ଶରୀରରେ ୩ ମାସ ରହିଥିଲା ଗୁଳି, ଜାଣି ପାରିଲେନି ମହିଳା

ଜେରୁଜେଲମ୍‌,୨୩ା୧: ବନ୍ଧୁକର ଗୁଳି ଅଧିକାଂଶ ଲୋକଙ୍କ ଜୀବନ ନେଇଥାଏ। ମାତ୍ର ଯଦି ଜଣଙ୍କ ଶରୀରରେ ଗୁଳି ରହିବା ପରେ ବି ସେ ଜାଣି ପାରି ନ ଥିଲେ ତାହା ନିଶ୍ଚିତ ଆଶ୍ଚର୍ଯ୍ୟଜନକ। ଇସ୍ରାଏଲର ଜଣେ ମହିଳାଙ୍କ ସହିତ ଏପରି ଘଟିଛି। ବାସ୍ତବରେ ମହିଳାଙ୍କ ଶରୀରରେ ତିନିମାସ ଧରି ଏକ ଗୁଳି ଅଟକି ରହିଥିଲା। କିନ୍ତୁ ସେ ଏ ବିଷୟରେ ଜାଣି ନ ଥିଲେ।

ଏକ ରିପୋର୍ଟ ଅନୁଯାୟୀ, ଏହି ମହିଳାଙ୍କ ନାମ ଆଡି ବ୍ଲଏ। ସେ ଅନୁଭବ କଲେ ତାଙ୍କ ମାଂସପେଶୀରେ ଏକପ୍ରକାର ଯନ୍ତ୍ରଣା ହେଉଛି। ଯେତେବେଳେ ସେ ସିଟି ସ୍କାନ କଲେ, ସେତେବେଳେ ଜାଣିବାକୁ ପାଇଲେ ତାଙ୍କ ଶରୀର ଭିତରେ କିଛି ଧାତୁ ଅଛି। ଏହା ପରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ପରେ ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ ଯେ ତାଙ୍କ ଶରୀରରେ ଏକ ଗୁଳି ଥାଇ ସେ ଏତେଦିନ ପର୍ଯ୍ୟନ୍ତ ଜାଣି ପାରି ନ ଥିଲେ।

ମହିଳା ଜଣକ କହିଥିଲେ, ପ୍ରାୟ ତିନିମାସ ତଳେ ଏକ ବିବାହରେ ଗୁଳି ଫୁଟିଥିଲା। କିନ୍ତୁ ସେ ଜାଣି ନ ଥିଲେ ଗୁଳିଟି ତାଙ୍କ ଦେହରେ ବାଜିଛି ବୋଲି। ପ୍ରାରମ୍ଭରେ ସେ ଭାବିଲେ ତାଙ୍କ ମାଂସପେଶୀରେ ଏକ ପ୍ରକାର ଦରଜ ହେଉଛି। ପରେ ଦେଖିଲେ ପଛରେ ଟିକିଏ ସ୍କ୍ରାଚ୍‌ ଅଛି। ଯାହାକୁ ସେ ଅଣଦେଖା କରିଥିଲେ। କିନ୍ତୁ ଯେତେବେଳେ ଯନ୍ତ୍ରଣା ବଢ଼ିଲା ସେତେବେଳେ ସେ ଡାକ୍ତରଖାନା ଗଲେ।

ଏହି ପ୍ରସଙ୍ଗରେ ପୋଲିସ କହିଛି, ତାଙ୍କ ଦେହରୁ ମିଳିଥିବା ଗୁଳିଟି ନିଶ୍ଚିତ ଭାବରେ ପାଲେଷ୍ଟାଇନ ଦ୍ୱାରା ଗୁଳି ଚଳାଯାଇଥିଲା। ବର୍ତ୍ତମାନ ଏହି ଦୁର୍ଘଟଣା ବିଷୟରେ ଅଧିକ ସୂଚନା ମିଳିନାହିଁ। ମହିଳା ଜଣକ ଆହୁରି କହିଛନ୍ତି, ତାଙ୍କ ପିଠିରେ ଏବଂ ବେକରେ ମଧ୍ୟ ଯନ୍ତ୍ରଣା ହେଉଛି। ଏହା ସହିତ ସେ ଆଜିକାଲି ମାନସିକ କଷ୍ଟ ଅନୁଭବ କରୁଛନ୍ତି। ଅନେକ ଥର ରାସ୍ତାରେ ଯିବାବେଳେ ସେ ଭୟଭୀତ ହେଉଛନ୍ତି। ବର୍ତ୍ତମାନ ଏହି ଖବର ସମଗ୍ର ବିଶ୍ୱରେ ଚର୍ଚ୍ଚା ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଦଲ ଫଟା ବର୍ଷା, ଜାତୀୟ ରାଜପଥରେ ଅଣ୍ଟାଏ ପାଣି

କୁଆଁରମୁଣ୍ଡା,୧୩।୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ଗୁରୁବାର ବାଦଲ ଫଟା ବର୍ଷା ହୋଇଛି। ଏହି ବର୍ଷା ଚଳିତ ବର୍ଷର ରେକର୍ଡ ସୃଷ୍ଟି କରିଛି।…

ନ୍ୟାୟ ଦାବିରେ ଶ୍ୱଶୁର ଘର ଆଗରେ ବସିଲେ ମହିଳା, ସ୍ବାମୀ ବାହାର ରାଜ୍ୟରେ ଅନ୍ୟ ମହିଳାଙ୍କୁ ବିବାହ କରିଥିବା ଅଭିଯୋଗ

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର): ଶ୍ୱଶୁର ଘର ଆଗରେ ଧାରଣା ଦେଲେ ବୋହୂ । ଦିଗପହଣ୍ଡି ଥାନା ଭୀଷ୍ମଗିରି ଗାଁ ବ୍ରାହ୍ମଣସାହିରେ ଧାରଣା । ସ୍ବାମୀ ବାହାର ରାଜ୍ୟରେ…

ବିପଦ ସଙ୍କେତ ଟପିଲା ବୈତରଣୀ, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା

ପାଟଣା,୧୩।୮(ବୀର କିଶୋର ଦାଶ): ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ଅପରାହ୍ନରେ ପାଟଣା ଅଞ୍ଚଳରେ ବୈତରଣୀ ନଦୀ…

ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ, କାଲିମେଳାରୁ ମହାରାଷ୍ଟ୍ରର ଯାଉଥିବା ବେଳେ ମାଡ଼ି ବସିଲା ପୋଲିସ

କାଲିମେଳା,୧୩।୮: ରୋଗୀ ବୁହା ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ଖବର ସାମ୍ନାକୁ ଆସିଛି। କାଲିମେଳା ପୋଲିସ ଏହି ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଗଞ୍ଜେଇ…

ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ୩ବର୍ଷ କାରାଦଣ୍ଡ, ଜାଣନ୍ତୁ କାରଣ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ବରଗଡର ପୂର୍ବତନ ଅତିରିକ୍ତ ତହସିଲଦାର ଗୋବିନ୍ଦ ଦଣ୍ଡସେନା ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗୁରୁବାର ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ଦଣ୍ଡସେନାଙ୍କ…

ଭଞ୍ଜନଗରରେ ଚାଞ୍ଚଲ୍ୟ: ୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଉଦ୍ୟମ, ଅଭିଯୁକ୍ତ ବାପାଙ୍କୁ ମାଂସ ପାଇଁ ପଠାଇ ଝିଅକୁ…

ଭଞ୍ଜନଗର,୧୩ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ଏକ ଘୃଣ୍ୟ ଘଟଣା ଘଟିଛି। ଜଣେ ୪୦ ବର୍ଷର ବିବାହିତ ଯୁବକ ତାଙ୍କ ସାଙ୍ଗର ୪ ବର୍ଷର…

‘ମୁଁ ବି RSSକୁ ସୁରକ୍ଷା ଦେବି…’, ରାହୁଲ ଗାନ୍ଧୀଙ୍କ ଏମିତି ବୟାନକୁ ନେଇ ଉଠିଲାଣି ରାଜନୈତିକ ଝଡ଼!

ନୂଆଦିଲ୍ଲୀ,୧୩।୮: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ସମ୍ପର୍କରେ ଦିଆଯାଇଥିବା ଏକ ବିବୃତ୍ତି ଏକ ନୂତନ ରାଜନୈତିକ…

ଅଟୋ ଦୁର୍ଘଟଣାରେ ରବୀନ୍ଦ୍ରଙ୍କ ମୃତ୍ୟୁ, ସହାୟତାର ହାତ ବଢ଼ାଇଲେ ଉପଜିଲାପାଳ

ଗୁଣପୁର,୧୩ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ରାମନାଗୁଡ଼ା ନିକଟସ୍ଥ ପରୀକ୍ଷିତି ଠାରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅପରାହ୍ନ ସମୟରେ ଏକ ଦ୍ରୁତ ଗତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri