ଝିଅକୁ ଧରି ପୋଲାଣ୍ଡରୁ ଝାଡ଼ଖଣ୍ଡ ଆସିଲେ ମହିଳା

ରାଞ୍ଚି,୨୩।୭: ଅନ୍‌ଲାଇନ୍‌ ଗେମ୍‌ ପବ୍‌ଜି ଖେଳି ପାକିସ୍ତାନ ସୀମା ହାଇଦର ନିଜ ୪ ପିଲାଙ୍କୁ ନେଇ ଭାରତ ଅନୁପ୍ରବେଶ କରିବା ସାରା ଦେଶରେ ଚର୍ଚ୍ଚା ଜୋର ଧରିଥିବାବେଳେ ଏମିତି ଏକ ଘଟଣା ଝାଡ଼ଖଣ୍ଡରୁ ସାମ୍ନାକୁ ଆସିଛି। ୪୯ ବର୍ଷୀୟା ବାର୍ବରା ପୋଲାକ ପ୍ରେମିକ ଶଦାବ ମଲିକଙ୍କ ପାଇଁ ପୋଲାଣ୍ଡ ଛାଡ଼ି ଏବେ ଝାଡ଼ଖଣ୍ଡରେ ପହଞ୍ଚତ୍ଛନ୍ତି। ତେବେ ବାର୍ବରା ବେଆଇନ୍‌ ଭାବେ ନୁହେଁ ବରଂ ଟୁରିଷ୍ଟ ଭିଜାରେ ଭାରତ ଆସିଛନ୍ତି, ଯାହାର ଅବଧି ୨୦୨୭ ପର୍ଯ୍ୟନ୍ତ ଅଛି। ଶଦାବଙ୍କୁ ବାହାହେବା ପରେ ବାର୍ବରାଙ୍କ ପ୍ରେମ ଏବେ ସଫଳ ହୋଇଥିବା କୁହାଯାଉଛି। ସେ ୬ବର୍ଷର ଝିଅ ଅନନ୍ୟା ଏବଂ ଶଦାବ ଏବେ ଝାଡ଼ଖଣ୍ଡର ବରତୁଆ ଗ୍ରାମରେ ରହୁଛନ୍ତି। ୨୦୨୧ରେ ବାର୍ବରା ଓ ଶଦାବ ଦୁହେଁ ଇନ୍‌ଷ୍ଟାଗ୍ରାମ ଜରିଆରେ ପରିଚିତ ହୋଇଥିଲେ। କିଛିଦିନର ଚାର୍ଟିଂ ପରେ ସେମାନଙ୍କ ମଧ୍ୟରେ ବନ୍ଧୁତା ଓ ପରେ ଏହା ପ୍ରେମର ରୂପ ନେଇଥିଲା। ବାର୍ବରା ଓ ଶଦାବ ହଜାରିବାଗ ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ୍‌ କୋର୍ଟରେ ବାହାହେବାକୁ ଯାଉଛନ୍ତି। ଏନେଇ ଗାଁ ସାରା ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।
ଭାରତକୁ ପ୍ରଶଂସା କରିବା ସହ ହଜାରିବାଗରେ ରହିବା ତାଙ୍କୁ ପସନ୍ଦ ଆସୁଥିବା କହିଛନ୍ତି। ପୋଲାଣ୍ଡରେ ଚାକିରି ଛାଡ଼ି ବାର୍ବରା କେବଳ ଶଦାବଙ୍କ ପାଇଁ ଝାଡ଼ଖଣ୍ଡ ଆସିଥିବା କହିଛନ୍ତି। ଏଥିସହ ଶଦାବଙ୍କ ପରିବାର ତାଙ୍କୁ ଖୁବ୍‌ ଆଦର କରୁଥିବା ବାର୍ବରା କହିଛନ୍ତି। ଗତ କିଛି ବର୍ଷ ହେଲା ବାର୍ବରା ତାଙ୍କ ପୂର୍ବତନ ସ୍ବାମୀଙ୍କଠାରୁ ଛାଡ଼ପତ୍ର ଦେଇଥିବାବେଳେ ଝିଅ ସହ ଏକୁଟିଆ ରହୁଥିଲେ।
ସୀମା ହାଇଦରଙ୍କ ଭଳି ଗତବର୍ଷ ୧୯ ବର୍ଷୀୟା ଇକ୍‌ରା ଅନ୍‌ଲାଇନ୍‌ରେ ଲୁଡୋ ଖେଳି ବେଙ୍ଗାଲୁରୁରେ ଥିବା ପ୍ରେମିକଙ୍କ ପାଖକୁ ଚାଲିଆସିଥିଲେ। ବେଆଇନ ଭାବେ ଭାରତରେ ରହିବା ନେଇ ଇକ୍‌ରାଙ୍କୁ ପୋଲିସ ଗିରଫ କରିବା ପରେ ଗତ ଜାନୁୟାରୀରେ ତାଙ୍କୁ ପାକିସ୍ତାନ ପଠାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ

ବେଜିଂ, ୧୩।୮: ଚାଇନାକୁ ଆଧୁନିକ ଅର୍ଥନୈତିକ ମହାଶକ୍ତି ଭାବରେ ଗଢ଼ିବାରେ ପ୍ରମୁଖ ଭୂମିକା ନେଇଥିବା ଏବଂ ଦେଶକୁ ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ରେ ସାମିଲ କରାଇଥିବା ଚାଇନାର ପୂର୍ବତନ…

୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରିପାରିବେ ବଳାତ୍କାର ପୀଡ଼ିତା: କୋର୍ଟ ଦେଲେ ବଡ଼ ରାୟ

ଇନ୍ଦୋର,୧୨ା୮(ପି.ଟି.):ବଳାତ୍କାର ପୀଡ଼ିତା ଗର୍ଭବତୀ ହୋଇଥିଲେ, ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଚାହିଁଲେ ଏଥିପାଇଁ ଅଦାଲତଙ୍କ ଅନୁମତି ନେବାକୁ ପଡ଼ିବ ନାହଁି। ମଧ୍ୟପ୍ରଦେଶ ହାଇକୋର୍ଟ ଏକ…

ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କୁ ଗଣବଳାତ୍କାର: ଭଙ୍ଗା ଘରେ ଜଣଙ୍କ ପରେ ଜଣେ…

ନିିଶ୍ଚିନ୍ତକୋଇଲି, ୧୩ା୮(ଅଶୋକ ମହାପାତ୍ର):କେନ୍ଦ୍ରାପଡ଼ା ଜିଲା କଳପଡ଼ା ଅଞ୍ଚଳର ଜଣେ ଯୁବତୀ ଭୁବନେଶ୍ୱରର ଏକ ମଲ୍‌ରେ କାର୍ଯ୍ୟ କରନ୍ତି। ସେଠାରେ ଗାଡ଼ିଚାଳକ ରୂପେ ରହି କାର୍ଯ୍ୟ କରୁଥିବା ନୟାଗଡ଼…

ଗୁଳି ନିର୍ଦ୍ଦେଶ କିଏ ଦେଇଥିଲେ ଜବାବ ଚାହୁଁ: ରାହୁଲ

ନୂଆଦିଲ୍ଲୀ,୧୩ା୮: ଏନ୍‌ଇଇଟି ବିକ୍ଷୋଭ ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ବିବୃତି ଦାବି କରି ଦୀର୍ଘଦିନ ହେଲା ପାର୍ଲାମେଣ୍ଟର…

ସ୍କୁଲରେ ଛାତ୍ରଙ୍କ ଅଙ୍ଗୁଳି ଛିଣ୍ଡାଇନେଲା କୁକୁର: କ୍ଷତିପୂରଣ ଦାବି

ବାଲେଶ୍ୱର,୧୩ା୮(ମୃତ୍ୟୁଞ୍ଜୟ ପଟ୍ଟନାୟକ):ବାଲେଶ୍ୱର ସଦର ଥାନା ରସାଳପୁର ନିକଟସ୍ଥ ଭୀମପୁରରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି। ମଙ୍ଗଳବାର ଭୀମପୁର ସତ୍ୟନାରାୟଣ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ତୃତୀୟ ଶ୍ରେଣୀ…

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଘର ଜଳିଗଲା, ଅଳ୍ପକେ ବର୍ତ୍ତିଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ହୀରା ବିଶି ନାମକ ଜଣେ ବିଧବା ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri