Posted inଫୁରସତ

ଘର ଅଗଣାରେ ଖୋଳୁଥିଲେ କୂଅ, ଏଥିରୁ ଯାହା ମିଳିଲା ରାତାରାତି କୋଟିପତି ପାଲଟିଲେ ଏହି ବ୍ୟକ୍ତି

କୁହାଯାଏ, ଭାଗ୍ୟ କେତେବେଳେ ବଦଳିଯିବ ତା’ର କିଛି ଠିକଣା ନାହିଁ। ଏମିତି ହୋଇଛି କଲମ୍ବୋରେ ରହୁଥିବା ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ। ଘର ଅଗଣାରେ କୂଅ ଖୋଳୁଥିବା ବେଳେ ତାଙ୍କୁ ଏକ ବିରାଟକାୟ ନିଲମ ପଥର ମିଳିଛି। ଫଳରେ ତାଙ୍କ ଭାଗ୍ୟ ବଦଳିଯାଇଛି। ଏହି ପଥରର ଓଜନ ୫୧୦ କିଲୋ। ଏହା ଅନ୍ତର୍ଜାତୀୟ ବଜାରରେ ପ୍ରାୟ ୭୪୩ କୋଟି ୭୮ ଲକ୍ଷ ୬୦ ହଜାର ୭୬୯ ଟଙ୍କା।

ଶ୍ରୀଲଙ୍କା ରାଷ୍ଟ୍ରୀୟ ରତ୍ନ ଏବଂ ଆଭୂଷଣ ପ୍ରାଧୀକରଣ (ଏନ୍‌ଜିଜେଏ) କହିଛି, ୫୧୦ କିଲୋଗ୍ରାମ ପଥର କିଣିବାକୁ ବିଦେଶରୁ ନିଲାମ ଡକାଯାଉଛି। ଏହି ନିଲମ କଲମ୍ବୋର ଏକ ଟ୍ରେଜେରୀରେ ରଖାଯାଇଛି।

ଏହି ପଥର ରତ୍ନାପୁରା ସହରରୁ ମିଳିଛି। ଖୋଳିବା ସମୟରେ ଏହି ପଥର ମିଳିଥିବାରୁ ଏହାର ନାମ ସେରେଣ୍ଡିପିଟି ସଫାୟାର ଦିଆଯାଇଛି। ଏହି ପଥର ସଫା କରିବା ପାଇଁ ପ୍ରାୟ ବର୍ଷେ ସମୟ ଲାଗିବ। ଏହାପରେ ଏହାର ବିଶ୍ଳେଷଣ କରାଯିବ। ଯାଞ୍ଚ ଅଧିକାରୀ କହିଛନ୍ତି, ଏହା ଏକ ବିଶେଷ ନିଲମ। ବିଶେଷକରି କଲମ୍ବୋରେ ହିଁ ନିଲମ ପଥର ମିଳିଥାଏ। ଏହାର ଦାମ୍‌ ସବୁଠୁ ଅଧିକ।

ଅଧିକାରୀ ଏକଥା ବି ସ୍ପଷ୍ଟ କରିଛନ୍ତି, କି ପଥରର ମାଲିକ ଡା. ଗମାମଙ୍ଗେ। କାରଣ ତାଙ୍କ ଘରୁ ହିଁ ବାହାରିଛି। ପଥରର ସୁରକ୍ଷା ଦୃଷ୍ଟିରୁ ଏହାକୁ ବ୍ୟାଙ୍କ୍‌ ଅଫ୍‌ ସିଲୋନ୍‌ର ଏକ ଟ୍ରେଜେରୀରେ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୀଷ୍ମଗିରି ଉଚ୍ଚ ବିଦ୍ୟାଳୟରେ ପାଚିକା ସହାୟିକାମାନଙ୍କୁ ରୋଷେଇ ସମୟରେ ସୁରକ୍ଷା

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ସ୍ଥିତ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ କାର୍ଯ୍ଯରତ ପାଚିକା…

ଦୁର୍ଗମ ଗାଁରେ ଉପଜିଲାପାଳଙ୍କ ଗସ୍ତ, ଆଦିବାସୀଙ୍କ ସମସ୍ୟା ଶୁଣିଲେ

ବଞ୍ଚୋ, ୩୧ ଜୁଲାଇ (ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ପନସଡ଼ିହା ପଞ୍ଚାୟତର ଅତି ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଗ୍ରାମଗୁଡ଼ିକୁ ଉପଜିଲାପାଳ ନୀଳମାଧବ ସୁନା, ବିଡିଓ…

CWG 2026: ଜୁଡୋରେ ଭାରତର ଐତିହାସିକ ସଫଳତା, ଅସ୍ମିତାଙ୍କ ପରେ ହର୍ଷ ସିଂହ ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୩୧।୭: କମନୱେଲଥ୍ ଗେମ୍ସ ୨୦୨୬ରେ ଭାରତୀୟ କ୍ରୀଡ଼ା ଜଗତ ପାଇଁ ଆଜିର ଦିନଟି ଏକ ଐତିହାସିକ ଦିନ ହୋଇଛି। ଜୁଡୋରେ ଅସ୍ମିତା ଦେ ସ୍ୱର୍ଣ୍ଣ ପଦକ ଜିତିବାର…

ପିକ୍ଅପ  ଧକ୍କାରେ ସାଇକେଲ ଆରୋହୀ ମୃତ:  ମୃତଦେହ ଜବତ

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗୋକର୍ଣ୍ଣପୁର ଗ୍ରାମ ଶିବାନନ୍ଦ ଆଶ୍ରମ ନିକଟରେ ଏକ ମହିନ୍ଦ୍ରା ପିକ୍ଅପ…

ସ୍ମାର୍ଟ ସ୍କୁଲରେ ତାଲା, ବାରଣ୍ଡାରେ ପାଠପଢ଼ା

ମୋହନା,୩୦।୭(ମନ୍ମଥ ମିଶ୍ର): ପୂର୍ବ ସରକାରଙ୍କ ୫-ଟି ଯୋଜନାରେ ରୂପାନ୍ତରିତ ସ୍ମାର୍ଟ ସ୍କୁଲ, କିନ୍ତୁ ସ୍ମାର୍ଟ ଶିକ୍ଷା କେବଳ ସରକାରୀ ଦସ୍ତାବିଜରେ ସୀମିତ ରହିଯାଇଛି। ଏଠାରେ ସ୍ମାର୍ଟ କ୍ଲାସରୁମରେ…

କଶ୍ମୀର କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ଦୁଇ ଅଣସ୍ଥାନୀୟ ବ୍ୟକ୍ତିଙ୍କୁ ଗୁଳିମାଡ଼, ଜଣଙ୍କ ମୃତ୍ୟୁ

ଶ୍ରୀନଗର,୩୧।୭: କଶ୍ମୀରର କୁଲଗାମ ଜିଲାରେ ଶୁକ୍ରବାର ଏକ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀମାନେ ଦୁଇଜଣ ଅଣ-ସ୍ଥାନୀୟ ବା ବାହାର ଶ୍ରମିକଙ୍କୁ ଟାର୍ଗେଟ କରି ଆଖିବୁଜା ଗୁଳିଚାଳନା…

CWG 2026: ଇତିହାସ ରଚିଲେ ଭାରତର ଅସ୍ମିତା ଦେ’, ଜୁଡୋରେ ଜିତିଲେ ପ୍ରଥମ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ, ୩୧।୭: କମନୱେଲ୍ଡ ଗେମ୍ସ (ରାଜ୍ୟଗୋଷ୍ଠୀ କ୍ରୀଡା) ଇତିହାସରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଭାରତର ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ୪୮…

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ, ଥାନାରେ ଅଭିଯୋଗ

ହାଟଡିହୀ,୩୧।୭(ଶୁଭକାନ୍ତ ନାୟକ):ରାଜ୍ୟରେ ଭାଜପା ସରକାର ଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri