Posted inଖେଳ

ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ

ଚେଙ୍ଗଡୁ (ଚାଇନା), ୧ା୮ଚଳିତ ୩୧ତମ ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସର ଚତୁର୍ଥ ଦିବସରେ ଭାରତୀୟ ୟୁନିଭର୍ସିଟି ଦଳର ପ୍ରତିଯୋଗୀମାନେ ତୀରନ୍ଦାଜୀ ଓ ଶୁଟିଂରେ ୨ଟି ଲେଖାଏ ସ୍ବର୍ଣ୍ଣ ପଦକ ଲାଭ କରିଥିବା ବେଳେ ଶୁଟିଂରେ ଗୋଟିଏ ରୌପ୍ୟ ଏବଂ ତୀରନ୍ଦାଜୀରେ ଗୋଟିଏ ରୌପ୍ୟ ପଦକ ପାଇଛି। ସଙ୍ଗମପ୍ରୀତ ସିଂ ଓ ଅଭନିତ କୌର କମ୍ପାଉଣ୍ଡ ତୀରନ୍ଦାଜୀରେ ଚାମ୍ପିୟନ ହୋଇଥିବା ବେଳେ ଭାରତ ଏହି କ୍ରୀଡ଼ାରେ ୩ ସ୍ବର୍ଣ୍ଣ, ଗୋଟିଏ ରୌପ୍ୟ ଓ ତିନୋଟି ବ୍ରୋଞ୍ଜ ହାସଲ କରିଛି। ଓଭର ଅଲ୍‌ ଭାରତ ୯ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୫ ବ୍ରୋଞ୍ଜ ସହ ପଦକ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି। ଚାଇନା (୧୭-୫-୪) ଟେବୁଲରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଏହା ପଛକୁ ପଛ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ କୋରିଆ (୧୦-୧୦-୪) ଓ ଜାପାନ (୧୦-୬-୭) ରହିଛନ୍ତିି। ପୂର୍ବରୁ ଭାରତୀୟ ଦଳ ଏହାର ଶ୍ରେଷ୍ଠ ପ୍ରଦର୍ଶନ ୨୦୧୫ ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସରେ କରିଥିଲା। ସେଥିରେ ୧ ସ୍ବର୍ଣ୍ଣ, ୧ ରୌପ୍ୟ ଏବଂ ୩ ବ୍ରୋଞ୍ଜ ପାଇଥିଲା। ମାତ୍ର ଚଳିତ ସଂସ୍କରଣରେ ଭାରତ ଏହି ସଂଖ୍ୟାକୁ ଅତିକ୍ରମ କରିଯାଇଛି। ସମସ୍ତ ୩ ସ୍ବର୍ଣ୍ଣ କମ୍ପାଉଣ୍ଡ ବିଭାଗରୁ ଆସିଛି। ବ୍ୟକ୍ତିଗତ ପୁରୁଷ ବିଭାଗରେ ବିସ୍‌ଲା, ମହିଳାରେ ଅଭିନୀତ ଏବଂ ମିକ୍ସଡ ଟିମ୍‌ରେ ସାଇନି ଓ ପ୍ରଗତି ସମସ୍ତ ୩ ସ୍ବର୍ଣ୍ଣ ଜିତିଛନ୍ତି। କମ୍ପାଉଣ୍ଡ ତୀରନ୍ଦାଜମାନେ ଆହୁରି ମଧ୍ୟ ଦୁଇଟି ବ୍ରୋଞ୍ଜ ପଦକ ପୁରୁଷ ଟିମ୍‌ (ରିଷଭ ଯାଦବ, ସାଇନି ଓ ବିସ୍‌ଲା) ଏବଂ ପୁରୁଷ ବ୍ୟକ୍ତିଗତ ବିଭାଗରେ ହାସଲ କରିଛି। ରିକର୍ଭ ତୀରନ୍ଦାଜମାନଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା। ତେବେ ସଙ୍ଗୀତା, ତନିଶା ବର୍ମା ଓ ରୀତା ସାଓ୍ବାନ୍‌ଙ୍କୁ ନେଇ ମହିଳା ଦଳ ଏକ ବ୍ରୋଞ୍ଜ ଜିତିଛି।
ଶୁଟିଂରେ ଐଶ୍ୱରିଙ୍କୁ ହ୍ୟାଟ୍ରିକ ସ୍ବର୍ଣ୍ଣ
ସୋମବାର ଭାରତୀୟ ଶୁଟରମାନେ ୨ ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ଜିତିଛନ୍ତି। ଐଶ୍ୱରୀ ପ୍ରତାପ ସିଂ, ଦିବ୍ୟାଂଶ ସିଂ ପନଓ୍ବାର, ଅର୍ଜୁନ ବବୁତାଙ୍କୁ ନେଇ ଭାରତୀୟ ପୁରୁଷ ଦଳ ୧୦ମିଟର ଏୟାର ରାଇଫଲ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛି। ଏଥି ସହିତ ଦଳ ବିଶ୍ୱରେକର୍ଡ ଭଙ୍ଗ କରିଛି। ଭାରତୀୟ ୟୁନିଭର୍ସିଟି ଟିମ୍‌ ୧୮୯୪.୭ ପଏଣ୍ଟ ସ୍କୋର କରି ଟାଇଟଲ ଜିତିଛି। ୨୦୧୮ରେ ଚାଇନା ଏହାଠାରୁ ୭.୩ ପଏଣ୍ଟ କମ୍‌ ସ୍କୋର କରି ବିଶ୍ୱ ରେକର୍ଡର ଅଧିକାରୀ ଥିଲା। ଏଠାରେ ଚାଇନା (୧୮୮୧.୯) ରୌପ୍ୟ ଏବଂ କାଜାଖସ୍ତାନ (୧୮୭୮.୨) ବ୍ରୋଞ୍ଜ ପାଇଛି। ଅନ୍ୟପକ୍ଷରେ ପୁରୁଷ ୧୦ ମିଟର ରାଇଫଲରେ ଭାରତର ଐଶ୍ୱରି ପ୍ରତାପ ସିଂ ତୋମାର (୨୫୨.୬) ସ୍ବର୍ଣ୍ଣ ଜିତିଥିବା ବେଳେ ରୌପ୍ୟପଦକ ଭାରତର ଦିବ୍ୟାଂଶ ସିଂ ପନଓ୍ବାର (୨୫୧.୦) ରୌପ୍ୟ ଏବଂ ଚାଇନାର ସଙ୍ଗ ଉହାନ (୨୨୯) ବ୍ରୋଞ୍ଜ ପାଇଥିଲେ। ଭାରତୀୟ ଶୁଟିଂ ଟିମ୍‌ ସଦସ୍ୟ ଐଶ୍ୱରି ପ୍ରତାପ ସିଂ ତୋମାର ଚଳିତ ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସରେ ୩ ସ୍ବର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ଜିତି ଚହଳ ସୃଷ୍ଟି କରିଛନ୍ତି। ସେ ପୁରୁଷ ୧୦ ମିଟର ଏୟାର ରାଇଫଲ, ପୁରୁଷ ୫୦ ମିଟର ରାଇଫଲ ୩ ପୋଜିଶନ, ପୁରୁଷ ୧୦ମିଟର ଏୟାର ରାଇଫଲ ଟିମ୍‌ ଇଭେଣ୍ଟରେ ହାସଲ କରିଥିବା ବେଳେ ୫୦ମିଟର ରାଇଫଲ ୩ ପୋଜିଶନ ଟିମ୍‌ ଇଭେଣ୍ଟରେ ବ୍ରୋଞ୍ଜ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲରେ ଧୋକା ଦେଲେ ବୈଭବ ସୂର୍ଯ୍ୟବଂଶୀ: ଭାରତ-ପାକିସ୍ତାନ ମହାମୁକାବିଲାରେ ମାତ୍ର ଏତିକି ରନ୍‌ କରି ଆଉଟ୍‌

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ ଫାଇନାଲରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ସ୍ବର୍ଣ୍ଣ ପାଇଁ ହେଉଥିବା ଏହି ବଡ଼ ମୁକାବିଲାରେ ଭାରତୀୟ ଦଳର…

କେତୁଙ୍କ ବକ୍ରି ଚଳନ: ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନବର୍ଷାକୁ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ଓଲଟା ଚଳନ (ବକ୍ରୀ) କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ ଚଳନ କରିବାକୁ ଯାଉଛନ୍ତି। କେତୁଙ୍କର ଏହି…

ଏସିଆନ ଗେମ୍ସରେ ଇତିହାସ ରଚିଲେ ପ୍ରଣବୀ: ଗଲ୍ଫରେ କଲେ ବଡ଼ କାରନାମା

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ଗଲ୍ଫ ପାଇଁ ଆସିଛି ବଡ଼ ସଫଳତା। ଭାରତୀୟ ଗଲ୍ଫର୍‌ ପ୍ରଣବୀ ଶରଥ ଉର୍ସ ମହିଳା ଗଲ୍ଫରେ ସ୍ବର୍ଣ୍ଣ ପଦକ ଜିତି…

ସ୍ବର୍ଣ୍ଣ ଜିତିଲେ ଆଦିବାସୀ ଝିଅ ଝରଣା: ଶ୍ରମିକ ମା’ବାପାଙ୍କ ଝିଅଙ୍କ ସଫଳତାରେ ଜିଲା ଗର୍ବିତ

ଅମରପାଲି,୩ା୧୦(ପୀତାମ୍ବର ସାହୁ):ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ ନିରନ୍ତର ପରିଶ୍ରମ ଆଗରେ ହାର ମାନିଛି ଆର୍ଥିକ ଅନଟନ। ଏହାର ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର…

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ସାଇକେଲରେ ଗାଁକୁ ଯାଉଥିଲେ କଷ୍ଟୁ: ହଠାତ୍‌ ଆକ୍ରମଣ କଲା ବାର୍‌ହା, ଆଉ ତା’ପରେ ଘଟିଲା…

ଦେବଗଡ଼/ରିଆମାଳ ୩।୧୦(ଶଶାଙ୍କ ଶେଖର ଝାଙ୍କର/ବଦ୍ରିନାରାୟଣ ଅଗ୍ରୱାଲା), ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ…

ଦୀପାବଳି ପୂର୍ବରୁ ଖୁସିଖବର: ରାଶନ କାର୍ଡଧାରୀଙ୍କୁ ମାଗଣା ମିଳିବ ଗ୍ୟାସ ସିଲିଣ୍ଡର! ଜାଣନ୍ତୁ କେମିତି ଉଠାଇବେ ଲାଭ

୩।୧୦: ଦୀପାବଳି ପର୍ବ ପୂର୍ବରୁ ରୋଷେଇ ଗ୍ୟାସ ସିଲିଣ୍ଡରକୁ ନେଇ ସାଧାରଣ ଲୋକଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ସରକାର ରାଶନ କାର୍ଡଧାରୀ ପରିବାରଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?