Posted inଜାତୀୟ

କେନ୍ଦ୍ରର ପ୍ରଥମ ସ୍ମାର୍ଟସିଟି ତାଲିକାରେ ଭୁବନେଶ୍ୱର

ନୂଆଦିଲ୍ଲୀ,୬।୫: କେନ୍ଦ୍ର ସରକାରଙ୍କ ପ୍ରଥମ ‘ସ୍ମାର୍ଟସିଟି’ ତାଲିକାରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ସ୍ଥାନ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରକାଶ ପାଇବାକୁ ଥିବା ଏହି ତାଲିକାରେ ୭ଟି ସହର ରହିଛି। ଅନ୍ୟ ସ୍ମାର୍ଟସିଟିଗୁଡ଼ିକ ହେଲା ଭୋପାଳ, ସୁରଟ, ଉଦୟପୁର, ବାରାଣସୀ, ଅହମ୍ମଦାବାଦ ଓ ଇନ୍ଦୋର।

ସହରାଞ୍ଚଳରେ ଦେଖାଦେଉଥିବା ଅସୁବିଧାର ସମାଧାନ ପାଇଁ ପରିବେଶ ଅନୁକୂଳ ହାଇଟେକ୍‌ ଉପାୟ ନିମନ୍ତେ ଉଦ୍ଦିଷ୍ଟ ପ୍ରକଳ୍ପଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ଆଧାରରେ ଏହି ତାଲିକାରେ ଉକ୍ତ ୭ ସହରକୁ ସାମିଲ କରାଯାଇଛି। ପ୍ରକାଶ ଯେ, ୨୦୧୫ ଜୁନ୍‌ ୨୫ରେ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ‘ସ୍ମାର୍ଟ ସିଟିଜ୍‌ ମିଶନ’ ଆରମ୍ଭ କରାଯାଇଥିଲା। ଭାରତର ଶହେଟି ସହରରେ ଲୋକେ ଭୋଗୁଥିବା ଅସୁବିଧା ଦୂର ପାଇଁ ଉପାୟ ଖୋଜିବା ଉଦ୍ଦେଶ୍ୟରେ ଏହି ଯୋଜନା କରାଯାଇଛି। ଭୁବନେଶ୍ୱର ସ୍ମାର୍ଟସିଟି ପ୍ରକଳ୍ପ ଅଧୀନରେ ୭୬% ପ୍ରୋଜେକ୍ଟ ସମ୍ପୂର୍ଣ୍ଣ କରିଥିବାରୁ ତାଲିକାରେ ସ୍ଥାନିତ ହେବାକୁ ଯାଉଛି। ଭୁବନେଶ୍ୱର ଓ କଂଗ୍ରେସ ଶାସିତ ରାଜସ୍ଥାନର ଉଦୟପୁରକୁ ବାଦ୍‌ ଦେଲେ ତାଲିକାର ଅନ୍ୟ ୫ ସହର ଭାଜପା ସରକାର ଥିବା ରାଜ୍ୟର। ସ୍ମାର୍ଟସିଟି ମିଶନର ଅବଧି ୨୦୨୩ ଜୁନ୍‌ରେ ଶେଷ ହେବ। ଭୋପାଳ ୯୨% ପ୍ରକଳ୍ପ ଶେଷ କରି ତାଲିକାର ସର୍ବାଗ୍ରେ ଥିବାବେଳେ ଗୁଜରାଟର ସୁରଟ ୮୨%, ଉଦୟପୁର ୭୮% ପ୍ରୋଜେକ୍ଟ ଶେଷ କରି ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି। ସେହିପରି ମଧ୍ୟପ୍ରଦେଶର ଇନ୍ଦୋର, ଉତ୍ତରପ୍ରଦେଶର ବାରାଣସୀ ଏବଂ ଗୁଜରାଟର ଅହମଦାବାଦ ୭୦% ଲେଖାଏ ପ୍ରକଳ୍ପ ଶେଷ କରିଛନ୍ତି। ୨୦୨୩ ବେଳକୁ ଏହି ୭ ସହର ଅବଶିଷ୍ଟ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧି, ସାରା ଦେଶରେ କ’ଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,,୨୫।୫: ଭାରତ ୯୦ ପ୍ରତିଶତ ଅଶୋଧିତ ତୈଳ ଆମଦାନୀ କରେ। ଏହି ଆମଦାନୀର ଅଧିକାଂଶ ଆରବ ରାଷ୍ଟ୍ରଗୁଡ଼ିକରୁ ଆସିଥାଏ । ତଥାପି ଫେବୃଆରୀ ୨୮ ତାରିଖରୁ, ମଧ୍ୟପ୍ରାଚ୍ୟରେ…

ଦୁଇ ଆଇପିଏସ୍‌ ଅଫିସରଙ୍କୁ ବଦଳି ରାଜ ପ୍ରସାଦ ରାୟଗଡ଼ା ଏସ୍‌ପି

ଗୁଣପୁର,୨୫।୫(ସୁଜାତା ପାଢ଼ୀ):ରାୟଗଡ଼ା ଜିଲାର ଦୁଇ ଆଇପିଏସ୍‌ ଅଧିକାରୀଙ୍କୁ ଶନିବାର ରାଜ୍ୟ ସରକାର ବଦଳି କରିଛନ୍ତି। ଏସ୍‌ପି ସ୍ବାତି ଏସ୍‌. କୁମାରଙ୍କୁ ଏସଟିଏଫ ଭୁବନେଶ୍ୱରକୁ ବଦଳି ହୋଇଛି ।…

ପେଟ୍ରୋଲ-ଡିଜେଲ ଦର ବଢିବା ପରେ କଂଗ୍ରେସ କହିଲା, ‘Inflation Man’s Extortion…’

ନୂଆଦିଲ୍ଲୀ,୨୫।୫: ଗତ ୧୦ ଦିନ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲର ଚତୁର୍ଥ ମୂଲ୍ୟ ବୃଦ୍ଧି ପରେ କଂଗ୍ରେସ ଦଳ ଏହାର ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛି। ପ୍ରଧାନମନ୍ତ୍ରୀ…

‘ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ଯାଏ କାର୍ଯ୍ୟବନ୍ଦ କର’

ଭୁବନେଶ୍ୱର,୨୫।୫(ରବିନାରାୟଣ ଜେନା): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶ୍ରମିକମାନଙ୍କୁ କାର୍ଯ୍ୟରେ ନିୟୋଜିତ ନ କରିବାକୁ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି…

ଜିଲାପାଳଙ୍କ ନିର୍ଦ୍ଦେଶକୁ ଅଣଦେଖା, ଦିନରାତି ଜଳୁଛି ଇଟାଭାଟି

ରସୁଲପୁର,୨୫ା୫(ରଞ୍ଜିତ ରାଉତ): ରସୁଲପୁର ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ବେଆଇନ ଇଟାଭାଟି ଜଳୁଛି। ବାୟୁମଣ୍ଡଳ ତାପମାତ୍ରା ୪୨ଂ ଉପରେ ରହୁଥିବାବେଳେ ଅସାଧୁ ଇଟା ବ୍ୟବସାୟୀ ବେଧଡ଼କ ଇଟାଭାଟିରେ…

ମହାରାଷ୍ଟ୍ରରେ ଭୟଙ୍କର ସଡ଼କ ଦୁର୍ଘଟଣା, ୬ ମୃତ ଆଶଙ୍କା

ମୁମ୍ବାଇ,୨୫।୫: ବିଳମ୍ବିତ ରାତିରେ, ମହାରାଷ୍ଟ୍ରର ଧୂଲେ ତାଲୁକାର ଲାଲିଙ୍ଗ ଘାଟରେ ମୁମ୍ବାଇ-ଆଗ୍ରା ରାଜପଥରେ ତିନୋଟି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣାରେ, ଏକ ଡମ୍ପର ଏକ ଟ୍ରକ…

ଭାଜପାର ବିଜୟକୁ ନେଇ ବର୍ଷିଲେ ଅଭିଷେକ ବାନାର୍ଜୀ !

କୋଲକାତା,୨୫।୫: ପଶ୍ଚିମବଙ୍ଗର ଫାଲଟା ବିଧାନସଭା ଆସନ ପାଇଁ ଅନୁଷ୍ଠିତ ନିର୍ବାଚନରେ, ଭାଜପାର ଦେବାଂଶୁ ପଣ୍ଡା ସିପିଆଇ(ଏମ)ର ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଶମ୍ଭୁ ନାଥ କୁର୍ମିଙ୍କୁ ୧୦୯,୦୨୧ ଭୋଟର ବିପୁଳ…

ପୋଲିସକୁ ଦେଖି ଖସି ଯାଉଥିଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରିଲା ପରେ ମିଳିଲା…

ଲକ୍ଷ୍ମୀପୁର,୨୫ା୫(ଅନନ୍ତ ପ୍ରସାଦ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କାକିରିଗୁମା ଥାନା ପୋଲିସ ଦ୍ବାରା ବିଳମ୍ବିତ ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ଏକ ଗଞ୍ଜେଇକୁ ଗାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri