ଅରଡ଼େଇ ଜଳ ପ୍ରବାହ ରୋକିବାକୁ ଚକ୍ରାନ୍ତ

କେନ୍ଦୁଝର,୨୧ା୫ (ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝରର ବାରାହାରାଶି ପର୍ବତରୁ ବାହାରିଥିବା ଚିରଶ୍ରୋତା ନଦୀ ଅରଡ଼େଇର ଜଳସ୍ତର ହ୍ରାସ ପାଉଛି। ପୂର୍ବରୁ ସହରର ମଇଳା ଆବର୍ଜନା ଯୁକ୍ତ ପାଣିକୁ ଆଣି ଅରଡେଇରେ ମିଶାଇ ଜଳକୁ ଦୂଷିତ କରାଯାଉଛି। ଏବେ ପାଣି ପାଇପ ନେବାକୁ ନଦୀ ମଝିରେ ପିଲାର ନିର୍ମାଣ କରାଯାଉଛି। ଫଳରେ ନଦୀ ଅବରୋଧ ହେଉଥିବାରୁ ନଦୀର ଜଳ ପ୍ରବାହ ପ୍ରତି ବିପଦ ସୃଷ୍ଟି କରିଛି। ଅରଡ଼େଇର ଗତିପଥ ରୋକିବାକୁ ଚକ୍ରନ୍ତା ଚାଲିଛି ବୋଲି ବୃଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି। ଯାହା ଭବିଷ୍ୟତ ପାଇଁ କୁପ୍ରଭାବ ପାକାଇବ ବୋଲି କୁହାଯାଇଛି।
ପ୍ରକାଶ ଯେ, ନଦୀ ଦ୍ୱାରା ସହର ଓ ଆଖ ପାଖ ଗ୍ରାମାଞ୍ଚଳର ଜଳସ୍ତର ନିୟନ୍ତ୍ରଣ ହେଉଛି। ନଦୀ ପାଣି ବ୍ୟବହାର କରାଯାଇ ଚାଷ କାର୍ଯ୍ୟ ହେଉଛି। ଏଣୁ ଜଳ ସେଚନ ପାଇଁ ବହୁ କୋଟି ଟଙ୍କା ବ୍ୟୟରେ ନଦୀରେ ଛୋଟ ଛୋଟ ବନ୍ଧ ଓ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଛି। ତେବେ ବିଭିନ୍ନ କାରଣରୁ ନଦୀ ପଠା ପୋତି ହୋଇ ଯାଉଥିବାରୁ କୃଷି ଉପରେ ପ୍ରଭାବ ଦେଖାଦେବ ବୋଲି ପରିବେଶବିତ୍‌ ଡ. ବିମ୍ବାଧର ବେହେରା କହିଛନ୍ତି। ଅନ୍ୟପକ୍ଷରେ ସହରର କିଛି ବ୍ୟବସାୟୀ ସେମାନଙ୍କ ଆବର୍ଜନା, ବ୍ରୟଲର କୁକୁଡ଼ା ବର୍ଜ୍ୟ ଆଦି ନଦୀ ଧାରରେ ପକାଇ ପାହାଡ଼ ପରି ଗଦା କରୁଛନ୍ତି। ବର୍ଷା ସମୟରେ ବର୍ଜ୍ୟ ମିଶ୍ରିତ ନଦୀ ଜଳକୁ ବ୍ୟବହାର କରିବା ଫଳରେ ଅନେକ ସଂକ୍ରାମକ ରୋଗ ବ୍ୟାପିବାର ଭୟ ସୃଷ୍ଟି ହୋଇଛି ବୋଲି ବରିଷ୍ଠ ଆଇନଜୀବୀ ଜ୍ୟୋତିରତ୍ନ ମହାନ୍ତ କହିଛନ୍ତି। ଏଥିସହ ଆବର୍ଜନାରେ ନଦୀ ପୋତି ହୋଇ ଜଳ ଧାରା ତଳ ମୁଣ୍ଡକୁ ପ୍ରବାହିତ ହୋଇପାରୁନାହିଁ। ନଦୀର ଜଳଧାରା ବନ୍ଦ ହେବା ମାନବ ସଭ୍ୟତା ଓ କୃଷି ପାଇଁ ଶୁଭଙ୍କର ନୁହେଁ ଓ ଏହାକୁ ନେଇ କେନ୍ଦୁଝର ନାଗରିକ ମଞ୍ଚ ତରଫରୁ ମଞ୍ଚର ପୂର୍ବତନ ସଭାପତି ସ୍ବର୍ଗତ ଉଇଙ୍ଗ କମାଣ୍ଡର କିରଣ ଶଙ୍କର ସାହୁଙ୍କ ପକ୍ଷରୁ କୋର୍ଟରେ ପିଟିସନ ଦାଖଲ କରାଯାଇଥିଲା। ଯାହାର ଶୁଣାଣି କରି କୋର୍ଟ ଏହି ଯୋଜନାକୁ ନିଷିଦ୍ଧ କରିଥିଲେ। ହେଲେ ତାହାକୁ ନ ମାନି କେନ୍ଦୁଝରଗଡ଼ ପୌରପାଳିକା ପକ୍ଷରୁ ଡ୍ରେନ ମାଧ୍ୟମରେ ଆବର୍ଜନାକୁ ଅରଡେଇ ନଦୀରେ ଛଡ଼ାଯାଉଛି। ଏବେ ପାଣି ପାଇପ ନେବାକୁ ନଦୀ ଗର୍ଭରେ ପିଲାର ନିର୍ମାଣ ହେଉଛି। ଫଳରେ ଜଳ ଧାରକୁ ବନ୍ଦ କରିଦେବ। ଫଳରେ ନିମ୍ନ ଭାଗରେ ଥିବା ଚେକ୍‌ ଡ୍ୟାମ ଅଚଳ ହୋଇଯିବ। ଚାଷୀ କୃଷି ପାଇଁ ଜଳ ପାଇବେ ନାହିଁ। ଅନ୍ୟପକ୍ଷରେ ମଣ୍ଡୁଆ, କାଶୀପୁର, ନରଣପୁର ଆଦି ଗ୍ରାମର ବ୍ୟବହୃତ ଶ୍ମଶାନକୁ ରାସ୍ତା ଅବରୋଧ ହେବ। ଏସବୁକୁ ଆଖି ଆଗରେ ରଖି ନିର୍ମାଣ କରାଯାଉଥିବା ପିଲାର ବିକଳ୍ପ ବ୍ୟବସ୍ଥା କରିବା ପାଇଁ ବୁଦ୍ଧିଜୀବୀ ଦାବି କରିଛନ୍ତି। ନଦୀର ଗତିପଥକୁ ରୋକିବାର ହୀନ ଚକ୍ରାନ୍ତ ଏବେ ତଳ ମୁଣ୍ଡର ରହୁଥିବା ଲୋକଙ୍କ ପାଇଁ କାଳ ସାଜିଛି ବୋଲି ବରିଷ୍ଠ ନାଗରିକ ଅଲେଖ ଚନ୍ଦ୍ର ପାତ୍ର କହିଛନ୍ତି। ସହରାଞ୍ଚଳ ଜଳ ଯୋଗାଣ ବିଭାଗର ଜେନେରାଲ ମ୍ୟାନେଜର ନାରଦ ରଥ କହିଛନ୍ତି, ପାଣି ପାଇପ ବିଛାଇବା ପାଇଁ ପିଲାର ନିର୍ମାଣ ହେଉଛି। ଏହା ଦ୍ୱାରା ନଦୀ ଜଳ ପ୍ରବାହ ଅବରୋଧ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri