Posted inଫୁରସତ

ଘର ଅଗଣାରେ ଖୋଳୁଥିଲେ କୂଅ, ଏଥିରୁ ଯାହା ମିଳିଲା ରାତାରାତି କୋଟିପତି ପାଲଟିଲେ ଏହି ବ୍ୟକ୍ତି

କୁହାଯାଏ, ଭାଗ୍ୟ କେତେବେଳେ ବଦଳିଯିବ ତା’ର କିଛି ଠିକଣା ନାହିଁ। ଏମିତି ହୋଇଛି କଲମ୍ବୋରେ ରହୁଥିବା ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ। ଘର ଅଗଣାରେ କୂଅ ଖୋଳୁଥିବା ବେଳେ ତାଙ୍କୁ ଏକ ବିରାଟକାୟ ନିଲମ ପଥର ମିଳିଛି। ଫଳରେ ତାଙ୍କ ଭାଗ୍ୟ ବଦଳିଯାଇଛି। ଏହି ପଥରର ଓଜନ ୫୧୦ କିଲୋ। ଏହା ଅନ୍ତର୍ଜାତୀୟ ବଜାରରେ ପ୍ରାୟ ୭୪୩ କୋଟି ୭୮ ଲକ୍ଷ ୬୦ ହଜାର ୭୬୯ ଟଙ୍କା।

ଶ୍ରୀଲଙ୍କା ରାଷ୍ଟ୍ରୀୟ ରତ୍ନ ଏବଂ ଆଭୂଷଣ ପ୍ରାଧୀକରଣ (ଏନ୍‌ଜିଜେଏ) କହିଛି, ୫୧୦ କିଲୋଗ୍ରାମ ପଥର କିଣିବାକୁ ବିଦେଶରୁ ନିଲାମ ଡକାଯାଉଛି। ଏହି ନିଲମ କଲମ୍ବୋର ଏକ ଟ୍ରେଜେରୀରେ ରଖାଯାଇଛି।

ଏହି ପଥର ରତ୍ନାପୁରା ସହରରୁ ମିଳିଛି। ଖୋଳିବା ସମୟରେ ଏହି ପଥର ମିଳିଥିବାରୁ ଏହାର ନାମ ସେରେଣ୍ଡିପିଟି ସଫାୟାର ଦିଆଯାଇଛି। ଏହି ପଥର ସଫା କରିବା ପାଇଁ ପ୍ରାୟ ବର୍ଷେ ସମୟ ଲାଗିବ। ଏହାପରେ ଏହାର ବିଶ୍ଳେଷଣ କରାଯିବ। ଯାଞ୍ଚ ଅଧିକାରୀ କହିଛନ୍ତି, ଏହା ଏକ ବିଶେଷ ନିଲମ। ବିଶେଷକରି କଲମ୍ବୋରେ ହିଁ ନିଲମ ପଥର ମିଳିଥାଏ। ଏହାର ଦାମ୍‌ ସବୁଠୁ ଅଧିକ।

ଅଧିକାରୀ ଏକଥା ବି ସ୍ପଷ୍ଟ କରିଛନ୍ତି, କି ପଥରର ମାଲିକ ଡା. ଗମାମଙ୍ଗେ। କାରଣ ତାଙ୍କ ଘରୁ ହିଁ ବାହାରିଛି। ପଥରର ସୁରକ୍ଷା ଦୃଷ୍ଟିରୁ ଏହାକୁ ବ୍ୟାଙ୍କ୍‌ ଅଫ୍‌ ସିଲୋନ୍‌ର ଏକ ଟ୍ରେଜେରୀରେ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁଲ୍‌ରେ ସ୍ତ୍ରୀଙ୍କୁ ଅଧାରାସ୍ତାରେ ଛାଡ଼ି ଚାଲିଗଲେ ସ୍ବାମୀ, ଆଉ ତା’ ପରେ…

ପ୍ରତ୍ୟେକ ଦିନ କିଛି ନା କିଛି ଅଜବ ଖବର ପଢ଼ିବାକୁ ଏବଂ ଶୁଣିବାକୁ ମିଳିଥାଏ। ବର୍ତ୍ତମାନ ଏପରି ଖବର ସାମ୍ନାକୁ ଆସିଛି, ଯାହା ବିଷୟରେ ଜାଣି...

ଘର ସଫେଇ ପାଇଁ ଉଲଗ୍ନ ମହିଳା ଯୋଗାଉଛି ଏହି କମ୍ପାନୀ, ପ୍ରତି ଘଣ୍ଟାକୁ ନେଉଛି ଏତିକି ଚାର୍ଜ

ଘର ସଫା କରିବା ପାଇଁ ବିଭିନ୍ନ ଏଜେନ୍ସି ଅଛି, ଯାହା ସୁଇପର ସୁବିଧା ଯୋଗାଇଥାଏ। ମାତ୍ର ଆଜିକାଲି ଏକ କମ୍ପାନୀ ଏହାର ଅଜବ ଅଫର ଯୋଗୁ...

ଈଶା, ଆକାଶଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଟିନା ଅମ୍ବାନୀ, ଲେଖିଲେ ଏହି ହୃଦୟସ୍ପର୍ଶୀ ବାର୍ତ୍ତା

କୋଟିପତି ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ପୁଅ ହେଉଛନ୍ତି ଆକାଶ ଆଉ ଝିଅ ଈଶା। ଆଜି ହେଉଛି ଉଭୟଙ୍କ ଜନ୍ମଦିନ। ଏହି ଅବସରରେ...

କେବେ ସ୍କୁଲର ମୁହଁ ଦେଖିନାହାନ୍ତି କିନ୍ତୁ ୩ଟି ବହି ଲେଖିଛନ୍ତି, ଜାଣନ୍ତୁ କିଏ ଏହି ବୃଦ୍ଧା

ଯେତେବେଳେ ଭାଗ୍ୟଦେବୀ ପ୍ରସନ୍ନ ହେବେ ସମସ୍ତ ଅସମ୍ଭବ ସମ୍ଭବ ହୋଇଯିବ। ଏମିତି କିଛି ଅସମ୍ଭବ ସମ୍ଭବ ହୋଇଛି ଶାରଦା ଦେବୀଙ୍କ କ୍ଷେତ୍ରରେ। ଯିଏ କି ଆଦୌ...

ଏହି କୁଣ୍ଡରେ ଗାଧୋଇଲେ ଦୃଷ୍ଟିଶକ୍ତି ଫେରିଆସେ…

ରାଜସ୍ଥାନରେ ପ୍ରଭୁ ରାମଦେବ ବାବାଙ୍କ ମନ୍ଦିର ରହିଛି । ଯୋଧପୁରର ମସୁରିୟା ଅଞ୍ଚଳରେ ଥିବା ଏହି ମନ୍ଦିର ପରିସରରେ ରହିଛି ଏକ ଦିବ୍ୟ କୁଣ୍ଡ। ଏହାକୁ...

କୋଭିଡ ଭଳି ମହାମାରୀ ଆମେରିକାର ମାଂସ ବଜାରରୁ ହୋଇପାରେ ଆରମ୍ଭ…

ଓ୍ବାଶିଂଟନ,୨୩।୭ : ଆମେରିକାରେ ମାଂସ ବଜାରରୁ କୋଭିଡ ଭଳି ଆଗାମୀ ମହାମାରୀ ସହଜରେ ଆରମ୍ଭ ହୋଇପାରେ। ପରବର୍ତ୍ତୀ ବିଶ୍ୱବ୍ୟାପୀ ମହାମାରୀ ଆମେରିକାରୁ ଆରମ୍ଭ ହୋଇପାରେ ବୋଲି...

ଗୋଟିଏ ଭିଡିଓ ବଦଳାଇଥିଲା ପ୍ରଦୀପଙ୍କ ଭାଗ୍ୟ

ନୋଏଡା, ୨୩।୩: କିଛିଦିନ ତଳେ ଦିଲ୍ଲୀର ଏକ ମ୍ୟାକଡୋନାଲଡ ଷ୍ଟୋରରେ କାମ କରୁଥିବା ପ୍ରଦୀପ ମେହରାଙ୍କ ଏକ ଭିଡିଓକୁ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଥିଲା।...

କିଷାନ ଦିବସ: କୃଷକଙ୍କ ବିକାଶରେ ଦେଶର ଉନ୍ନତି

କୃଷକ ହେଉଛନ୍ତି ଦେଶର ଆର୍ଥିକ ମେରୁଦଣ୍ଡ। କୃଷକଙ୍କ ବିକାଶରେ ଦେଶର ବିକାଶ ସମ୍ଭବ ହୋଇ ପାରିଥାଏ। ଏନେଇ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଡିସେମ୍ବର ୨୩ରେ...

Advertisement
Archives

Model This Week