କମୁଛି ପାଣି, ବଢୁଛି ଦୁର୍ଦ୍ଦଶା

ଯାଜପୁର ଅଫିସ,୧୮।୮: ବୈତରଣୀ ନଦୀର ଶାଖା କାଣୀ ନଦୀର ବ୍ରହ୍ମଚାରୀପାଟଣା ଗ୍ରାମଠାରେ ସୋମବାର ୧୦୦ ଫୁଟ୍‌ର ଘାଇ ସୃଷ୍ଟି ହେବା ଫଳରେ ଅଦ୍ୟାବଧି ଦଶରଥପୁର ବ୍ଲକ ଅଧୀନ ୧୧ ପଞ୍ଚାୟତର ୩୩ ଗ୍ରାମର ୧୩,୬୬୫ ଲୋକ ପ୍ରଭାବିତ ହୋଇଛନ୍ତି। ତେବେ ବୁଧବାର ବନ୍ୟାଜଳ ସାମାନ୍ୟ ହ୍ରାସ ପାଇଥିଲାବେଳେ ଜଳସେଚନ ବିଭାଗ ତରଫରୁ ଘାଇ ମରାମତି ପାଇଁ ବାଲିବସ୍ତା ଓ ବହ୍ଲା ଆଦି ଜମା କରାଯାଇଥିବା ଦେଖିବାକୁ ମିଳିଛି। ସେହିପରି ବନ୍ୟାଜଳ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ଜନସାଧାରଣଙ୍କ ଦୁର୍ଦ୍ଦଶା କମିନାହିଁ। ବିଭିନ୍ନ ଗ୍ରାମର ମୂଖ୍ୟ ରାସ୍ତାଗୁଡିକ ବୁଡି ରହିଥିବା ଯୋଗୁ ଏବେ ମଧ୍ୟ ବହୁ ଗ୍ରାମକୁ ଯୋଗାଯୋଗ ସମ୍ଭବପର ହୋଇପାରୁ ନାହିଁ। ଗୃହପାଳିତ ପଶୁମାନଙ୍କୁ ନଦୀ ବନ୍ଧ ଓ ମୂଖ୍ୟ ରାସ୍ତାର ଶୁଖିଲା ସ୍ଥାନ ମାନଙ୍କରେ ବନ୍ଧା ଯାଇଥିବାର ଦେଖାଯାଇଛି। କାଣୀ ନଦୀର ବନ୍ୟା ଜଳ ସିଧାସଳଖ କସପା ପଞ୍ଚାୟତର ବ୍ରହ୍ମଚାରୀ ପାଟଣା ସମେତ ସମସ୍ତ ପଞ୍ଚାୟତକୁ ପ୍ରଭାବିତ କରିଛି। କାଣୀ ନଦୀର ବନ୍ୟାଜଳ କସପା, ମଲ୍ଲିକାପୁର, ଶୁଶୁଆ, ଦୁଦୁରାଅଣ୍ଟା, ଦତ୍ତପୁର, କମାରଡିହି, କୟାଁ ଓ ନିଜାମପୁର ଆଦି ପଞ୍ଚାୟତର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ଅପରପକ୍ଷରେ ବୈତରଣୀ ନଦୀର ବନ୍ୟାଜଳ କଟିକଟା ଓ ଜୟନ୍ତରା ପଞ୍ଚାୟତର କେତେକ ଗ୍ରାମରେ ପଶି ବ୍ୟାପକ କ୍ଷୟକ୍ଷତି ଘଟାଇଛି। ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର, ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଧନେଶ୍ୱର ସାମଲ, ଦଶରଥପୁର ବିଡିଓ ଶ୍ୱେତା ସ୍ନିଗ୍ଧା ପ୍ରମୁଖ ଘାଇ ହୋଇଥିବା ସ୍ଥାନ ସମେତ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ପ୍ରଶାସନ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ବୁଧବାର ସୁଦ୍ଧା ୪୧୪.୧୭ ହେକ୍ଟର ଚାଷ ଜମି କ୍ଷତି ହୋଇଛି। ଅପରପକ୍ଷରେ ପ୍ରଶାସନ ତରଫରୁ ଦତ୍ତପୁର ବ୍ୟତିତ ଅନ୍ୟ ୧୦ ଗୋଟି ପଞ୍ଚାୟତକୁ ୭୦ କୁଇଣ୍ଟାଲ ଚୂଡା, ୧୨.୫ କୁଇଣ୍ଟାଲ ଗୁଡ ଓ ୨୧୧ କୁଇଣ୍ଟାଲ ଗୋଖାଦ୍ୟ ପ୍ରଦାନ କରାଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ତେଲରେ ମିଶ୍ରଣ ଅଭିଯୋଗରେ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୨୫୭୩ ପେଟ୍ରୋଲ ପମ୍ପ ଉପରେ ଲାଗିଲା ରୋକ, ତାଲିକାରେ…

ନୂଆଦିଲ୍ଲୀ,୨୯।୮: ଦେଶରେ ମିଶ୍ରିତ ପେଟ୍ରୋଲ ବିକ୍ରି କରୁଥିବା ପେଟ୍ରୋଲ ପମ୍ପ ବିରୋଧରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଦୀର୍ଘଦିନ ଧରି ପେଟ୍ରୋଲରେ ମିଶ୍ରଣ ଏବଂ ଏହା…

ସ୍କୁଲ ଛାତରୁ ପାଣି ଗଳୁଛି, ରାସ୍ତା ନାହିଁ: ଖବରଦାତାଙ୍କୁ ବାହାରକରି ଗେଟ୍‌ରେ ତାଲା ପକାଇଦେଲେ ପ୍ରଧାନ ଶିକ୍ଷୟିତ୍ରୀ

ଆନନ୍ଦପୁର,୨୯ା୮(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶାଳବଣି ପଞ୍ଚାୟତ ବାଲିପଶିସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦୟନୀୟ ଅବସ୍ଥାରେ ଚାଲିଛି। ପରିବେଶ ସଫା କରାଯାଉ ନ ଥିବା…

ମୃତଦେହ ରଖିବାକୁ ସ୍ଥାନାଭାବ

କାଠମାଣ୍ଡୁ,୨୯ା୮: ନେପାଳ ବନ୍ୟାରେ ୫୪୭ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ସହ ଅନେକ ନିଖୋଜ ଥିବାବେଳେ ଭୋଟେକୋଶୀ ଏବଂ ତ୍ରିଶୂଳୀ ନଦୀ ପ୍ରଣାଳୀରୁ ବାହାର କରାଯାଇଥିବା ମୃତଦେହଗୁଡ଼ିକୁ ରଖିବା…

ମାଲିକ ଆଖି ମିଟିକାଇଲେ ଅନୁକରଣ କରନ୍ତି କୁକୁର: ସାମ୍ନାକୁ ଆସିଲା ଚମକପ୍ରଦ ଘଟଣା

ସିଡ୍‌ନୀ/ଲଣ୍ଡନ,୨୯ା୮: କୁକୁର ଏବଂ ମଣିଷଙ୍କ ସମ୍ପର୍କକୁ ନେଇ ଏକ ଚମକପ୍ରଦ ଗବେଷଣା ସାମ୍ନାକୁ ଆସିଛି। ମାଲିକ ଆଖିପତା ପକାଇବା ବା ଆଖି ମିଟିକାଇବା (ବ୍ଲିକିଂ) ଦେଖିଲେ କୁକୁରମାନେ…

ପୁସ୍ତକ ପ୍ରତ୍ୟାହାର ଅଭିଯୋଗକୁ ଫେଙ୍ଗୁଇନ୍‌ ଇଣ୍ଡିଆର ଖଣ୍ଡନ

ନୂଆଦିଲ୍ଲୀ, ୨୯।୮: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବହୁଚର୍ଚ୍ଚିତ ଜୀବନୀ ‘ବିଲଙ୍ଗିଙ୍ଗ୍‌:ଏ ଜର୍ଣ୍ଣି ଅଫ୍‌ ଲଭ୍‌’ ପ୍ରକାଶନକୁ ନେଇ ଆସିଥିବା ସମସ୍ତ ଗଣମାଧ୍ୟମ ରିପୋର୍ଟକୁ ପେଙ୍ଗୁଇନ ରାଣ୍ଡମ…

ମହାକାଶରେ ଫେଣା ତିଆରିକଲେ ୩,୩୦୧ ମହୁମାଛି

ୱାଶିଂଟନ, ୨୯ା୮: ବିଜ୍ଞାନ ଜଗତରେ ଅନେକ ଅଦ୍ଭୁତ ପରୀକ୍ଷଣ କରାଯାଇଛି, କିନ୍ତୁ ମହାକାଶକୁ ମହୁମାଛି ପଠାଇବା ସବୁଠାରୁ ନିଆରା ଥିଲା। ଆମେରିକାର ଜାତୀୟ ମହାକାଶ ସଂସ୍ଥା ‘ନାସା’…

ଜୁଏଲଙ୍କ ସାଂଘାତିକ ବୟାନ : ଯିଏ ଅପଦସ୍ଥ କରିବ ତାକୁ ଜାଳିି…

ଭୁବନେଶ୍ୱର, ୨୯।୮(ସୁନିତ୍‌ ମିଶ୍ର): ସମସ୍ତଙ୍କୁ ରକ୍ଷାବନ୍ଧନ ଉପଲକ୍ଷେ ଅଭିନନ୍ଦନ। ରାଉରକେଲାରେ କିଛିଦିନ ହେବ କେତେଜଣ ଲୋକ ପଇସାପତ୍ର ଖର୍ଚ୍ଚକରି ମତେ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ବୋଲି…

ସ୍କୁଲ ସମୟରେ ୯ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର: ପରିସ୍ରା କରିବାକୁ ଯାଇଥିବା ବେଳେ…

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ଅଧୀନ ଏକ ଉଚ୍ଚ ବିଦ୍ୟାଳୟରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ୨୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri