Posted inଜାତୀୟ

ହିଂସା ଥିଲା ଅଭୂତପୂର୍ବ ଭୟଙ୍କର

ନୂଆଦିଲ୍ଲୀ, ୧।୮ : ମଣିପୁରରେ ମେ ୪ରେ ଦୁଇ ଆଦିବାସୀ ମହିଳାଙ୍କୁ ଯେଭଳି ଉଲଗ୍ନ ପରେଡ୍‌ କରାଯାଇ ନିର୍ଯାତନା ଦିଆଯାଇଥିଲା ଓ ତାହାର ଦୃଶ୍ୟ ଭିଡ଼ିଓରୁ ଦେଖିବାକୁ ମିଳିଥିଲା, ତାହା ଥିଲା ଅଭୂତପୂର୍ବ ଭୟଙ୍କର। ସୋମବାର ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଡି. ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ପୀଠ ମଣିପୁର ହିଂସା ଉପରେ ମନ୍ତବ୍ୟ ଦେଇ ଏଭଳି କଠୋର ଶବ୍ଦ ବ୍ୟବହାର କରିଛନ୍ତି। ଏଥିସହିତ ସେ ମଣିପୁର ପୋଲିସକୁ ଭର୍ତ୍ସନା କରିଛନ୍ତି। ଏହି ଘଟଣାର ଏତଲା ରୁଜୁ କରିବାରେ ମଧ୍ୟ ପୋଲିସ ବହୁ ବିଳମ୍ବ କରିଛି। ମହିଳାଙ୍କୁ ଯେଭଳି ଭାବେ ପୋଲିସ ଉତ୍ତ୍ୟକ୍ତ ଲୋକଙ୍କୁ ଟେକି ଦେଉଥିବାର ଦୃଶ୍ୟ ସମ୍ପୃକ୍ତ ଭିଡିଓରୁ ଦେଖିବାକୁ ମିଳୁଛି, ସେହି ଦୃଷ୍ଟିରୁ ଦେଖିଲେ ମଣିପୁର ପୋଲିସ ଉକ୍ତ ଘଟଣାର ତଦନ୍ତ କରୁ ବୋଲି କୋର୍ଟ କେବେ ଚାହିଁବେ ନାହିଁ। ପୀଠର ଅନ୍ୟ ସଦସ୍ୟ ଜଷ୍ଟିସ୍‌ ଜେ. ବି. ପର୍ଡିଓ୍ବାଲା ଓ ଜଷ୍ଟିସ୍‌ ମନୋଜ ମିଶ୍ରା ମଣିପୁର ହିଂସା ସଂକ୍ରାନ୍ତ ଏକାଧିକ ଆବେଦନ ଉପରେ ଶୁଣାଣି କରିବା ଅବସରରେ ଏହା କହିଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରଧାନ ବିଚାରପତି କେନ୍ଦ୍ର ଓ ମଣିପୁର ସରକାରଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ସହିତ ୨୪ ଘଣ୍ଟା ଭିତରେ ଉତ୍ତର ରଖିବାକୁ କହିଛନ୍ତି। ଏପରିକି ‘ସବୁ ଝିଅଙ୍କୁ ସୁରକ୍ଷା ଦିଅ କିମ୍ବା କାହାରିକୁ ଦିଅ ନାହିଁ’ ଭଳି କଥା କହି ସର୍ବୋଚ୍ଚ ଅଦାଲତ ମଣିପୁର ଭିଡିଓ ଘଟଣାକୁ ଗମ୍ଭୀରତାର ସହିତ ନେଇଛନ୍ତି।
ପ୍ରାରମ୍ଭିକ ସମୟରେ ସଲିସିଟର ଜେନେରାଲ କେନ୍ଦ୍ର ପକ୍ଷରୁ କହିଥିଲେ ଯେ, ମଣିପୁର ହିଂସା ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଯଦି ନିଜ ଆଡ଼ୁ ତଦନ୍ତ ପରିଚାଳନା କରନ୍ତି, ସେଥିରେ କୌଣସି ଆପତ୍ତି ରହିବ ନାହିଁ। ଅନ୍ୟପକ୍ଷରେ ମେ ୪ ଭିଡିଓରେ ଉଲଗ୍ନ ପରେଡ୍‌ରେ ଯାଉଥିବା ଦୁଇ ମହିଳାଙ୍କ ପକ୍ଷରୁ ସିନିୟର ଆଡ୍‌ଭୋକେଟ କପିଲ ଶିବଲ କହିଥିଲେ ଯେ, ଏହି ଘଟଣାରେ ସେମାନେ ଏକ ପିଟିଶନ ଦାଖଲ କରିସାରିଛନ୍ତି। ତେବେ ଆଡଭୋକେଟ ବାନ୍‌ସୁରି ସ୍ବରାଜ ପଶ୍ଚିିମବଙ୍ଗ ଓ ଛତିଶଗଡ଼ରେ ମହିଳାଙ୍କ ବିରୋଧରେ ହେଉଥିବା ହିଂସା ବିଷୟରେ କହିବାରୁ ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ ପୀଠ କହିଥିଲେ ଯେ କୌଣସି ଭାବେ ମଣିପୁର ହିଂସାକୁ ଅନ୍ୟ କେଉଁଠାରେ ଘଟିଥିବା ଘଟଣାର ଦୃଷ୍ଟାନ୍ତ ଦିଆଯାଇ ଯଥାର୍ଥତା ପ୍ରତିପାଦନ କରାଯାଇପାରିବ ନାହିଁ। ନିଃସନ୍ଦେହରେ କୁହାଯାଇପାରେ ଯେ, ଦେଶର ବିଭିନ୍ନ ପ୍ରାନ୍ତରେ ମହିଳାଙ୍କ ବିରୋଧରେ ଅତ୍ୟାଚାର ଘଟୁଛି। କିନ୍ତୁ ଏଠାରେ ଆମେ ଅଭୂତପୂର୍ବ ଭୟଙ୍କର ହିଂସା ବିଷୟରେ କଥା ହେଉଛେ, ଯେଉଁଠାରେ ସାମ୍ପ୍ରଦାୟିକ ଓ ଜାତିଆଣ ବିବାଦକୁ ନେଇ ମହିଳାଙ୍କ ବିରୋଧରେ ହିଂସା ଦେଖାଦେଉଛି। ତେଣୁ ଦେଶର ବିଭିନ୍ନ ଭାଗରେ ମହିଳାଙ୍କ ବିରୋଧରେ ଘଟୁଥିବା ଅପରାଧ କଥା କହି ମୁଖ୍ୟ ହିଂସାକୁ ତା’ ସହ ଯୋଡ଼ି ଦିଆଯାଇପାରିବ ନାହିଁ। ବର୍ତ୍ତମାନ ପ୍ରଶ୍ନ ଉଠୁଛି ଆମେ ମଣିପୁରକୁ ନେଇ କିଭଳି ବ୍ୟବହାର ଦେଖାଉଛେ ବୋଲି କୋର୍ଟ କହିଛନ୍ତି। ଆମ ହାତରୁ ସମୟ ଖସି ଯାଉଛି। ଏଭଳି ସ୍ଥଳେ ମଣିପୁରକୁ ସ୍ବାଭାବିକ ଅବସ୍ଥାକୁ ଫେରାଇ ଆଣିବା ଲାଗି କାର୍ଯ୍ୟ ହେବା ଉଚିତ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।
ଅଦାଲତ ଆହୁରି କହିଛନ୍ତି, ଦୁଇ ଆଦିବାସୀ ମହିଳାଙ୍କ ଉଲଗ୍ନ ପରେଡ୍‌ର ଭିଡିଓ ଘଟଣାକୁ ଭିନ୍ନ ଭାବେ ଦର୍ଶାଯାଇ ନ ପାରେ ବୋଲି ସ୍ବରାଷ୍ଟ୍ର ସଚିବ ତାଙ୍କ ସତ୍ୟପାଠରେ ଦର୍ଶାଇଥିଲେ। ତେବେ ଏ ନେଇ କେତେ ସତ୍ୟପାଠ ଦାଖଲ କରାଯାଇଛି ବୋଲି ସୁପ୍ରିମକୋର୍ଟ ପଚାରିଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ ପୀଠ ଜାତିଆଣ ହିଂସାକୁ ନେଇ ଏହି ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ମହିଳାଙ୍କ ବିରୋଧରେ ହୋଇଥିବା ଯୌନ ଅତ୍ୟାଚାର ସଂକ୍ରାନ୍ତରେ କେତେ ଏତଲା ପଞ୍ଜୀକୃତ ହୋଇଛି, ତାହାର ସବିଶେଷ ତଥ୍ୟ ଦେବାକୁ ମଣିପୁର ସରକାରଙ୍କୁ କହିଛନ୍ତି। ଏହିଭଳି ଘଟଣାରେ ଏତଲା ପଞ୍ଜୀକରଣକୁ ସୁନିଶ୍ଚିତ କରିବା ଲାଗି ଏକ ବ୍ୟବସ୍ଥା କରାଯାଇ ତତ୍‌କ୍ଷଣାତ୍‌ ପଦକ୍ଷେପ ନିଆଯିବା କଥା। କିନ୍ତୁ ମହିଳାଙ୍କ ବିରୋଧରେ ନିର୍ଯାତନା ସଂକ୍ରାନ୍ତ ଭିଡିଓ ଆସିବା ଓ ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରିବା ପରେ ଘଟଣାକୁ ଗୁରୁତ୍ୱ ଦିଆଯାଇ ତଦନ୍ତ କରାଯାଉଛି। ମେ ୪ରେ ଘଟଣା ଘଟିଥିବା ବେଳେ ମେ ୧୮ରେ କାହିଁକି ଏତଲା ରୁଜୁୁ କରାଗଲା ବୋଲି ପୀଠ ପ୍ରଶ୍ନ କରିଛନ୍ତି। ମେ ୪ରୁ ମେ ୧୮ ଯାଏ ପୋଲିସ କ’ଣ କରୁଥିଲା। ଦୁଇ ମହିଳାଙ୍କୁ ଯେଭଳି ଭାବେ ଅତ୍ୟାଚାର କରାଯାଇଛି, ସବିଆଇ ଏବଂ ଏସ୍‌ଆଇଟି ତଦନ୍ତ ଯଥେଷ୍ଟ ନୁହେଁ । ତେଣୁ ନ୍ୟାୟର ପ୍ରକ୍ରିୟା ପୀଡ଼ିତଙ୍କ ପାଖକୁ କିଭଳି ଯାଇ ପହଞ୍ଚତ୍ବ ତାହା ସୁନିଶ୍ଚିତ କରାଯିବା ଦରକାର। ଏହି ଘଟଣାକୁ ସିବିଆଇକୁ ହସ୍ତାନ୍ତର କରିବା ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ନିଷ୍ପତ୍ତି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ଏହା କହିଛନ୍ତି।
ସିନିୟର ଆଡ୍‌ଭୋକେଟ କପିଲ ଶିବଲ ମଣିପୁର ମାମଲାକୁ ଆସାମକୁ ହସ୍ତାନ୍ତର କରାଯିବା ବିଷୟକୁ ବିରୋଧ କରିଛନ୍ତି। ଆଟର୍ନି ଜେନେରାଲ ଆର୍‌. ଭେଙ୍କଟରମଣି କହିଛନ୍ତି, ଏହି ଘଟଣାର ତଦନ୍ତ ସିବିଆଇ କରୁଛି ଏବଂ ଯେତେବେଳେ ଏହାର ବିଚାର କଥା ଉଠିବ ସେତେବେଳେ ଶୀର୍ଷ ଅଦାଲତ ନିଷ୍ପତ୍ତି ନେବେ।
ଏହି ଘଟଣାର ପରବର୍ତ୍ତୀ ଶୁଣାଣି ମଙ୍ଗଳବାର ଅପରାହ୍ନ ୨ଟାରେ ହେବ ବୋଲି କହିଛନ୍ତି। ସୂଚନାଯୋଗ୍ୟ ଯେ, ଦୁଇ ମହିଳାଙ୍କ ପ୍ରତି କରାଯାଇଥିବା ଅତ୍ୟାଚାର ଭିଡିଓ ଭାଇରାଲ ହେବା ପରେ ଜୁଲାଇ ୨୦ରେ ସୁପ୍ରିମକୋର୍ଟ ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲେ। ହିଂସା ଘଟାଇବା ଲାଗି ମହିଳାଙ୍କୁ ବ୍ୟବହାର କରାଯିବା ସାମ୍ବିଧାନିକ ଗଣତନ୍ତ୍ରରେ ଆଦୌ ଗ୍ରହଣୀୟ ନୁହେଁ। ଜୁଲାଇ ୨୭ରେ କେନ୍ଦ୍ର ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ ଯେ, ଉକ୍ତ ଘଟଣାର ତଦନ୍ତଭାର ସିବିଆଇକୁ ଦିଆଯାଇଛି ଏବଂ ମହିଳାଙ୍କ ବିରୋଧରେ ଅପରାଧକୁ କୌଣସି ଭାବେ ବରଦାସ୍ତ କରାଯିବ ନାହିଁ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହାର ସଚିବ ଅଜୟ କୁମାର ଭାଲା ଉକ୍ତ ଘଟଣାର ବିଚାର ମଣିପୁର ବାହାରେ କରିବା ଲାଗି ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ। ସୂଚନାଯୋଗ୍ୟ ଯେ, ଏହି ଘଟଣାରେ ଅଦ୍ୟାବଧି ୭ ଜଣଙ୍କୁ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଜ୍‌କୁ ଡାକି ଛାତ୍ରୀଙ୍କୁ ବଳାତ୍କାର କଲେ ଯୁବକ, ଡାକ୍ତରୀମାଇନା ପରେ…

ହାଟଡିହୀ,୩ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଞ୍ଚଳରେ ଜଣେ ଯୁକ୍ତ-୩ ଛାତ୍ରୀଙ୍କୁ ଲଜ୍‌ରେ ବଳାତ୍କାର କରାଯାଇଥିବା ନେଇ ଶୁକ୍ରବାର ଅଭିଯୋଗ ହୋଇଛି। ଏହି…

ଫାଇନାଲରେ ଧୋକା ଦେଲେ ବୈଭବ ସୂର୍ଯ୍ୟବଂଶୀ: ଭାରତ-ପାକିସ୍ତାନ ମହାମୁକାବିଲାରେ ମାତ୍ର ଏତିକି ରନ୍‌ କରି ଆଉଟ୍‌

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ ଫାଇନାଲରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ସ୍ବର୍ଣ୍ଣ ପାଇଁ ହେଉଥିବା ଏହି ବଡ଼ ମୁକାବିଲାରେ ଭାରତୀୟ ଦଳର…

ଏସିଆନ ଗେମ୍ସରେ ଇତିହାସ ରଚିଲେ ପ୍ରଣବୀ: ଗଲ୍ଫରେ କଲେ ବଡ଼ କାରନାମା

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ଗଲ୍ଫ ପାଇଁ ଆସିଛି ବଡ଼ ସଫଳତା। ଭାରତୀୟ ଗଲ୍ଫର୍‌ ପ୍ରଣବୀ ଶରଥ ଉର୍ସ ମହିଳା ଗଲ୍ଫରେ ସ୍ବର୍ଣ୍ଣ ପଦକ ଜିତି…

ସ୍ବର୍ଣ୍ଣ ଜିତିଲେ ଆଦିବାସୀ ଝିଅ ଝରଣା: ଶ୍ରମିକ ମା’ବାପାଙ୍କ ଝିଅଙ୍କ ସଫଳତାରେ ଜିଲା ଗର୍ବିତ

ଅମରପାଲି,୩ା୧୦(ପୀତାମ୍ବର ସାହୁ):ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ ନିରନ୍ତର ପରିଶ୍ରମ ଆଗରେ ହାର ମାନିଛି ଆର୍ଥିକ ଅନଟନ। ଏହାର ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର…

ମହିଳା ହକି ଟିମ୍‌ ଉପରେ ଟଙ୍କା ବର୍ଷା କଲେ ମୋହନ ସରକାର: ପ୍ରତ୍ୟେକ ଖେଳାଳିଙ୍କ ମିଳିବ…

ଭୁବନେଶ୍ୱର,୩।୧୦: ମହିଳା ହକି ଦଳ ଫାଇନାଲରେ ଚାଇନାକୁ ୧-୦ ଗୋଲରେ ହରାଇ ଦୀର୍ଘ ୪୪ ବର୍ଷ ପରେ ଏସିଆଡ୍‌ ସ୍ବର୍ଣ୍ଣ ପଦକ ହାସଲ କରିଛି। ଏଥିସହ ଦଳ…

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ…

ସାଇକେଲରେ ଗାଁକୁ ଯାଉଥିଲେ କଷ୍ଟୁ: ହଠାତ୍‌ ଆକ୍ରମଣ କଲା ବାର୍‌ହା, ଆଉ ତା’ପରେ ଘଟିଲା…

ଦେବଗଡ଼/ରିଆମାଳ ୩।୧୦(ଶଶାଙ୍କ ଶେଖର ଝାଙ୍କର/ବଦ୍ରିନାରାୟଣ ଅଗ୍ରୱାଲା), ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ…

ଦୀପାବଳି ପୂର୍ବରୁ ଖୁସିଖବର: ରାଶନ କାର୍ଡଧାରୀଙ୍କୁ ମାଗଣା ମିଳିବ ଗ୍ୟାସ ସିଲିଣ୍ଡର! ଜାଣନ୍ତୁ କେମିତି ଉଠାଇବେ ଲାଭ

୩।୧୦: ଦୀପାବଳି ପର୍ବ ପୂର୍ବରୁ ରୋଷେଇ ଗ୍ୟାସ ସିଲିଣ୍ଡରକୁ ନେଇ ସାଧାରଣ ଲୋକଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ସରକାର ରାଶନ କାର୍ଡଧାରୀ ପରିବାରଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?