Advertisement

ମେଡିକାଲ ବାରଣ୍ଡାରେ ପ୍ରସବ କଲେ ମହିଳା

ଟିକିରି,୩ା୧୧(ଡି.ଏନ୍‌.ଏ.): ଗର୍ଭବତୀ ମହିଳାଙ୍କ ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି। ସେହି ଯୋଜନାରୁ ମଧ୍ୟ କିଛି ଗର୍ଭବତୀ ବଞ୍ଚିତ ହେଉଥିବା ବେଳେ ଆଉ କିଛି ଗର୍ଭବତୀ ଖଟିଆରେ ବୁହା ହେଉଛନ୍ତି ତ ଆଉ କେଉଁଠି ଚଉକିରେ। ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରିସ୍ଥିତ ସ୍ବାସ୍ଥ୍ୟକେନ୍ଦ୍ରରେ। ଟିକିରି ସ୍ବାସ୍ଥ୍ୟକେନ୍ଦ୍ର ବାରଣ୍ଡାରେ ଜଣେ ଗର୍ଭବତୀ ମହିଳା ଏକ ଶିଶୁପୁତ୍ର ଜନ୍ମ ଦେଇଛନ୍ତି। ସେ ହେଉଛନ୍ତି ପହଣ୍ଡି ଗ୍ରାମର ବେଲାସନ ବାଘଙ୍କ ସ୍ତ୍ରୀ ମୀନିତା। ଗୁରୁବାର ମୀନିତାଙ୍କର ଗର୍ଭ ଯନ୍ତ୍ରଣା ହେବାରୁ ଆଜି ସକାଳେ ସେ ଟିକିରି ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ। ସ୍ବାସ୍ଥ୍ୟକେନ୍ଦ୍ରରେ କୌଣସି ଅଧିକାରୀ ନ ଥିବାରୁ ଶେଷରେ ମୀନିତା ମେଡିକାଲ ବାରଣ୍ଡାରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। କିଛିଦିନ ପୂର୍ବରୁ ଡାକ୍ତର ନ ଥିବା ନେଇ ‘ଧରିତ୍ରୀ’ ଖବରକାଗଜରେ ଏକ ଖବର ପ୍ରକାଶ ପାଇଥିଲା। ଏହା ପରେ ଏଠାରେ ଜଣେ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି କିନ୍ତୁ ଡାକ୍ତର ମନଇଚ୍ଛା ମେଡିକାଲ ଆସନ୍ତି। ଟିକିରି ସାସ୍ଥ୍ୟକେନ୍ଦ୍ର ମୁଖ୍ୟ ଫାଟକ ପାଖରେ ଲେଖାଯାଇଛି ଡାକ୍ତର ସକାଳ ୯ରୁ ଦିନ ୧୨ ଓ ଅପରାହ୍ନ ୪ରୁ ୬ଟା ପର୍ଯ୍ୟନ୍ତ ଉପସ୍ଥିତ ରହିବେ। ଏନେଇ ଡାକ୍ତରଙ୍କୁ ପଚାରିବାରୁ ସେ କିଛି କହିବାକୁ ମନା କରିଥିଲେ। ଏଥିପ୍ରତି ସାସ୍ଥ୍ୟ ଅଧିକାରୀ ଓ ଜିଲାପାଳ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରଥ ଖଳାରେ ଚକଡେରା ନୀତି ସମ୍ପନ୍ନ

ପୁରୀ ଅଫିସ, ୧୫।୫: ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ଶୁକ୍ରବାର ଚକଡ଼େରା ନୀତି ସମ୍ପନ୍ନ ହୋଇଛି। ରଥ ଖଳାରେ ମହାପ୍ରଭୁଙ୍କ ତିନି ରଥର ୬ଟି ନାହାକା...

ମଦ ପିଇବାକୁ ଟଙ୍କା ନ ଦେବାରୁ ଠେଙ୍ଗାରେ ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା

ଝାରସୁଗୁଡ଼ା ଅଫିସ,୧୭।୩: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଅଧୀନ ଏମ୍‌ସିଏଲ୍‌ ରାମପୁର କଲୋନୀ ଏମ୍‌କ୍ୟୁ-୧୪ନମ୍ବର କ୍ବାଟରର୍ସରେ ଏକ ଅଭାବନୀୟ ଘଟଣା ଘଟିଛି। ମଦ ପିଇବା ପାଇଁ...

ଡିବିରି ଧୂଆଁରେ ଯୋଗୀଙ୍କ ଛବି

କଟକ ଅଫିସ, ୨୬ା୩: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଯୋଗୀ ଆଦିତ୍ୟନାଥ ଦ୍ୱିତୀୟ ଥର ପାଇଁ ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ଶୁଭେଚ୍ଛା ଜଣାଇବା...

ଭୀମଭୋଇଙ୍କ ଅପ୍ରକାଶିତ ପାଣ୍ଡୁଲିପିର ପ୍ରକାଶନ ଉପରେ ଗୁରୁତ୍ୱ

ସୋନପୁର, ୧୮।୫(ନି.ପ୍ର.)ଭୀମଭୋଇଙ୍କ ସିଦ୍ଧି, ସାଧନା ଓ ସମାଧୀପୀଠ ଖଲିଆପାଲିଠାରେ ସନ୍ଥକବିଙ୍କ ଜୟନ୍ତୀ ଉତ୍ସବ ଶନିବାର ପାଳିତ ହୋଇଯାଇଛି। ବିଦ୍ୟାବାଚସ୍ପତି ପଦ୍ମଶ୍ରୀ ଡ. ଶ୍ରୀନିବାସ ଉଦ୍‌ଗାତା ମୁଖ୍ୟ...

ଫୁଲୁପଡ଼ା ଅଞ୍ଚଳରେ ହାତୀପଲ ଉପଦ୍ରବ; ବ୍ୟାପକ ବାଇଗଣ ଫସଲ ନଷ୍ଟ, ଲୋକେ ଭୟଭୀତ

ବଅଁରପାଳ,୯।୫(ଡି.ଏନ.ଏ.)-ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଫୁଲୁପଡା ଓ ସାନ୍ତରାପୁର (ଖ) ଅଞ୍ଚଳରେ ଶନିବାର ଭୋର ସମୟରେ ହାତୀ ଉପଦ୍ରବ କରିଛନ୍ତି। ଖଣ୍ଡହତାରୁ ୮ରୁ ଊର୍ଦ୍ଧ୍ୱ ହାତୀ...

୧୭ଦିନ ହେଲା ଲେମ୍ଭେଇ ଛାଡ଼ୁନାହିଁ ଦନ୍ତା

ଭଞ୍ଜନଗର,୨୫।୮(ଡି.ଏନ୍‌.ଏ): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ଗତ ମାସରେ ୨ଟି ଦନ୍ତା ହାତୀଙ୍କ ମୃତ୍ୟୁ ହେବା ପରେ ବର୍ତ୍ତମାନ ଆଉ ଗୋଟିଏ ଦନ୍ତା ଏକୁଟିଆ ଘୂରିବୁଲୁଛି।...

ସ୍ବାମୀଙ୍କ ଦଶାହରେ ସ୍ତ୍ରୀଙ୍କ ଆତ୍ମହତ୍ୟା, ଭଣଜା ଅଟକ

ଆନନ୍ଦପୁର,୩୦।୧୦(ସ୍ବ.ପ୍ର.)- କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ହରିପୁରା ଗ୍ରାମରେ ସ୍ବାମୀଙ୍କ ଦଶାହରେ ସ୍ତ୍ରୀଙ୍କ ଆତ୍ମହତ୍ୟା କରିଛନ୍ତି। ସେହିଭଳି ଉକ୍ତ ବ୍ୟକ୍ତିଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା...

୨ଦିନ ପ୍ରବଳ ଖରା

ଭୁବନେଶ୍ୱର,୨୬ା୩(ବ୍ୟୁରୋ)- କରୋନା ଭୂତାଣୁକୁ ନେଇ ଲୋକଙ୍କ ମନରେ ଭୟ ଥିବାବେଳେ ଏବେ ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଆରମ୍ଭ ହୋଇଯାଇଛି। ପ୍ରଚଣ୍ଡ ଖରା ଯୋଗୁ ରାଜ୍ୟର କେତେକ...

Advertisement
Archives

Model This Week