Posted inଫୁରସତ

‘ଦି ୱେଡେଡ୍‌ ରକ୍‌ସ’

ଟୋକିଓ: ଦି ୱେଡେଡ୍‌ ରକ୍‌ସ ତଥା ମେଓଟୋ ଇୱା ନାମକ ଜାପାନର ଦୁଇଟି ପବିତ୍ର ଚଟାଣ ରହିଛି, ଯାହାକୁ ‘ସ୍ତ୍ରୀ ଏବଂ ସ୍ବାମୀ’ କିମ୍ବା ବିବାହିତ ଚଟାଣ ମଧ୍ୟ କୁହାଯାଏ। ଏହି ଚଟାଣକୁ ମହିଳା ଏବଂ ପୁରୁଷଙ୍କ ମଧ୍ୟରେ ମିଳନ, ଭଲ ପାଇବା, ସୁଖଦ ଗୃହସ୍ଥ ଜୀବନର ପ୍ରତୀକ ଭାବେ ମାନନ୍ତି। ଝିଅ-ପୁଅ ଏହି ପଥରକୁ ପବିତ୍ର ଭାବି ତା’ ସମ୍ମୁଖରେ ବିବାହ କରିଥାନ୍ତି। ରିପୋର୍ଟ ମୁତାବକ, ଏହି ପାହାଡ଼ ଜାପାନର ଫୁଟାମି ସହର ପାଖ ସମୁଦ୍ରରେ ରହିଛି। ବଡ଼ ପାହାଡ଼ଟି ୪୦ ମିଟର ପରିଧି ସହ ପ୍ରାୟ ୯ ମିଟର ଇଚ୍ଚ। ଏହି ପାହାଡ଼ର ନାମ ଇଜାନାଗି, ଯାହା ସ୍ବାମୀର ପ୍ରତୀକ। ପାହାଡ଼ ଶିଖର ଦେଶରେ ଏକ ଛୋଟ ସିଣ୍ଟୋ ଟୋରି ଗେଟ୍‌ ରହିଛି। ଏହି ପାହାଡ଼ର ଡାହାଣପଟେ ଆଉ ଏକ ପାହାଡ଼ ରହିଛି, ଯାହା ୩.୬ ମିଟର ଉଚ୍ଚ ଏବଂ ଏହାର ନାମ ଇଜାନାମି। ପ୍ରାୟ ୯ ମିଟର ପରିଧି ମଧ୍ୟରେ ବିସ୍ତାର କରୁଥିବାବେଳେ ଏହା ସ୍ତ୍ରୀର ଭୂମିକା ବହନ କରେ। ବିବାହିତ ହୋଇଥିବା କାରଣରୁ ଦୁଇ ପଥର ସିମେନାୱା ରଶିରେ ବାନ୍ଧି ହୋଇଛନ୍ତି, ଯାହା ଆଧ୍ୟାତ୍ମିକ ଏବଂ ସାଂସାରିକ କ୍ଷେତ୍ରରେ ବିଭାଜନର ପ୍ରତୀକ ଅଟେ। ଏହି ରଶି ସିମେନାୱା ନାମକ ଚାଉଳରୁ ପ୍ରସ୍ତୁତ କରାଯାଇଛି, ଯାହାର ଓଜନ ପ୍ରାୟ ୧ ଟନ୍‌ ହୋଇଥାଏ। ଏହି ରଶିକୁ ବର୍ଷରେ ୩ ଥର ମେ’, ସେପ୍ଟେମ୍ବର ଏବଂ ଡିସେମ୍ବରରେ ଆୟୋଜିତ ଏକ ଖାସ୍‌ ସମାରୋହରେ ବଦଳାଇ ଦିଆଯାଏ। ମେଓଟୋ ଇୱାକୁ ବର୍ତ୍ତମାନ ସମୟରେ ଲୋକେ ଏକ ତୀର୍ଥସ୍ଥଳ ଭାବେ ମାନନ୍ତି। ଝିଅ-ପୁଅ ଏହି ପାହାଡ଼ ସମ୍ମୁଖରେ ବିବାହକରି ଦୁହିଙ୍କ ସମ୍ପର୍କ ଯେପରି ଦୃଢ଼ ରହିବ ସେନେଇ ପ୍ରାର୍ଥନା କରିଥାନ୍ତି। ଦମ୍ପତିମାନେ ମଧ୍ୟ ଏହି ପାହାଡ଼ ସମ୍ମୁଖରେ ସେମାନଙ୍କ ବିବାହିତ ଜୀବନ ଏବଂ ତାଙ୍କ ଯୋଡ଼ି ମଜଭୁତ ହେବାକୁ ପ୍ରାର୍ଥନା କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଫାଲ୍‌ଟା ନିର୍ବାଚନ: ଭାଜପା ପ୍ରାର୍ଥୀ ବିଜୟୀ

କୋଲକାତା,୨୪ା୫: ପଶ୍ଚିମବଙ୍ଗର ଫାଲ୍‌ଟା ଆସନ ଲାଗି ହୋଇଥିବା ପୁନଃ ମତଦାନରେ ଭାଜପା ପ୍ରାର୍ଥୀ ଦେବାଙ୍ଗଶୁ ପଣ୍ଡା ବିପୁଳ ବିଜୟ ହାସଲ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ…

CUET-UG 2026 ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୨୪।୫: CUET-UG 2026 ପରୀକ୍ଷା ସମ୍ପର୍କରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମେ ୨୮ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବର୍ତ୍ତମାନ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…

ଜଙ୍ଗଲରେ ପଡ଼ିଛି ଦନ୍ତାହାତୀର ମୃତଦେହ, ଅନ୍ୟ ହାତୀ ସହ ଲଢ଼େଇ କରି…

ଲାଞ୍ଜିଗଡ଼/ଭବାନୀପାଟଣା,୨୪।୫(ରମେଶ ଚନ୍ଦ୍ର ନାୟକ,ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଗାଁ ପୋଖରୀ ଉପରେ ଥିବା ପୋରଙ୍ଗଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri