Posted inଫୁରସତ

ଏହି କାମ ପାଇଁ ସ୍ବାମୀଙ୍କୁ ୫ କୋଟି ଟଙ୍କାର କାର୍‌ ଉପହାର ଦେଲେ ସ୍ତ୍ରୀ

ଜଣେ ଗର୍ଭବତୀ ମହିଳା ପ୍ରଥମ ସନ୍ତାନର ଜନ୍ମ ପୂର୍ବରୁ ତାଙ୍କ ସ୍ବାମୀଙ୍କୁ ଲମ୍ବୋର୍ଗିନି ହୁରାକାନ ଇଭୋ (Lamborghini Huracan Evo) କାର୍‌ ଉପହାର ଦେଇଛନ୍ତି। ସେ ତାଙ୍କ ପିଲାଙ୍କ ସାହାଯ୍ୟ ପାଇଁ ସ୍ବାମୀଙ୍କୁ ଆଗୁଆ ପୁରସ୍କାର ଦେବାକୁ ଚାହୁଁଥିଲେ। ସେଥିପାଇଁ ଏହି ଉପହାର ଦେଇଛନ୍ତି।
୧୯ ବର୍ଷ ବୟସ୍କା ଅନିସ ଆୟୁନି ଓସମାନ ଜଣେ ପ୍ରସାଧନ ଗୁରୁ ଭାବରେ ଜଣାଶୁଣା, ଚଳିତ ମାର୍ଚ୍ଚ ଶେଷରେ ସେ ତାଙ୍କର ପ୍ରଥମ ସନ୍ତାନ ଜନ୍ମ ଦେବେ। ପରମ୍ପରା ଅନୁଯାୟୀ, ପ୍ରସବ ପରେ ଜଟିଳତାର ଆଶଙ୍କା କମାଇବା ପାଇଁ ଅନିସ ୧୦୦ ଦିନର ଏକାନ୍ତ ଅବଧିରେ ରହିବେ।
ଏହି ସମୟରେ, ସାହାଯ୍ୟ ପାଇଁ ତାଙ୍କ ଉଦ୍ୟୋଗୀ ସ୍ବାମୀ ୨୦ ବର୍ଷିୟ ୱେଲଡନ ଜୁଲକେଫଲିଙ୍କ ଉପରେ ନିର୍ଭର କରିବେ। ୱେଲଡନ ପ୍ରାରମ୍ଭରେ ଶିଶୁର ଡାଏପର ବଦଳାଇବା ଭଳି କାର୍ଯ୍ୟ କରିବେ। ବହୁ ରାତି ତାଙ୍କୁ ଅନିଦ୍ରା ରହିବାକୁ ପଡିବ। ଏହି କାର୍ଯ୍ୟ ପାଇଁ ଅନିସ ତାଙ୍କୁ ଆଗୁଆ ଏକ ବିଶେଷ ଉପହାର ଦେବାକୁ ଚାହୁଁଥିଲେ।
ଅନିସ ଟିକଟକରେ ୱେଲଡନଙ୍କ ଆଖିରେ ପଟିବାନ୍ଧି ତାଙ୍କୁ ଉପହାର ଦେବାର ଏକ ଭିଡିଓ ପୋଷ୍ଟ କରିଛନ୍ତି। କାର୍‌ ଆଗରେ ସ୍ବାମୀଙ୍କୁ ଛିଡା କରି ତାଙ୍କ ଆଖିରୁ ପଟି ଖୋଲିଥିଲେ। ଏହା ଦେଖି ଓ୍ବେଲଡନ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ଖୁସିରେ ନିଜ ଗର୍ଭବତୀ ସ୍ତ୍ରୀଙ୍କୁ କୋଳାଗ୍ରତ କରୁଥିବା ଦେଖାଯାଏ।
ଅନିସ କହିଛନ୍ତି,ୱେଲଡନ ସବୁ କାମ କରିବାକୁ ପ୍ରସ୍ତୁତ, କାରଣ ସେ ଘରେ ପାଳିତ ବିଲେଇର ବହୁତ ଯତ୍ନ ନେଇପାରନ୍ତି। ସେ ରାତିରେ ଜାଗ୍ରତ ହୋଇପାରନ୍ତି। କାରଣ ବ୍ୟବସାୟରେ ଉନ୍ନତ କାର୍ଯ୍ୟ କରିବା ପାଇଁ ତାଙ୍କ ମନ ରାତିରେ ସକ୍ରିୟ ଥାଏ। ସେ କ୍ୟାପଶନରେ ଲେଖିଛନ୍ତି, ଧନ୍ୟବାଦ ସ୍ବାମୀ, ଏହି ଉପହାରର ମୂଲ୍ୟ ଯେତେ ବଡ଼ ହେଲେ ମଧ୍ୟ ତୁମର ଦୟା ସହିତ ସମାନ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଖାଦ୍ୟରେ ଅଳ୍ପ ଲୁଣ ହୃଦ୍‌ରୋଗ ଆଶଙ୍କା ୨୦% କମାଏ

ଲଣ୍ଡନ,୨୮।୮: ଖାଦ୍ୟରେ ଲୁଣର ମାତ୍ରା କମ୍‌ କରିବା ବା କମ୍‌ ଲୁଣଯୁକ୍ତ ଖାଦ୍ୟ ଖାଇବା ହୃଦରୋଗ ସମସ୍ୟାକୁ ୨୦% କମାଇଥାଏ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି।...

ପୁଣି ଜଣେ କରୋନା ରୋଗୀଙ୍କ ମୃତଦେହ ସହ ଅସମ୍ମାନ

ଭୋପାଲ,୭।୭: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ କରୋନା ରୋଗୀଙ୍କ ମୃତଦେହକୁ ଅତି ଦୟନୀୟ ଅବସ୍ଥାରେ ହସ୍ପିଟାଲ କର୍ମଚାରୀ ଅଳିଆ...

ପ୍ରକୃତି ପର୍ଯ୍ୟଟନର ଗନ୍ତାଘର ଭିତରକନିକା

ପ୍ରାକ୍ତନ କନିକା ରାଜ୍ୟର ଭିତିରିଆ ଅଞ୍ଚଳ ହୋଇଥିବାରୁ ନଁା ତା’ର ଭିତରକନିକା। ଅନାବିଳ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଘଞ୍ଚ ହେନ୍ତାଳବନ ପରିବେଷ୍ଟିତ ଏହି ଇଲାକା ପ୍ରକୃତି...

ପ୍ରତିଦିନ ପୃଥିବୀରେ ଘଟୁଛି ୯,୦୦୦ରୁ ଅଧିକ ଭୂକମ୍ପ…

ଓ୍ବାଶିଂଟନ/ନୂଆଦିଲ୍ଲୀ, ୨୨।୬ : ପୃଥିବୀରେ ପ୍ରତିଦିନ ରିକ୍ଟର ସ୍କେଲରେ ୨.୦ ତୀବ୍ରତାରୁ କମ ତୀବ୍ରତାଯୁକ୍ତ ଭୂକମ୍ପ ବହୁ ସଂଖ୍ୟାରେ ଘଟିଥାଏ। ଏହି ଭୂକମ୍ପକୁ ମାଇକ୍ରୋ ଶ୍ରେଣୀଭୁକ୍ତ...

ସ୍ବର୍ଗରେ ବି ରୋଗ ଆତଙ୍କ

ଶେଷରେ ଏ ମର୍ତ୍ତ୍ୟମାନବଙ୍କ ରୋଗ କ’ଣ ସ୍ବର୍ଗମୁହାଁ ହେଲା କି ଆଉ ! କିମ୍ପାଇଁ ଏମନ୍ତ ନନ୍‌ଷ୍ଟପ୍‌ ଷ୍ଟ୍ରାଇକ୍‌ ସ୍ବର୍ଗପୁରରେ କରିବାକୁ ଦୁର୍ଗାମାତାଙ୍କ ପ୍ରସ୍ତାବ ଉପରେ...

ବିମାନ କମ୍ପାନୀ ପକ୍ଷରୁ ମହିଳାଙ୍କୁ ୧୩ ସୁଟ୍‌କେଶ

ତାଲାହାସି: ନିକଟରେ ବିମାନ ଉଡ଼ାଣ ସମୟରେ କ୍ଷତିଗ୍ରସ୍ତ ହୋଇଥିବା ଏକ ବ୍ୟାଗ୍‌ ବଦଳାଇବାରୁ ଏୟାରଲାଇନ୍ସ ପକ୍ଷରୁ ୧୩ଟି ଟ୍ରଲି ବ୍ୟାଗ୍‌ ମିଳିଥିବା ଜନୈକା ମହିଳା କହିଛନ୍ତି।...

ସାମାଜିକ ଦୂରତା ରକ୍ଷା କରି ଛାତ ଉପରେ ମେଲୋଡି ପାର୍ଟି, ବାଲକୋନିରେ ଠିଆ ହୋଇ ମଜା ନେଲେ ଲୋକେ

କରୋନା ମହାମାରୀ ଯୋଗୁ ବିଶ୍ୱର ଅଧିକାଂଶ ଦେଶ ପ୍ରଭାବିତ ହୋଇଛନ୍ତି। ଏହି ଘାତକ ଭୂତାଣୁର ଆଜିପର୍ଯ୍ୟନ୍ତ ଭ୍ୟାକ୍ସିନ ବା ଟିକା ବାହାରିନାହିଁ। ଏହି ଭୂତାଣୁରୁ ମୁକ୍ତି...

ଏସି ବ୍ୟବହାର କରୁଥିଲେ

ବର୍ତ୍ତମାନ ଅସହ୍ୟ ଖରା ଓ ଗରମରେ ସମସ୍ତେ ଅତିଷ୍ଠ। ଏମିତିରେ ଆରାମ ଲାଗି ଅଫିସ୍‌ଠୁ ଆରମ୍ଭ କରି ଗାଡ଼ି, ଘର ପର୍ଯ୍ୟନ୍ତ ପ୍ରାୟ ସବୁ ସ୍ଥାନରେ...

Advertisement
Archives

Model This Week