ବୁଝିହେଉଛି

ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍‌ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରି ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ନିଜ ହେପାଜତରେ ରଖିଛି। ଲୋକ ସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦବୀରେ ଥିବା ବ୍ୟକ୍ତିଙ୍କୁ ଯେଉଁଭଳି ଭାବେ ଗିରଫ କରାଗଲା, ତାହା ଗଣତାନ୍ତ୍ରିକ ବ୍ୟବସ୍ଥାରେ ଅସ୍ବାଭାବିକ ସ୍ଥିତି ସୃଷ୍ଟି କଲାଭଳି ଲକ୍ଷ୍ୟ କରାଯାଉଛି। ଭାଜପା ତରଫରୁ କୁହାଯାଉଛି, କେନ୍ଦ୍ରୀୟ ଯାଞ୍ଚ ସଂସ୍ଥା ପକ୍ଷରୁ ଦିଆଯାଇଥିବା ୯ଟି ସମନ୍‌କୁ କେଜ୍‌ରିଓ୍ବାଲ ପ୍ରତ୍ୟାଖ୍ୟାନ କରିଥିବାରୁ ତାଙ୍କ ଗିରଫ ଯଥାର୍ଥ। ଅନ୍ୟପକ୍ଷରେ ଦିଲ୍ଲୀ ମଦ ଦୁର୍ନୀତି ନେଇ କେଜ୍‌ରିଓ୍ବାଲଙ୍କ ସମ୍ପୃକ୍ତି ବିଷୟ ଇଡି ବାରମ୍ବାର କହିଆସୁଥିବା ବେଳେ ଏବେ କାହିଁକି ତାଙ୍କୁ ଗିରଫ କଲା, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀ ସରକାର ୨୦୨୧ରେ ନୂଆ ମଦ ନୀତି ପ୍ରଚଳନ କରିଥିଲେ। ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହେବା ପରେ ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଜୁଲାଇ ୨୦୨୨ରେ ଏହି ମଦ ନୀତି ପ୍ରତ୍ୟାହାର କରିନିଆଯାଇଥିଲା। ୨୦୨୩ ଫେବୃଆରୀରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ଥିବା ମନୀଷ ସିସୋଡିଆ ଓ ଆପ୍‌ର ରାଷ୍ଟ୍ରୀୟ ମୁଖପାତ୍ର ସଞ୍ଜୟ ସିଂଙ୍କୁ ଅକ୍ଟୋବର ୨୦୨୩ରେ ଗିରଫ କରାଯାଇ ଜେଲରେ ରଖାଯାଇଛି। ପୁଣି ପ୍ରଶ୍ନ ଉଠିବା ସ୍ବାଭାବିକ, ଯଦି କେଜ୍‌ରିଓ୍ବାଲଙ୍କ ଉକ୍ତ ମଦ ଦୁର୍ନୀତି ସହ ସମ୍ପର୍କ ଅଛି ବୋଲି ଇଡି ଜାଣିିଥିଲା, ତାହା ହେଲେ ତାଙ୍କୁ ଗିରଫ କରିବାରେ ଏତେ ବିଳମ୍ବ କାହିଁକି କରାଗଲା। ବିରୋଧୀ ଅଭିଯୋଗ କରୁଛନ୍ତି, ଲୋକ ସଭା ନିର୍ବାଚନକୁ ଲକ୍ଷ୍ୟରେ ରଖି ମୋଦି ସରକାର ତାଙ୍କୁ ଜେଲରେ ଭର୍ତ୍ତି କରିବା ପାଇଁ ସମୟ ଗଡ଼ାଇ ଚାଲିଥିଲେ। ଫଳରେ ଆପ୍‌ ପାଇଁ ପ୍ରଚାର କରିବା ଏକପ୍ରକାର ବନ୍ଦ କରିଦିଆଗଲା। ଏଠାରେ ମନେପକାଇ ଦିଆଯାଇପାରେ ଯେ, ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା (ଜେଏମ୍‌ଏମ୍‌) ନେତା ତଥା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଥିବା ହେମନ୍ତ ସୋରେନ୍‌ଙ୍କ ନାମରେ ଦୁର୍ନୀତି ଅଭିଯୋଗ ଆଣି ଇଡି ତାଙ୍କୁ ସାଢ଼େ ୭ ଘଣ୍ଟା ଜେରା କରିଥିଲା। ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଓ ଇଡିର ଅତିରିକ୍ତ ନିର୍ଦ୍ଦେଶକ କପିଲ ରାଜ ତାଙ୍କୁ ଗିରଫ କରିଥିଲେ। ସେହି କପିଲ ରାଜ ପୁନର୍ବାର କେଜରିଓ୍ବାଲଙ୍କୁ ଗିରଫ କରିଛନ୍ତି, କିନ୍ତୁ ତଫାତ୍‌ ଏତିକି ଯେ କେଜରିଓ୍ବାଲ ତାଙ୍କ ମୁଖ୍ୟମନ୍ତ୍ରୀ ପଦରୁ ଏପର୍ଯ୍ୟନ୍ତ ଇସ୍ତଫା ଦେଇନାହାନ୍ତି।
ଭାରତବର୍ଷର ରାଜନୈତିକ ଇତିହାସ ଦେଖିଲେ କଂଗ୍ରେସ ସମେତ ଅନ୍ୟ ଦଳଗୁଡ଼ିକ ମଧ୍ୟ କ୍ଷମତାରେ ଥିବା ବେଳେ ସରକାରୀକଳ ବିଶେଷକରି ଯାଞ୍ଚ ଓ ପୋଲିସ ସଂସ୍ଥାକୁ ଦୁରୁପଯୋଗ କରି ବିରୋଧୀଙ୍କୁ ହଇରାଣ କରିଆସିଛନ୍ତି। କିନ୍ତୁ ସେହି ସ୍ଥିତିରେ ପରିବର୍ତ୍ତନ ଆଣିବା ନେଇ ଦାବିକରିବା ସହ ଦୁର୍ନୀତିକୁ ରୋକିବ ବୋଲି ପ୍ରତିଶ୍ରୁତି ଦେଇ ଭାଜପା କ୍ଷମତାକୁ ଆସିଲା। ଦେଶବାସୀ ଭାବିଥିଲେ ଯେ ରବର୍ଟ ଭଦ୍ରାଙ୍କ ଜମି ଦୁର୍ନୀତିଠାରୁ ଆରମ୍ଭ କରି କଂଗ୍ରେସ ସମୟର ସ୍କାମ୍‌ ଯଥା ୨ଜି, ଅଗୁସ୍ତା ଓ୍ବେଷ୍ଟଲାଣ୍ଡ, ସିଡବ୍ଲ୍ୟୁଜି ଆଦିର ତୁରନ୍ତ ଦୃଷ୍ଟାନ୍ତମୂଳକ ନ୍ୟାୟ ପ୍ରଦାନ କରାଯିବ। କିନ୍ତୁ ଏବେ ଭିନ୍ନ ଚିତ୍ର ଦେଖିବାକୁ ମିଳୁଛି। ସବୁଠାରୁ କୁପ୍ରସିଦ୍ଧ ୨ଜି ସ୍କାମ୍‌ରେ ତଦନ୍ତକାରୀ ସଂସ୍ଥାଗୁଡ଼ିକ କୌଣସି ପ୍ରମାଣ ଦେଇପାରି ନ ଥିବା ହେତୁ ଏ. ରାଜା ଭଳି ଲୋକ ଆଜି ସ୍ବାଧୀନ ଭାବେ ବୁଲିପାରୁଥିବା ବେଳେ ଅଦାଲତରେ ସେହି ମାମଲାକୁ ଖାରଜ କରିଦିଆଗଲାଣି। ରବର୍ଟ ଭଦ୍ରାଙ୍କ ବ୍ୟବସାୟରେ କୌଣସି ଧୂଳି ଟିକେ ମଧ୍ୟ ପଡ଼ିଥିବାର ସୂଚନା କାହା ପାଖରେ ନାହିଁ। ଅନ୍ୟପଟେ ଏବେ ନୂଆ ଦୁର୍ନୀତି ସମ୍ପର୍କରେ ଶୁଣିବାକୁ ମିଳୁଛି ଯେଉଁଗୁଡ଼ିକ ୨ଜି ଭଳି ମନଗଢ଼ା ହୋଇଥିବାର ସବୁ ସମ୍ଭାବନା ରହିଛି। ହେମନ୍ତ ସୋରେନଙ୍କୁ କ୍ଷୁଦ୍ର ସାଢ଼େ ୮ ଏକର ଜମି ଦୁର୍ନୀତିରେ ଗିରଫ କଲାବେଳକୁ ଖୋଦ୍‌ କେନ୍ଦ୍ର ସରକାରଙ୍କ ନାକ ତଳେ ଥିବା ଦିଲ୍ଲୀ ସରକାରଙ୍କ ଅବକାରୀ ନୀତିକୁ ନେଇ କେଜରିଓ୍ବାଲଙ୍କୁ ଗିରଫ କରିବା ଘଟଣା କେବଳ ରାଜନୈତିକ ହତାଶାଭାବର ପରିଚାୟକ।
ଏବେ ଏହିସବୁ ଗିରଫ କାହିଁକି କରାଯାଉଛି, ପ୍ରତ୍ୟେକ ସଚେତନ ଭାରତୀୟ ଭୋଟର ବୁଝିପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?