ଆବାସ ଯୋଜନାରୁ ବଞ୍ଚିତ ଦୈମତିଙ୍କ ଦୁର୍ଦ୍ଦଶା ବଢ଼ାଇଲା କାଳବୈଶାଖୀ

ଲୋଇସିଂହା,୧୫।୫(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁଢୀପଦର ପଞ୍ଚାୟତ ନେଗିପାଲି ଗ୍ରାମର ଦୈମତି ମେସୁଆ (୬୬)। ସରକାରଙ୍କ ବିଭିନ୍ନ ଆବାସ ଯୋଜନା ଥିବା ସତ୍ତ୍ୱେ ସେ ଏ ପର୍ଯ୍ୟନ୍ତ ପକ୍କାଘର ପାଇବାରୁ ବଞ୍ଚତ୍ତ ରହିଛନ୍ତି ା ଏଭଳି ପରିସ୍ଥିତିରେ ବୁଧବାର ଲୋଇସିଂହା ବ୍ଲକ ଅଞ୍ଚଳରେ ହୋଇଥିବା କାଳବୈଶାଖୀ ତାଙ୍କ ଦୁଃଖକୁ ଆହୁରି ବଢାଇ ଦେଇଛି ା ବର୍ଷା ଓ ପବନ ହେବାରୁ ସେ ରହୁଥିବା ଘରର ଆଜବେଷ୍ଟସ୍‌ ଛପର ଉଡିଯାଇଥିବା ବେଳେ କିଛି ଅଂଶ କ୍ଷତିଗ୍ରସ୍ତ ହୋଇଛି। ଘର ଛାତ ଉଡି ଯିବା ପରେ ବର୍ଷାପାଣିରେ ତାଙ୍କ ଘରେ ଥିବା ଖାଦ୍ୟ ସାମଗ୍ରୀ ଓ ଜିନିଷପତ୍ର ନଷ୍ଟ ହୋଇଯାଇଛି। ଏବେ ସେ ଅତ୍ୟନ୍ତ ଅସୁରକ୍ଷିତ ଅବସ୍ଥାରେ ଦିନ କାଟୁଛନ୍ତି। ଗ୍ରାମବାସୀଙ୍କ କହିବା ଅନୁସାରେ ଦୈମତି ଜଣେ ଅସହାୟ ବିଧବା ମହିଳା ା ସେ ଦୀର୍ଘ ଦିନ ଧରି ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ପଞ୍ଚାୟତରୁ ଆରମ୍ଭ କରି ବ୍ଲକ ସ୍ତରରେ ଅନୁଷ୍ଠିତ ଜନ ଅଭିଯୋଗ ଶୁଣାଣି ଶିବରରେ ପ୍ରଶାସନ ନିକଟରେ ଦାବି କରି ଆସୁଛନ୍ତି ା କିନ୍ତୁ ଏ ପର୍ଯ୍ୟନ୍ତ ସେ ଯୋଗ୍ୟ ବିବେଚିତ ହୋଇ ପାରୁନାହାନ୍ତି। ଯଥାଶୀଘ୍ର ପ୍ରଶାସନ ପକ୍ଷରୁ ତାଙ୍କୁ ଆର୍ଥିକ ସହାୟତା ସହ ପକ୍କା ଘର ଯୋଗାଇ ଦେବାକୁ ଦାବି ହେଉଛି। ଏ ସମ୍ପର୍କରେ ସରପଞ୍ଚ ଲକ୍ଷ୍ମୀ ପଧାନ କହିଛନ୍ତି, ଅଭିଯୋଗ ପାଇଛି। ସୁଭଦ୍ରା ଯୋଜନା କର୍ମଶାଳା ଥିବାରୁ କ୍ଷେତ୍ର ପରିଦର୍ଶନ କରି ପାରି ନ ଥିଲି ା ଘର ପାଇବା ପାଇଁ ସେ ଜଣେ ଯୋଗ୍ୟ ହିତାଧିକାରୀ। ଦରଖାସ୍ତ ଦେଲେ ତାଙ୍କୁ ଘରଭଙ୍ଗା ପାଇଁ ଆର୍ଥିକ ସହାୟତା ସହ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ବୋଲି ସରପଞ୍ଚ ପଧାନ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

Petrol-Diesel Price: ତୈଳ ଦର ବୃଦ୍ଧିକୁ ନେଇ ମୋଦିଙ୍କ ଉପରେ ବର୍ଷିଲା କଂଗ୍ରେସ

ନୂଆଦିଲ୍ଲୀ,୧୫।୫: ଦେଶବ୍ୟାପୀ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ କଂଗ୍ରେସ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଖୁବ ବର୍ଷିଛନ୍ତି। କଂଗ୍ରେସ କହିଛି ଯେ କେନ୍ଦ୍ର…

‘ଆଗକୁ ଆହୁରି ବଢିବ ପେଟ୍ରୋଲ-ଡିଜେଲ ଦାମ’, ଅସନ୍ତୋଷ ବ୍ୟକ୍ତ କଲେଣି ସାଧାରଣ ଜନତା

ନୂଆଦିଲ୍ଲୀ,୧୫।୫: ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୩ଟଙ୍କା ବୃଦ୍ଧି ପାଇଛି, ଯାହା ଫଳରେ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା 97.77 ଏବଂ ଡିଜେଲର…

ଭାରତରେ ତ ଏତିକି ରହିଛି ପେଟ୍ରୋଲ-ଡିଜେଲ ଦର: ପଡ଼ୋଶୀ ଦେଶଙ୍କ ଅବସ୍ଥା ଦେଖିଲେ ଉଡ଼ିଯିବ ହୋସ!

ନୂଆଦିଲ୍ଲୀ,୧୫।୫: ଆଜି ମେ’ ୧୫ ତାରିଖରେ ଭାରତରେ ପେଟ୍ରୋଲ ଏବଂ ଡିଜେଲ ଦରରେ ବୃଦ୍ଧି ଘଟିଛି। ପେଟ୍ରୋଲ ଲିଟର ପିଛା ୩.୧୪ ଟଙ୍କା ଏବଂ ଡିଜେଲ ୩.୧୧…

ଠାକୁରାଣୀ ଯାତ୍ରାରେ ବିଶ୍ୱଶାନ୍ତି ମହାଯଜ୍ଞ: ଦେବୀଙ୍କ ଦର୍ଶନ ପାଇଁ ଲମ୍ବା ଲାଇନ୍‌

ଭଞ୍ଜନଗର,୧୫।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ଶୁକ୍ରବାର ୨୦ ଦିନରେ ପହଞ୍ଚିଛି। ଆଜି ମହା ବିଷୁବ ସଂକ୍ରାନ୍ତି ଅବସରରେ ଦେବୀଙ୍କ ଅସ୍ଥାୟୀ ମଣ୍ଡପ ସମ୍ମୁଖରେ ବିଶ୍ୱ…

ଡାକ୍ତରଙ୍କୁ ପିଟିପିଟି ମାରିଦେଲେ ବଡ଼ ଭାଇ : କାଳ ସାଜିଲା…

ମହାକାଳପଡ଼ା,୧୫।୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅନ୍ତର୍ଗତ ସ୍ଥାନୀୟ ବାରଡାଙ୍ଗ ଗ୍ରାମରେ ଜମିବାଡ଼ି ଭାଗବଣ୍ଟାକୁ ନେଇ ତୁମୁଳକାଣ୍ଡ ଘଟିଛି। ଏଥିରେ ଜଣଙ୍କ ଜୀବନ ଯାଇଛି।…

ଜିନପିଙ୍ଗଙ୍କ ବୟାନରେ ଥରିଲା ବିଶ୍ୱ ରାଜନୀତି: ଚାଇନାକୁ ଡାକି ଟ୍ରମ୍ପଙ୍କୁ କଲେ ଅପମାନ! ଆମେରିକାକୁ କହିଲେ…

ବେଜିଂ,୧୫।ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଚାଇନା ଗସ୍ତରେ ଅଛନ୍ତି। ପଶ୍ଚିମ ଏସିଆ ସଙ୍କଟ ମଧ୍ୟରେ ଟ୍ରମ୍ପଙ୍କ ଏହି ଚାଇନା ଯାତ୍ରା ଉପରେ…

ଆଶ୍ଚର୍ଯ୍ୟ ହେଲେ ବି ସତ! ପାଞ୍ଚ ଦିନରେ ୪ ପିଲାଙ୍କୁ ଜନ୍ମ ଦେଲେ ମହିଳା, ତାପରେ ଘଟିଲା…

ଲକ୍ଷ୍ନୌ,୧୫।୫: ଉତ୍ତର ପ୍ରଦେଶ ମୋରାଦାବାଦର ତୀର୍ଥଙ୍କର ମହାବୀର ବିଶ୍ୱବିଦ୍ୟାଳୟ (TMU) ହସ୍ପିଟାଲରେ, ଜଣେ ମହିଳା ପାଞ୍ଚ ଦିନ ମଧ୍ୟରେ ୪ଟି ସନ୍ତାନକୁ ଜନ୍ମ ଦେଇଛନ୍ତି। ସମ୍ଭଲ ଜିଲାର…

ପେଟ୍ରୋଲ ରେଟ୍‌ ବଢିବା ପରେ କେଉଁଠି ଶସ୍ତାରେ ମିଳୁଛି ପେଟ୍ରୋଲ, ଜାଣନ୍ତୁ…

ନୂଆଦିଲ୍ଲୀ,୧୫।୫: ଆଜି, ୧୫ ମଇ ଠାରୁ, ସାରା ଦେଶରେ ପେଟ୍ରୋଲ, ଡିଜେଲ ଏବଂ ସିଏନଜିର ମୂଲ୍ୟ ବୃଦ୍ଧି ପାଇଛି। ପେଟ୍ରୋଲର ମୂଲ୍ୟ ଲିଟର ପିଛା ୩.୧୪ ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri