Posted inଫୁରସତ

ଏହି କାମ ପାଇଁ ସ୍ବାମୀଙ୍କୁ ୫ କୋଟି ଟଙ୍କାର କାର୍‌ ଉପହାର ଦେଲେ ସ୍ତ୍ରୀ

ଜଣେ ଗର୍ଭବତୀ ମହିଳା ପ୍ରଥମ ସନ୍ତାନର ଜନ୍ମ ପୂର୍ବରୁ ତାଙ୍କ ସ୍ବାମୀଙ୍କୁ ଲମ୍ବୋର୍ଗିନି ହୁରାକାନ ଇଭୋ (Lamborghini Huracan Evo) କାର୍‌ ଉପହାର ଦେଇଛନ୍ତି। ସେ ତାଙ୍କ ପିଲାଙ୍କ ସାହାଯ୍ୟ ପାଇଁ ସ୍ବାମୀଙ୍କୁ ଆଗୁଆ ପୁରସ୍କାର ଦେବାକୁ ଚାହୁଁଥିଲେ। ସେଥିପାଇଁ ଏହି ଉପହାର ଦେଇଛନ୍ତି।
୧୯ ବର୍ଷ ବୟସ୍କା ଅନିସ ଆୟୁନି ଓସମାନ ଜଣେ ପ୍ରସାଧନ ଗୁରୁ ଭାବରେ ଜଣାଶୁଣା, ଚଳିତ ମାର୍ଚ୍ଚ ଶେଷରେ ସେ ତାଙ୍କର ପ୍ରଥମ ସନ୍ତାନ ଜନ୍ମ ଦେବେ। ପରମ୍ପରା ଅନୁଯାୟୀ, ପ୍ରସବ ପରେ ଜଟିଳତାର ଆଶଙ୍କା କମାଇବା ପାଇଁ ଅନିସ ୧୦୦ ଦିନର ଏକାନ୍ତ ଅବଧିରେ ରହିବେ।
ଏହି ସମୟରେ, ସାହାଯ୍ୟ ପାଇଁ ତାଙ୍କ ଉଦ୍ୟୋଗୀ ସ୍ବାମୀ ୨୦ ବର୍ଷିୟ ୱେଲଡନ ଜୁଲକେଫଲିଙ୍କ ଉପରେ ନିର୍ଭର କରିବେ। ୱେଲଡନ ପ୍ରାରମ୍ଭରେ ଶିଶୁର ଡାଏପର ବଦଳାଇବା ଭଳି କାର୍ଯ୍ୟ କରିବେ। ବହୁ ରାତି ତାଙ୍କୁ ଅନିଦ୍ରା ରହିବାକୁ ପଡିବ। ଏହି କାର୍ଯ୍ୟ ପାଇଁ ଅନିସ ତାଙ୍କୁ ଆଗୁଆ ଏକ ବିଶେଷ ଉପହାର ଦେବାକୁ ଚାହୁଁଥିଲେ।
ଅନିସ ଟିକଟକରେ ୱେଲଡନଙ୍କ ଆଖିରେ ପଟିବାନ୍ଧି ତାଙ୍କୁ ଉପହାର ଦେବାର ଏକ ଭିଡିଓ ପୋଷ୍ଟ କରିଛନ୍ତି। କାର୍‌ ଆଗରେ ସ୍ବାମୀଙ୍କୁ ଛିଡା କରି ତାଙ୍କ ଆଖିରୁ ପଟି ଖୋଲିଥିଲେ। ଏହା ଦେଖି ଓ୍ବେଲଡନ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ଖୁସିରେ ନିଜ ଗର୍ଭବତୀ ସ୍ତ୍ରୀଙ୍କୁ କୋଳାଗ୍ରତ କରୁଥିବା ଦେଖାଯାଏ।
ଅନିସ କହିଛନ୍ତି,ୱେଲଡନ ସବୁ କାମ କରିବାକୁ ପ୍ରସ୍ତୁତ, କାରଣ ସେ ଘରେ ପାଳିତ ବିଲେଇର ବହୁତ ଯତ୍ନ ନେଇପାରନ୍ତି। ସେ ରାତିରେ ଜାଗ୍ରତ ହୋଇପାରନ୍ତି। କାରଣ ବ୍ୟବସାୟରେ ଉନ୍ନତ କାର୍ଯ୍ୟ କରିବା ପାଇଁ ତାଙ୍କ ମନ ରାତିରେ ସକ୍ରିୟ ଥାଏ। ସେ କ୍ୟାପଶନରେ ଲେଖିଛନ୍ତି, ଧନ୍ୟବାଦ ସ୍ବାମୀ, ଏହି ଉପହାରର ମୂଲ୍ୟ ଯେତେ ବଡ଼ ହେଲେ ମଧ୍ୟ ତୁମର ଦୟା ସହିତ ସମାନ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କେତୁଙ୍କ ଚଳନ କରିଦେବ କାଙ୍ଗାଳ! ଅକ୍ଟୋବର ପହିଲାଠୁ ଏହି ରାଶି ପାଇଁ ଅତ୍ୟନ୍ତ ଖରାପ, ଏମାନଙ୍କ ପାଇଁ ଭଲ!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମାୟାବୀ ଗ୍ରହ କେତୁ ୩ ଅକ୍ଟୋବର ୨୦୨୬ ରାତି ୯ଟା ୪୮ ମିନିଟରେ ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିବେ। ଏହି…

ଲଗାଣ ବର୍ଷାରେ କାନ୍ଥ ପଡ଼ି ୩ ବର୍ଷର ଶିଶୁକନ୍ୟା ମୃତ

ପାଟଣା, ୨୫।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ଅନ୍ତର୍ଗତ ସ୍ୱାମ ମୁଣ୍ଡାସାହିରେ ଶୁକ୍ରବାର ଲଗାଣ ବର୍ଷାରେ ଇଟା କାନ୍ଥ ଭୁଶୁଡ଼ି…

ପୁରୁଷୋତ୍ତମପୁର ସହରରେ ପଶିଲା ବନ୍ୟାପାଣି: ସ୍ଥିତି ପରଖିଲେ ଉପଜିଲାପାଳ

ପୁରୁଷୋତ୍ତମପୁର, ୨୫।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଚାରିଦିନ ହେଲା ଲଗାଣ ବର୍ଷା ଲାଗିରହିଛି। ଏହି…

ଲଘୁଚାପଜନିତ ଲଗାଣ ବର୍ଷା: ଘର ଉପରେ ପଡ଼ିଲା ଗଛ

ମହାକାଳପଡ଼ା,୨୫।୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ ମହାକାଳପଡ଼ା ବ୍ଲକରେ ଏକ ଅଘଟଣ ଘଟିଛି। ନାଞ୍ଜୁରା ପଞ୍ଚାୟତ ଅନ୍ତର୍ଗତ ତନ୍ତିଆପାଳ-ଭୋପାଳ ଗ୍ରାମର…

ସୂର୍ଯ୍ୟ-ଶୁକ୍ରଙ୍କ ଶୁକ୍ରାଦିତ୍ୟ ରାଜଯୋଗ: ୨୦୨୭ ପୂର୍ବରୁ ମାଲାମାଲ ହେବେ ୪ ରାଶି, ଚାକିରିରେ ପଦୋନ୍ନତି!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଓ ଶୁକ୍ରଙ୍କ ଯୁତିରୁ ଶୁକ୍ରାଦିତ୍ୟ ରାଜଯୋଗ ଗଠନ ହେବ। ଏହି ଯୋଗ ୪ଟି ରାଶି ପାଇଁ ଶୁଭ ଫଳ ଆଣିପାରେ। ମେଷ,…

ଭୁଶୁଡ଼ିଲା ନୀଳମାଧବ ମନ୍ଦିର ମେଘନାଦ ପାଚେରୀ ଗାର୍ଡ ୱାଲ

ଖଣ୍ଡପଡ଼ା,୨୫।୯(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦିପୀଠ ଭାବେ ପରିଚିତ କଣ୍ଟିଲୋର ଶ୍ରୀ ନୀଳମାଧବ ମନ୍ଦିର। ଲଗାଣ ବର୍ଷାରେ ଶୁକ୍ରବାର ମନ୍ଦିରର ଉତ୍ତର ପୂର୍ବ(ସ୍ନାନ ମଣ୍ଡପକୁ ସଂଲଗ୍ନ)…

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

ବର୍ଷାରେ ଭାଙ୍ଗିଲା ଘର: ତାର୍ପୋଲିନ ଯୋଗାଇଦେଲେ ତହସିଲଦାର

କେସିଙ୍ଗା, ୨୫।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିବା ସହ ଚାଷଜମିରେ ମଧ୍ୟ କ୍ଷୟକ୍ଷତି ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?