ପାଣିଝରା ଦେଇଛି ପରିଚୟ

ଚମ୍ପୁଆ, ୭ା୧୨ (ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ରଜିଆ ପଞ୍ଚାୟତର ଶଶାଙ୍କ ଗ୍ରାମ ବାଲିସାହି। ପାଣିଝରା ନିର୍ମାଣ ଓ ବିକ୍ରୟ କରି ଏଠାକାର ଆଦିବାସୀ ପାଇପାରିଛନ୍ତି ଏକ ସ୍ବତନ୍ତ୍ର ପରିଚୟ। ସମସ୍ତେ ଆଦିବାସୀ ଶ୍ରେଣୀର ହୋଇଥିଲେ ହେଁ କୌଳିକ ବୃତ୍ତି ଭାବରେ ଆପଣାଇନେଇଛନ୍ତି ଏହି ପାଣିଝରା କାମକୁ। ବର୍ଷକ ବାର ମାସରୁ ବର୍ଷା ୩ ମାସ ଛାଡିଦେଲେ ପାଣିଝରା ନିର୍ମାଣ ଏମାନଙ୍କ ଦୈନନ୍ଦିନ କାମ। ପରିବାରର ବରିଷ୍ଠ ସଦସ୍ୟ ମାନେ ଏହି କାମରେ ସହଯାଗ କରୁଥିଲା ବେଳେ ସକାଳ ୯ ବାଜିଲେ ଆବଶ୍ୟକ ସରଞ୍ଜାମ ଧରି ଆରମ୍ଭ ହୋଇଯାଏ କାମ। ବେଳ ଗଡୁଗଡୁ କାମ ସରିଯାଏ। ଦିନକ ମଧ୍ୟରେ ୩ରୁ ୪ ଗୋଟି ଝରା ନିର୍ମାଣ କରାଯାଇଥାଏ। ଏହି ବାଲି ସାହିରେ ଅଧାରୁ ଅଧିକ ପରିବାର ପାଣିଝରା କାମରେ ନିୟୋଜିତ ହୋଇଥିବା ଦେଖିବାକୁ ମିଳିଥିବା ବେଳେ ଚାଷକାର୍ଯ୍ୟରେ ପାଣିଦେବା କାମରେ ଏହା ଖୁବ ଉପେଯାଗୀ ହୋଇଥାଏ। କାରିଗର ମାନେ ସ୍ଥାନୀୟ ସାପ୍ତାହିକ ହାଟ ଗୁଡିକରେ ଗୋଟିଏ ଝରାକୁ ୨୫୦ ଟଙ୍କାରୁ ୩୦୦ ଟଙ୍କାରେ ବିକ୍ରି କରିଥାଆନ୍ତି। ଦୂର ଦୂରାନ୍ତରୁ ବେପାରୀ ମାନେ ଆସି ଏହାକୁ ମୁଲାଣିଆ ଦରରେ କିଣିନିଅନ୍ତି। ଏହି ପାଣିଝରା ପାଇଁ ତେଲଟିଣର ଆବଶ୍ୟକ ରହିଥିବା ବେଳେ ଝଳେଇ ପାଇଁ ସୀଷା, ରିପିଟ, ଏସିଡ, ନିଶାଦର ଓ ତମ୍ବାର ଆବଶ୍ୟକତା ପଡ଼ିଥାଏ। ଏନେଇ କାରିଗର ମନୋଜ ମୁଣ୍ଡାଙ୍କୁ ପଚାରିବାରୁ ୫ଟି ଟିଣରେ ୩ ଗୋଟି ଝରା ହେଉଥିବା ବେଳେ ଆବଶ୍ୟକ ସରଞ୍ଜାମର ଦରବୃଦ୍ଧି ଯୋଗୁ ଆଗଭଳି ଲାଭ ମିଳିପାରୁନାହଁି। ପୂର୍ବରୁ ଟିଣ ଗୋଟା ୧୦ରୁ ୧୫ ଟଙ୍କାରେ ମିଳୁଥିବା ବେଳେ ବର୍ତ୍ତମାନ ତାହା ୨ଗୁଣ ହେଲାଣି, ସେହିପରି ତମ୍ବାର ଦରବୃଦ୍ଧି ଆମର ଲାଭର ପ୍ରତିବନ୍ଧକ ସାଜିଛି। ପାଇକାର ବିକ୍ରି ପାଇଁ ଆମକୁ ଅନେକ କଷ୍ଟ କରିବାକୁ ପଡିଥାଏ। ମାତ୍ର ଏହା ଆମ ପରିବାର ପ୍ରତିପୋଷଣ ପାଇଁ ସକ୍ଷମ ହୋଇଥାଏ ବୋଲି ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?