ଶୁଖୁଆ ହାଟ ହେବ ହୋଲ୍‌ସେଲ ମାର୍କେଟ

ଗଞ୍ଜାମ,୨୩ା୪(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ନିକଟସ୍ଥ ଶୁଖୁଆ ହାଟ ପଡ଼ିଆରେ ନିର୍ମାଣ ହେବ ଆଧୁନିକ ହୋଲ୍‌ସେଲ୍‌ ମାର୍କେଟ। ଯାହାକୁ ନେଇ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ହୁମ୍ମା ହାଟ ପରିଦର୍ଶନ କରିବା ସହ ଓଡ଼ିଶା ଷ୍ଟେଟ୍‌ କନ୍‌ଷ୍ଟ୍ରକ୍ସନ ନିର୍ବାହୀଯନ୍ତ୍ରୀ ଗୋବର୍ଦ୍ଧନ ଚନ୍ଦ୍ର ସାଠୁଆ, ଭୁବନେଶ୍ୱର ଫିସେରୀ ଇଞ୍ଜିନିୟରିଂ ଡିଭିଜନ ସହକାରୀ ଯନ୍ତ୍ରୀ ଆଲୋକ ପାତ୍ର, ଅତିରିକ୍ତ ମତ୍ସ୍ୟ ଅଧିକାରୀ ସୁବ୍ରତ ପଟ୍ଟନାୟକ,ସହକାରୀ ମତ୍ସ୍ୟ ଅଧିକାରୀ ଚନ୍ଦ୍ରମଣି ପ୍ରଧାନ ପ୍ରମୁଖ ଅଧିକାରୀଙ୍କ ସହ ୩ କୋଟି ୮୬ ଲକ୍ଷ ଅର୍ଥ ବ୍ୟୟ ଅଟକଳରେ ଶୁଖୁଆ ହୋଲସେଲ ମାର୍କେଟ ନିର୍ମାଣ ହେବା ନେଇ ରୂପରେଖ ସମ୍ପର୍କରେ ଆଲୋଚନା କରିଥିଲେ। ଆଗାମୀ ଦିନରେ ଉକ୍ତ ହାଟ ପଡ଼ିଆ ମଧ୍ୟରେ ପରିବା ମାର୍କେଟ ନିର୍ମାଣ ନେଇ ମାଧ୍ୟ ଆଲୋଚନା ହୋଇଥିଲା। ବ୍ୟବସାୟୀ ଓ ଲୋକଙ୍କ ପାଇଁ ହାଟ ମଧ୍ୟରେ ସୁବିଧା କରିବାକୁ ବିଧାୟକ ଆଗାମୀ ଦିନରେ ଉଦ୍ୟମ ଜାରି ରଖିବେ ବୋଲି କହିଛନ୍ତି। ଜିଲା ପରିଷଦ ସଭ୍ୟ ସନାତନ ବେହେରା,ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପାହାନ,ବ୍ଲକ ଉପାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ବେହେରା,ସମିତିସଭ୍ୟ ଧ୍ରୁବ ଚରଣ ପୋଲାଇ, ଯୁବନେତା ଲିଙ୍ଗରାଜ ପଟ୍ଟନାୟକ, ଶଶୀ ପ୍ରଧାନ ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆସିକା ବିଧାନସଭା : ୨୦୯ ବୁଥ୍‌ରେ ଚାଲିଛି ମତଦାନ

ଆସିକା,୧୮ା୪(ଡି.ଏନ.ଏ.): ଆସିକା ବିଧାନସଭା ନିର୍ବାଚନମଣ୍ଡଳୀର ସମୁଦାୟ ୨୦୯ ବୁଥ୍‌ରେ ନିର୍ବାଚନ ଶୃଙ୍ଖଳାର ସହ ଚାଲିଛି । ପ୍ରଥମ ୨ ଘଣ୍ଟା ମଧ୍ୟରେ ମତଦାନ ହାର ଆଶାନୁରୂପ...

କିଶୋରୀ, ବାଳକଙ୍କ ବିକାଶ ପ୍ରତି ଗୁରୁତ୍ୱାରୋପ

ପାଟଣା,୨୬।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଶନିବାର କନ୍ୟା ଓ ବାଲ୍‌ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଆଚାର୍ଯ୍ୟ ଗଣେଶ୍ୱର...

ମୋଟୁ ଥାନା ଆଇଆଇସି ଗିରଫ

ମାଲକାନଗିରି,୨୩ା୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମୋଟୁ ଥାନା ଆଇଆଇସି ସୁଶାନ୍ତ ସାହୁ ଗିରଫ ହୋଇଛନ୍ତି। ତାଙ୍କୁ ଗିରଫ କରାଯାଇଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ନିଜ...

ମିଶନ ଶକ୍ତି ମହିଳା ଗୋଷ୍ଠୀଙ୍କୁ କାମ ଦେବା ପାଇଁ ଲାଞ୍ଚ ନେବା ଅଭିଯୋଗରେ ମ୍ୟାନେଜର ଗିରଫ

ଭୁବନେଶ୍ୱର,୨୩ା୮(ଅସମାପିକା ସାହୁ): ଆହାର କେନ୍ଦ୍ର ଚଳାଉଥିବା ମିଶନ ଶକ୍ତି ମହିଳା ଗୋଷ୍ଠୀଙ୍କୁ କାମ ଦେବା ପାଇଁ ଲାଞ୍ଚ ମାଗିବା ଓ ନେବା ଅଭିଯୋଗରେ ବାରିପଦା ମ୍ୟୁନିସିପାଲିଟି...

ଲକ୍ଷ୍ମୀବଜାର, ବରାଳିନୀ ସାହିରୁ ଉଠିଲା କଣ୍ଟେନ୍‌ମେଣ୍ଟ୍‌

ଜି.ଉଦୟଗିରି,୨୧ା୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ସହରର ଲକ୍ଷ୍ମୀବଜାର ଯାହାକି ମୁଖ୍ୟ ବଜାର ଭାବେ ପରିଚିତ ସେଠାରୁ ଗୁରୁବାର କଣ୍ଟେନମେଣ୍ଟ ଜୋନ୍‌କୁ ଉଠାଇ ଦିଆଯାଇଛି। ଏଥିସହିତ ବରାଳିନୀ...

ଖବର ପ୍ରକାଶ ପରେ ମୁକୁଳା ଟ୍ରାନ୍ସଫର୍ମର ଆଗରେ ନିର୍ମାଣ ହେଲା ପାଚେରି

ଗୋପବନ୍ଧୁ ନଗର,୨୪ା୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ବର୍ଷ ଧରି ଥିବା ଏକ ମୁକୁଳା ଟ୍ରାନ୍ସଫର୍ମର ଆଗରେ ସୁରକ୍ଷା ପାଚେରି ନିର୍ମାଣ...

ରାଇକିଆରୁ ଜଣେ କରୋନା ଯୋଦ୍ଧା ସମେତ ୪ ପଜିଟିଭ ଚିହ୍ନଟ

ରାଇକିଆ,୧୭।୫(ଡି.ଏନ୍‌.ଏ.): କନ୍ଧମାଳ ଜିଲାରୁ ଶୁକ୍ରବାର ୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪ଜଣ ରାଇକିଆ ବ୍ଲକର। ତିନି ଜଣ ପୂର୍ବ ଆକ୍ରାନ୍ତଙ୍କ...

ଟ୍ରାକ୍ଟର ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ

ପୋଲସରା,୨୫।୧୦(ଡି.ଏନ୍‌.ଏ): ଗଞ୍ଜାମ ଜିଲା ପୋଲସରା ସହରର ହାଇସ୍କୁଲ ଛକରେ ସୋମବାର ସକାଳେ ଏକ ଟ୍ରାକ୍ଟର ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ...

Advertisement
Archives

Model This Week