ଯୁଦ୍ଧୋନ୍ମାଦ ଆନନ୍ଦ ଆଣେନା

ମୀରା ବେଉରା

ସବୁ ଅନ୍ତର୍ଦ୍ୱନ୍ଦ୍ୱ ଭିତରେ ଗୋଟିଏ ପ୍ରଶ୍ନ ନିଇତି ମୋତେ ଆନ୍ଦୋଳିତ କରୁଛି। ସୁଖ, ସମୃଦ୍ଧି, ଐଶ୍ୱର୍ଯ୍ୟରେ ଥାଇ ମଧ୍ୟ ଆଧୁନିକ ମଣିଷ କାହିଁକି ଅସହାୟ ହୋଇପଡ଼ିଛି। ଆମତ୍ୀୟସ୍ବଜନଙ୍କ ପାଖରେ ଥାଇ ମଧ୍ୟ କାହିଁକି ମୁହୂର୍ତ୍ତେ ହେଲେ ବି ହସିପାରୁନି। ଯେଉଁ ହସ କି ଏହି କରୋନା କାଳରେ ମହୌଷଧି ବୋଲି ଚିକିତ୍ସାବିତ୍‌ମାନେ କହୁଛନ୍ତି। ହେଲେ ସବୁ ହସ ଭିତରେ ଯେମିତି ଛଳନା ଲୁଚି ରହିଛି। ଏତେ ବଡ଼ ପୃଥିବୀରେ ଥାଇ ମଣିଷ ଶୂନ୍ୟତା ଉପଲବ୍ଧି କରୁଛି। ମଣିଷ ମଣିଷ ଭିତରେ ମାନସିକ ଦୂରତା ବଢ଼ିଯାଉଛି। ସବୁ ଭଦ୍ରାମିର ମୁଖା ଭିତରେ ଗୋଟିଏ ଅସଭ୍ୟ ଛଳନାପୂର୍ଣ୍ଣ ବ୍ୟବହାର ଲୁଚି ରହିଛି। ନିଜର ଅନ୍ତର୍ବିବେକକୁ ଧ୍ୱଂସ କରି ସମସ୍ତେ ଏକ କୃତ୍ରିମ ବ୍ୟବହାରରେ ସମସ୍ତଙ୍କୁ ଆପ୍ୟାୟିତ କରିବାରେ ବ୍ୟସ୍ତ ରହୁଛନ୍ତି। କେବଳ ଫେସବୁକ୍‌ର ଲାଇକ୍‌ କମେଣ୍ଟ ଭଳି ଅଯଥା ପ୍ରଶଂସା ଗୋଟାଇବାରେ ସଭିଏ ପାଗଳ ଏଠି।
ସହରର କଂକ୍ରିଟ୍‌ ଜଙ୍ଗଲ ଏବଂ କୋଳାହଳ ଲୋକଙ୍କ ଭିଡ଼ ଭିତରେ ବେଳେବେଳେ କାହିଁକି କେଜାଣି ଭାରି ଅସହାୟ ଓ ନିଃସଙ୍ଗ ଅନୁଭବ କରେ ଏ ମଣିଷ। ପୃଥିବୀରେ ସିଏ କେତେ ନିଃସଙ୍ଗ ତାହା ସେ ପ୍ରତିକ୍ଷଣେ ଅନୁଭବ କରେ। ଏତେ ପାଖାପାଖି, କୋଳାହଳ ଭିତରେ ଥାଇ ମଧ୍ୟ ବେଳେବେଳେ ମଣିଷ ସମସ୍ତଙ୍କଠାରୁ ଦୂରରେ ଯାଇଥାଏ। ମନେହୁଏ ଯେମିତି ସମସ୍ତଙ୍କ ଭିତରେ ଦୂରତା ବଢ଼ି ବଢ଼ି ଯାଉଛି। କେହି କାହାକୁ ବୁଝିବାକୁ ନାରାଜ। ସମସ୍ତେ ଯେମିତି ଏକ ମରୀଚିକା ଅର୍ଥାତ୍‌ କୃତ୍ରିମ ଖୁସି ପଛରେ ପ୍ରତିଯୋଗିତା ଭିତ୍ତିରେ ଥାଇ ଅଣନିଃଶ୍ୱାସୀ ହୋଇ ଯାଉଛନ୍ତି। ସବୁ ମଣିଷଙ୍କ ଭିତରେ କୃତ୍ରିମ ହସ, କୃତ୍ରିମ ବ୍ୟବହାର, ସବୁ ଯେମିତି ଛଳନାପୂର୍ଣ୍ଣ। ସମସ୍ତେ ସମସ୍ତଙ୍କୁ ପଛରେ ପକାଇ ଆଗକୁ ଆଗକୁ ଧାଇଁବାରେ ବ୍ୟସ୍ତ। କାହିଁକି ଏ କୃତ୍ରିମ ମୁଖାପିନ୍ଧି ସଭିଏ ଅଭିନୟ କରୁଛନ୍ତି। ବେଳେବେଳେ ମନରେ ପ୍ରଶ୍ନ ଆସେ ଏମିତି ଗୋଟିଏ ଯନ୍ତ୍ର ଥାଆନ୍ତା କି ଯେଉଁ ଯନ୍ତ୍ର ସାହାଯ୍ୟରେ ଛଳନାକୁ ଆଡ଼େଇ ଦେଇ ଆମେ ସମସ୍ତ ମନୁଷ୍ୟର ଅସଲ ରୂପକୁ ଦେଖିପାରନ୍ତେ।
ସମାଜରେ ଘଟୁଥିବା ନୂଆନୂଆ ଘଟଣା ସବୁ ନିଇତି ବିଶ୍ୱାସକୁ ଦୋହଲାଇଦିଏ। କାହାକୁ ଏଠି ଭରସା କରିବା ଏତେ ସହଜ ନୁହେଁ। ଆଜିର ଅସହାୟ ମନୁଷ୍ୟ ଏମିତି ଗୋଟିଏ ସମାଜରେ ବଞ୍ଚୁଛି ଯେଉଁଠି ସ୍ନେହ, ଶ୍ରଦ୍ଧା, ପ୍ରେମ, ମାନବିକତା, ସହନଶୀଳତା, ସବୁ ପଦ୍ମପତ୍ରରେ ଢଳଢଳ ହେଲାପରି ପ୍ରତୀୟମାନ ହେଉଛି। ଏଇଠି କେବଳ ଗୋଟିଏ କଥା ଅନୁଭବ ହେଉଛି ଯେ ଅହଙ୍କାର, କ୍ଷମତାଜନିତ ଔଦ୍ଧତ୍ୟର ରାକ୍ଷସ ମଣିଷ ଭିତରେ ଅଲକ୍ଷ୍ୟରେ ଚକାମାଡ଼ି ବସିଛି। ପୁଣି ଗୋଟିଏ ପ୍ରଶ୍ନ ମନରେ ଉଙ୍କି ମାରୁଛି କାହିଁକି ଏଠି ସମସ୍ତେ ସମସ୍ତଙ୍କୁ ଠକିବାରେ ବ୍ୟସ୍ତ। କାହିଁକି ଜଣେ ଜଣକୁ ଶିଡ଼ି କରି ତା’ ଉପର ଦେଇ ଉଚ୍ଚତମ ଶୃଙ୍ଗକୁ ଚଢ଼ିବାରେ ବ୍ୟଗ୍ର । କେହି ବି କାହାର ମନ ଗହନର ଚାବି ଖୋଲିବାକୁ ଚାହେଁନା। ସବୁ ଯେମିତି ଗୋଟେ ମିଛିମିଛିକା ସାଲିସ୍‌। ଏହା ବୋଧହୁଏ ବଞ୍ଚତ୍ବାର ଗୋଟିଏ କଳା। ଭିତରେ ଆମକୁ ଯେତେ କଷ୍ଟ, ଅପମାନ, ଦୁଃଖ, ଯନ୍ତ୍ରଣା ହେଲେ ବି ଉପରେ ଆମକୁ ହସିବାକୁ ପଡ଼େ। ସବୁଠୁ ଆଶ୍ଚର୍ଯ୍ୟର କଥା ଏଠି କେହି କାହାର ଦୁଃଖରେ ସାମିଲ ହୁଅନ୍ତି ନାହିଁ। ବରଂ ସମୟ ମିଳିଲେ ଜଣେ ଅପରର ଛିଦ୍ର ଖୋଜି ଅନ୍ୟକୁ ତଳେ ପକାଇ ଅପାର ଆନନ୍ଦ ପାଇ ପ୍ରତିଦ୍ୱନ୍ଦ୍ୱୀ କରି ଜିତିବା ପାଇଁ ପ୍ରୟାସ କରେ। ଅପରର ଛିଦ୍ର ତାକୁ ଆନନ୍ଦ ଦେଇଥାଏ। କେମିତି ଗୋଟାଏ ଅପ୍ରାକୃତିକ କୃତ୍ରିମ ଖୁସି ପାଇବା ପାଇଁ ସଭିଏ ପାଗଳ ଏଠି। କାହାର ଉଷୁମ ଲୁହରେ କାହାର କିଛି ଯାଏ ନାହିଁ କି ଆସେ ନାହିଁ। ସମସ୍ତେ ସମସ୍ତଙ୍କର ସର୍ବସ୍ବ ଲୁଟି ସୁଖ ଅନୁଭବ କରିବାରେ ବ୍ୟସ୍ତ।
ଦେଖାଯାଏ ମଣିଷ ଏଠି ଯେତିକି ସଫଳତାର ନିକଟବର୍ତ୍ତୀ ହୁଏ, ସେତିକି ସେତିକି ସମ୍ପର୍କୀୟ ଲୋକେ ତା’ଠାରୁ ଦୂରେଇ ଯାଆନ୍ତି। ଲୋକେ ତା’ର ଛିଦ୍ର ଗଣନ୍ତି, ସେ ଧୀରେ ଧୀରେ ବନ୍ଧୁତା ଶୂନ୍ୟ ହୋଇଯାଏ। ନିଜକୁ ଏକଚ୍ଛତ୍ରବାଦୀ ସମ୍ରାଟ କରିବାରେ ଅପାର ଆନନ୍ଦ ପାଇଥାନ୍ତି। ତା’ର ଏହି ଏକଚ୍ଛତ୍ରବାଦୀ ସାମ୍ରାଜ୍ୟରେ କିଏ କେତେ ଲୁହ ଢାଳେ ଏବଂ ଲହୁ ଢାଳେ ତା’ର ହିସାବ କେବେ ସମ୍ରାଟ ରଖେନା, କେବଳ ହିସାବ ରଖେ ଯୁଦ୍ଧରେ ଜୟଲାଭର। ଶତ୍ରୁର ପରାଜୟ ତା’ର ଏକାନ୍ତ କାମ୍ୟ। କଳେବଳେ କୌଶଳେ ଆଜିର ମଣିଷ ଚାହେଁ ଶତ୍ରୁର ରକ୍ତ, ଲୋତକଭରା ଚକ୍ଷୁ, ଭୟରେ କମ୍ପୁଥିବା ହୃଦୟ। ଏ ସବୁ ଦେଖିଲାପରେ ହିଁ ସେ ହୁଏ ଦିଗ୍‌ବିଜୟୀ ସମ୍ରାଟ। ସେହି ଦିଗ୍‌ବିଜୟୀ ସମ୍ରାଟ ଭୁଲିଯାଏ ଯେ ବିଜୟରେ ପ୍ରକୃତ ଖୁସି ନ ଥାଏ। ପ୍ରକୃତ ଖୁସି ଥାଏ ପରାଜୟରେ, ଅପରକୁ ଆନନ୍ଦ ଦେବାରେ, ଜୀବକୁ ଜୀବନଦାନରେ, ଜୀବନକୁ ଲୁଟିବାରେ ନୁହେଁ। ଯାହା ସମ୍ରାଟ ଅଶୋକ କଳିଙ୍ଗ ଯୁଦ୍ଧରେ ଜୟଲାଭ ପରେ ବୁଝିପାରିଥିଲେ। ଆଜିର ମଣିଷ ବୁଝି ଅବୁଝା ହେଉଛି କାହିଁକି? ସେଦିନ କଳିଙ୍ଗ କନ୍ୟା କାରୁବାକିଙ୍କୁ ଯୁଦ୍ଧକ୍ଷେତ୍ରରେ ମୌର୍ଯ୍ୟ ସମ୍ରାଟ ଅଶୋକ ପ୍ରଶ୍ନ କରିଥିଲେ ଏ ତ ଯୁଦ୍ଧକ୍ଷେତ୍ର ସୁନ୍ଦରୀ- ଆପଣ ଏଠାରେ କ’ଣ ଖୋଜୁଛନ୍ତି? କାରୁବାକି ଉତ୍ତର ଦେଇଥିଲେ ମୁଁ ଜୀବନ ଖୋଜୁଛି ଜୀବନ। ଏ ତ ଯୁଦ୍ଧକ୍ଷେତ୍ର ଏଠି ଜୀବନ କିଭଳି ସମ୍ଭବ ବୋଲି ଅଶୋକ ପଚାରିଲେ । ପୁଣି କାରୁବାକି କହିଲେ, ହେ ସମ୍ରାଟ ଏହି ସଂସାରକୁ ଶ୍ମଶାନ କଲା କିଏ। ସେ ଦିନ ସମ୍ରାଟ ଅଶୋକ ଏହି ପ୍ରଶ୍ନରେ ଲଜ୍ଜିତ ହୋଇ ଯୁଦ୍ଧରେ ବିଜୟୀ ହୋଇ ମଧ୍ୟ ନିଜକୁ ଅସହାୟ ଏବଂ ପରାଜିତ ମନେକଲେ। ସେ ଦିନ ଅଶୋକ ବୁଝିପାରିଥିଲେ ଯେ ଯୁଦ୍ଧ ଅର୍ଥାତ୍‌ ଧ୍ୱଂସ, ଏହା କେବେ ମଣିଷକୁ ଆନନ୍ଦ କିମ୍ବା ଶାନ୍ତିର ବାର୍ତ୍ତା ଦେଇପାରେନା। ଏହାକୁ ଅନୁଭବ କରି କାରୁବାକିଙ୍କ ପାଦତଳେ ଖଣ୍ଡାଟିକୁ ଦୁଇଖଣ୍ଡ କରି ଥୋଇଦେଲେ ଅଶୋକ। ସେହିଦିନ ସେ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇଥିଲେ। ସେ ଦିନ ଅଶୋକ ବୁଝିପାରିଥିଲେ ଯେ ହିଂସା ପ୍ରଣୋଦିତ ତରବାରିର ବିଜୟ ପ୍ରକୃତ ବିଜୟ ନୁହେଁ। ମନୁଷ୍ୟର ହୃଦୟ ଜୟ ହିଁ ପ୍ରକୃତ ବିଜୟ। ଯଦି ମୌର୍ଯ୍ୟ ସମ୍ରାଟ ଏହି କଥା ପଦକ ବୁଝିପାରିଥିଲେ ଆଜିର ସଭ୍ୟ ମାନବ ଏହା ବୁଝିପାରୁନି କାହିଁକି? କାହାକୁ ଦୁଃଖ ଦେଇ ସୁଖ, ସମୃଦ୍ଧି, ଆନନ୍ଦ ଉପଲବ୍ଧି କରିହୁଏ ନାହିଁ। ଅପରକୁ ଆନନ୍ଦ ଦେଲେ ହିଁ ପ୍ରକୃତ ଆନନ୍ଦପ୍ରାପ୍ତ ହୋଇଥାଏ। କାହାକୁ ଅପମାନ ଦେଇ, ରକ୍ତପାତ କରି କ୍ଷଣିକ ଆନନ୍ଦ, ଖୁସି ହେବାର ସୌଭାଗ୍ୟ ପ୍ରାପ୍ତ ହୁଏ ସିନା ହେଲେ ଏହା ଚିରସ୍ଥାୟୀ ହୋଇପାରେ ନାହିଁ। ଅପରକୁ ଖୁସି, ଆନନ୍ଦ, ସୁଖ, ଛଳନାହୀନ ପ୍ରେମ, ଭଲ ପାଇବା ଦେଲେ ହିଁ ଆମେ ପ୍ରକୃତ ଆନନ୍ଦ ପାଇପାରିବା; ଯାହା ଆଜିର ମଣିଷ ବୁଝିବା ଆବଶ୍ୟକ।
ରଘୁନାଥଜିଉ ମହାବିଦ୍ୟାଳୟ, ଦେଉଳ ସାହି, ତୁଳସୀପୁର, କଟକ
ମୋ:୯୮୫୩୩୫୦୩୮୪


Enter your email to get our daily news in your inbox.

All Right Reserved By Dharitri.Com

ସୃଜନଶୀଳତାର ପରିଭାଷା

ଗୋଟିଏ ରାଷ୍ଟ୍ରର ସାର୍ବଭୌମତ୍ୱର ସୁରକ୍ଷା ଓ ରାଷ୍ଟ୍ରର ନିର୍ମାଣ ନିମନ୍ତେ ସମ୍ପତ୍ତି ଏବଂ ସାମରିକ ଶକ୍ତିର ଆବଶ୍ୟକତା ରହିଛି। କିନ୍ତୁ ଏହା ଗୋଟିଏ ଜାତିର ଅନ୍ତର୍ନିହିତ ଶକ୍ତି…

ଫୁଲ ବଜାର ଅଭାବ

ଓଡ଼ିଶା ପାଖରେ ପ୍ରଚୁର ପରିମାଣର ବିଭିନ୍ନ ଖଣିଜ ଦ୍ରବ୍ୟ ଗଚ୍ଛିତ ଅଛି। ହେଲେ ଆମେ ଏ ପର୍ଯ୍ୟନ୍ତ ଶିଳ୍ପ ବିକଶିତ ରାଜ୍ୟ ହୋଇପାରିନାହୁଁ। ଅବଶ୍ୟ ଖଣିଜ ଦ୍ରବ୍ୟ…

ଜିଦିରୁ ବଢ଼ୁଛି ଉତ୍ତେଜନା

ଇରାନ୍‌ ସହ ଶାନ୍ତିଚୁକ୍ତି ବିଳମ୍ବ ହେବା ଦେଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କ୍ଷୁବ୍ଧ ହୋଇ ତେହରାନ ଉପରେ ପୁନଶ୍ଚ ଆକ୍ରମଣ କରିବେ ବୋଲି କିଛିଦିନ ହେବ…

ଏଇ ଭାରତରେ

ଅଶୋକ ଗୁପ୍ତାଙ୍କ ବୟସ ୨୧। ହେଲେ ପରିବେଶ ସମ୍ପର୍କିତ ଉନ୍ନତ ବିଚାର ତାଙ୍କୁ ସମାଜରେ ଭିନ୍ନ ପରିଚୟ ଦେଇଛି। ସେ ଉତ୍ତରପ୍ରଦେଶର ମନୋରମା ନଦୀକୁ ସଫା କରିପାରିଛନ୍ତି।…

ପିଲାଶୂନ୍ୟ ପଡ଼ିଆ

ଖେଳ ପଡ଼ିଆ ଆଜିକାଲି ମେଲା ପଡୁଛି। କେଉଁଠି ଘାସ ଉଠି ଗଲାଣି ତ କେଉଁଠି ଅନାବାନା ଗଛପତ୍ରରେ ଅସନା ହୋଇଗଲାଣି। ଯେଉଁଠି ପିଲାଙ୍କର ଗହଳଚହଳ ଲାଗି ରହୁଥିଲା…

ବଳିପଡ଼ୁଛନ୍ତି ବିଦ୍ୟାର୍ଥୀ

ଡାକ୍ତରୀ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି-ୟୁଜି ୨୦୨୬ରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ଦେଶସାରା ‘ଘୋ’ ସୃଷ୍ଟି ହୋଇଥିବା ବେଳେ ସୁପ୍ରିମକୋର୍ଟ ୨୫ ମେ’ରେ ପରୀକ୍ଷା ପରିଚାଳନା କରିଥିବା…

ଭାରତର ବିକାଶ ଯାତ୍ରା

ଯେତେବେଳେ ମୁଁ ତିରୁପ୍ପୁରର ଏକ ବିଦ୍ୟାଳୟରେ ପଢୁଥିବା ଜଣେ ଛୋଟ ବାଳକ ଥିଲି, ସେତେବେଳେ ଆମ ଦେଶକୁ ନେଇ ମୋ ମନରେ ଅନେକ ସ୍ବପ୍ନ ଥିଲା। ମୋ…

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri