Posted inଖେଳ

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ। ଫଳରେ ଗୁଜରାଟ ଦଳ ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଥିଲା। ଶେଷ ଓଭରରେ ୧୯ ରନ ଆବଶ୍ୟକ ଥିଲା। ଏଭଳି ପରିସ୍ଥିତିରେ ରିଷଭ ମୁକେଶ କୁମାରଙ୍କୁ ଶେଷ ଓଭର ପୂରଣ କରିବାର ଦାୟିତ୍ୱ ଦେଇଥିଲେ। ମୁକେଶ ପନ୍ତଙ୍କୁ ନିରାଶା କରିବାକୁ ଦେଇ ନ ଥିଲେ। ବିସ୍ଫୋରକ ଡେଭିଡ ମିଲରକୁ ଆଉଟ୍‌ କରି ମୁକେଶ କୁମାର ଦିଲ୍ଲୀର ବିଜୟର ଦ୍ୱାର ଖୋଲିଥିବା ବେଳେ ସେ ଓଭରରେ ଦୁଇଟି ବଲ ଏମିତି ବୋଲିଂ କରିଥିଲେ ଯେଉଁଥିରେ କୌଣସି ରନ ସ୍କୋର ହୋଇ ନ ଥିଲା, ଏହି କାରଣରୁ ଦିଲ୍ଲୀ ଦଳ ୪ ରନ କରି ମ୍ୟାଚ ଜିତିବାରେ ସଫଳ ହୋଇଥିଲା। କିନ୍ତୁ ଏହା ବ୍ୟତୀତ ମ୍ୟାଚରେ ଏକ ମୁହୂର୍ତ୍ତ ମଧ୍ୟ ରହିଥିଲା ଯାହା ମ୍ୟାଚକୁ ବଦଳାଇ ଦେଇଥିଲା।
ଦିଲ୍ଲୀ ଟିମ୍‌ ପକ୍ଷରୁ ଖେଳୁଥିବା ଦକ୍ଷିଣ ଆଫ୍ରିକାର ଖେଳାଳି ଟ୍ରିଷ୍ଟନ୍‌ ଷ୍ଟବ୍ସ ଶେଷ ଓଭରରେ ଏକ ଚମତ୍କାର କ୍ୟାଚ୍‌ ଧରିଥିଲେ। ୧୯ତମତମ ଓଭରରେ ଷ୍ଟବିସ ରସିଦ ଖାନଙ୍କ ଏକ ସଟ କ୍ୟାଚ୍‌ ଧରିଥିଲେ। ଷ୍ଟବ୍ସ ଆକାଶକୁ ଡେଇଁ ଅସମ୍ଭବକୁ କ୍ୟାଚ୍‌କୁ ସମ୍ଭବ କରିଥିଲେ। ଏହି କ୍ୟାଚ୍‌ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଜିତିବା ପାଇଁ ଗୁଜରାଟକୁ ଶେଷ ଦୁଇଟି ବଲରେ ୧୦ରନ ଆବଶ୍ୟକ ଥିଲା। ଏଭଳି ପରିସ୍ଥିତିରେ ରସିଦ ପଞ୍ଚମ ବଲରେ ଛକା ମାରିଥିଲେ। ବର୍ତ୍ତମାନ ଶେଷ ବଲରେ ୫ ରନ ଆବଶ୍ୟକ ଥିଲା। ଏହାର ଅର୍ଥ ହେଉଛି ଛାକା ହେଲେ ଗୁଜୁରାଟ ଦଳ ମ୍ୟାଚ ଜିତିବାରେ ସଫଳ ହୋଇଥାନ୍ତା। ଏଥି ସହିତ ସୁପର ଓଭର ହେବାର ସୁଯୋଗ ରହିଥିଲା, କିନ୍ତୁ ରସିଦ ଶେଷ ବଲରେ କୌଣନ ସ୍କୋର କରିପାରି ନ ଥିଲେ ଏବଂ ଏହିପରି ଦିଲ୍ଲୀ ଦଳ ୪ ରନ୍‌ରେ ମ୍ୟାଚ ଜିତିବାରେ ସଫଳ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

BJPକୁ ବଡ଼ ଝଟକା! ଦଳ ଛାଡିଲେ ଏହି ଅଭିନେତା, ମଞ୍ଚ ଉପରୁ ଘୋଷଣା କରି ଚମକାଇଦେଲେ

ତିରୁଭାନନ୍ତପୁରମ୍‌,୧୬।୮: କେରଳରେ ଭାଜପାକୁ ବଡ଼ ଝଟକା ଲାଗିଛି । ଅଭିନେତା ତଥା କେରଳ ଭାଜପାର ଉପାଧ୍ୟକ୍ଷ ଏସ୍‌. ଦେବନ ଦଳର ଉପାଧ୍ୟକ୍ଷ ପଦ ସହ ପ୍ରାଥମିକ ସଦସ୍ୟତାରୁ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri