କମୁଛି ପାଣି, ବଢୁଛି ଦୁର୍ଦ୍ଦଶା

ଯାଜପୁର ଅଫିସ,୧୮।୮: ବୈତରଣୀ ନଦୀର ଶାଖା କାଣୀ ନଦୀର ବ୍ରହ୍ମଚାରୀପାଟଣା ଗ୍ରାମଠାରେ ସୋମବାର ୧୦୦ ଫୁଟ୍‌ର ଘାଇ ସୃଷ୍ଟି ହେବା ଫଳରେ ଅଦ୍ୟାବଧି ଦଶରଥପୁର ବ୍ଲକ ଅଧୀନ ୧୧ ପଞ୍ଚାୟତର ୩୩ ଗ୍ରାମର ୧୩,୬୬୫ ଲୋକ ପ୍ରଭାବିତ ହୋଇଛନ୍ତି। ତେବେ ବୁଧବାର ବନ୍ୟାଜଳ ସାମାନ୍ୟ ହ୍ରାସ ପାଇଥିଲାବେଳେ ଜଳସେଚନ ବିଭାଗ ତରଫରୁ ଘାଇ ମରାମତି ପାଇଁ ବାଲିବସ୍ତା ଓ ବହ୍ଲା ଆଦି ଜମା କରାଯାଇଥିବା ଦେଖିବାକୁ ମିଳିଛି। ସେହିପରି ବନ୍ୟାଜଳ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ଜନସାଧାରଣଙ୍କ ଦୁର୍ଦ୍ଦଶା କମିନାହିଁ। ବିଭିନ୍ନ ଗ୍ରାମର ମୂଖ୍ୟ ରାସ୍ତାଗୁଡିକ ବୁଡି ରହିଥିବା ଯୋଗୁ ଏବେ ମଧ୍ୟ ବହୁ ଗ୍ରାମକୁ ଯୋଗାଯୋଗ ସମ୍ଭବପର ହୋଇପାରୁ ନାହିଁ। ଗୃହପାଳିତ ପଶୁମାନଙ୍କୁ ନଦୀ ବନ୍ଧ ଓ ମୂଖ୍ୟ ରାସ୍ତାର ଶୁଖିଲା ସ୍ଥାନ ମାନଙ୍କରେ ବନ୍ଧା ଯାଇଥିବାର ଦେଖାଯାଇଛି। କାଣୀ ନଦୀର ବନ୍ୟା ଜଳ ସିଧାସଳଖ କସପା ପଞ୍ଚାୟତର ବ୍ରହ୍ମଚାରୀ ପାଟଣା ସମେତ ସମସ୍ତ ପଞ୍ଚାୟତକୁ ପ୍ରଭାବିତ କରିଛି। କାଣୀ ନଦୀର ବନ୍ୟାଜଳ କସପା, ମଲ୍ଲିକାପୁର, ଶୁଶୁଆ, ଦୁଦୁରାଅଣ୍ଟା, ଦତ୍ତପୁର, କମାରଡିହି, କୟାଁ ଓ ନିଜାମପୁର ଆଦି ପଞ୍ଚାୟତର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ଅପରପକ୍ଷରେ ବୈତରଣୀ ନଦୀର ବନ୍ୟାଜଳ କଟିକଟା ଓ ଜୟନ୍ତରା ପଞ୍ଚାୟତର କେତେକ ଗ୍ରାମରେ ପଶି ବ୍ୟାପକ କ୍ଷୟକ୍ଷତି ଘଟାଇଛି। ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର, ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଧନେଶ୍ୱର ସାମଲ, ଦଶରଥପୁର ବିଡିଓ ଶ୍ୱେତା ସ୍ନିଗ୍ଧା ପ୍ରମୁଖ ଘାଇ ହୋଇଥିବା ସ୍ଥାନ ସମେତ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ପ୍ରଶାସନ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ବୁଧବାର ସୁଦ୍ଧା ୪୧୪.୧୭ ହେକ୍ଟର ଚାଷ ଜମି କ୍ଷତି ହୋଇଛି। ଅପରପକ୍ଷରେ ପ୍ରଶାସନ ତରଫରୁ ଦତ୍ତପୁର ବ୍ୟତିତ ଅନ୍ୟ ୧୦ ଗୋଟି ପଞ୍ଚାୟତକୁ ୭୦ କୁଇଣ୍ଟାଲ ଚୂଡା, ୧୨.୫ କୁଇଣ୍ଟାଲ ଗୁଡ ଓ ୨୧୧ କୁଇଣ୍ଟାଲ ଗୋଖାଦ୍ୟ ପ୍ରଦାନ କରାଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri