Posted inଫୁରସତ

ବର୍ଷକ ଭିତରେ ୯ ସନ୍ତାନର ଜନନୀ ହେଲେ ମହିଳା

ଶିଶୁଙ୍କ ଜନ୍ମକୁ ନେଇ ବେଳେବେଳେ ଅଜବ କଥା ସବୁ ଶୁଣିବାକୁ ମିଳିଥାଏ। ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ଯାଆଁଳା ଶିଶୁଙ୍କ ଜନ୍ମ ବର୍ତ୍ତମାନ ସାଧାରଣ ହୋଇଗଲାଣି। କିନ୍ତୁ ଗତ ବର୍ଷ ମୋରୋକୋରେ ରହୁଥିବା ଏକ ଦମ୍ପତି ୮ ସନ୍ତାନର ମାତାପିତା ହୋଇଥିବା ବେଳେ ଏବର୍ଷ ଆଉ ଏକ ସନ୍ତାନର ମାତାପିତା ହୋଇଛନ୍ତି। ପିଲାମାନଙ୍କର ପ୍ରଥମ ଜନ୍ମଦିନରେ ସେମାନଙ୍କର ମାତାପିତା ତାଙ୍କ ଜୀବନରେ କ’ଣ କ’ଣ ପରିବର୍ତ୍ତନ ହୋଇଛି ଆଉ କ’ଣ ଅସୁବିଧା ହୋଇଛି ତାହା ଲୋକଙ୍କ ସହ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।

ମାଲି ନିବାସୀ ୨୭ ବର୍ଷୀୟା ହଲିମା ଗତ ବର୍ଷ ଏକାସାଙ୍ଗରେ ୮ ସନ୍ତାନ ଜନ୍ମ ଦେଇଥିଲେ। ବର୍ଷ ଶେଷ ହେବା ମଧ୍ୟରେ ଆଉ ଏକ ସନ୍ତାନକୁ ଜନ୍ମ ଦେଇଛନ୍ତି। ବର୍ତ୍ତମାନ ତାଙ୍କର ସମସ୍ତ ସନ୍ତାନ ଏକ ବର୍ଷର। ହଲିମାଙ୍କ ପାଇଁ ସବୁଠାରୁ ବଡ଼ ସମସ୍ୟା ହେଉଛି ସେମାନଙ୍କୁ ଶୁଆଇବା। କେହି ଏକାସାଙ୍ଗରେ ଶୋଉ ନ ଥିବାରୁ ତାଙ୍କୁ ସମସ୍ୟା ହେଉଛି। ଗୋଟିଏ ବର୍ଷ ଧରି ହଲିମା ଅନିଦ୍ରା ରହିଛନ୍ତି। ଏହା ବ୍ୟତୀତ, ତାଙ୍କ ପିତା ୩୬ ବର୍ଷର। ସେ ସ୍ପଷ୍ଟ କରିଛନ୍ତି ଯେ, ହଲିମା ଗୋଟିଏ ପରେ ଗୋଟିଏ ଶିଶୁକୁ ଖାଇବାକୁ ଦେଇ ଥକି ଯାଆନ୍ତି। ଠିକ୍‌ରେ ଶୋଇ ପାରନ୍ତିନି।

ହଲିମାଙ୍କ ପୂର୍ବରୁ ଅକ୍ଟୋମାମ ନାଦିଆ ସୁଲେମାନଙ୍କ ନାମକ ଜଣେ ମହିଳା ଅଧିକାଂଶ ସନ୍ତାନ ଜନ୍ମ କରି ରେକର୍ଡ କରିଥିଲେ। ମାତ୍ର ହଲିମା ବର୍ଷକ ମଧ୍ୟରେ ୯ଟି ପିଲା ଜନ୍ମ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଯଦିଓ ପିଲାମାନେ ମେ’ ମାସରେ ଜନ୍ମ ହୋଇଥିଲେ ମଧ୍ୟ ସେମାନଙ୍କୁ ଅଗଷ୍ଟ ପର୍ଯ୍ୟନ୍ତ ଭେଣ୍ଟିଲେଟରରେ ରଖାଯାଇଥିଲା, ଅର୍ଥାତ୍‌ ପାଞ୍ଚ ମାସ ପର୍ଯ୍ୟନ୍ତ। ତାଙ୍କର ଯତ୍ନ ନେବା ପାଇଁ ଅନେକ ନର୍ସ ରହିଥିଲେ। ଆରମ୍ଭରୁ ପିଲାମାନଙ୍କୁ ବୋତଲ ଖାଇବାକୁ ଦିଆଯାଉଥିଲା। କାରଣ ୯ ପିଲା ଏକାସାଙ୍ଗରେ ମା’ର କ୍ଷୀର ପାଇବା ଅସମ୍ଭବ ଥିଲା। ଏହି ନଅ ପିଲାଙ୍କ ମଧ୍ୟରେ ପାଞ୍ଚ ଝିଅ ଏବଂ ଚାରି ପୁଅ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri