ନନ୍ଦନକାନନର ନିର୍ମାଣାଧୀନ ପାଚେରି ଭୁଶୁଡ଼ିଲା

ବାରଙ୍ଗ,୧୬।୭ (ଡି.ଏନ୍‌.ଏ.): ଲଘୁଚାପଜନିତ ବର୍ଷା ଯୋଗୁ ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ହେଉଥିବା ମାଙ୍କଡ଼ ଏନକ୍ଲୋଜରର ନିର୍ମାଣାଧୀନ ପ୍ରାଚୀର ଶୁକ୍ରବାର ଭୁଶୁଡି ପଡିଛି। ବର୍ଷାରେ ପ୍ରାୟ ୫୦ଫୁଟରୁ ଅଧିକ ଲମ୍ବ ଓ ୨୦ଫୁଟ ଉଚ୍ଚର ଏହି ପ୍ରାଚୀର ଭାଙ୍ଗିଯିବା ପରେ ଏନକ୍ଲୋଜର ପାଇଁ ହେଉଥିବା ନବର୍ନିମିତ କାମର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରକାଶ ଯେ, ୨୦୨୧-୨୨ରେ ସରକାରୀ ଅନୁଦାନରୁ ୧କୋଟି ୬୦ଲକ୍ଷ ଟଙ୍କା ବ୍ୟୟବରାଦରେ ମାଙ୍କଡ ଏନକ୍ଲୋଜର ନବନିର୍ମାଣ ପାଇଁ ନନ୍ଦନକାନନ ପକ୍ଷରୁ ଟେଣ୍ଡର ଡକାଯାଇଥିଲା। ନନ୍ଦନକାନନ ପକ୍ଷରୁ ଏହି କାର୍ଯ୍ୟ ପାଇଁ ଜଣେ ସାମଗ୍ରୀ ଯୋଗାଇବା ସହ ଅନ୍ୟ ଜଣେ କାମକରିବା ପାଇଁ କର୍ମଚାରୀ ଯୋଗାଇବା ଉଦ୍ଦେଶ୍ୟରେ ଦୁଇଭାଗରେ ଟେଣ୍ଡର ଡକାଇଯାଇଥିଲା। ବଜାର ମୂଲ୍ୟଠାରୁ କମ୍‌ ଥିବା ଜଣେ ବ୍ୟକ୍ତିଙ୍କୁ ଏହି ଟେଣ୍ଡର ଦିଆଯାଇ ୩୧ମାର୍ଚ୍ଚ ୨୦୨୨ ସୁଦ୍ଧା କାର୍ଯ୍ୟ ସାରିବାକୁ କୁହାଯାଇଥିଲା। କିନ୍ତୁ ବିନା ଟେଣ୍ଡରରେ ସାଢେ ୧୨ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଜନ୍ତୁ ବିଭାଗ ପକ୍ଷରୁ ପୁରୁଣା ମାଙ୍କଡ ଏନକ୍ଲୋଜର ଭାଙ୍ଗିବା କାମ କରାଯାଇଥିଲା। ଏହାଭିତରେ ଜୁଲାଇ ୧୫ତାରିଖ ହୋଇଯାଇଥିଲେ ମଧ୍ୟ ଅଧା କାମ ହୋଇ ନାହିଁ।
ଏବେ କିଛିଦିନ ଧରି ଲଘୁଚାପ ଜନିତ ବର୍ଷା ଲାଗିରହିଥିବାବେଳେ ମାଙ୍କଡ ଏନ୍‌କ୍ଲୋଜର ପାଇଁ ତିଆରି ହେଉଥିବା ମୋଟ ଅଞ୍ଚଳରେ ହୋଇଥିବା ପ୍ରାଚୀର ମଧ୍ୟରୁ ୫୦ଫୁଟରୁ ଅଧିକ ପ୍ରାଚୀର ଭାଙ୍ଗିଯାଇଛି। କାମ ସରି ନ ଥିବାବେଳେ ପ୍ରାଚୀର ଭାଙ୍ଗିବା ଘଟଣା ହେଉଥିବା କାମର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ନିମ୍ନମାନର ସିମେଣ୍ଟ, ଇଟା ନା ଏହାକୁ କରୁଥିବା କର୍ମଚାରୀଙ୍କର ଭୁଲ ତାହାକୁ ନେଇ ଏବେ ଚର୍ଚ୍ଚା ଧରିଛି। ତେବେ ଭାଙ୍ଗିଯାଇଥିବା ପ୍ରାଚୀରକୁ ଆଉଥରେ ଠିକାଦାର ନିର୍ମାଣ କରିବେ ବୋଲି ଉପନିର୍ଦ୍ଦେଶକ ସଞ୍ଜିତ କୁମାର କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri