ନନ୍ଦନକାନନର ନିର୍ମାଣାଧୀନ ପାଚେରି ଭୁଶୁଡ଼ିଲା

ବାରଙ୍ଗ,୧୬।୭ (ଡି.ଏନ୍‌.ଏ.): ଲଘୁଚାପଜନିତ ବର୍ଷା ଯୋଗୁ ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ହେଉଥିବା ମାଙ୍କଡ଼ ଏନକ୍ଲୋଜରର ନିର୍ମାଣାଧୀନ ପ୍ରାଚୀର ଶୁକ୍ରବାର ଭୁଶୁଡି ପଡିଛି। ବର୍ଷାରେ ପ୍ରାୟ ୫୦ଫୁଟରୁ ଅଧିକ ଲମ୍ବ ଓ ୨୦ଫୁଟ ଉଚ୍ଚର ଏହି ପ୍ରାଚୀର ଭାଙ୍ଗିଯିବା ପରେ ଏନକ୍ଲୋଜର ପାଇଁ ହେଉଥିବା ନବର୍ନିମିତ କାମର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରକାଶ ଯେ, ୨୦୨୧-୨୨ରେ ସରକାରୀ ଅନୁଦାନରୁ ୧କୋଟି ୬୦ଲକ୍ଷ ଟଙ୍କା ବ୍ୟୟବରାଦରେ ମାଙ୍କଡ ଏନକ୍ଲୋଜର ନବନିର୍ମାଣ ପାଇଁ ନନ୍ଦନକାନନ ପକ୍ଷରୁ ଟେଣ୍ଡର ଡକାଯାଇଥିଲା। ନନ୍ଦନକାନନ ପକ୍ଷରୁ ଏହି କାର୍ଯ୍ୟ ପାଇଁ ଜଣେ ସାମଗ୍ରୀ ଯୋଗାଇବା ସହ ଅନ୍ୟ ଜଣେ କାମକରିବା ପାଇଁ କର୍ମଚାରୀ ଯୋଗାଇବା ଉଦ୍ଦେଶ୍ୟରେ ଦୁଇଭାଗରେ ଟେଣ୍ଡର ଡକାଇଯାଇଥିଲା। ବଜାର ମୂଲ୍ୟଠାରୁ କମ୍‌ ଥିବା ଜଣେ ବ୍ୟକ୍ତିଙ୍କୁ ଏହି ଟେଣ୍ଡର ଦିଆଯାଇ ୩୧ମାର୍ଚ୍ଚ ୨୦୨୨ ସୁଦ୍ଧା କାର୍ଯ୍ୟ ସାରିବାକୁ କୁହାଯାଇଥିଲା। କିନ୍ତୁ ବିନା ଟେଣ୍ଡରରେ ସାଢେ ୧୨ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଜନ୍ତୁ ବିଭାଗ ପକ୍ଷରୁ ପୁରୁଣା ମାଙ୍କଡ ଏନକ୍ଲୋଜର ଭାଙ୍ଗିବା କାମ କରାଯାଇଥିଲା। ଏହାଭିତରେ ଜୁଲାଇ ୧୫ତାରିଖ ହୋଇଯାଇଥିଲେ ମଧ୍ୟ ଅଧା କାମ ହୋଇ ନାହିଁ।
ଏବେ କିଛିଦିନ ଧରି ଲଘୁଚାପ ଜନିତ ବର୍ଷା ଲାଗିରହିଥିବାବେଳେ ମାଙ୍କଡ ଏନ୍‌କ୍ଲୋଜର ପାଇଁ ତିଆରି ହେଉଥିବା ମୋଟ ଅଞ୍ଚଳରେ ହୋଇଥିବା ପ୍ରାଚୀର ମଧ୍ୟରୁ ୫୦ଫୁଟରୁ ଅଧିକ ପ୍ରାଚୀର ଭାଙ୍ଗିଯାଇଛି। କାମ ସରି ନ ଥିବାବେଳେ ପ୍ରାଚୀର ଭାଙ୍ଗିବା ଘଟଣା ହେଉଥିବା କାମର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ନିମ୍ନମାନର ସିମେଣ୍ଟ, ଇଟା ନା ଏହାକୁ କରୁଥିବା କର୍ମଚାରୀଙ୍କର ଭୁଲ ତାହାକୁ ନେଇ ଏବେ ଚର୍ଚ୍ଚା ଧରିଛି। ତେବେ ଭାଙ୍ଗିଯାଇଥିବା ପ୍ରାଚୀରକୁ ଆଉଥରେ ଠିକାଦାର ନିର୍ମାଣ କରିବେ ବୋଲି ଉପନିର୍ଦ୍ଦେଶକ ସଞ୍ଜିତ କୁମାର କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ସ୍କୁଲ ଆଗରେ ମୃତଦେହ ରଖି ପ୍ରତିବାଦ

କେନ୍ଦୁଝର,୨୧।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ବ୍ଲକ ମସିଣାଯୋଡ଼ି ଏଜୁକେଶନାଲ କମ୍ପ୍ଲେକ୍ସ ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ରୀ ପଦ୍ମା ଜୁଆଙ୍ଗଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି।...

ଲକ୍‌ଡାଉନ୍‌ ଟାଇମ୍‌ପାସ୍‌: ଅନ୍‌ଲାଇନ୍‌ ଗେମିଂର ଡିମାଣ୍ଡ ବଢ଼ିଲା

ସସ୍ମିତା ପାଇକରାୟ ଭୁବନେଶ୍ୱର, ୨୨ା୪ (ବ୍ୟୁରୋ): କରୋନା ବଦଳାଇ ଦେଇଛି ଲୋକଙ୍କ ଜୀବନଶୈଳୀ। ଲକ୍‌ଡାଉନ୍‌ ଯୋଗୁ ଲୋକେ ଦିନରାତି ଘରେ ରହୁଥିବାବେଳେ ଟାଇମ୍‌ପାସ୍‌ ପାଇଁ ଭିନ୍ନ...

୨୩ରେ ଭୋଟ ଗଣତି: ଏସ୍‌ପିଙ୍କ ନିର୍ଦ୍ଦେଶ ଅପରାଧୀଙ୍କ ଉପରେ କଡ଼ା ନଜର ରଖ

ବ୍ରହ୍ମପୁର ଅଫିସ,୨୧ା୫-ବ୍ରହ୍ମପୁର ସହରରେ ଥିବା ୫ ଥାନାଧିକାରୀଙ୍କୁ ନେଇ ଅପରାଧ ସମୀକ୍ଷା କରିଛନ୍ତି ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର। ଜିଲା ପୋଲିସ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ...

କେବିକେ ଯୁଗ୍ମ ପ୍ରଶାସକ ଭାବେ ନିଯୁକ୍ତ ହେଲେ ଡ. ନୃପରାଜ ସାହୁ

ଭବାନୀପାଟଣା,୪।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାର ବରିଷ୍ଠ ଓଏଏସ୍‌ ଅଧିକାରୀ ଡ. ନୃପରାଜ ସାହୁଙ୍କୁ ରାଜ୍ୟ ସରକାର କେବିକେ ଯୁଗ୍ମ ପ୍ରଶାସକ ଭାବେ ନିଯୁକ୍ତି ଦେଇଛନ୍ତି। କୋରାପୁଟଠାରେ ଥିବା...

୧୦ ଡିଗ୍ରୀ ତଳେ ୨୧ ସହର ତାପମାତ୍ରା

ଭୁବନେଶ୍ୱର, ୮।୧(ବ୍ୟୁରୋ)- ରାଜ୍ୟରେ ଗତ ଦୁଇ ଦିନ ହେବ ପ୍ରବଳ ଥଣ୍ଡା ପଡ଼ିଛି। ଅଳ୍ପ କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟର ବିଭିନ୍ନ ସ୍ଥାନରେ...

ଅଣକୃଷି ଉତ୍ପାଦକ ସଙ୍ଗଠନକୁ ନାବାର୍ଡର ଅଣଦେଖା

ରସୁଲପୁର,୨୪ା୯(ଡି.ଏନ୍‌.ଏ): ରସୁଲପୁର ବ୍ଲକ ପ୍ରଥମାଖଣ୍ଡି ପଞ୍ଚାୟତ ଅଧୀନ ଗୋପାଳପୁର ଗାଁକୁ ୧୭ ତାରିଖରେ ରାଷ୍ଟ୍ରୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ)ର ଅଧ୍ୟକ୍ଷ ଡ....

ବସ୍‌ରୁ ଓହ୍ଲାଇ ଘରକୁ ପଳାଇଲେ ପ୍ରବାସୀ

କଟକ ଅଫିସ୍‌,୧୨ା୫: ପ୍ରବାସୀ ଫେରନ୍ତାଙ୍କ ରହଣି ପାଇଁ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ତଥାପି ଅନେକ ଫେରନ୍ତା ସରକାରୀ ନିୟମକୁ ମାନୁନାହାନ୍ତି। ବସ୍‌ରେ ଫେରିବା...

ଜମିପଟ୍ଟା ପାଇଁ ତହସିଲଦାରଙ୍କୁ ଦାବିପତ୍ର, ଆଗାମୀ ଦିନରେ ତେଜିବ ଆନ୍ଦୋଳନ

ଜାମଟିକ୍ରା,୯।୧(ଡି.ଏନ.ଏ.): ବରଗଡ଼ ଜିଲା ଅତାବିରା ବ୍ଲକ ମନାପଡ଼ା ପଞ୍ଚାୟତ ଅଧୀନ ମନାପଡା ଝୁପୁଡ଼ିପଡାର ୩୫ ଭୂମିହୀନ, ଆଦିବାସୀ, ଓବିସି ଓ ଦଳିତ ପରିବାର ଏବଂ କେନାଲ...

Advertisement
Archives

Model This Week