ଶରଣାର୍ଥୀଙ୍କ ସ୍ବର

ଆଫଗାନିସ୍ତାନରେ ପୁନଶ୍ଚ ତାଲିବାନ ଶାସନ ଆରମ୍ଭ ହେବା ପରେ ଗଣତନ୍ତ୍ର ସପକ୍ଷବାଦୀଙ୍କ ଉପରେ ଅତ୍ୟାଚାର ଓ ବିଶେଷକରି ମହିଳାଙ୍କ ପ୍ରତି ନିର୍ଯାତନା ବଢ଼ିବାରେ ଲାଗିଛି। ଅଗଷ୍ଟ ୧୫ରେ ରାଜଧାନୀ କାବୁଲ ଦଖଲ ପରେ ତାଲିବାନଙ୍କ ଆକ୍ରୋଶରୁ ରକ୍ଷା ପାଇବା ପାଇଁ ଲୋକେ ଦେଶଛାଡ଼ି କିଭଳି ପଳାୟନ କରୁଥିଲେ ତାହାର ଦୁଃଖଦ ଚିତ୍ର ବିଶ୍ୱବାସୀ ଦେଖିଛନ୍ତି। ଏବର ଶରଣାର୍ଥୀଙ୍କ ଯନ୍ତ୍ରଣାକୁ ଦୂରରୁ ଦେଖୁଥିବା ବ୍ୟକ୍ତି ବ୍ୟଥିତ ହୋଇପଡ଼ୁଛନ୍ତି। କିନ୍ତୁ ସେଭଳି ସ୍ଥିତିକୁ ପ୍ରତ୍ୟକ୍ଷ କରିଥିବା ବ୍ୟକ୍ତି କେଉଁଭଳି ଜୀବନ ଜିଇଥିବେ ବା ଜିଉଥିବେ ଭାବିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ। ୨୦୨୧ ସକାଶେ ସାହିତ୍ୟରେ ନୋବେଲ ପୁରସ୍କାର ବିଜେତା ତାଞ୍ଜାନିଆର ମୂଳବାସିନ୍ଦା ତଥା ଇଂଲଣ୍ଡରେ ରହୁଥିବା ଅବଦୁଲରଜାକ୍‌ ଗୁର୍‌ନାହଙ୍କ ଜୀବନ କାହାଣୀ ଓ ସୃଜନଶୀଳତାକୁ ଅନୁଧ୍ୟାନ କଲେ ଶରଣାର୍ଥୀ ସମସ୍ୟା କେତେ ଯେ ଭୟଙ୍କର ତାହା ପାଠକ ପଢ଼ି ଜାଣିପାରିବେ। ଜାଞ୍ଜିବର ବିପ୍ଳବ ଯୋଗୁ ସେ ଦେଶ ଛାଡ଼ି କିଭଳି ଶରଣାର୍ଥୀ ପାଲଟିଛନ୍ତି ତାହାକୁ ସେ ତାଙ୍କ ଲେଖା ମାଧ୍ୟମରେ ପ୍ରକାଶ କରିଛନ୍ତି। ନୋବେଲ କମିଟି ମତରେ ଗୁର୍‌ନାହଙ୍କ ଲେଖାରେ ଉପନିବେଶବାଦର ପ୍ରଭାବ ନେଇ ତାଙ୍କ ସାଲିସବିହୀନ ଓ ସହାନୁଭୂତିଶୀଳ ପ୍ରବେଶ ଏବଂ ସଂସ୍କୃତି ଓ ମହାଦେଶ ମଧ୍ୟରେ ଦେଖାଦେଉଥିବା ବ୍ୟବଧାନ ଯୋଗୁ ଶରଣାର୍ଥୀଙ୍କ ଭାଗ୍ୟ କିଭଳି ଦହଗଞ୍ଜ ହେଉଛି ତାହା ସ୍ପଷ୍ଟ ବାରି ହୋଇପଡ଼ୁଛି।
ଗୁର୍‌ନାହ ଭାରତ ମହାସାଗରରେ ଅବସ୍ଥିତ ଜାଞ୍ଜିବର ଦ୍ୱୀପରେ ୨୦ ଡିସେମ୍ବର ୧୯୪୮ରେ ଜନ୍ମଗ୍ରହଣ କରିଥିଲେ। ୧୯୬୪ରେ ଜାଞ୍ଜିବର ବିପ୍ଳବ ହୋଇଥିଲା। ସ୍ଥାନୀୟ ଆଫ୍ରିକୀୟ ବିପ୍ଳବୀଙ୍କ ଦ୍ୱାରା ଜାଞ୍ଜିବର ସୁଲତାନଙ୍କୁ ଗାଦିଚ୍ୟୁତ କରାଯିବା ପରେ ସେଠାରେ ବିଶୃଙ୍ଖଳା ଲାଗି ରହିଥିଲା। ତେଣୁ ଗୁର୍‌ନାହ ସେଠାରେ ରହିବାକୁ ନିରାପଦ ନ ମଣି ଗୋଟିଏ ମାସର ପର୍ଯ୍ୟଟନ ଭିଜା ପାଇ ପଢ଼ିବା ସକାଶେ ୧୯୬୮ରେ ବ୍ରିଟେନ ଚାଲିଯାଇଥିଲେ। ସେତେବେଳେ ତାଙ୍କୁ ୧୮ ବର୍ଷ ବୟସ ହୋଇଥିଲା। ସେଠାରେ କାଣ୍ଟେରବୁରୀସ୍ଥିତ ଖ୍ରୀଷ୍ଟ ଚର୍ଚ୍ଚ କଲେଜରେ ପଢ଼ିଥିଲେ। ସେତେବେଳେ ଲଣ୍ଡନ ବିଶ୍ୱବିଦ୍ୟାଳୟ ଉକ୍ତ କଲେଜର ବିଦ୍ୟାର୍ଥୀଙ୍କୁ ପ୍ରମାଣପତ୍ର ଦେଉଥିଲା। ତା’ ପରେ ସେ ୟୁନିଭର୍ସିଟି ଅଫ୍‌ କେଣ୍ଟ୍‌ରୁ ପିଏଚ୍‌ଡି ଡିଗ୍ରୀ ଅର୍ଜନ କରିଥିଲେ। ଗୁର୍‌ନାହ ୧୯୮୦ରୁ ୧୯୮୩ ଯାଏ ନାଇଜେରିଆସ୍ଥିତ ବାୟେରୋ ୟୁନିଭର୍ସିଟି କାନୋରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ସେ କେଣ୍ଟ୍‌ ବିଶ୍ୱବିଦ୍ୟାଳୟରେ ଇଂଲିଶ୍‌ ଓ ପୋଷ୍ଟ କଲୋନିଆଲ୍‌ ଲିଟରେଚର ପ୍ରଫେସର ଭାବେ କାର୍ଯ୍ୟ କରି ଦାୟିତ୍ୱରୁ ଅବସର ନେଇଥିଲେ। ଅଧ୍ୟାପନା ସହ ତାଙ୍କ ସୃଜନଶୀଳତା ଆଗେଇଥିଲା। ଅନେକ କ୍ଷୁଦ୍ର ଗଳ୍ପ, ପ୍ରବନ୍ଧ ଓ ୧୦ଟି ଉପନ୍ୟାସ ରଚନା କରି ସେ ଅନ୍ତର୍ଜାତୀୟ ସ୍ତରରେ ପାଠକୀୟ ସ୍ବୀକୃତି ପାଇଛନ୍ତି। ଆଫ୍ରିକୀୟ ଗ୍ରେଟ୍‌ ଲେକ୍‌ ଅଞ୍ଚଳର ଲୋକଭାଷା ‘ସ୍ବାହିଲି’ ଥିଲା ଗୁର୍‌ନାହଙ୍କ ପ୍ରଥମ ଭାଷା। କିନ୍ତୁ ସେ ଇଂଲିଶ୍‌କୁ ତାଙ୍କ ସାହିତ୍ୟର ଭାଷା କରିଥିଲେ। ତେବେ ତାଙ୍କ ଗଦ୍ୟ ରଚନାରେ ସ୍ବାହିଲି, ଆରବିକ୍‌ ଓ ଜର୍ମାନ ଭାଷାର ଶବ୍ଦ ବ୍ୟବହାର ହୋଇଥିବା ଦେଖିବାକୁ ମିଳେ। ନିଜ ଲେଖାକୁ ନେଇ ସେ କହନ୍ତି ଯେ, ତାଙ୍କୁ ଯେତେବେଳେ ୨୦ ବର୍ଷ ବୟସ ହୋଇଥିଲା ସେ ସେତେବେଳେ ନିଜ ଘର କଥାକୁ ନେଇ ଯେଉଁ ଭାବନା ଆସୁଥିଲା ତାହାକୁ ଡାଏରୀରେ ଲେଖୁଥିଲେ। ତା’ପରେ ଅନ୍ୟମାନଙ୍କ ବିଷୟରେ କାଳ୍ପନିକ କାହାଣୀ ଗଢ଼ିବାରେ ଲାଗିଲେ। ସୃଜନଶୀଳତା ଦିନକୁ ଦିନ ତୀକ୍ଷ୍ଣ ହେବାରୁ ସେ ତାଙ୍କ ଶରଣାର୍ଥୀ ଜୀବନର ଅଭିଜ୍ଞତା, ଅନ୍ୟ ଦେଶରେ ବାସ କରିବାର ଅନୁଭୂତି ଏବଂ ବାସଚ୍ୟୁତର ଅନୁଭବକୁ ନେଇ କ୍ଷୁଦ୍ରଗଳ୍ପ ଓ ଉପନ୍ୟାସ ଲେଖିଲେ। ପିଏଚ୍‌ଡି କରିବା ବେଳେ ତାଙ୍କ ପ୍ରଥମ ଉପନ୍ୟାସ ‘ମେମୋରି ଅଫ୍‌ ଡିପାର୍‌ଚର’ ପ୍ରକାଶ ପାଇଥିଲା। ସେଥିରେ ସେ ଉପନିବେଶବାଦ, ଯୁଦ୍ଧ ଓ ବାସଚ୍ୟୁତଙ୍କ ମାନସିକ ଯନ୍ତ୍ରଣା ଓ ନିର୍ବାସନକୁ ଏକାଠି କରିଥିଲେ। ତାଙ୍କ ଅଧିକାଂଶ ଲେଖାରେ ପୂର୍ବ ଆଫ୍ରିକା ଉପକୂଳ ରହିଥିବା ବେଳେ ମୁଖ୍ୟ ଚରିତ୍ରକୁ ଜାଞ୍ଜିବରରୁ ଜନ୍ମ ଦେଉଥିଲେ। ୧୮ ବର୍ଷ ବୟସରୁ ମାତୃଭୂମି ଛାଡ଼ିଥିବାରୁ ତାଙ୍କ ଲେଖାରେ ସ୍ବଦେଶ ଅନେକାଂଶରେ ପଶିଆସିଥାଏ। ସେହିଭଳି ତାଙ୍କ ଉପନ୍ୟାସ ‘ଆଡ୍‌ମାୟାରିଂ ସାଇଲେନ୍ସ’, ‘ବାଇ ଦି ସି’, ‘ଡେଜରଶନ୍‌’ରେ ଏକାକିତ୍ୱ ଓ ପଳାୟନ ଭଳି ବିଷୟ ପ୍ରତିଫଳିତ ହୋଇଛି। ୧୯୯୪ରେ ପ୍ରକାଶିତ ଉପନ୍ୟାସ ‘ପାରାଡାଇଜ୍‌’ ନିକଟରେ ସ୍ବାହିଲି ଭାଷାରେ ଅନୂଦିତ ହେବା ପରେ ତାଙ୍କ ସୃଜନଶୀଳତା ବିଷୟରେ ତାଞ୍ଜାନିୟାବାସୀ ଜାଣିବାକୁ ପାଇଥିଲେ। ହେଲେ ଏବେ ନୋବେଲ ପୁରସ୍କାର ଜିତିବା ପରେ ସ୍ଥିତିରେ ପରିବର୍ତ୍ତନ ଆସିବ ବୋଲି ଗୁରନାହ ଆଶା କରିଛନ୍ତି।
ତାଞ୍ଜାନିୟାର ଏକ ଅଂଶ ଭାବେ ଜାଞ୍ଜିବର ପରିଚିତ ଥିଲେ ହେଁ ଏକ ସେମି-ଅଟନୋମସ ଭାବେ କାର୍ଯ୍ୟ କରୁଛି। ଗୁରନାହଙ୍କୁ ନୋବେଲ ମିଳିବା ବିଷୟ ଘୋଷଣା ହେବା ପରେ ତାଞ୍ଜାନିଆରେ ଆନନ୍ଦ ପ୍ରକାଶ ପାଇଥିଲେ ମଧ୍ୟ ସେଥି ନେଇ ବିତର୍କ ଆରମ୍ଭ ହୋଇଛି। କେତେକେ ତାଙ୍କ କାର୍ଯ୍ୟକୁ ସ୍ବୀକୃତି ଦେଇଥିବା ବେଳେ ଅନେକେ ତାଙ୍କୁ ନିଜ ଭାଷାର ଲେଖକ ବୋଲି ଦାବି କରିପାରୁ ନାହାନ୍ତି। ତଥାପି ତାଞ୍ଜାନିଆ ରାଷ୍ଟ୍ରପତି ସାମିଅ ସୁଲୁହୁ ହାସନ ଟୁଇଟ୍‌ କରି ଲେଖକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତେବେ ଜାଞ୍ଜିବର ନେତା ହୁସେନ୍‌ ଅଲ୍ଲୀ ମଓ୍ବିନି ଏହି ଔପନ୍ୟାସିକଙ୍କୁ ମାନ୍ୟତା ଦେବା ସହ କହିଛନ୍ତି ଯେ, ଉପନିବେଶବାଦ ଉପରେ ସେ ଯେଉଁ ରଚନା କରିଛନ୍ତି ତାହା କେବଳ ନିଜ ଅଞ୍ଚଳ ନୁହେଁ, ସମଗ୍ର ମାନବଜାତି ପାଇଁ ସମ୍ମାନ ଆଣି ଦେଇଛି।

-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri