ମତଦାତାଙ୍କ ବୁଦ୍ଧି ବିମୂଢ଼ତା

ଡ.ଛାୟାକାନ୍ତ ଷଡ଼ଙ୍ଗୀ

 

ସମ୍ପ୍ରତି ଭାରତ ତଥା ବିଭିନ୍ନ ପ୍ରଦେଶରେ ରାଜନୀତିର ବିଚିତ୍ର ଗତି ଦେଖି ମତଦାତାମାନେ ଉଇଲିଅମ ଜେମ୍‌ସଙ୍କ ଭଳି ସମସ୍ୟାର ସମ୍ମୁଖୀନ ହେଲେଣି। ଗୋଟିଏ ନିର୍ଦ୍ଦିଷ୍ଟ ଦଳର ଆଦର୍ଶରେ ଉଦ୍‌ବୁଦ୍ଧ ହୋଇ ଭଲ ପ୍ରାର୍ଥୀକୁ ଭୋଟ ଦେବା ପାଇଁ ମନ ସ୍ଥିର କଲାବେଳେ ହଠାତ୍‌ ଦେଖାଯାଉଛି ସେହି ପ୍ରାର୍ଥୀ ଅନ୍ୟ ଏକ ଦଳରେ ସାମିଲ ହୋଇଯାଉଛି, ଯେଉଁ ଦଳ ବିରୋଧରେ ସେ ଗତକାଲି ପର୍ଯ୍ୟନ୍ତ ବିଷୋଦ୍‌ଗାର କରୁଥିଲା। ଜନସାଧାରଣ ବୁଝିପାରୁନାହାନ୍ତି ଦଳ ଠିକ୍‌ ନା ବ୍ୟକ୍ତି ଠିକ୍‌, ସେମାନେ ଦଳୀୟ ଆଦର୍ଶକୁ ଦେଖି ଭୋଟ୍‌ ଦେବେ ନା ବ୍ୟକ୍ତିର ଚରିତ୍ର ଓ ବ୍ୟକ୍ତିତ୍ୱକୁ ଦେଖି ଭୋଟ ଦେବେ। ବିଶିଷ୍ଟ ମନସ୍ତତ୍ତ୍ୱବିତ୍‌ ଉଇଲିଅମ ଜେମ୍‌ସ ଏହିଭଳି ଏକ ଦ୍ୱନ୍ଦାମତ୍କ ସମସ୍ୟାର ଉପସ୍ଥାପନ କରିଛନ୍ତି। ଜଣେ ଭଦ୍ରଲୋକ ଗୋଟିଏ ସହରକୁ ନୂଆ ହୋଇ ଆସିଥାନ୍ତି। ସେ ସେଠାରେ କୌଣସି ଏକ ଅନୁଷ୍ଠାନର ସଭ୍ୟ ହେବାକୁ ଚାହିଁଲେ। ଦିନେ ରାସ୍ତାରେ ଚାଲୁଚାଲୁ ଦୁଇ କଡ଼ରେ ଦୁଇଟି ଅନୁଷ୍ଠାନ ତାଙ୍କର ଦୃଷ୍ଟି ଆକର୍ଷଣ କଲା। ଗୋଟିଏ ଥିଲା ‘ଭାଗ୍ୟବାଦୀ ସମିତି’। ସେହି ଅନୁଷ୍ଠାନର ସଭ୍ୟମାନେ ବିଶ୍ୱାସ କରନ୍ତି ମଣିଷ ଯାହା କରେ ତାହା ପୂର୍ବରୁ ନିର୍ଦ୍ଧାରିତ ହୋଇଥାଏ। ଅନ୍ୟଟି ହେଲା ‘ସ୍ବେଚ୍ଛାବାଦୀ ସମିତି’। ସେହି ଅନୁଷ୍ଠାନର ସଭ୍ୟମାନଙ୍କ ବିଶ୍ୱାସ ମଣିଷ ନିଜର ସ୍ବାଧୀନ ଇଚ୍ଛା ଦ୍ୱାରା ତା’ର କର୍ମପନ୍ଥା ସ୍ଥିର କରେ। ନବାଗତ ଜଣକ ପ୍ରଥମେ ‘ଭାଗ୍ୟବାଦୀ ସମିତି’ର ଅଫିସରେ ପ୍ରବେଶ କରି ତା’ର ସଭ୍ୟ ହେବାକୁ ଚାହାନ୍ତେ ସମ୍ପାଦକ ମହାଶୟ ପଚାରିଲେ, ‘ଆପଣ କାହିଁକି ଆମ ସମିତିର ସଭ୍ୟ ହେବାକୁ ଚାହୁଁଛନ୍ତି?’ ଭଦ୍ରଲୋକ ଉତ୍ତର ଦେଲେ, ‘ଏହା ମୋର ଇଚ୍ଛା’। ସମ୍ପାଦକ କହିଲେ, ”ଏଠାରେ ତୁମର ସ୍ଥାନ ନାହିଁ, କାରଣ ତୁମେ ସ୍ବାଧୀନ ଇଚ୍ଛାରେ ବିଶ୍ୱାସୀ। ଏଠାରେ ସଭ୍ୟ ହେବାକୁ ହେଲେ ସ୍ବାଧୀନ ଇଚ୍ଛା ନୁହେଁ ଭାଗ୍ୟରେ ବିଶ୍ୱାସ କରିବାକୁ ପଡ଼ିବ। ସେଥିପାଇଁ ତ ଏହି ଅନୁଷ୍ଠାନର ନାମ ଭାଗ୍ୟବାଦୀ ସମିତି।“ ତା’ପରେ ଅନନ୍ୟୋପାୟ ହୋଇ ସେହି ଭଦ୍ରବ୍ୟକ୍ତି ‘ସ୍ବେଚ୍ଛାବାଦୀ ସମିତି’ ଅଫିସକୁ ଯାଇ ତା’ର ସଭ୍ୟ ହେବା ପାଇଁ ଇଚ୍ଛାପ୍ରକାଶ କଲେ। ସେହି ସମିତିର ସମ୍ପାଦକ ସେଠାରେ ସଭ୍ୟ ହେବାକୁ ଇଚ୍ଛା କରିବାର କାରଣ ପଚାରନ୍ତେ ସେ କହିଲେ, ଯେହେତୁ ମୋ ପାଇଁ ଆଉ ବିକଳ୍ପ ନାହିଁ ବାଧ୍ୟ ହୋଇ ଏଠାକୁ ଆସିଛି। ହୁଏତ ଏହା ମୋ ଭାଗ୍ୟରେ ଅଛି।“ ସମ୍ପାଦକ କହିଲେ, ”ତା’ହେଲେ ଏଠାରେ ତୁମର ସ୍ଥାନ ନାହିଁ, କାରଣ ତୁମେ ତୁମର ସ୍ବାଧୀନ ଇଚ୍ଛାରେ ବିଶ୍ୱାସ ନ କରି ଭାଗ୍ୟର ନିୟନ୍ତ୍ରଣ ଉପରେ ବିଶ୍ୱାସ କରୁଛ।“ ଭଦ୍ରଲୋକଟି ନିରାଶ ହୋଇ ଫେରିଆସିଲା ଓ ‘ସେ କୁଆଡ଼େ ଯିବ’ ପ୍ରଶ୍ନର ଉତ୍ତର ନ ପାଇ କିଂକର୍ତ୍ତବ୍ୟବିମୂଢ଼ ହୋଇ ବସି ରହିଲା।
ନିର୍ବାଚନ ଯେତେ ପାଖେଇ ଆସୁଛି ଆମ ଭଳି ଭୋଟରମାନଙ୍କ ଦ୍ୱନ୍ଦ୍ୱ ସେହିଭଳି ବଢ଼ିଚାଲିଛି। ଆମେ ଜାଣୁ ଯେଉଁ ଦଳ ସଂଖ୍ୟାଗରିଷ୍ଠତା ପାଇବ ସେହି ଦଳ ସରକାର ଗଠନ କରିବ। ଏଣୁ ଦଳର ଆଦର୍ଶକୁ ବିଚାରକୁ ନେଇ ଆମେ ଆମର ମତସାବ୍ୟସ୍ତ କରିବାକୁ ଚାହୁଁ। ମାତ୍ର ବିବେକ କହୁଛି ”ତୁମେ ଦଳୀୟ ଆଦର୍ଶରେ ପ୍ରଭାବିତ ହୋଇ ଯେଉଁ ଦଳକୁ ଭୋଟ୍‌ ଦେବାକୁ ଚାହୁଁଛ ସେହି ଦଳର ପ୍ରାର୍ଥୀ ହେଉଛନ୍ତି ଦୁର୍ନୀତିଗ୍ରସ୍ତ ଓ ଅସାଧୁ। ଏଣୁ ସେଭଳି ଲୋକ ନିର୍ବାଚନରେ ଜିତିଲେ ସେ ଦେଶ ପାଇଁ କ୍ଷତିକାରକ ହେବେ। ଅସାଧୁ ବ୍ୟକ୍ତିଙ୍କ ହାତରେ ଆଦର୍ଶର ଅବସ୍ଥା ଠିକ୍‌ ସେପରି ହେବ ଯେଭଳି ମାଙ୍କଡ଼ ହାତରେ ଶାଳଗ୍ରାମର ଅବସ୍ଥା ହୁଏ।“ ଅପରପକ୍ଷରେ ଆମେ ଯଦି ଜଣେ ପ୍ରାର୍ଥୀର ସାଧୁତା, କର୍ତ୍ତବ୍ୟନିଷ୍ଠା, ସମ୍ବେଦନଶୀଳତା ଭଳି ସୁଗୁଣ ଦ୍ୱାରା ଆକର୍ଷିତ ହୋଇ ତାଙ୍କୁ ଭୋଟ ଦେବାକୁ ଚାହିବା, ବିବେକ କହୁଛି ”ପ୍ରାର୍ଥୀ ସଚ୍ଚରିତ୍ର ଓ ସାଧୁ ହେଲେ ମଧ୍ୟ ସେ ଯେଉଁ ଦଳରେ ଅଛନ୍ତି ସେହି ଦଳର ଆଦର୍ଶ ଓ ଇସ୍ତାହାର ଦେଶ ପାଇଁ ହାନିକାରକ। ଏଣୁ ବ୍ୟକ୍ତିକୁ ଦେଖି ନୁହେଁ, ଦଳର ଆଦର୍ଶକୁ ଦେଖି ଭୋଟ୍‌ ଦିଅ।“ ଏହି ଦ୍ୱନ୍ଦାମତ୍କ ଅବସ୍ଥାକୁ ଆହୁରି ଜଟିଳ କରିଦେଇଛି ନେତାମାନଙ୍କ ଦଳ ବଦଳ। ଏକ ନିର୍ଦ୍ଦିଷ୍ଟ ଆଦର୍ଶକୁ ଆଧାର କରି ଏକ ରାଜନୈତିକ ଦଳ ଗଠିତ ହୋଇଥାଏ। ଯେଉଁମାନେ ସେହି ଆଦର୍ଶରେ ବିଶ୍ୱାସ କରନ୍ତି ସେମାନେ ସେହି ଦଳରେ ଯୋଗ ଦିଅନ୍ତି। ମାତ୍ର ସମ୍ପ୍ରତି କେଉଁ ନେତା କେଉଁ ଆଦର୍ଶରେ ବିଶ୍ୱାସ କରନ୍ତି ତାହା ବୁଝିବା ଅତ୍ୟନ୍ତ କଷ୍ଟକର, କାରଣ ସେମାନଙ୍କ ଆଦର୍ଶ ବାରମ୍ବାର ବଦଳୁଛି ଓ ଅପ୍ରତ୍ୟାଶିତ ଭାବରେ ବଦଳୁଛି। ଏହି ପ୍ରସଙ୍ଗରେ ମନେପଡ଼ୁଛି ଏକ ଫରାସୀ ଲୋକକଥା। ଗୋଟିଏ ଦ୍ୱୀପରେ ଅନେକ ପ୍ରକାର ଜୀବଜନ୍ତୁ ଥିଲେ, ମାତ୍ର ଏଣ୍ଡୁଅ ନ ଥିଲା। ରାଜା ଘୋଷଣା କଲେ ଯିଏ ଏଣ୍ଡୁଅଟିଏ ଯୋଗାଡ଼ କରିପାରିବ, ତାକୁ ଏକଶତ ସ୍ବର୍ଣ୍ଣମୁଦ୍ରା ପୁରସ୍କାର ଦିଆଯିବ। ତିନିଜଣ ବନ୍ଧୁ ଏଣ୍ଡୁଅ ସନ୍ଧାନରେ ବାହାରିଲେ ଏକ ନୂଆ ରାଜ୍ୟକୁ। ଗୋଟିଏ ଏଣ୍ଡୁଅ ସଂଗ୍ରହ କରି ଏକ ବାକ୍ସରେ ତାକୁ ପୂରାଇ ବୋଇତରେ ନିଜ ଦେଶକୁ ଫେରିଲେ। ରାଜାଙ୍କଠାରୁ ଏକଶତ ମୁଦ୍ରା ପୁରସ୍କାର ପାଇବେ ବୋଲି ସେମାନଙ୍କ ମନରେ ଆନନ୍ଦର ସୀମା ନ ଥାଏ। ଜଣେ ବନ୍ଧୁ କହିଲା, ‘ଏ ଅଦ୍ଭୁତ ସବୁଜ ଜୀବଟିକୁ ଦେଖିଲେ ରାଜା ଭାରି ଖୁସି ହେବେ।’ ଦ୍ୱିତୀୟ ଜଣକ କହିଲା, ‘ରାଜା ନିଶ୍ଚୟ ଖୁସି ହେବେ, କିନ୍ତୁ ତୁମେ ଭୁଲ କହୁଛ। ଏ ଜୀବଟି ସବୁଜ ନୁହେଁ, ଲାଲ।’ ତୃତୀୟ ବନ୍ଧୁ କହିଲା, ‘ତୁମେ ଦୁଇଜଣ ଭୁଲ କହୁଛ, ଏହାର ରଙ୍ଗ ମାଟିଆ।’ ଏଣ୍ଡୁଅର ରଙ୍ଗକୁ ନେଇ ତିନିଜଣ ବନ୍ଧୁଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିଲା। ଶେଷରେ ବାକ୍ସଟି ଖୋଲାଗଲା। ଦେଖାଗଲା ଏଣ୍ଡୁଅଟି ଧଳା ଦିଶୁଛି। ତିନିଜଣ ଯାକ ବିସ୍ମିତ ହେଲେ। ଠିକ୍‌ ସେହି ସମୟରେ ଏଣ୍ଡୁଅଟି ବାକ୍ସ ଭିତରୁ ବାହାରକୁ ଖସିଆସି ବଣ ଭିତରକୁ ଚାଲିଗଲା। ବହୁ ବର୍ଷ ତଳେ ବିଶିଷ୍ଟ ଲେଖକ ମନୋଜ ଦାସ ଏହି କାହାଣୀକୁ ଉଦ୍ଧାର କରି କହିଥିଲେ, ”ପ୍ରାଗୈତିହାସିକ କାଳରୁ ଜୀବଜଗତକୁ ନେଇ କେତେପ୍ରକାର ପରୀକ୍ଷା କରିଆସିଛି ପ୍ରକୃତି। ଏଣ୍ଡୁଅକୁ ଘନ ଘନ ରଙ୍ଗ ବଦଳାଇବାର ଶକ୍ତି ବା ଗୁଣ ଦାନ କରି ସେ ଯେଉଁ ପରୀକ୍ଷା ଆରମ୍ଭ କରିଥିଲା ତାହା ନିଶ୍ଚେ ଆଜି ଶେଷ ହୋଇନାହିଁ। ସେହି ଅସମାପ୍ତ ପରୀକ୍ଷା ଆଜିର ରାଜନୀତି ଅଭିଳାଷୀମାନଙ୍କ ଚରିତ୍ର ଉପର ଦେଇ ପ୍ରକୃତି ପୁନର୍ବାର ଆରମ୍ଭ କରିଛି ବୋଲି ମନେହୁଏ।“
ନିର୍ବାଚନ ପାଖେଇ ଆସୁଥିବାବେଳେ ନେତାମାନଙ୍କ ରଙ୍ଗ ବଦଳାଉଥିବା ଦୃଶ୍ୟପଟ ଆମଭଳି ଭୋଟରମାନଙ୍କୁ ଆହୁରି କିଂକର୍ତ୍ତବ୍ୟବିମୂଢ଼ କରିଦେଇଛି। କିଛି ନେତା ନିର୍ବାଚନରେ ଲଢ଼ିବା ପାଇଁ ଟିକେଟ ନ ପାଇଲେ ଦିନେ ଯେଉଁ ଦଳକୁ ସେ ଶତ୍ରୁ ବିଚାରୁଥିଲେ ସେହି ଦଳରେ ସେ ଯୋଗ ଦେଉଛନ୍ତି। ପୁଣି କିଛି ଦିନ ପରେ କୌଣସି କାରଣରୁ ଅସନ୍ତୁଷ୍ଟ ହେଲେ ସେ ପୁଣି ନିଜର ପୂର୍ବଦଳକୁ ଫେରୁଛନ୍ତି ଓ ତାକୁ କୁହାଯାଉଛି ଘରବାହୁଡ଼ା। ଏହା ହାସ୍ୟାସ୍ପଦ ଓ ଲଜ୍ଜାଜନକ କହିଲେ ଅତ୍ୟୁକ୍ତି ହେବନାହିଁ। ସାମ୍ପ୍ରତିକ ରାଜନୈତିକ ଦୃଶ୍ୟପଟରେ ଭୋଟର ବିଚରା ବୁଝିପାରୁନାହିଁ ସେ ଭଲ ଲୋକକୁ ଭୋଟ ଦେବ ନା ଭଲ ଦଳକୁ ଭୋଟ ଦେବ। କାରଣ ବେଳେବେଳେ ତା’ ଦୃଷ୍ଟିରେ ଭଲ ଲୋକ ଖରାପ ଦଳର ପ୍ରାର୍ଥୀ ତ ଆଉ କେତେବେଳେ ଖରାପ ଦଳର ଭଲ ଲୋକ ପ୍ରାର୍ଥୀ। ପୁନଶ୍ଚ ଭଲ ଲୋକଟିଏ ମଧ୍ୟ ନିର୍ବାଚିତ ହେଲା ପରେ କ୍ଷମତାର ଅପବ୍ୟବହାର କରି ଦୁର୍ନୀତି କରୁଛି ଓ ଭଲ ଦଳଟିଏ ଭାବି ତାକୁ ଭୋଟ ଦେଲେ ସେହି ଦଳ ଦୁର୍ନୀତିଗ୍ରସ୍ତ ଓ ଅସାଧୁ ନେତାଙ୍କୁ କୋଳେଇ ନେଉଛି। ତେବେ ଆମ ବିଚାରରେ ଆମେ କାହାକୁ ଗୁରୁତ୍ୱଦେବା ଦଳକୁ ନା ବ୍ୟକ୍ତିକୁ? ଆଜି ବୋଧହୁଏ ଏହି ପ୍ରଶ୍ନର ଉତ୍ତର ମିଳିବା ବଡ଼ କଷ୍ଟକର ବ୍ୟାପାର। ମଣିଷ ଇଚ୍ଛାବାଦୀ ହେବା ଉଚିତ ନା ଭାଗ୍ୟବାଦୀ ହେବା ଉଚିତ- ଏହି ପ୍ରଶ୍ନ ଉପରେ ଚିନ୍ତାକରି ଉଇଲିଅମ ଜେମସ୍‌ ସାମୟିକ ଭାବରେ ମାନସିକ ଭାରସାମ୍ୟ ହରାଇଥିଲେ। ସମ୍ପ୍ରତି ପ୍ରାର୍ଥୀର ଚରିତ୍ରକୁ ଦେଖି ଭୋଟ ଦେବା ନା ଦଳର ଆଦର୍ଶକୁ ଦେଖି ଭୋଟ ଦେବା- ଏହି ପ୍ରଶ୍ନ ଉପରେ ଚିନ୍ତାକଲେ ଆମେ ମଧ୍ୟ ଉଇଲିଅମ ଜେମସ୍‌ଙ୍କ ଭଳି ମାନସିକ ଭାରସାମ୍ୟ ହରାଇବାର ସମ୍ଭାବନା ଅଛି।
ମୋ:୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri