟ ଦେଇ ଗତି କରୁଛନ୍ତି। ଏହାପଛର ପ୍ରମୁଖ କାରଣ...

ଶତ୍ରୁଙ୍କ ତାଲିକା ଜାରି କଲା ରୁଷିଆ: ଆମେରିକା-ୟୁକ୍ରେନ ସମେତ ୩୧ଦେଶ ସାମିଲ

ମସ୍କୋ,୭।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ୧୨ଦିନ ହେଲାଣି ଯୁଦ୍ଧ ଜାରି ରହିଛି। ଦୁଇ ଦେଶ ମଧ୍ୟରେ ୨ଥର ଶାନ୍ତି ଆଲୋଚନା ହୋଇଥିଲେ ମଧ୍ୟ କୌଣସି...

ଏଚ୍‌ଆଇଭିକୁ ହରାଇବାରେ ବିଶ୍ୱର ପ୍ରଥମ ମହିଳା

ସିକାଗୋ,୧୮।୨: ଆମେରିକାରେ ଲ୍ୟୁକେମିଆ ବା ରକ୍ତ କର୍କଟରେ ପୀଡ଼ିତ ଜଣେ ଏଚ୍‌ଆଇଭି ରୋଗୀ ସୁସ୍ଥ ହୋଇଛନ୍ତି। ଏଚ୍‌ଆଇଭିରୁ ଆରୋଗ୍ୟ ହେବାରେ ସେ ବିଶ୍ୱର ତୃତୀୟ ବ୍ୟକ୍ତି...

ପାକିସ୍ତାନ କଳା ତାଲିକାରେ ସ୍ଥାନ ପାଇବା ଆଶଙ୍କା ବଢ଼ିଲା

ଓ୍ବାଶିଂଟନ,୭।୧୦: ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ କୌଣସି ପଦକ୍ଷେପ ଗ୍ରହଣ କରିବାକୁ ପଛଘୁଞ୍ଚା ଦେବାରେ ଲାଗିଛି। ଏନେଇ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଉପରେ ତୀକ୍ଷ୍‌ଣ ଦୃଷ୍ଟି ରଖୁଥିବା...

ତୁର୍କୀର ବିରୋଧ ସତ୍ତ୍ୱେ ଫିନଲାଣ୍ଡ,ସ୍ବିଡେନ ନାଟୋରେ ଯୋଗଦେବାକୁ ପ୍ରସ୍ତୁତ: ଆମେରିକା

ଓ୍ବାଶିଂଟନ୍‌,୨୪।୧: ଫିନଲାଣ୍ଡ ଏବଂ ସ୍ବିଡେନ ନାଟୋରେ ଯୋଗଦେବାକୁ ପ୍ରସ୍ତୁତ ବୋଲି ଆମେରିକାର ବୈଦେଶିକ ବିଭାଗ ଏକ ବିବୃତ୍ତିରେ କହିଛି। ସ୍ବରାଷ୍ଟ୍ର ବିଭାଗର ମୁଖପାତ୍ର ନେଡ ପ୍ରାଇସ...

ଇଣ୍ଡୋସେନିଆ କୋଇଲା ଖଣିରେ ବିସ୍ଫୋରଣ: ୯ ମୃତ

ଜାକର୍ତ୍ତା,୧୦ା୧୨: ଇଣ୍ଡୋନେସିଆର ପଶ୍ଚିମ ସୁମାତ୍ରା ପ୍ରଦେଶରେ ଥିବା ଏକ କୋଇଲା ଖଣିରେ ଶୁକ୍ରବାର ବିସ୍ଫୋରଣ ଘଟି ୯ ଜଣଙ୍କ ମୃତ୍ୟୁ ହେବା ସହ ଜଣେ ନିଖୋଜ...

ଆସନ୍ତାବର୍ଷ ମାନ୍ଦାବସ୍ଥାର ସମ୍ମୁଖୀନ ହେବ ବିଶ୍ୱ

ଓ୍ବାଶିଂଟନ,୧୭।୯: ଅଧିକାଂଶ ଦେଶର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଏକସଙ୍ଗେ ସେମାନଙ୍କ ମୁଦ୍ରାନୀତିକୁ କଠୋର କରିଥିବାବେଳେ ଆସନ୍ତା ବର୍ଷ ବିଶ୍ୱ ମାନ୍ଦାବସ୍ଥାର ସମ୍ମୁଖୀନ ହୋଇପାରେ। ବିଶ୍ୱବ୍ୟାଙ୍କ ପକ୍ଷରୁ ସଦ୍ୟ...

ଜିମି କାର୍ଟର ପରିବାର ସହିତ ଶେଷ ସମୟ ବିତାଇବେ, ଘରେ ହେବେ ଚିକିତ୍ସିତ…

ଓ୍ବାଶିଂଟନ,୧୯।୨ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟର ତାଙ୍କ ପରିବାର ସହିତ ଶେଷ ସମୟ ବିତାଇବେ। ସେ ଘରେ ଚିକିତ୍ସିତ ହେବେ। ଜର୍ଜିଆରେ ଥିବା...

Advertisement
Archives

Model This Week